ଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱର
ଦେଖଣା
ଅସ୍ତଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ବର ପ୍ରକୃତ ରେ ଭାରତୀୟ ରାଜ୍ୟ ଓଡିଶା ର ରାଜଧାନୀ ସହର ଭୁବନେଶ୍ବର ଠାରେ ଅବସ୍ଥିତ ୮ ଟି ହିନ୍ଦୁ ମନ୍ଦିର .[୧]
ମନ୍ଦିର
ଭୁବନେଶ୍ବର ର ଉତ୍ତରେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣ ରେ ଆଠ ତୁ ସମତୁଲ ଆକୃତି ବିଶିଷ୍ଟ ମନ୍ଦିର ରହିଛି ଯାହା କୁ ଅସ୍ତଶମ୍ଭୁ ମନ୍ଦିର କୁହାଯାଏ। ଏହି ସବୁ ମନ୍ଦିର ଶମ୍ଭୁ ବା ଶିବ ଙ୍କ ଆରାଧନା ପାଇଁ ଉଦ୍ଧିଷ୍ଟ । ଏହି ଆଠ ଟି ମନ୍ଦିର ମଧ୍ୟ ରୁ ପାଞ୍ଚ ଟି ଏକ ଧାଡି ରେ ଥାଏ ଏବଂ ତାକୁ ପଞ୍ଚୁ ପାଣ୍ଡବ କୁହା ଯାଏ । ଏହି ମନ୍ଦିର ସବୁ ବେସରକାରୀ ମାଲିକାନା ରେ ରତ୍ନାକର ଗର୍ବବଟୁ ଓ ତାଙ୍କ ଙ୍କ ପରିବାର ଙ୍କ ରକ୍ଷଣ ରେ ରହିଛି । ମନ୍ଦିର ର ପୂର୍ବ ଦିଗରେ ବିନ୍ଦୁସାଗର ପୁଷ୍କରିଣୀ , ପଶ୍ଚିମ ରେ ଉତ୍ତରେଶ୍ଵର ଶିବ ମନ୍ଦିର ରହିଛି । ପୂର୍ବ ଦିଗ କୁ ସାମ୍ନା କରି ମନ୍ଦିର ର ମୁଖ ରହିଛି ।
ନିର୍ମାଣ କାଳ
ନିର୍ମାଣ ଶୈଳୀ ରୁ ଏହା ୧୦ମ ଶତାବ୍ଦୀ ରେ ନିର୍ମିତ ହେଇଥିବାର ଜଣାପଡେ । ପ୍ରସ୍ତର ନିର୍ମିତ ଏହି ମନ୍ଦିର ରେଖା ଦେଉଳ ନାମରେ ପରିଚିତ ।
ପୁନଶ୍ଚ ଦେଖନ୍ତୁ
ଆଧାର ସମୂହ
- K. C. Panigrahi, Archaeological Remains at Bhubaneswar, Calcutta, 1961. P. 19.
- T. E. Donaldson, Hindu Temple Art of Orissa, Vol. I, Leiden, 1985, P. 64.
ନୋଟ
- ↑ Iconography of the Buddhist Sculpture of Orissa: Text .