ଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱର

Coordinates: 20°15′2″N 85°51′18″E / 20.25056°N 85.85500°E / 20.25056; 85.85500
ଉଇକିପିଡ଼ିଆ‌ରୁ
ଅଷ୍ଟଶମ୍ଭୁ ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଭଗବାନ ଶିବ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/ଭାରତ ଓଡ଼ିଶା" does not exist.
ଭୌଗଳିକ ଅବସ୍ଥିତି20°15′2″N 85°51′18″E / 20.25056°N 85.85500°E / 20.25056; 85.85500
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା
Completedଦଶମ ଶତାବ୍ଦୀ
Specifications
Temple(s)
Elevation33 m (108 ft)

ଅଷ୍ଟଶମ୍ଭୁ ମନ୍ଦିର, ଭୁବନେଶ୍ୱରଠାରେ ଅବସ୍ଥିତ[୧] ଆଠଟି ଶିବ ମନ୍ଦିର ସମୂହ ।[୨]

ଅବସ୍ଥିତି [ସମ୍ପାଦନା]

ଭୁବନେଶ୍ୱରର ଉତ୍ତରେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଆଠଟି ସମତୁଲ ଆକୃତି ବିଶିଷ୍ଟ ମନ୍ଦିର ରହିଛି ଯାହାକୁ ଅଷ୍ଟଶମ୍ଭୁ ମନ୍ଦିର କୁହାଯାଏ । ଏହି ସବୁ ମନ୍ଦିର ଶମ୍ଭୁ ବା ଶିବଙ୍କ ଆରାଧନା ପାଇଁ ଉଦ୍ଧିଷ୍ଟ । ଏହି ଆଠଟି ମନ୍ଦିର ମଧ୍ୟରୁ ପାଞ୍ଚଟି ଏକ ଧାଡିରେ ଥାଏ ଏବଂ ତାକୁ ପଞ୍ଚୁପାଣ୍ଡବ କୁହା ଯାଏ । ଏହି ମନ୍ଦିର ସବୁ ବେସରକାରୀ ମାଲିକାନାରେ ରତ୍ନାକର ଗର୍ବବଟୁ ଓ ତାଙ୍କ ପରିବାରର ରକ୍ଷଣରେ ରହିଛି । ମନ୍ଦିରର ପୂର୍ବ ଦିଗରେ ବିନ୍ଦୁସାଗର ପୁଷ୍କରିଣୀ, ପଶ୍ଚିମରେ ଉତ୍ତରେଶ୍ୱର ଶିବ ମନ୍ଦିର ରହିଛି । ପୂର୍ବ ଦିଗକୁ ସାମ୍ନା କରି ମନ୍ଦିରର ମୁଖ ରହିଛି ।  

ନିର୍ମାଣ ଶୈଳୀରୁ ଏହା ୧୦ମ ଶତାବ୍ଦୀରେ ନିର୍ମିତ ହେଇଥିବାର ଜଣାଯାଏ । ପ୍ରସ୍ତର ନିର୍ମିତ ଏହି ମନ୍ଦିରସବୁ ରେଖ ଶୈଳୀରେ ନିର୍ମିତ । ମନ୍ଦିରରେ ଥିବା ଆଠଟି ଶିବଲିଙ୍ଗ ମୂଲ୍ୟବାନ ପଥରରେ ଗଠିତ ଏବଂ ପ୍ରତ୍ୟେକ ଶିବଲିଙ୍ଗଙ୍କର ଭିନ୍ନ ରଙ୍ଗର । ଆଠଟି ଶିବଲିଙ୍ଗଙ୍କୁ ଶିବଙ୍କର ଆଠଟି ନାମରେ ନାମିତ କରାଯାଇଛି, ଯଥା: ମାର୍କଣ୍ଡେଶ୍ୱର, ଯଜ୍ଞେଶ୍ୱର, ନୀଳକଣ୍ଠେଶ୍ୱର, ବିଲବେଶ୍ୱର, କପାଳମୋଚନ ବଳେଶ୍ୱର ଈଶାନେଶ୍ୱର ଏବଂ ପାତାଳେଶ୍ୱର ।[୩]

ଆଧାର[ସମ୍ପାଦନା]

  1. Thomas E. Donaldson (2001). Iconography of the Buddhist Sculpture of Orissa: Text. Abhinav Publications. ISBN 978-81-7017-406-6.
  2. Iconography of the Buddhist Sculpture of Orissa: Text .
  3. http://www.eodishatourism.com/attraction/astasambhu-siva-temple-bhubaneswar/1050

ଅଧିକ ଜାଣିବେ[ସମ୍ପାଦନା]

  • K. C. Panigrahi, Archaeological Remains at Bhubaneswar, Calcutta, 1961. P. 19.
  • T. E. Donaldson, Hindu Temple Art of Orissa, Vol. I, Leiden, 1985, P. 64.