ଛତ୍ରୀ
ଛତ୍ରୀଗୁଡ଼ିକ ସ୍ତମ୍ଭଗୁଡ଼ିକ ଉପରେ ଉଠେଇ ବସା ଯାଇଥିବା ସ୍ତୁପାକାର ମଣ୍ଡପ । ଏହା ଏକ ଭାରତୀୟ ସ୍ଥାପତ୍ୟ କଳା ହିସାବରେ ନିର୍ମିତ ହେଇଥାଏ । ଛତ୍ରୀ ଶବ୍ଦଟି ଛତାରୁ ଉଦ୍ଧୃତ । ଏହି ଛତ୍ରୀ ସ୍ଥାପତ୍ୟରେ ଦୁଇ ପ୍ରକାର ଉପଯୋଗ ହେଇଥାଏ । ସ୍ମାରକୀ ପାଇଁ ବା ସମାଧି ସ୍ଥଳ ଉପରେ ଏହାର ନିର୍ମାଣ ଦେଖାଯାଉଥିଲା । ଏଗୁଡିକ ବିଭିନ୍ନ ଆଲଙ୍କାରିକ ଭାବରେ ନିର୍ମିତ ହାଉଥିଲା ଓ ଏହାର କୌଣଶୀ ଭ୍ୟବହାରିକ ଉପଯୋଗ ନଥାଏ ।
ପ୍ରାଚୀନ କାଳରେ ଜାଟ୍ , ମରଠା , ରାଜପୁତ ବଂଶ ମାନଙ୍କ ମହଲ , ସ୍ମାରକୀ , ଦୁର୍ଗ ଇତ୍ୟାଦି ସ୍ଥାନରେ ଛତ୍ରୀର ନିର୍ମାଣ ବହୁ ପରିମାଣରେ ଦେଖାଯାଇଥାଏ । ମୂଳ ରୂପରେ ରାଜସ୍ଥାନୀ ସ୍ଥାପତ୍ୟରୁ ଆସିଥିବା ଏହି ଛତ୍ରୀ ନିର୍ମାଣ କଳା ଦେଶ ସାରା ରାଜା ପରିବାର ମାନଙ୍କ ମହଲରେ ଦେଖାଗଲା । ଏହା ମୋଗଲ ସ୍ଥାପତ୍ୟରେ ମଧ୍ୟ ବହୁଳ ଭାବରେ ପ୍ରୟୋଗ ହେଇଥିଲା । ହୁମାୟୁନଙ୍କ କବର , ବାବରଙ୍କ କବର , ତାଜ ମହଲ ଆଦି ରେନିର୍ମିତ ଛତ୍ରୀରେ ହିନ୍ଦୁ ସ୍ଥାପତ୍ୟ କଳା ସହ ମୋଗଲ ସ୍ଥାପତ୍ୟର ମିଶ୍ରଣ ଦେଖିବାକୁ ମିଳେ ।
Krishnapura Chhatri, Indore |
Bolia Maharaj Ki Chhatri, Indore |
Krishnapura Chhatri, Indore |
Inside view of Krishnapur Chhatri, Indore |
ବିଦେଶରେ ଛତ୍ରୀ [ସମ୍ପାଦନା]

ଭାରତ ବାହାରେ ଇଂଲଣ୍ଡର ବ୍ରାଇଟନଠାରେ ବିଶ୍ୱ ଯୁଦ୍ଧରେ ନିହତ ହେଇଥିବା ଭାରତର ମିତ୍ରପକ୍ଷୀରୁ ଲଡିଥିଉବା ସୈନ୍ୟ ମାନଙ୍କ ସ୍ମାରକୀ ନିର୍ମିତ ହେଇଛି । ବ୍ରିସ୍ଟଲ ସହରରେ ରାଜା ରାମ ମୋହନ ରାୟଙ୍କ ସ୍ମାରକୀ ଭାବେ ଏକ ଛତ୍ରୀ ଇରମିତ ହେଇଛି । ଭାରତର ବିଶିଷ୍ଟ ସମାଜ ସେବକ ରାଜା ରାମ ମୋହନଙ୍କ ସେଠାରେ ପରଲୋକ ହେଇଥିଲା ।
ପୁନଶ୍ଚ ଦେଖଣା [ସମ୍ପାଦନା]
- Cenotaph
- Jaswant Ki Chhatri
- Cupola
ବାହାର ଲିଙ୍କ [ସମ୍ପାଦନା]
- ArchNet Dictionary of Islamic Architecture: Chatri
- Images of old chhatris Columbia University