ଦାମୋଦର ନଦୀ

ଉଇକିପିଡ଼ିଆ‌ରୁ
ଦାମୋଦର ନଦୀ
Damodar River in the lower reaches of the Chota Nagpur Plateau in dry season
Damodar River in the lower reaches of the Chota Nagpur Plateau in dry season
Damodar Map
Damodar Map
CountryIndia
LocationBokaro, Asansol, Raniganj, Durgapur, Bardhaman
Basin
Main sourceChandwa, latehar , Chota Nagpur Plateau, Jharkhand
River mouthHooghly River, Howrah district, West Bengal
Physical characteristics
Length592 km (368 mi)
Discharge
  • Average rate:
    296 m3/s (10,500 cu ft/s)[୧]
Features
Tributaries

ଦାମୋଦର ନଦୀ  (Pron:/ˈdæmoˌdaː/)ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ଦେଇ ପ୍ରବାହିତ ହଉଥିବା ଏକ ମୁଖ୍ୟ ନଦୀ । ଏହି ନଦୀ ଉପତ୍ୟକା ଅଞ୍ଚଳ ଖଣିଜ ସମ୍ପଦରେ ପରିପୂର୍ଣ ଓ ଏହାର ତଟବର୍ତୀଇଲାକାରେ ବହୁଳ ପରିମାଣରେ ଖଣି ଓ ସମ୍ପର୍କିତ ଶିଳ୍ପରେ ପରିପୂର୍ଣ । ଏହା ପ୍ରଥମେ " ପଶ୍ଚିମ ବଙ୍ଗର ଦୁଖ " ନାମରେ କୁହାଯାଇଥାଇ ପ୍ରତିବର୍ଷ ବନ୍ୟା ବଙ୍ଗୀୟ ସମତଳ ଅଞ୍ଚଳରେ ବିପତ୍ତି ସୃଷ୍ଟି କରୁଥିଲା । ତେବେ ବର୍ତ୍ତମାନ ଦାମୋଦର ଓ ତାହାର ଶାଖା ନଦୀ ସମୂହରେ  ଅନେକ ବନ୍ଧ ନିର୍ମାଣ କରାଯାଇ ଜଳଭଣ୍ଡାରରେ ଜଳ ସଂଗ୍ରହ କରାଯିବାରୁ ବନ୍ୟା ବିପତ୍ତି ଅନେକ ପରିମାଣରେ ରୋକା ଯାଇ ପାରିଛି । 

ବ୍ୟୁପତ୍ତି [ସମ୍ପାଦନା]

ସଂସ୍କୃତରେ 'ଦାମ'କୁ ରଜ୍ଜୁ କୁହାଯାଇଥାଏ ଓ " ଉଦର" ପେଟକୁ ବୁଝାଏ ।ତେଣୁ ଏହା " ପେଟକୁ ଘେରେଇ ରହିଥିବା ରଜ୍ଜୁ ( ବେଲ୍ଟ)"କୁ ବୁଝାଏ । ହିନ୍ଦୁ ଦେବତା କୃଷ୍ଣଙ୍କୁ ତାଙ୍କ ବିମାତା ରଜ୍ଜୁରେ ବାନ୍ଧି ଥିଲେ ବୋଲି ପୁରାଣରେ ଉଲେଖ । .[୨]

ଉପନଦୀ ସମୂହ [ସମ୍ପାଦନା]

ବରକାର , କୋନାର । ବୋକାରୋ , ହରାରୋ , ଯମୁନିଆ , ଘରି, ଗୁଆଇଆ, ଖଣ୍ଡିଆ , ଓ ଭେରା ଆଦି ଏଗାର ଉପନଦୀଗୁଡ଼ିକ । .[୨][୩]

ବରକାର ଏହାର ମୁଖ୍ୟ ଉପନଦୀ । ଏହା ପଦ୍ମା ନଦୀରୁ ହଜାରିବାଗ ଜିଲ୍ଲାରେ ବାହାରି ଝାଡ଼ଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ହେଇ ଦିଶେର୍ଗଦଠାରେ ଦାମୋଦର ସହ ଲୀନ ହୁଏ । ଏହି ନଦୀ ଓ ଦାମୋଦର ଛୋଟନାଗପୁର ମାଳଭୂମି ଅଞ୍ଚଳକୁ ତ୍ରିଭକ୍ତ କରିଥାଏ । ଏହା ପାର୍ବତ୍ଯ ଅଞ୍ଚଳରେ ତୀବ୍ର ଗତିରେ ପ୍ରବାହିତ ହେଇଥାଏ ଓ ଏଥିରେ ବାରାହୀ ନିକଟରେ ଗ୍ରାଣ୍ଡ ଟ୍ରଙ୍କ ରୋଡ ପାଇଁ  ଦୁଇଟି ବୃହତ ସେତୁ ରହିଛି । ଶେଠୀ ମଧ୍ୟରୁ ଏକ ସେତୁ ବରକାର ନଦୀର ପ୍ରବଳ ବନ୍ୟାଜଳରେ ଧୋଇ ହେଇ ଯାଇଥିଲା । ଏକ ସେତୁ 1913 ମସିହାରେ ପ୍ରସ୍ତରଦ୍ୱାରା ନିର୍ମିତ ହେଇଥିଲା ଓ ଅନନ୍ୟ ଏକ 1946 ମସିହାରେ ନିର୍ମିତ ହେଇଥିଲା । .[୪]

ଦୁଖର ନଦୀ [ସମ୍ପାଦନା]

ବର୍ଷା ଋତୁ ସମୟରେ ଛୋଟନାଗପୁର ମାଳଭୂମି ଅଞ୍ଚଳରେ ହାରାହାରି 1,400 ମିଲିମିଟର ବୃଷ୍ଟିପାତ ହେଇଥାଏ । ଏହାଦ୍ୱାରା ଦାମୋଦର ନଦୀ ଓ ତାହାର ଉପନଦୀରେ ଜଳ ତୀବ୍ର ଗତିରେ ସମତଳ ଅଞ୍ଚଳକୁ ପ୍ରବାହିତ ହେଇଥାଏ । ଏହା ତଳ ଅଞ୍ଚଳରେ କୁଳ ଲଂଘିବା ସହ  ବହୁ କାଳରୁ ପ୍ରବଳ ବନ୍ୟା ସୃଷ୍ଟି କରିଆସୁଥିଲା । .[୫]

ଦାମୋଦର ଉପତ୍ୟକା [ସମ୍ପାଦନା]

ହଜାରିବାଗ , ବୋକାରୋ , କୋଦରମା ଆଦି ଅଞ୍ଚଳକୁ ନେଇ ଦାମୋଦର ଉପତ୍ୟକା ରହିଛି । ଏହି ଉପତ୍ୟକା ବିପୁଲ୍ଲ ପରିମାଣରେ ଖଣିଜ ଦ୍ରବ୍ୟରେ ପରିପୂର୍ଣ । ନଦୀ ଜଳର ଉପଲବ୍ଧିତା ହେତୁ ଏହି ଅଞ୍ଚଳରେ ବହୁ ଶିଳ୍ପ ଗଢ଼ି ଉଠି ପଶ୍ଚିମ ବଙ୍ଗ , ଝାଡ଼ଖଣ୍ଡ ଆଦି ରାଜ୍ୟର ଅର୍ଥନୀତିରେ ବହୁତ ଉନ୍ନତି ଆଣିଛି । 1948 ମସିହାରେ ଏଠାରେ ବହୁମୂଖୀ ଜଳଭଣ୍ଡାର ପ୍ରକଳ୍ପ , ଯାହା ସ୍ୱାଧୀନ ଭାରତର ପ୍ରଥମ ବହୁମୂଖୀ ବିଶାଳ ପ୍ରକଳ୍ପ ଥିଲା , ତାହା କାର୍ଯ୍ୟକାରୀ ହେଲା ପରେ ଏହା ଜଳ ବିଦ୍ୟୁତ ଓ ଜଳସେଚନ ଦେବା ସହ ବନ୍ୟା ନିୟନ୍ତ୍ରଣରେ ଅଗ୍ରଣୀ ଭୂମିକା ନେଇଛି । ଦାମୋଦର ଉପତ୍ୟକାଞ୍ଚଲାରେ 2.883 ବର୍ଗକିଲୋମିଟର ଅଞ୍ଚଳରେ କୋଇଲା ଥିବାର ଅନିଷ୍କାର କରାଯାଇଥିଲା । ଏହିଠାରେ ବର୍ତ୍ତମାନ , ଝରିଆ , ରାଣିଗଞ୍ଜ , ପଶ୍ଚିମ ବୋକାରୋ , ପୂର୍ବ ବୋକାରୋ , ରାମଗଡ , ଦକ୍ଷିଣ କରାନପୁରା ଉତ୍ତର କରାନପୁରା କୋଇଲାଖଣି ସମୂହ ରହିଛି । [୬]



ଆଧାର [ସମ୍ପାଦନା]

  1. Damodar Basin Station: Rhondia, UNH/GRDC
  2. ୨.୦ ୨.୧ Chattopadhyay, Akkori, Bardhaman Jelar Itihas O Lok Sanskriti (History and Folk lore of Bardhaman District.
  3. Sabharwal, L.R., I.F.S., Conservator of Forests, Bihar, Notes as part of Appendix IV to Report of the Damodar Flood Enquiry Committee, 1943, republished in Rivers of Bengal, a compilation, Vol III, 2002, p. 236, West Bengal District Gazeteers, Government of West Bengal
  4. Houlton, Sir John, Bihar the Heart of India, 1949, p. 117, Orient Longmans Ltd.
  5. Bose, Dr. N.K., The Problems of Damodar, Appendix IV to Report of the Damodar Flood Enquiry Committee, 1943, republished in Rivers of Bengal, a compilation, Vol III, 2002, p. 204
  6. "Mineral Resources and Coal Mining". Archived from the original on 2011-08-15. Retrieved 2010-05-03.
Krishak Setu over the Damodar River, near Bardhaman
The Damodar in its upper reaches