ବୁଡଗାମ ଜିଲ୍ଲା
ବୁଡଗାମ (Urdu, ضلع بڈگام) ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀର ର ଏକ ଜିଲ୍ଲା । ଏହା ୧୯୭୯ ରେ ସୃଷ୍ଟି କରାଯାଇଥିଲା । ପୂର୍ବରୁ ଏହି ଅଞ୍ଚଳ ଶ୍ରୀନଗର ଜିଲ୍ଲା ର ଅଂଶ ଥିଲା । ଏଠାରେ ଅଧିକାଂଶ ଶିୟା ସଂପ୍ରଦାଯ ର ମୁସଲିମ ଅଧିବାସୀ ରହନ୍ତି । [୧]
ପ୍ରଶାସନ
ଅତୀତ ରେ ବାରମୁଳା ଜିଲ୍ଲା ର ଅଂଶ ଥିବା ବୁଡଗାମ ଅଞ୍ଚଳ ପରେ ଶ୍ରୀନଗର ଜିଲ୍ଲା ଗଠିତ ହେଲା ବେଳେ ଏହା ସାଙ୍ଗରେ ରହିଥିଲା । ୧୯୭୯ ରେ ଏହାକୁ ଏକ ସ୍ଵତନ୍ତ୍ର ଜିଲ୍ଲା ର ମାନ୍ୟତା ମିଳିଥିଲା । ଏଇତିହାସିକ ତଥ୍ୟ ଅନୁସାରେ ଏହି ଅଞ୍ଚଳ ପରଗଣା ଦୀସୁ ନାମ ରେ ପରିଚିତ ଥିଲା । ଏହି ଜିଲ୍ଲା ରେ ବିରୱା , ନାଗମ , ବୁଡଗାମ ଆଦି ୮ ଟି ବ୍ଲକ ରହିଛି ।[୨] ସବୁ ବ୍ଲକ ରେ ପଞ୍ଚାଯତ ରହିଛି । ଜିଲ୍ଲା ରେ ୬ ଟି ତହସିଲ ରହିଛି ।[୩]
ଜନ ଆବାଦୀ
୨୦୧୧ ଜନଗଣନା ଅନୁସାରେ ବୁଡଗାମ ଜିଲ୍ଲା ର ଲୋକ ସଂଖ୍ୟା ୭୩୫,୭୫୩[୪] ଥିଲା । ଏହା ଗୁୟାନା ଦେଶ[୫] ବା ଆମେରିକୀୟ ରାଜ୍ୟ ଆଲାସ୍କା[୬] ର ଲୋକ ସଂଖ୍ୟା ସହ ପ୍ରାୟ ସମାନ । ଏହା ଭରତ ର ୬୪୦ ଟି ଜିଲ୍ଲା ମଧ୍ୟରୁ ଲୋକ ସଂଖ୍ୟା ଦ୍ରୁଷ୍ଟି ରୁ ୪୯୪ ତମ ସ୍ଥାନ ରେ ରହିଥିଲା । ଏହି ସ୍ଥାନ ର ଜନ ଘନତ୍ଵ ପ୍ରତି ବର୍ଗ କିଲୋମିଟର ରେ ୫୩୭ [୪]ହେଇଥିବା ବେଳେ ଜନସଂଖ୍ୟା ବୃଦ୍ଧି ହାର ୨୧.୧୮% ଥିଲା । ପୁରୁଷ ଓ ମହିଳା ଅନୁପାତ ୧୦୦୦ ରେ ୮୮୩ । [୪]ସାକ୍ଷ୍ୟରତା ହାର ୫୭.୯୮ % ଯାହା ପୂର୍ବ ଅପେକ୍ଷ୍ୟା ୨.୧୮% ବୃଦ୍ଧି ଘଟିଥିଲା ।
ବୁଡଗାମ ରେ ଶିକ୍ଷ୍ୟା
ବୁଡଗାମ ଜିଲ୍ଲା ରେ ସରକାରୀ ଓ ପବ୍ଲିକ ସ୍କୁଲ ସମୁଦାୟ ୯୮ ଟି ଥିବା ବେଳେ ସେ ମଧ୍ୟ ରୁ ୩୩ ଟି ଉତ୍ଛ ମାଧ୍ୟମିକ ସ୍କୁଲ ।ଏଠାରେ ଥିବା R॰P॰M॰ ସ୍କୁଲ କାଶ୍ମୀର ରେ ଖ୍ଯାତି ଅର୍ଜନ କରି ଏହି ଜିଲ୍ଲା ରେ ଶିକ୍ଷ୍ୟା ର ପ୍ରସାର ପାଇଁ ଭୂମିକା ନେଇଥାଏ । ଏହା ଛଡା ବୁଡଗାମ ରେ ଏକ ସରକାରୀ ଡିଗ୍ରୀ କଲେଜ ମଧ୍ୟ ରହିଛି ।
ଆକର୍ଷଣ ସବୁ
କାଶ୍ମୀର ଉପତ୍ୟକା ର ଏକମାତ୍ର ବିମାନ ବନ୍ଦର ବୁଡଗାମ ଠାରେ ଅଛି । ଜିଲ୍ଲା ରେ ଦୁଧପଥରି , ଯୂଷମାର୍ଗ, ତୋଷା ମଇଦାନ , ନୀଳନାଗ ପରି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ସବୁ ରହିଛି ।
ଆଧାର ସମୂହ
- ↑ http://www.tehelka.com/are-kashmiri-shias-the-next-pandits/
- ↑ Statement showing the number of blocks in respect of 22 Districts of Jammu and Kashmir State including newly Created Districts dated 2008-03-13, accessed 2008-08-30
- ↑
{{cite web}}
: Empty citation (help) - ↑ ୪.୦ ୪.୧ ୪.୨
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)
ବାହ୍ୟ ସଂଯୋଗ ସବୁ
- [୧] List of places in Badgam
- Risingkashmir.in
- Greaterkashmir.com
- Kashmirtimes.com
- Taghribnews.com
- Kashmirwatch.com
- Kashmirmonitor.org
- Taghribnews.com