ବନ୍ଧବାହାଲ
ଦେଖଣା
ବନ୍ଧବାହାଲ ଭାରତୀୟ ରାଜ୍ୟ ଓଡିଶା ର ଝାରସୁଗୁଡା ଜିଲ୍ଲା ସ୍ଥିତ ଏକ କ୍ଷୁଦ୍ର ସହରାଞ୍ଚଳ । [୧] ଏଠାରେ ମହାନଦୀ କୋଇଲାଖଣି ଲିମିଟେଡ ଓ ବେଲପାହାର ଓପନ କାସ୍ତ ଖଣି ଅଧୀନ ରେ ପରିଚାଳିତ ଅନେକ କୋଇଲା ଖଣି ରହିଛି । [୨] ଏହି ଅଞ୍ଚଳର ବର୍ତମାନ ବହୁଳ ବିକାଶ ଘଟି ଏହା ଦୃଷ୍ଟିଗୋଚର କରିଛି । ଏଠାରେ DAV ଦ୍ଵାରା ଏକ ଉତ୍କୃଷ୍ଟ ପବ୍ଲିକ ସ୍କୁଲ ଖୋଲିଛି ।
ଅର୍ଥନୈତିକ ସ୍ଥିତି
- ଏଠାରେ ଥିବା ଅଧିକାଂଶ ଆଦିବାସୀ କୋଇଲାଖଣି ଉପରେ ନିଜର ଜୀବିକା ନିର୍ବାହ ପାଇଁ ନିର୍ଭରଶୀଳ ହେଇଥିବା ବେଳେ ଅନନ୍ୟ ମାନେ ବ୍ୟବସାୟ , ପରିବହନ ଆଦି ମଧ୍ୟ କରିଥାନ୍ତି ।
- କୋଇଲା ପରିବହନ ମୁଖ୍ଯତଃ ଏଠାରୁ ରାସ୍ତା ପଥ ଦେଇ ହେଇଥାଏ । ଏଠାରେ ବେସରକାରୀ ଭାବରେ ବହୁ ସଂଖ୍ୟକ ଟ୍ରକ ମାଲିକ ମାନେ ରହି କୋଇଲା ପରିବହନ କରନ୍ତି ।
- ଏଠାରେ LKP,BOCM, ଲିଲାରି ପରି ଓପନ କାସ୍ତ ଖଣି ରହିଛି ।
ଦର୍ଶନୀୟ ସ୍ଥାନ
- ଜଗନ୍ନାଥ ମନ୍ଦିର
- ଓପନ କାଷ୍ଟ କୋଇଲା ଖଣି
- ରଥ ଯାତ୍ରା
ନିକଟସ୍ଥ ଦର୍ଶନୀୟ ସ୍ଥାନ
- ବାନ୍ଧବାହାଲ ଠାରେ ଓଡିଶା ର ଦ୍ଵିତୀୟ ସର୍ବୋଛ ଜଗନ୍ନାଥ ମନ୍ଦିର
- କୋଇଲି ଘୁଘର ଜଳପ୍ରପାତ , ଲଖାନପୁର
- ପ୍ରାଚୀନ କୋଲାବୀରା ଦୁର୍ଗ
ଯାନୀ ଯାତ୍ରା
- ଧନୁ ଯାତ୍ରା
- ରଥ ଯାତ୍ରା
- ନୂଆ ଖାଇ ଭେଟା
- ବିଶ୍ଵକର୍ମା ପୂଜା
- ଦଶହରା ପୂଜା
ଯାତାୟାତ
- ରାସ୍ତା ଦ୍ଵାରା ଏହି ସ୍ଥାନ ସମସ୍ତ ମୁଖ୍ୟଞ୍ଚଳ ସହ ସଂଯୁକ୍ତ
- ନିକଟସ୍ଥ ରେଳ ଷ୍ଟେସନ ବେଲପାହାଡ ଠାରେ
- ନିକଟସ୍ଥ ବିମାନ ବନ୍ଦର ଝାରସୁଗୁଡା ଠାରେ
ବିଭିନ୍ନ ଆସ୍ଥାନ ରୁ ଦୂରତା
- ବେଲପାହାଡ -11 କିଲୋମିଟର
- ବ୍ରଜରାଜନଗର -18 କିଲୋମିଟର
- ଝାରସୁଗୁଡା -35 କିଲୋମିଟର
- ଭୁବନେଶ୍ବର -400 କିଲୋମିଟର
- ଇବ ତାପଜ ବିଦ୍ୟୁତ କେନ୍ଦ୍ର -7 କିଲୋମିଟର
ଆଧାର ସମୂହ
- ↑ "Bandhabahal Village , Lakhanpur Tehsil , Jharsuguda District". omnefivenine.com. 2012. Retrieved 30 March 2012.
Bandhabahal
- ↑ "Bandhabahal - eNotes.com Reference". enotes.com. 2012. Retrieved 30 March 2012.
Bandhabahal