ଦାମୋଦର ନଦୀ
ଦାମୋଦର ନଦୀ | |
---|---|
Country | India |
Location | Bokaro, Asansol, Raniganj, Durgapur, Bardhaman |
Basin | |
Main source | Chandwa, latehar , Chota Nagpur Plateau, Jharkhand |
River mouth | Hooghly River, Howrah district, West Bengal |
Physical characteristics | |
Length | 592 km (368 mi) |
Discharge |
|
Features | |
Tributaries |
|
ଦାମୋଦର ନଦୀ (Pron:/ˈdæmoˌdaː/)ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ଦେଇ ପ୍ରବାହିତ ହଉଥିବା ଏକ ମୁଖ୍ୟ ନଦୀ । ଏହି ନଦୀ ଉପତ୍ୟକା ଅଞ୍ଚଳ ଖଣିଜ ସମ୍ପଦରେ ପରିପୂର୍ଣ ଓ ଏହାର ତଟବର୍ତୀଇଲାକାରେ ବହୁଳ ପରିମାଣରେ ଖଣି ଓ ସମ୍ପର୍କିତ ଶିଳ୍ପରେ ପରିପୂର୍ଣ । ଏହା ପ୍ରଥମେ " ପଶ୍ଚିମ ବଙ୍ଗର ଦୁଖ " ନାମରେ କୁହାଯାଇଥାଇ ପ୍ରତିବର୍ଷ ବନ୍ୟା ବଙ୍ଗୀୟ ସମତଳ ଅଞ୍ଚଳରେ ବିପତ୍ତି ସୃଷ୍ଟି କରୁଥିଲା । ତେବେ ବର୍ତ୍ତମାନ ଦାମୋଦର ଓ ତାହାର ଶାଖା ନଦୀ ସମୂହରେ ଅନେକ ବନ୍ଧ ନିର୍ମାଣ କରାଯାଇ ଜଳଭଣ୍ଡାରରେ ଜଳ ସଂଗ୍ରହ କରାଯିବାରୁ ବନ୍ୟା ବିପତ୍ତି ଅନେକ ପରିମାଣରେ ରୋକା ଯାଇ ପାରିଛି ।
ବ୍ୟୁପତ୍ତି
[ସମ୍ପାଦନା]ସଂସ୍କୃତରେ 'ଦାମ'କୁ ରଜ୍ଜୁ କୁହାଯାଇଥାଏ ଓ " ଉଦର" ପେଟକୁ ବୁଝାଏ ।ତେଣୁ ଏହା " ପେଟକୁ ଘେରେଇ ରହିଥିବା ରଜ୍ଜୁ ( ବେଲ୍ଟ)"କୁ ବୁଝାଏ । ହିନ୍ଦୁ ଦେବତା କୃଷ୍ଣଙ୍କୁ ତାଙ୍କ ବିମାତା ରଜ୍ଜୁରେ ବାନ୍ଧି ଥିଲେ ବୋଲି ପୁରାଣରେ ଉଲେଖ । .[୨]
ଉପନଦୀ ସମୂହ
[ସମ୍ପାଦନା]ବରକାର , କୋନାର । ବୋକାରୋ , ହରାରୋ , ଯମୁନିଆ , ଘରି, ଗୁଆଇଆ, ଖଣ୍ଡିଆ , ଓ ଭେରା ଆଦି ଏଗାର ଉପନଦୀଗୁଡ଼ିକ । .[୨][୩]
ବରକାର ଏହାର ମୁଖ୍ୟ ଉପନଦୀ । ଏହା ପଦ୍ମା ନଦୀରୁ ହଜାରିବାଗ ଜିଲ୍ଲାରେ ବାହାରି ଝାଡ଼ଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ହେଇ ଦିଶେର୍ଗଦଠାରେ ଦାମୋଦର ସହ ଲୀନ ହୁଏ । ଏହି ନଦୀ ଓ ଦାମୋଦର ଛୋଟନାଗପୁର ମାଳଭୂମି ଅଞ୍ଚଳକୁ ତ୍ରିଭକ୍ତ କରିଥାଏ । ଏହା ପାର୍ବତ୍ଯ ଅଞ୍ଚଳରେ ତୀବ୍ର ଗତିରେ ପ୍ରବାହିତ ହେଇଥାଏ ଓ ଏଥିରେ ବାରାହୀ ନିକଟରେ ଗ୍ରାଣ୍ଡ ଟ୍ରଙ୍କ ରୋଡ ପାଇଁ ଦୁଇଟି ବୃହତ ସେତୁ ରହିଛି । ଶେଠୀ ମଧ୍ୟରୁ ଏକ ସେତୁ ବରକାର ନଦୀର ପ୍ରବଳ ବନ୍ୟାଜଳରେ ଧୋଇ ହେଇ ଯାଇଥିଲା । ଏକ ସେତୁ 1913 ମସିହାରେ ପ୍ରସ୍ତରଦ୍ୱାରା ନିର୍ମିତ ହେଇଥିଲା ଓ ଅନନ୍ୟ ଏକ 1946 ମସିହାରେ ନିର୍ମିତ ହେଇଥିଲା । .[୪]
ଦୁଖର ନଦୀ
[ସମ୍ପାଦନା]ବର୍ଷା ଋତୁ ସମୟରେ ଛୋଟନାଗପୁର ମାଳଭୂମି ଅଞ୍ଚଳରେ ହାରାହାରି 1,400 ମିଲିମିଟର ବୃଷ୍ଟିପାତ ହେଇଥାଏ । ଏହାଦ୍ୱାରା ଦାମୋଦର ନଦୀ ଓ ତାହାର ଉପନଦୀରେ ଜଳ ତୀବ୍ର ଗତିରେ ସମତଳ ଅଞ୍ଚଳକୁ ପ୍ରବାହିତ ହେଇଥାଏ । ଏହା ତଳ ଅଞ୍ଚଳରେ କୁଳ ଲଂଘିବା ସହ ବହୁ କାଳରୁ ପ୍ରବଳ ବନ୍ୟା ସୃଷ୍ଟି କରିଆସୁଥିଲା । .[୫]
ଦାମୋଦର ଉପତ୍ୟକା
[ସମ୍ପାଦନା]ହଜାରିବାଗ , ବୋକାରୋ , କୋଦରମା ଆଦି ଅଞ୍ଚଳକୁ ନେଇ ଦାମୋଦର ଉପତ୍ୟକା ରହିଛି । ଏହି ଉପତ୍ୟକା ବିପୁଲ୍ଲ ପରିମାଣରେ ଖଣିଜ ଦ୍ରବ୍ୟରେ ପରିପୂର୍ଣ । ନଦୀ ଜଳର ଉପଲବ୍ଧିତା ହେତୁ ଏହି ଅଞ୍ଚଳରେ ବହୁ ଶିଳ୍ପ ଗଢ଼ି ଉଠି ପଶ୍ଚିମ ବଙ୍ଗ , ଝାଡ଼ଖଣ୍ଡ ଆଦି ରାଜ୍ୟର ଅର୍ଥନୀତିରେ ବହୁତ ଉନ୍ନତି ଆଣିଛି । 1948 ମସିହାରେ ଏଠାରେ ବହୁମୂଖୀ ଜଳଭଣ୍ଡାର ପ୍ରକଳ୍ପ , ଯାହା ସ୍ୱାଧୀନ ଭାରତର ପ୍ରଥମ ବହୁମୂଖୀ ବିଶାଳ ପ୍ରକଳ୍ପ ଥିଲା , ତାହା କାର୍ଯ୍ୟକାରୀ ହେଲା ପରେ ଏହା ଜଳ ବିଦ୍ୟୁତ ଓ ଜଳସେଚନ ଦେବା ସହ ବନ୍ୟା ନିୟନ୍ତ୍ରଣରେ ଅଗ୍ରଣୀ ଭୂମିକା ନେଇଛି । ଦାମୋଦର ଉପତ୍ୟକାଞ୍ଚଲାରେ 2.883 ବର୍ଗକିଲୋମିଟର ଅଞ୍ଚଳରେ କୋଇଲା ଥିବାର ଅନିଷ୍କାର କରାଯାଇଥିଲା । ଏହିଠାରେ ବର୍ତ୍ତମାନ , ଝରିଆ , ରାଣିଗଞ୍ଜ , ପଶ୍ଚିମ ବୋକାରୋ , ପୂର୍ବ ବୋକାରୋ , ରାମଗଡ , ଦକ୍ଷିଣ କରାନପୁରା ଉତ୍ତର କରାନପୁରା କୋଇଲାଖଣି ସମୂହ ରହିଛି । [୬]
ଆଧାର
[ସମ୍ପାଦନା]- ↑ Damodar Basin Station: Rhondia, UNH/GRDC
- ↑ ୨.୦ ୨.୧ Chattopadhyay, Akkori, Bardhaman Jelar Itihas O Lok Sanskriti (History and Folk lore of Bardhaman District.
- ↑ Sabharwal, L.R., I.F.S., Conservator of Forests, Bihar, Notes as part of Appendix IV to Report of the Damodar Flood Enquiry Committee, 1943, republished in Rivers of Bengal, a compilation, Vol III, 2002, p. 236, West Bengal District Gazeteers, Government of West Bengal
- ↑ Houlton, Sir John, Bihar the Heart of India, 1949, p. 117, Orient Longmans Ltd.
- ↑ Bose, Dr. N.K., The Problems of Damodar, Appendix IV to Report of the Damodar Flood Enquiry Committee, 1943, republished in Rivers of Bengal, a compilation, Vol III, 2002, p. 204
- ↑ "Mineral Resources and Coal Mining". Archived from the original on 2011-08-15. Retrieved 2010-05-03.