Jump to content

ଗ୍ରାଣ୍ଡ ଟ୍ରଙ୍କ ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ
୨୦:୪୧, ୫ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Grand Trunk Express") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଗ୍ରାଣ୍ଡ ଟ୍ରଙ୍କ ଏକ୍ସପ୍ରେସ ( ସାଧାରଣ ଭାବେ G. T.ଏକ୍ସପ୍ରେସ ଭାବରେ ପରିଚିତ ) ଭାରତୀୟ ରେଳବାଇ ର ଏକ ଦୈନିକ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଯାହା ଦିଲ୍ଲୀ ସରାଇ ରୋହିଲା ଠାରୁ ଚେନ୍ନଇ ସେଣ୍ଟ୍ରାଲ ଯାଏ ଯାଇଥାଏ । ଏହାକୁ ଏକ ଏଇତିହାସିକ ଏବଂ ସର୍ବପୁରାତନ ଟ୍ରେନ ମଧ୍ୟ ରେ ଗୋଟିଏ କୁହାଯାଏ । 

ଇତିହାସ 

ପ୍ରାଚୀନ ମାଦ୍ରାସ ଏବଂ ଦକ୍ଷିଣ ମରହଟ୍ଟା ରେଳବାଇ ଦ୍ଵାରା ଏହା ପ୍ରଥମେ ୧୯୨୯[] ରେ ପ୍ରଚଳିତ ହେବା ସହ ମାଙ୍ଗାଲୋର ରୁ ପେଶୱା , ଯାହା ବର୍ତମାନ ପାକିସ୍ଥାନ ରେ ରହିଛି ଓ ସେହି ସମୟ ରେ ବ୍ରିଟିଶ ଇଣ୍ଡିଆ ର ଅଂଶ ଥିଲା , ସେ ମଧ୍ୟ ରେ ଚଳୁଥିଲା । ଏହା  ଦିଲ୍ଲୀ ମଧ୍ୟ ଦେଇ ଯାଉଥିଲା ।  ପରେ ଏହାର ପଥ କମ କରାଯାଇ ଲାହୋର ରୁ ମେଟ୍ଟୁପଳାୟମ ଯାଏ ହେଇଥିଲା । ସେତେବେଳେ ଏହା ଉଟି ଓ କୁନନୁର ମଧ୍ୟ ଦେଇ ଯାତାୟାତ କରି ଦେଶ ର ଦୀର୍ଘତମ ପଥ ଯାଉଥିବା ଟ୍ରେନ ଥିଲା ।[] 

ପେଶୱାର ରୁ ମାଙ୍ଗାଲୋର ଏହି ଟ୍ରେନ କୁ ୧୦୪ ଘଣ୍ଟା ଯାତ୍ରା କରିବାକୁ ହାଉଥିଲା । ବର୍ତମାନ ଏହା ଚେନ୍ନଇ ରୁ ନୂଆ ଦିଲ୍ଲୀ ଯାଏ ଦୈନିକ ଯାତ୍ରା କରେ । ଏହା ୨,୧୮୬ କିଲୋମିଟର ପଥ ଯାତ୍ରା କରେ । ଏହାକୁ ୩୫ ଘଣ୍ଟା ୩୫ ମିନିତ୍ସମୟାଲାଗୁଥିବା ବେଳେ ଏହାର ରହଣି ସ୍ଥାନ ସଂଖ୍ୟା ୩୮ ଟି । ୨୦୧୫ ରୁ ଏହା ନୂଆ ଦିଲ୍ଲୀ ନ ଯାଇ ଦିଲ୍ଲୀ ସରେଇ ରୋହିଲା କୁ ଯାଉଛି । 

[]In 2015,Indian Railways announced that the train would operate from Delhi Sarai Rohilla instead of New Delhi from December 2015.[]

ସମୟ ସାରଣୀ ଓ ସେବା 

ଏହି ଟ୍ରେନ ୯ ଟି ଭାରତୀୟ ରାଜ୍ୟ ଦେଇ ଯାଇଥାଏ  । ତାମିଲନାଡୁ , ଆନ୍ଧ୍ରପ୍ରଦେଶ , ତେଲେଙ୍ଗନା , ମହାରାଷ୍ଟ୍ର ,ମଧ୍ୟପ୍ରଦେଶ , ରାଜସ୍ଥାନ , ହରିୟଣା ଓ ଦିଲ୍ଲୀ ଦେଇ ଏହା ଯାଏ । ଏହା ଚେନ୍ନଇ ସେଣ୍ଟ୍ରାଲ ରୁ ସନ୍ଧ୍ୟା ୭.୧୫ ରୁ ଛାଡି ତୃତୀୟ ଦିନ ସକାଳ ୬.୩୦ ରେ ସରାଇ ରୋହିଲା ରେ ପହଞ୍ଚେ । ସରାଇ ରୋହିଲା ରୁ ସନ୍ଧ୍ୟା ୬.୪୦ ରେ ଛାଡି ଚେନ୍ନଇ ସେଣ୍ଟ୍ରାଲ ରେ ତୃତୀୟ ଦିନ ସକାଳ ୬.୧୫ ରେ ପହଞ୍ଚେ । []

 

ରେକ ଓ କୋଚ 

GT ଏକ୍ସପ୍ରେସ ନୂଆ ଦିଲ୍ଲୀ ନିକଟ ରେ 

ସାଧାରଣତଃ ଏଥିରେ ୨୪ ଟି କୋଚ ଲାଗିଥାଏ । AC କୋଚ ସହ ପାନ୍ତରି କାର ମଧ୍ୟ ରହିଥାଏ । 

ପୁନଶ୍ଚ ଦେଖଣା 

ଆଧାର ସମୂହ