ତିଲ୍ଲା ଯୋଗିଆ
ତିଲ୍ଲା ଯୋଗିଆ ହିନ୍ଦୁ ମନ୍ଦିର ପରିସର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Mandi Bahauddin District, Gujrat District, Jhelum District and Chakwal District |
Location | |
ସ୍ଥାନ | Salt Range |
State | Punjab |
Country | Pakistan |
ତିଲ୍ଲା ଯୋଗିଆ (in Punjabi ٹلہ جوگیاںଉର୍ଦ୍ଦୁ: ٹلہ جوگیاں),[୧] ପାକିସ୍ଥାନର ପୂର୍ବାଞ୍ଚଳ ପର୍ବତମାଳା ଲବଣ ପର୍ବତରେ ରହିଥିବା ପ୍ରଥମ ଶତାବ୍ଦୀର ଏକ ପ୍ରଖ୍ଯାତ ହିନ୍ଦୁ ଓ ଶିକ୍ଷା ଧର୍ମସ୍ଥଳୀ । .
ଅବସ୍ଥିତି
[ସମ୍ପାଦନା]ସମୁଦ୍ରପତ୍ତାନଠାରୁ 3200 ଫୁଟ ଉପରେ ରହିଥିବା ତିଲ୍ଲା ଯୋଗିଆ ଝେଲମ ସହରଠାରୁ 25 କିଲୋମିଟର ପଶ୍ଚିମରେ ଓ ଖୁଖା ଗ୍ରାମଠାରୁ 10 କିଲୋମିଟର ଦୂରରେ ଅବସ୍ଥିତ । ତିଲ୍ଲା ଯୋଗିଆର ଶିକ୍ଷାର ଉପରୁ ଚତୁର୍ଦିଗର ଦୃଶ୍ୟ ଅତୀବ ରମଣୀୟ । ଏଠାରୁ 7 କିଲୋମିଟର ଦୂରରେ ଥିବା "ରୋହଟାସ ଦୁର୍ଗ" କ୍ରମବର୍ଦ୍ଧିସ୍ତୁ ସହର "ଦିନା " ଏଠାରୁ ଦ୍ରୁଷ୍ଟି ଗୋଚର ହେଇଥାଏ ।
ତିଲ୍ଲା ଯୋଗିଆ ପର୍ବତ ଶିଖର ମାଣ୍ଡୀ ବାହାଉଦ୍ଦୀନ , ଗୁଜରାଟ , ଝେଲମ , ଓ ଚକବାଳଠାରୁ ଦୃଷ୍ଟିଗୋଚର ହେଇଥାଏ । ଏହା ଝେଲମ ନଦୀର ଏକ ମୁଖ୍ୟ ସ୍ଥାନରେ ଅବସ୍ଥିତ ।
ତିଲ୍ଲା ଯୋଗିଆ ମନ୍ଦିର ପରିସର
[ସମ୍ପାଦନା]ଏଠାରେ ଥିବା ମନ୍ଦିର ପରିସର 2000 ବର୍ଷ ଧରି ହିନ୍ଦୁ ଉପାସନା କେନ୍ଦ୍ର ରହି ଆସିଛି । ଏଠାରେ ଗୁରୁ ଗୋରଖନାଥ ପ୍ରଥମ ଶତାବ୍ଦୀରେ ମନ୍ଦିର ସ୍ଥାପନ କରିଥିବାର ଜଣାଯାଏ । ଏପରିକି ସେଇ ସ୍ଥାନର ନାମ ମଧ୍ୟ ପଞ୍ଜାବୀ ଭାଷାରେ 'ସନ୍ଥ ମାନଙ୍କ ପାହାଡ " ଅର୍ଥରେ ବୁଝା ଯାଇଥାଏ । ସେଠାରେ ପ୍ରଥମ କରି ମନ୍ଦିର କରି ଉପାସନା କରୁଥିବା ଯୋଗୀ ସଂପ୍ରଦାଯଙ୍କୁ " କାନଫଟା " ଯୋଗୀ କୁହାଯାଉଥିଲା , କାରଣ ସେମାନେ କଣରେ କ୍ଷୀଦର କରି ଅଳଙ୍କାର ଧାରଣ କରୁଥିଲେ । ସେ ଯୁଗରେ ସେଇଟା ଏକ ଅଭିନବ କଥା ଥିଲା ଯାହା ଆଜିକାଲି ଆଧୁନିକ ସମାଜରେ ଏକ ଷ୍ଟାଇଲରେ ପରିଣତ । ତେବେ " କାନଫଟା ଯୋଗୀ "ମାନେ ପରବର୍ତୀ କାଳରେ ଏକ ଯୋଗୀ ସଂପ୍ରଦାଯ ଭାବରେ ରହିଥିଲେ । .[୨]
ତିଲ୍ଲା ଯୋଗିଆ ଠାରେ ହିନ୍ଦୁ ମନ୍ଦିର 3ଟି ଗୃହ ଥିବା ସହ ଦୁଇଟି କ୍ଷୁଦ୍ର ବନ୍ଧ ମଧ୍ୟ ରହିଛି । ଏଠାରେ ପହଞ୍ଚିବା ପାଇଁ ରୋହଟାସ ଦୁର୍ଗ ପତରୁ ଆସିଲେ ବା ଝେଲମ ନଦୀ ନିକଟରୁ ସାଂଘି ପାଟରୁ ଆସିଲେ ପହଞ୍ଚି ହେବ ।
ପ୍ରସିଦ୍ଧ କାହାଣୀ " ହିର ରଞ୍ଝା "ର ଜୀବନ୍ତ ନାୟକ ମୁରାଦ ବକ୍ସ ଏଠାକୁ ଯୋଗୀ ସଂପ୍ରଦାଯଦ୍ୱାରା ପ୍ରଭାବିତ ହେଇ ସେଥିରେ ଯୋଗଦାନ କରିବାକୁ ଆସିଥିଲେ । ଶିକ୍ଷା ସଂପ୍ରଦାଯର ପ୍ରତିଷ୍ଠାତା ଗୁରୁ ନାନକ ( 1469-1539 ) ମଧ୍ୟ ଏଠାରେ 40 ଦିନ ଧରି ତପସ୍ୟା କରିଥିଲେ । ମୋଗଲ ସମ୍ରାଟ ଆକବର ( 1542-1605 ) ଏଠାକୁ 2 ଥର ପରିଦର୍ଶନରେ ଆସି ଜଳକୁଣ୍ଡ ନିର୍ମାଣ କରେଇଥିଲେ । ସମ୍ରାଟ ଜାହାଙ୍ଗୀର ( 1605-1627 ) ଏଠାକୁ ଆସି ପରିଦର୍ଶନ କରିଥିଲେ । ପରେ ଆହମଦ ଶାହ ଅବ୍ଦଳି ଏଠାରେ ଆଶ୍ରମକୁ ଲୂଟକରିଥିଲେ .[୧] ପରେ ମହାରାଜ ରଣଜୀତ ସିଂହ ( 1780-1839 ) ଏଠାକୁ ଆସି ଏଠାରେ ଏକ ବଡ ଜଳାଶୟ ନିର୍ମାଣର ବ୍ୟବସ୍ଥା କରିଥିଲେ । ଗୁରୁ ନାନକ ଉପାସନା କରିଥିବା ପିଠାଠାରେ ନିର୍ମିତ ହେଇଥିବା ସ୍ମାରକୀ ଭଗ୍ନ ଅବସ୍ଥାରେ ଥିଲେ ମଧ୍ୟ ଶିକ୍ଷା ସଂପ୍ରଦାଯଙ୍କ ପାଇଁ ତାହା ଏକ ପବିତ୍ର ସ୍ଥଳୀ ଭାବରେ ଆଦୃତ । ବ୍ରିଟିଶ ଶାସନ କାଳରେ ଏଠାକୁ ରାସ୍ତା ନିର୍ମିତ ହେବା ସହ ପୁଷ୍କରିଣୀ ମଧ୍ୟ ଖୋଦିତ ହେଇଥିଲା । ତେବେ ବର୍ତ୍ତମାନ ହିନ୍ଦୁ ମନ୍ଦିର ଓ ମଠ ମଧ୍ୟ ଭଗ୍ନାବସ୍ଥାରେ ରହିଛି । [୧]
ସାହିତ୍ୟ ରେ ତିଲ୍ଲା ଯୋଗିଆ
[ସମ୍ପାଦନା]ତିଲ୍ଲା ଯୋଗିଆ ପ୍ରକ୍ଷାତ ସାହିତ୍ୟ ହିର ରଞ୍ଝାରେ ଉଲ୍ଲିଖିତ ହେଇଥିଲା । ଏହାର ନାୟକ ଏଠାକୁ ଆସି ଗୁରୁ ଗୋରଖନାଥଙ୍କ ସଂପ୍ରଦାଯରେ ଯୋଗ ଦେଇଥିଲେ । .[୩]
ପାକିସ୍ଥାନର ପ୍ରଧାନ ମନ୍ତ୍ରୀ ଏହି ସ୍ଥଳକୁ ପରିଦର୍ଶନରେ ଆସି ଏହାର ପ୍ରକୃତିକ ସୌନ୍ଦର୍ଜ୍ୟର ରକ୍ଷଣ ପାଇଁ ବ୍ୟବସ୍ଥା କରିଥିଲେ ।
ବାହାର ଲିଙ୍କ
[ସମ୍ପାଦନା]- Trekking on the Tilla Jogian by Shaikh Muhammad Ali
- Tilla Jogian picture travelogue
- Tilla Jogian destruction of 1st century BC heritage of Pakistan
ପୁନଶ୍ଚ ଦେଖଣା
[ସମ୍ପାଦନା]- Tilla Satellite Launch Center
- Hinduism in Pakistan
- Evacuee Trust Property Board
- Mankiala Stupa
- Hinduism in Pakistan
- Hinglaj Mata
- Kalat Kali Temple
- Katasraj temple
- Malot
- Multan Sun Temple
- Prahladpuri Temple, Multan
- Sadh Belo
- Sakesar
- Shivaharkaray
- Shiv Mandir, Umerkot
- Shri Varun Dev Mandir
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Tilla Jogian Hindu heritage
- ↑ Gorakhnāth and the Kānphaṭa Yogīs, George Weston Briggs, Motilal Banarsidass Publishers, 1938, [//en.wikipedia.org/wiki/Special:BookSources/9788120805644 ISBN 9788120805644, .
- ↑ The social space of language: vernacular culture in British colonial Punjab, Farina Mir, University of California Press, 2010, [//en.wikipedia.org/wiki/Special:BookSources/9780520262690 ISBN 9780520262690, .