ବନ୍ଧବାହାଲ

ଉଇକିପିଡ଼ିଆ‌ରୁ

ବନ୍ଧବାହାଲ ଭାରତୀୟ ରାଜ୍ୟ ଓଡ଼ିଶାର ଝାରସୁଗୁଡା ଜିଲ୍ଲାସ୍ଥିତ ଏକ କ୍ଷୁଦ୍ର ସହରାଞ୍ଚଳ । [୧] ଏଠାରେ ମହାନଦୀ କୋଇଲାଖଣି ଲିମିଟେଡ ଓ ବେଲପାହାଡ଼ ଓପେନ କାଷ୍ଟ ଖଣି ଅଧୀନରେ ପରିଚାଳିତ ଅନେକ କୋଇଲା ଖଣି ରହିଛି । [୨] ଏହି ଅଞ୍ଚଳର  ବର୍ତ୍ତମାନ ବହୁଳ ବିକାଶ ଘଟି ଏହା ଦୃଷ୍ଟିଗୋଚର କରିଛି । ଏଠାରେ DAVଦ୍ୱାରା ଏକ ଉତ୍କୃଷ୍ଟ ପବ୍ଲିକ ସ୍କୁଲ ଖୋଲିଛି । 

ଅର୍ଥନୈତିକ ସ୍ଥିତି [ସମ୍ପାଦନା]

  • ଏଠାରେ ଥିବା ଅଧିକାଂଶ ଅଧିବାସୀ କୋଇଲାଖଣି ଉପରେ ନିଜର ଜୀବିକା ନିର୍ବାହ ପାଇଁ ନିର୍ଭରଶୀଳ ହେଇଥିବା ବେଳେ ଅନ୍ୟାନ୍ୟମାନେ ବ୍ୟବସାୟ , ପରିବହନ ଆଦି ମଧ୍ୟ କରିଥାନ୍ତି । 
  • କୋଇଲା ପରିବହନ ମୁଖ୍ୟତଃ ଏଠାରୁ ରାସ୍ତା ପଥ ଦେଇ ହେଇଥାଏ । ଏଠାରେ ବେସରକାରୀ ଭାବରେ ବହୁ ସଂଖ୍ୟକ ଟ୍ରକ ମାଲିକମାନେ ରହି କୋଇଲା ପରିବହନ କରନ୍ତି । 
  • ଏଠାରେ LKP,BOCM ପରି ବହୁ ଓପେନ କାଷ୍ଟ ଖଣି ରହିଛି ।  

ଦର୍ଶନୀୟ ସ୍ଥାନ [ସମ୍ପାଦନା]

  • ଜଗନ୍ନାଥ ମନ୍ଦିର 
  • ଓପନ କାଷ୍ଟ କୋଇଲା ଖଣି 
  • ରଥ ଯାତ୍ରା 

ନିକଟସ୍ଥ ଦର୍ଶନୀୟ ସ୍ଥାନ [ସମ୍ପାଦନା]

  • ବାନ୍ଧବାହାଲଠାରେ ଓଡ଼ିଶାର ଦ୍ୱିତୀୟ ସର୍ବୋଚ୍ଚ ଜଗନ୍ନାଥ ମନ୍ଦିର 
  • କୋଇଲି ଘୁଘର ଜଳପ୍ରପାତ , ଲଖନପୁର 
  • ପ୍ରାଚୀନ କୋଲାବୀରା ଦୁର୍ଗ 

ଯାନୀ ଯାତ୍ରା [ସମ୍ପାଦନା]

  • ଧନୁ ଯାତ୍ରା 
  • ରଥ ଯାତ୍ରା 
  • ନୂଆ ଖାଇ ଭେଟା 
  • ବିଶ୍ୱକର୍ମା ପୂଜା 
  • ଦଶହରା ପୂଜା 

ଯାତାୟତ [ସମ୍ପାଦନା]

  • ରାସ୍ତାଦ୍ୱାରା ଏହି ସ୍ଥାନ ସମସ୍ତ ମୁଖ୍ୟଞ୍ଚଳ ସହ ସଂଯୁକ୍ତ 
  • ନିକଟସ୍ଥ ରେଳ ଷ୍ଟେସନ ବେଲପାହାଡ ଠାରେ 
  • ନିକଟସ୍ଥ ବିମାନ ବନ୍ଦର ଝାରସୁଗୁଡା ଠାରେ 

ବିଭିନ୍ନ ଆସ୍ଥାନରୁ ଦୂରତା [ସମ୍ପାଦନା]

  • ବେଲପାହାଡ -11 କିଲୋମିଟର 
  • ବ୍ରଜରାଜନଗର -18  କିଲୋମିଟର
  • ଝାରସୁଗୁଡା -35 କିଲୋମିଟର 
  • ଭୁବନେଶ୍ୱର -400 କିଲୋମିଟର 
  • ଇବ ତାପଜ ବିଦ୍ୟୁତ କେନ୍ଦ୍ର -7 କିଲୋମିଟର  

ଆଧାର [ସମ୍ପାଦନା]

  1. "Bandhabahal Village , Lakhanpur Tehsil , Jharsuguda District". omnefivenine.com. 2012. Retrieved 30 March 2012. Bandhabahal
  2. "Bandhabahal - eNotes.com Reference". enotes.com. 2012. Retrieved 30 March 2012. Bandhabahal

ବାହାର ଲିଙ୍କ [ସମ୍ପାଦନା]