ବନ୍ଧବାହାଲ
Appearance
ବନ୍ଧବାହାଲ ଭାରତୀୟ ରାଜ୍ୟ ଓଡ଼ିଶାର ଝାରସୁଗୁଡା ଜିଲ୍ଲାସ୍ଥିତ ଏକ କ୍ଷୁଦ୍ର ସହରାଞ୍ଚଳ । [୧] ଏଠାରେ ମହାନଦୀ କୋଇଲାଖଣି ଲିମିଟେଡ ଓ ବେଲପାହାଡ଼ ଓପେନ କାଷ୍ଟ ଖଣି ଅଧୀନରେ ପରିଚାଳିତ ଅନେକ କୋଇଲା ଖଣି ରହିଛି । [୨] ଏହି ଅଞ୍ଚଳର ବର୍ତ୍ତମାନ ବହୁଳ ବିକାଶ ଘଟି ଏହା ଦୃଷ୍ଟିଗୋଚର କରିଛି । ଏଠାରେ DAVଦ୍ୱାରା ଏକ ଉତ୍କୃଷ୍ଟ ପବ୍ଲିକ ସ୍କୁଲ ଖୋଲିଛି ।
ଅର୍ଥନୈତିକ ସ୍ଥିତି
[ସମ୍ପାଦନା]- ଏଠାରେ ଥିବା ଅଧିକାଂଶ ଅଧିବାସୀ କୋଇଲାଖଣି ଉପରେ ନିଜର ଜୀବିକା ନିର୍ବାହ ପାଇଁ ନିର୍ଭରଶୀଳ ହେଇଥିବା ବେଳେ ଅନ୍ୟାନ୍ୟମାନେ ବ୍ୟବସାୟ , ପରିବହନ ଆଦି ମଧ୍ୟ କରିଥାନ୍ତି ।
- କୋଇଲା ପରିବହନ ମୁଖ୍ୟତଃ ଏଠାରୁ ରାସ୍ତା ପଥ ଦେଇ ହେଇଥାଏ । ଏଠାରେ ବେସରକାରୀ ଭାବରେ ବହୁ ସଂଖ୍ୟକ ଟ୍ରକ ମାଲିକମାନେ ରହି କୋଇଲା ପରିବହନ କରନ୍ତି ।
- ଏଠାରେ LKP,BOCM ପରି ବହୁ ଓପେନ କାଷ୍ଟ ଖଣି ରହିଛି ।
ଦର୍ଶନୀୟ ସ୍ଥାନ
[ସମ୍ପାଦନା]- ଜଗନ୍ନାଥ ମନ୍ଦିର
- ଓପନ କାଷ୍ଟ କୋଇଲା ଖଣି
- ରଥ ଯାତ୍ରା
ନିକଟସ୍ଥ ଦର୍ଶନୀୟ ସ୍ଥାନ
[ସମ୍ପାଦନା]- ବାନ୍ଧବାହାଲଠାରେ ଓଡ଼ିଶାର ଦ୍ୱିତୀୟ ସର୍ବୋଚ୍ଚ ଜଗନ୍ନାଥ ମନ୍ଦିର
- କୋଇଲି ଘୁଘର ଜଳପ୍ରପାତ , ଲଖନପୁର
- ପ୍ରାଚୀନ କୋଲାବୀରା ଦୁର୍ଗ
ଯାନୀ ଯାତ୍ରା
[ସମ୍ପାଦନା]- ଧନୁ ଯାତ୍ରା
- ରଥ ଯାତ୍ରା
- ନୂଆ ଖାଇ ଭେଟା
- ବିଶ୍ୱକର୍ମା ପୂଜା
- ଦଶହରା ପୂଜା
ଯାତାୟତ
[ସମ୍ପାଦନା]- ରାସ୍ତାଦ୍ୱାରା ଏହି ସ୍ଥାନ ସମସ୍ତ ମୁଖ୍ୟଞ୍ଚଳ ସହ ସଂଯୁକ୍ତ
- ନିକଟସ୍ଥ ରେଳ ଷ୍ଟେସନ ବେଲପାହାଡ ଠାରେ
- ନିକଟସ୍ଥ ବିମାନ ବନ୍ଦର ଝାରସୁଗୁଡା ଠାରେ
ବିଭିନ୍ନ ଆସ୍ଥାନରୁ ଦୂରତା
[ସମ୍ପାଦନା]- ବେଲପାହାଡ -11 କିଲୋମିଟର
- ବ୍ରଜରାଜନଗର -18 କିଲୋମିଟର
- ଝାରସୁଗୁଡା -35 କିଲୋମିଟର
- ଭୁବନେଶ୍ୱର -400 କିଲୋମିଟର
- ଇବ ତାପଜ ବିଦ୍ୟୁତ କେନ୍ଦ୍ର -7 କିଲୋମିଟର
ଆଧାର
[ସମ୍ପାଦନା]- ↑ "Bandhabahal Village , Lakhanpur Tehsil , Jharsuguda District". omnefivenine.com. 2012. Retrieved 30 March 2012.
Bandhabahal
- ↑ "Bandhabahal - eNotes.com Reference". enotes.com. 2012. Retrieved 30 March 2012.
Bandhabahal