ଦିବଙ୍ଗ ନଦୀ
ଦିବଙ୍ଗ ନଦୀ , ବ୍ରହ୍ମପୁତ୍ର ନଦୀ ର ଏକ ଶାଖା ନଦୀ ଓ ଏହା ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ପ୍ରବାହିତ ହୁଏ ।
ଗତିପଥ
Tଦିବଙ୍ଗ ନଦୀ ର ଉପତ୍ତି ଇଣ୍ଡୋ- ଚାଇନୀଜ ସୀମାରେଖା ପାଖରେ ଥିବା ଅରଣାଚଳ ପ୍ରଦେଶ ର କେୟା ସଙ୍କଟ ନିକଟ ରେ ହେଇଥାଏ । ଏହାର ବେସିନ ଅଞ୍ଚଳ ଅରୁଣାଚଳ ପ୍ରଦେଶ ର ଦିବଙ୍ଗ ଉପତ୍ୟକା ଓ ତଳ ଦିବଙ୍ଗ ଉପତ୍ୟକା , [୧] ଦିବଙ୍ଗ ନଦୀ ର ଉପର ଅଂଶ ରେ ମିଶମୀ ପାର୍ବତ୍ଯ ଅଞ୍ଚଳ ରହିଛି ଓ ଏଠାରୁ ଦିବଙ୍ଗ ନଦୀ ସମତଳ କୁ ପ୍ରବେଶ କରେ । ଏଠାରେ ଦିବଙ୍ଗ ନଦୀ ତୀବ୍ର ଗତି ରେ ଗମନ କରେ ଓ ଏହାର ପ୍ରସ୍ଥ ସ୍ଥଳ ବିଶେଷ ରେ 4 ରୁ 9 କିଲୋମିଟର ହେଇଥାଏ । ଏହି ଅଞ୍ଚଳ ରେ ନଦୀ ତାହାର ଗତିପଥ ସମୟ ସମୟ ରେ ପରିବର୍ତନ କରି ବହୁ ଅଞ୍ଚଳ ର ଚାଷ ଜମି ଓ ଜଙ୍ଗଲ କୁ ଦ୍ବଂଶ କରିଥାଏ । .[୨] ଦିବଙ୍ଗ ନଦୀ ର ସମୁଦାଯ ଦୈର୍ଘ୍ୟ 195 କିଲୋମିଟର ଓ ଏହା ଆସାମ ରାଜ୍ୟ ର ସାଇକୋହୋବା ଅଭୟାରଣ୍ୟ ନିକଟସ୍ଥ ସଦୀୟ ସହର ନିକଟ ରେ ଲୋହିତ ନଦୀ ରେ ମାର୍ଜିତ ହୁଏ । .[୩][୪]
ଉପନଦୀ ସମୂହ
ଦିବଙ୍ଗ ନଦୀ ର ମୁଖ୍ୟ ଶାଖା ନଦୀ ଗୁଡିକ ହେଲା ମଥୁନ , ଟଙଗୋନ, ଡ୍ରି, ଈଥୁମ , ଏମରା ।ଏଥିରେ ଆଇରି ପାଣି , ଅହି ,ଅଶୁପାଣି ଏପିଫାନୀ ଓ ଦେଓପାଣି ଆଦି ଉପନଦୀ ଯୋଗ ଦିଅନ୍ତି । ଏଠି ମଧ୍ୟ ରୁ ଅନେକ ଏହା ସହ ଉପର ମୁଣ୍ଡ ସ୍ଥ ପାର୍ବତ୍ଯ ଇଲାକା ରେ ଯୋଗ ଦେଇଥାନ୍ତି । [୧][୨]
ଜଳବିଦ୍ୟୁତ ପ୍ରକଳ୍ପ ସବୁ
2008 ମସିହା ରେ ତତ୍ କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ 3000 ମେଗାୱାଟ କ୍ଷ୍ୟମତା ବିଶିଷ୍ଟ ଜଳ ବିଦ୍ୟୁତ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହା ତଳ ଦିବଙ୍ଗ ଉପତ୍ୟକା ଜିଲ୍ଲା ରେ ଏକ ବହମୁଖୀ ପ୍ରକଳ୍ପ ଭାବରେ କରାଯାଇଥିଲା । ଏହି ନଦୀ ରେ 17 ଟି ଅନ୍ୟ ପ୍ରକଳ୍ପ 20 ରୁ 4500 ମେଗା ୱାଟ ଶକ୍ତି ଉତ୍ପାଦନ କ୍ଷ୍ୟମତା ଥାଇ କରାଯିବା ପାଇଁ ସ୍ଥିରୀକୃତ ହେଇଛି । ପ୍ରସ୍ତାବିତ ଦିବଙ୍ଗ ଡେମ ନିର୍ମିତ ହେଲେ ଠ 288 ମିଟର ପତ୍ତନ ଉପରେ ରହି ବିଶ୍ଵ ର ସର୍ବୋଛ ଜଳଚପ ବନ୍ଧ ହେବା ସହ ଭାରତ ର ଏକ ସର୍ବବୃହତ ହେଇପାରିବ । ତେବେ ହେଇ ପ୍ରକଳ୍ପ ଆସାମ ର ଲୋକ ଙ୍କ ବିରୋଧ ଯୋଗୁଁ ଅଦ୍ୟାବଧି ହେଇ ପରି ନାହିଁ ।[୧][୫][୬]
ଆଧାର ସମୂହ
- ↑ ୧.୦ ୧.୧ ୧.୨
{{cite web}}
: Empty citation (help) - ↑ ୨.୦ ୨.୧
{{cite web}}
: Empty citation (help) - ↑ "Restoration Proposal for Dibang & Lohit Rivers". Retrieved 14 September 2013.
- ↑ "Dibang sub basin of Brahmaputra Basin". National Institute of Hydrology. Retrieved 14 September 2013.
- ↑ "Disquiet in Dibang". Down to Earth. 15 May 2008. Retrieved 14 September 2013.
- ↑ "Protests against public hearing on Dibang dam". The Assam Tribune. 5 March 2013. Retrieved 14 September 2013.