ଜାଭିୟର ବିଶ୍ୱବିଦ୍ୟାଳୟ
ଜେଭିୟାର ବିଶ୍ୱବିଦ୍ୟାଳୟ , ଭୁବନେଶ୍ବର ( XUB) ଏକ ଜେସୁଇଟ, କାଥୋଲିକ ବିଶ୍ୱବିଦ୍ୟାଳୟ , ଯାହା ଭାରତୀୟ ରାଜ୍ୟ ଓଡିଶା ର ରାଜଧାନୀ ଭୁବନେଶ୍ବର ଠାରେ ଅଛି । ଏହି ବିଶ୍ୱବିଦ୍ୟାଳୟ ଓଡିଶା ବିଧାନ ସଭା ଦ୍ଵାରା ୨୦୧୩ ମସିହା ରେ ସ୍ବୀକୃତି ଲାଭ କରିଥିଲା ।[୧] ପୂର୍ବ ରୁ ଭୁବନେଶ୍ବର ଠାରେ ଥିବା xavier institute of Management ଏହି ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେଲା । ଭାରତ ରେ ଜେସୁଇଟ ମାନଙ୍କ ପ୍ରାୟ ୫୦ ଟି କଲେଜ ଓ ଶିକ୍ଷ୍ୟା ପ୍ରତିଷ୍ଠାନ ମାନ ଥିଲେ ମଧ୍ୟ XUB ଏହାର ପ୍ରଥମ ଭାରତୀୟ ବିଶ୍ୱବିଦ୍ୟାଳୟ ।
HP ଓ IBM କମ୍ପାନୀ ସହଯୋଗିତା ରେ ଜେଭିୟାର ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ ଭାବରେ କମ୍ପୁଟରୀକୃତ ଭାବରେ ଚାଲୁଥିବା ଭରତ ର ପ୍ରଥମ ବିଶ୍ୱବିଦ୍ୟାଳୟ . ।[୨]
ମିଶନ
ବିଶ୍ଵ ଭ୍ରମଣ କରିଥିବା ବିଶିଷ୍ଟ ମିଶନାରୀ ସେଣ୍ଟ ଫ୍ରାନସିସ ଜେଭିୟାର ଙ୍କ ଦ୍ଵାରା ଅନୁପ୍ରାଣିତ ହେଇ ଓଡିଶା ରେ ଗୁଣାତ୍ମକ ଶିକ୍ଷ୍ୟା ପାଇଁ ପ୍ରତିଷ୍ଠିତ XUB ଅନ୍ତର୍ଜାତିକ ସ୍ତରର ରେ ଏକ ଉତ୍ତମ ଜ୍ଞାନ କେନ୍ଦ୍ର ହିସାବ ରେ ପରିଚିତ ହେବାକୁ ଉଦ୍ୟମ କରିଛି । ଏହା ଗବେଷଣା ଭିତ୍ତିକ ହେବା ସହ ଜ୍ଞାନ ର ଆହରଣ , ବିତରଣ କରି ସମସ୍ତଙ୍କୁ ତାର ସୁଯୋଗ ଦେବାକୁ ଲକ୍ଷ୍ୟ ରଖିଛି ।[୩]ଏହି ଅନୁଷ୍ଠାନ ରେ 50% ଆସନ ଓଡିଶା ର ଛତ୍ର ମାନଙ୍କ ପାଇଁ ସୁରକ୍ଷିତ ରକ୍ଷା ଯାଇ ବିଶେଷ ଭାବରେ ବିନ୍ନ କ୍ଷ୍ୟମ ମାନଙ୍କୁ ଅଗ୍ରାଧିକାର ଦିଅ ଯାଇଥାଏ ।[୪][୫]
ପାଠ୍ୟକ୍ରମ
XUB ରେ 2016 ସୁଦ୍ଧା ମାନବ ସମ୍ବଳ ପରିଚାଳନା , ଗ୍ରାମୀଣ ପରିଚାଳନା , ଯୋଗାଯୋଗ , ବାଣିଜ୍ୟ ପରି ବିଷୟ ଉପରେ ଶିକ୍ଷ୍ୟା ଦିଆଯାଉଥିବା ବେଳେ ୧୧ ଟି ସ୍ନାତକୋତ୍ତର , ୨ ଟି Ph॰ D ॰ ଡିଗ୍ରୀ ର ବ୍ୟବସ୍ଥା ରହିଛି । ଏହା ସହିତ ଫିଲ୍ମ ଓ ଟିଭି ଏବଂ ପ୍ରସାରଣ ସମ୍ବାଦିକତା ମଧ୍ୟ ଶିକ୍ଷ୍ୟା ଦିଆଯାଇଥାଏ । [୬]
XUB ଦ୍ଵାରା ୩ ଟି ଅରଧ ବାର୍ଷିକ ତଥା ଅନ୍ତର୍ଜାତିକ ଜର୍ଣାଳ ମଧ୍ୟ ପ୍ରକାଶିତ ହୁଏ । ସେଗୁଡିକ ହେଲା
- International Journal of Development and Social Research (IJDSR);
- Vilakshan;
- Journal of Case Research (JCR), (ଅନଲାଇନ ରେ ଉପଲବ୍ଧ ।)
Research World is an annual focused on research thinking and practice in management and related fields, intended primarily for doctoral students.[୭]