Jump to content

ଦାମୋଦର ନଦୀ

ଉଇକିପିଡ଼ିଆ‌ରୁ
୦୮:୫୬, ୨୨ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Damodar River") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଦାମୋଦର ନଦୀ  (Pron:/ˈdæmoˌdaː/)ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ଦେଇ ପ୍ରବାହିତ ହଉଥିବା ଏକ ମୁଖ୍ୟ ନଦୀ । ଏହି ନଦୀ ଉପତ୍ୟକା ଅଞ୍ଚଳ ଖଣିଜ ସମ୍ପଦ ରେ ପରିପୂର୍ଣ ଓ ଏହାର ତଟବର୍ତୀଇଲାକା ରେ ବହୁଳ ପରିମାଣ ରେ ଖଣି ଓ ସମ୍ପର୍କିତ ଶିଳ୍ପ ରେ ପରିପୂର୍ଣ । ଏହା ପ୍ରଥମେ " ପଶ୍ଚିମ ବଙ୍ଗ ର ଦୁଖ " ନାମରେ କୁହାଯାଇଥାଇ ପ୍ରତିବର୍ଷ ବନ୍ୟା ବଙ୍ଗୀୟ ସମତଳ ଅଞ୍ଚଳ ରେ ବିପତ୍ତି ସୃଷ୍ଟି କରୁଥିଲା । ତେବେ ବର୍ତମାନ ଦାମୋଦର ଓ ତାହାର ଶାଖା ନଦୀ ସମୂହ ରେ  ଅନେକ ବନ୍ଧ ନିର୍ମାଣ କରାଯାଇ ଜଳଭଣ୍ଡାର ରେ ଜଳ ସଂଗ୍ରହ କରାଯିବାରୁ ବନ୍ୟା ବିପତ୍ତି ଅନେକ ପରିମାଣ ରେ ରୋକା ଯାଇ ପାରିଛି । 

ବ୍ୟୁପତ୍ତି 

ସଂସ୍କୃତ ରେ 'ଦାମ' କୁ ରଜ୍ଜୁ କୁହାଯାଇଥାଏ ଓ " ଉଦର" ପେଟ କୁ ବୁଝାଏ ।ତେଣୁ ଏହା " ପେଟ କୁ ଘେରେଇ ରହିଥିବା ରଜ୍ଜୁ ( ବେଲ୍ଟ)" କୁ ବୁଝାଏ । ହିନ୍ଦୁ ଦେବତା କୃଷ୍ଣ ଙ୍କୁ ତାଙ୍କ ବିମାତା ରଜ୍ଜୁ ରେ ବାନ୍ଧି ଥିଲେ ବୋଲି ପୁରାଣ ରେ ଉଲେଖ । .[]

ଉପନଦୀ ସମୂହ 

ବରକାର , କୋନାର । ବୋକାରୋ , ହରାରୋ , ଯମୁନିଆ , ଘରି, ଗୁଆଇଆ, ଖଣ୍ଡିଆ , ଓ ଭେରା ଆଦି ଏଗାର ଉପନଦୀ ଗୁଡିକ । .[][]

ବରକାର ଏହାର ମୁଖ୍ୟ ଉପନଦୀ । ଏହା ପଦ୍ମା ନଦୀ ରୁ ହଜାରିବାଗ ଜିଲ୍ଲା ରେ ବାହାରି ଝାଡ଼ଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ହେଇ ଦିଶେର୍ଗଦ ଠାରେ ଦାମୋଦର ସହ ଲୀନ ହୁଏ । ଏହି ନଦୀ ଓ ଦାମୋଦର ଛୋଟନାଗପୁର ମାଳଭୂମି ଅଞ୍ଚଳ କୁ ତ୍ରିଭକ୍ତ କରିଥାଏ । ଏହା ପାର୍ବତ୍ଯ ଅଞ୍ଚଳ ରେ ତୀବ୍ର ଗତି ରେ ପ୍ରବାହିତ ହେଇଥାଏ ଓ ଏଥିରେ ବାରାହୀ ନିକଟ ରେ ଗ୍ରାଣ୍ଡ ଟ୍ରଙ୍କ ରୋଡ ପାଇଁ  ଦୁଇଟି ବୃହତ ସେତୁ ରହିଛି । ଶେଠୀ ମଧ୍ୟ ରୁ ଏକ ସେତୁ ବରକାର ନଦୀ ର ପ୍ରବଳ ବନ୍ୟାଜଳ ରେ ଧୋଇ ହେଇ ଯାଇଥିଲା । ଏକ ସେତୁ 1913 ମସିହା ରେ ପ୍ରସ୍ତର ଦ୍ଵାରା ନିର୍ମିତ ହେଇଥିଲା ଓ ଅନନ୍ୟ ଏକ 1946 ମସିହା ରେ ନିର୍ମିତ ହେଇଥିଲା । .[]

ଦୁଖ ର ନଦୀ 

ବର୍ଷା ଋତୁ ସମୟ ରେ ଛୋଟନାଗପୁର ମାଳଭୂମି ଅଞ୍ଚଳ ରେ ହାରାହାରି 1,400 ମିଲିମିଟର ବୃଷ୍ଟିପାତ ହେଇଥାଏ । ଏହା ଦ୍ଵାରା ଦାମୋଦର ନଦୀ ଓ ତାହାର ଉପନଦୀ ରେ ଜଳ ତୀବ୍ର ଗତି ରେ ସମତଳ ଅଞ୍ଚଳ କୁ ପ୍ରବାହିତ ହେଇଥାଏ । ଏହା ତଳ ଅଞ୍ଚଳ ରେ କୁଳ ଲଂଘିବା ସହ  ବହୁ କାଳ ରୁ ପ୍ରବଳ ବନ୍ୟା ସୃଷ୍ଟି କରିଆସୁଥିଲା । .[]  

  1. ୧.୦ ୧.୧ Chattopadhyay, Akkori, Bardhaman Jelar Itihas O Lok Sanskriti (History and Folk lore of Bardhaman District.
  2. Sabharwal, L.R., I.F.S., Conservator of Forests, Bihar, Notes as part of Appendix IV to Report of the Damodar Flood Enquiry Committee, 1943, republished in Rivers of Bengal, a compilation, Vol III, 2002, p. 236, West Bengal District Gazeteers, Government of West Bengal
  3. Houlton, Sir John, Bihar the Heart of India, 1949, p. 117, Orient Longmans Ltd.
  4. {{cite web}}: Empty citation (help)
Krishak Setu over the Damodar River, near Bardhaman
The Damodar in its upper reaches

ଦାମୋଦର ଉପତ୍ୟକା 

ହଜାରିବାଗ , ବୋକାରୋ , କୋଦରମା ଆଦି ଅଞ୍ଚଳ କୁ ନେଇ ଦାମୋଦର ଉପତ୍ୟକା ରହିଛି । ଏହି ଉପତ୍ୟକା ବିପୁଲ୍ଲ ପରିମାଣ ରେ ଖଣିଜ ଦ୍ରବ୍ୟ ରେ ପରିପୂର୍ଣ । ନଦୀ ଜଳ ର ଉପଲବ୍ଧିତା ହେତୁ ଏହି ଅଞ୍ଚଳ ରେ ବହୁ ଶିଳ୍ପ ଗଢି ଉଠି ପଶ୍ଚିମ ବଙ୍ଗ , ଝାଡ଼ଖଣ୍ଡ ଆଦି ରାଜ୍ୟ ର ଅର୍ଥନୀତି ରେ ବହୁତ ଉନ୍ନତି ଆଣିଛି । 1948 ମସିହା ରେ ଏଠାରେ ବହୁମୂଖୀ ଜଳଭଣ୍ଡାର ପ୍ରକଳ୍ପ , ଯାହା ସ୍ଵାଧୀନ ଭାରତ ର ପ୍ରଥମ ବହୁମୂଖୀ ବିଶାଳ ପ୍ରକଳ୍ପ ଥିଲା , ତାହା କାର୍ଯ୍ୟକାରୀ ହେଲା ପରେ ଏହା ଜଳ ବିଦ୍ୟୁତ ଓ ଜଳସେଚନ ଦେବା ସହ ବନ୍ୟା ନିୟନ୍ତ୍ରଣ ରେ ଅଗ୍ରଣୀ ଭୂମିକା ନେଇଛି । ଦାମୋଦର ଉପତ୍ୟକାଞ୍ଚଲା ରେ 2.883 ବର୍ଗକିଲୋମିଟର ଅଞ୍ଚଳ ରେ କୋଇଲା ଥିବାର ଅନିଷ୍କାର କରଯାଇଥିଲା । ଏହି ଠାରେ ବର୍ତମାନ , ଝରିଆ , ରାଣିଗଞ୍ଜ , ପଶ୍ଚିମ ବୋକାରୋ , ପୂର୍ବ ବୋକାରୋ , ରାମଗଡ , ଦକ୍ଷିଣ କରାନପୁରା ଉତ୍ତର କରାନପୁରା କୋଇଲାଖଣି ସମୂହ ରହିଛି । [] 


Randihaweir on lower Damodar

Damodar River (Pron:/ˈdæmoˌdaː/) is a river flowing across the Indian states of West Bengal and Jharkhand. Rich in mineral resources, the valley is home to large-scale mining and industrial activity. Earlier known as the Sorrow of Bengal[] because of its ravaging floods in the plains of West Bengal, the Damodar and its tributaries have been somewhat tamed with the construction of several dams.

ଆଧାର ସମୂହ