ଛତ୍ରୀ
ଛତ୍ରୀ ଗୁଡିକ ସ୍ତମ୍ଭ ଗୁଡିକ ଉପରେ ଉଠେଇ ବସା ଯାଇଥିବା ସ୍ତୁପାକାର ମଣ୍ଡପ । ଏହା ଏକ ଭାରତୀୟ ସ୍ଥାପତ୍ୟ କଳା ହିସାବ ରେ ନିର୍ମିତ ହେଇଥାଏ । ଛତ୍ରୀ ଶବ୍ଦ ଟି ଛତା ରୁ ଉଦ୍ଧୃତ । ଏହି ଛତ୍ରୀ ସ୍ଥାପତ୍ୟ ରେ ଦୁଇ ପ୍ରକାର ଉପଯୋଗ ହେଇଥାଏ । ସ୍ମାରକୀ ପାଇଁ ବା ସମାଧି ସ୍ଥଳ ଉପରେ ଏହାର ନିର୍ମାଣ ଦେଖାଯାଉଥିଲା । ଏଗୁଡିକ ବିଭିନ୍ନ ଆଲଙ୍କାରିକ ଭାବରେ ନିର୍ମିତ ହାଉଥିଲା ଓ ଏହାର କୌଣଶୀ ଭ୍ୟବହାରିକ ଉପଯୋଗ ନଥାଏ ।
ପ୍ରାଚୀନ କାଳ ରେ ଜାଟ୍ , ମରଠା , ରାଜପୁତ ବଂଶ ମାନଙ୍କ ମହଲ , ସ୍ମାରକୀ , ଦୁର୍ଗ ଇତ୍ୟାଦି ସ୍ଥାନ ରେ ଛତ୍ରୀ ର ନିର୍ମାଣ ବହୁ ପରିମାଣ ରେ ଦେଖାଯାଇଥାଏ । ମୂଳ ରୂପରେ ରାଜସ୍ଥାନୀ ସ୍ଥାପତ୍ୟ ରୁ ଆସିଥିବା ଏହି ଛତ୍ରୀ ନିର୍ମାଣ କଳା ଦେଶ ସାରା ରାଜା ପରିବାର ମାନଙ୍କ ମହଲ ରେ ଦେଖାଗଲା । ଏହା ମୋଗଲ ସ୍ଥାପତ୍ୟ ରେ ମଧ୍ୟ ବହୁଳ ଭାବରେ ପ୍ରୟୋଗ ହେଇଥିଲା । ହୁମାୟୁନ ଙ୍କ କବର , ବାବର ଙ୍କ କବର , ତାଜ ମହଲ ଆଦି ରେନିର୍ମିତ ଛତ୍ରୀ ରେ ହିନ୍ଦୁ ସ୍ଥାପତ୍ୟ କଳା ସହ ମୋଗଲ ସ୍ଥାପତ୍ୟ ର ମିଶ୍ରଣ ଦେଖିବାକୁ ମିଳେ ।
ବିଦେଶ ରେ ଛତ୍ରୀ
ଭାରତ ବାହାରେ ଇଂଲଣ୍ଡ ର ବ୍ରାଇଟନ ଠାରେ ବିଶ୍ଵ ଯୁଦ୍ଧ ରେ ନିହତ ହେଇଥିବା ଭାରତ ର ମିତ୍ରପକ୍ଷୀ ରୁ ଲଡିଥିଉବା ସୈନ୍ୟ ମାନଙ୍କ ସ୍ମାରକୀ ନିର୍ମିତ ହେଇଛି । ବ୍ରିସ୍ଟଲ ସହର ରେ ରାଜା ରାମ ମୋହନ ରାୟ ଙ୍କ ସ୍ମାରକୀ ଭାବେ ଏକ ଛତ୍ରୀ ଇରମିତ ହେଇଛି । ଭାରତ ର ବିଶିଷ୍ଟ ସମାଜ ସେବକ ରାଜା ରାମ ମୋହନ ଙ୍କ ସେଠାରେ ପରଲୋକ ହେଇଥିଲା ।
ପୁନଶ୍ଚ ଦେଖଣା
- Cenotaph
- Jaswant Ki Chhatri
- Cupola
ବାହ୍ୟ ସଂଯୋଗ ସବୁ
- ArchNet Dictionary of Islamic Architecture: Chatri
- Images of old chhatris Columbia University