ରବୀନ୍ଦ୍ର ସରୋବର ହ୍ରଦ
ରବୀନ୍ଦ୍ର ସରୋବର (Bengali: রবীন্দ্র সরবর) (ପୂର୍ବତନ ଢାକୁରିଆ ହ୍ରଦ) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର ଦକ୍ଷିଣ କଲିକତା ଠାରେ ଅବସ୍ଥିତ ଏକ କୁତ୍ରିମ ହ୍ରଦ ।
ଏହାର ଚତୁର୍ଦିଗ ରେ ଦକ୍ଷିଣ ଆଭେନ୍ୟୁ,ରାସବିହାରୀ ଆଭେନ୍ୟୁ ଧାକୁରିଆ ଓ କଲିକତା ସବ ଅରବାନ ରେଳପଥ ଘୃ ରହିଛନ୍ତି । ,
History
୧୯୨୦ ମସିହା ର ପ୍ରାରମ୍ଭ ରେ କଲିକତା ଉନ୍ନୟନ ଟ୍ରଷ୍ଟ ୧୯୨ ଏକର କର୍ଦମାକ୍ତ ଜଙ୍ଗଲ ଅଞ୍ଚଳ ଅଧିଗ୍ରହଣ କଲେ ।ଏହି ଅଞ୍ଚଳ କୁ ଉନ୍ନୟନ କରି ଏଠାରେ ବାସ ଗୃହ ନିର୍ମାଣ ର ଯୋଜନା ରାଖି ଏଥିପାଇଁ ରାସ୍ତା ଓ ପାର୍ଶ୍ଵବର୍ତୀ ଅଞ୍ଚଳ ଉନ୍ନୟନ କଲେ । ଏଠାରେ ମଧ୍ୟ ଭାଗ ଖନନ କରି ଏକ ବିଶାଳ ହ୍ରଦ ର ନିର୍ମାଣ କାଲେ । ଏହା ସେ ସମୟ ରେ ଧକୁରିଆ ହ୍ରଦ ନାମ ରେ ପରିଚିତ ହେଲା । ୧୯୬୮ ମଯ ମାସ ରେ ତାହାକୁ ରବୀନ୍ଦ୍ର ସରୋବର ନାମ ଦିଆ ଗଲା ।ଏହା ନୋବେଲ ପୁରସ୍କାର ବିଜେତା ସାହିତ୍ୟିକ ରବୀନ୍ଦ୍ର ନାଥ ଠାକୁର ଙ୍କ ସମ୍ମାନାର୍ଥେ ଦିଆଯାଇଥିଲା ଓ ଏହାର ପାର୍ଶ୍ଵବର୍ତୀ ଅଞ୍ଚଳ ମଧ୍ୟ ରବୀନ୍ଦ୍ର ସରୋବ ରଞ୍ଚଲ ଭାବରେ ପରିଚିତ ହେଲା ।
ଏହି ହ୍ରଦ ର ଚତୁର୍ପାର୍ଶ୍ୱ ରେ ବାସ ଗୃହ ମାନ ନିର୍ମିତ ହେବା ସହ ପାର୍କ , ଅଡିଟୋରିମ ଆଦି ମଧ୍ୟ ନିର୍ମିତ ହେଲା । ଏହା କଲିକତା ସହର ର ସବୁଠୁ ଜନପ୍ରିୟ ରହଣି ସ୍ଥାନ ଭାବରେ ପରିଚିତ । ଏହି ହ୍ରଦ ନିକଟରେ ବହୁ ପୁରାତନ ବୃକ୍ଷ ମାନ ରହିଥିବାରୁ ଏହା ପରିବେଶ କୁ ଆହୁରି ସୁନ୍ଦର ରଖିଥାଏ । ଶୀତ କାଳ ରେ ହ୍ରଦ କୁ ବହୁ ବିଦେଶାଗତ ପକ୍ଷୀ ମଧ୍ୟ ଆଗମନ କରିଥାନ୍ତି ।
ମୁଖ୍ୟ ଆକର୍ଷଣ
- ୧୯୫୦ ମସିହା ରୁ ଏହି ହ୍ରଦ ନିକଟ ରେ ରବୀନ୍ଦ୍ର ସରୋବର ଷ୍ଟାଡିୟମ ନାମରେ ଏକ ଫୁଟବଲ ଷ୍ଟାଡିୟମ ନିର୍ମିତ ହେଇଛି । ଏଠାରେ ୨୬,୦୦୦ ଲୋକ ବସିବାର ସୁବିଧା ରହିଛି ।
- ଏହାର ଉତ୍ତର ରେ ମୁକ୍ତ ମଞ୍ଚ ନାମରେ ଏକ ଥିଏଟର ରହିଛି ।
- ହ୍ରଦ ର ଦକ୍ଷିଣ ରେ ଏକ ଜାପାନୀ ବୁଦ୍ଧ ମନ୍ଦିର ରହିଛି । ଏହା କଲିକତା ର ଏକମାତ୍ର ବୁଦ୍ଧ ମନ୍ଦିର । ଏହା ୧୯୩୫ ମସିହା ରେ ଜାପାନୀ ନିଚିଦାତ୍ସୁ ଫିଜୀ , ଯିଏ ବିଶ୍ଵ ବୁଦ୍ଧ ଆସୋସିଏସନ ପ୍ରତିଷ୍ଠା କରିଥିଲେ , ତାଙ୍କ ଦ୍ଵାରା ସ୍ଥାପିତ ହେଇଥିଲା ।
- ୧୯୨୬ ରେ ନିର୍ମିତ ଏକ ମସଜିଦ ହ୍ରଦ ସ୍ଥ ଏକ ଦ୍ଵିପ ରେ ରହିଛି । ଖନନ ବେଳେ ଏହା ଭୂମି ତଳୁ ଉଦ୍ଧାର ହେଇଥିଲା ଓ ତାହାକୁ ପୁନର୍ନିର୍ମାଣ କରଯାଇଥିଲା ।
- ଏହି ମସଜିଦ କୁ ଯିବା ପାଇଁ ଏକ ଝୁଲା ସେତୁ ର ନିର୍ମାଣ ହେଇଛି । ସେତୁ ତଳେ ଏକ ମାଛ ସଂଗ୍ରହାଳୟ ମଧ୍ୟ ନିର୍ମିତ ହେଇଛି ।
- ଏହି ହ୍ରଦ ରେ ସ୍ଵୀମିଂ ଓ ରୋୟିଂ ର ସୁବିଧା ରହିଛି । ଅନେକ ଜାତୀୟ ସ୍ତର ର ପ୍ରତିଯୋଗୀତା ଏଠାରେ ହେଇଥାଏ ।
ଅବକ୍ଷୟ
ଏହି ହ୍ରଦ ବର୍ତମାନ ପରିବେଶ ପ୍ରଦୂଷଣ ଯୋଗୁ ଅବକ୍ଷୟ ଅବସ୍ଥା କୁ ଆସିଲାଣି । ଏହାକୁ ଭାରତ ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଜାତୀୟ ହ୍ରଦ ସୁରକ୍ଷ୍ୟା ଯୋଜନା ରେ ଅନାରଭୁକ୍ତ କରି ଏହାର ସୁରକ୍ଷ୍ୟା ଦିଗ ରେ ଧ୍ୟାନ ଦେଇଛନ୍ତି ।
ଯାତାୟାତ
ରବୀନ୍ଦ୍ର ସରୋବର ଦମ ଦମ ବିମାନ ବନ୍ଦର ଠାରୁ ୩୦ କିଲୋମିଟର ଓ ହାୱଡା ରେଳ ଷ୍ଟେସନ ଠାରୁ ୧୨ କିଲୋମିଟର ଦୂର । ଏଠାକୁ କଲିକତା ମେଟ୍ରୋ ଟ୍ରେନ ଚଳାଚଳ କରେ ।
ଆଧାର ସମୂହ
- a description of Rabindra Sarovar in Rainwaterharvesting
- a reference to Rabindra Sarobar in Clickindia.com
- a reference to the Pavilion Hall, Rabindra Sarovar in "The Telegraph"