Jump to content

୨୦୦୭ ICC ବିଶ୍ୱ T୨୦ କପ

ଉଇକିପିଡ଼ିଆ‌ରୁ
୧୮:୩୧, ୧୮ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "2007 ICC World Twenty20") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

୨୦୦୭ ମସିହା ରେ ପ୍ରଥମ ICC ଟି୨୦ ବିଶ୍ଵ କପ ର ଆରମ୍ଭ ହେଇଥିଲା । ଏହା ଦକ୍ଷିଣ ଆଫ୍ରିକା ରେ ୧୧ ସେପ୍ଟେମ୍ବର ୨୦୦୭ ରୁ ୨୪ ସେପ୍ଟେମ୍ବର ୨୦୦୭ ଯାଏ ଅନୁଷ୍ଠିତ ହେଇଥିଲା । ଏହି ୧୩ ଦିବାସୀୟତୁର୍ଣାମେଣ୍ଟ ରେ ବିଶ୍ଵ ର ୧୨ ଦଳ ଅଂଶଗ୍ରହଣ କରିଥିଲେ । ୧୦ ଟି ଟେଷ୍ଟ ମାନ୍ୟତା ପ୍ରାପ୍ତ ଦଳ ସହ ୨୦୦୭ ଯୋଗ୍ୟତା ପ୍ରତିଯୋଗୀତା ରେ ବିଜୟୀ ହେଇଥିବା ଦୁଇ ଦଳ କେନିୟା ଓ ସ୍କଟଲାଣ୍ଡ ଭାଗ ନେଇଥିଲେ । ଭାରତ ଫାଇନାଲ ରେ ପାକିସ୍ତାନ କୁ ହରାଇ ଏହି ଟୁର୍ଣାମେଣ୍ଟ ଜିତିଥିଲା । 

ନୀତି ନିୟମ ସବୁ 

୨୦୦୭ ରେ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଖେଳ 

ଗ୍ରୁପ ସ୍ତର ଓ ସୁପର ଏଇଟ ସ୍ତର ରେ ନିମ୍ମ ପ୍ରକାର ପୋଏଣ୍ଟ ପ୍ରଦାନ ବ୍ୟବସ୍ଥା ଥିଲା ।

ଫଳାଫଳ  ପୋଏଣ୍ଟ 
ଜିତ  ୨ ପୋଏଣ୍ଟ 
ବିନା ଫଳ  ୧ ପୋଏଣ୍ଟ
ହାର  ୦ ପୋଏଣ୍ଟ 

ଏକ ମେଚ ଟାଇଭାବରେ ସମାପ୍ତ ହେଲେ ସେ କ୍ଷ୍ଯେତ୍ର ରେ ଏକ ବୋଲ ଆଉଟ ର ବ୍ୟବସ୍ଥା ଥିଲା । ଏହା ସବୁ ସ୍ତର ପାଇଁ ପ୍ରଯୁଜ୍ୟ ଥିଲା । ଗ୍ରୁପ ସ୍ତର ରେ ଭରତ ଓ ପାକିସ୍ତାନ ମେଚ ଏହି ପଦ୍ଦତି ରେ ନିର୍ନାୟ ହେଇ ଭାରତ ବିଜୟୀ ହେଇଥିଲା । 

ପ୍ରତି ଗ୍ରୁପ ରେ ଦଳ ମାନେ ତାଙ୍କର ରେଙ୍କିଙ୍ଗ ଅନୁସାରେ ସ୍ଥାନିତ ହେଇଥିଲେ । 

  1. ବ୍ସେୟ ପୋଏଣ୍ଟ ପ୍ରାପ୍ତ ଦଳ 
  2. ପୋଏଣ୍ଟ ସମାନ ହେବା ସ୍ଥିତି ରେ ବେସୀ ଜିତିଥିବା ଦଳ 
  3. ତଥାପି ସମାନ ହେଲେ , ନେଟ ରନ  ରେଟ 
  4. ତଥାପି ସମାନ ହେଲେ ବୋଲିଂ ରେଟ 
  5. ତଥାପି ସମାନ ହେଲେ ସେହି ଦୁଇ ଦଳ ମଧ୍ୟ ର ବିଜେତା 

ଯୋଗ୍ୟତା 

ବିଶ୍ଵ ଟେଷ୍ଟ ରେଙ୍କିଙ୍ଗ ରେ ରେ ଥିବା ୧୦ ଟି ଦଳ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବା ବେଳେ ଅନ୍ୟ ଦୁଇଟି ଦଳ ଯୋଗ୍ୟତା ଅର୍ଜନ ପ୍ରତିଯୋଗୀତା ର ପ୍ରଥମ ସ୍ଥାନ ରେ ଥିବା ଦୁଇ ଦଳ କେନିୟା ଓ ସ୍କଟଲାଣ୍ଡ ହେଇଥିଲେ ।  

ଦଳଗୁଡିକ 

ଗ୍ରୁପ ସ୍ତର 

ଅଂଶଗ୍ରହଣ କାରୀ ୧୨ ଟି ଦଳ କୁ ୪ ଟି ଗ୍ରୁପ ରେ ଭାଗ କରାଯାଇଥିଲା । ମାର୍ଚ ୧ , ୨୦୦୭ ର T୨୦ ବିଶ୍ଵ ରେଙ୍କିଙ୍ଗ ଅନୁସାରେ ଦଳ କୁ ସ୍ତନିତ କରାଯାଇଥିଲା । ପ୍ରତି ଗ୍ରୁପ ର ଶ୍ରେଷ୍ଠ ୨ ଟି ଦଳ କୁ ନେଇ ପରବର୍ତୀ ପର୍ଯ୍ୟାୟ ସୁପର ୮ ଖେଳା ଯାଇଥିଲା । 

ଗ୍ରୁପ A 

Team Seed Pts Pld W L NR NRR
 South AfricaSouth Africa A1 4 2 2 0 0 +0.974
 BangladeshBangladesh A3 2 2 1 1 0 +0.149
 West IndiesWest Indies A2 0 2 0 2 0 −1.233

ଏହି ଗ୍ରୁପ ରେ ୱେଷ୍ଟ ଇଣ୍ଡିଜ ର କ୍ରିଷ୍ଟ ଗେଲ ଙ୍କ ଦକ୍ଷିଣ ଆଫ୍ରିକା ସହ ମେଚ ରେ  ରେକର୍ଡ ୧୧୭ ରନ  ର ପାରି ସତ୍ବେ , ୱେଷ୍ଟ ଇଣ୍ଡିଜ ଉଭୟ ମେଚ ରେ ପରାଜିତ ହେଇ ତଟୁର୍ଣାମେଣ୍ଟ ରୁ ବିଦାୟ ନେଇଥିଲା । 

ଗ୍ରୁପ B 

Team Seed Pts Pld W L NR NRR
 AustraliaAustralia B1 2 2 1 1 0 +0.987
 EnglandEngland B2 2 2 1 1 0 +0.209
 ZimbabweZimbabwe B3 2 2 1 1 0 −1.196

ଏହି ଗ୍ରୁପ ରେ ବିଶ୍ଵ ଚମ୍ପିୟାନ ଅଷ୍ଟ୍ରେଲିଆ ଜିମ୍ବାୱେ ନିକଟ ରୁ ପରାସ୍ତ ହେବା ସତ୍ବେ ସୁପର ୮ କୁ ଯାଇପାରିଥିଲା । 

ଗ୍ରୁପ C

Team Seed Pts Pld W L NR NRR
 Sri LankaSri Lanka C2 4 2 2 0 0 +4.721
 New ZealandNew Zealand C1 2 2 1 1 0 +2.396
 KenyaKenya C3 0 2 0 2 0 −8.047

ଏହି ଗ୍ରୁପ ରେ କେନିୟା ଉଭୟ ମେଚ ରେ ପରାଜିତ ହେଇଥିଲା । ସେମାନେ ନିଉଜିଲାଣ୍ଡ ସହ ମେଚ ରେ ମାତ୍ର ୭୩ ରଣ ରେ ଆଉଟ ହେଇଥିବା ବେଳେ ଶ୍ରୀଲଙ୍କା ତାଙ୍କ ବିରୁଦ୍ଧ ରେ ତତ୍କାଳୀନ ବିଶ୍ଵ ରେକର୍ଡ ୨୬୦ ରଣ କରିଥିଲେ । 

ଗ୍ରୁପ  D

Team Seed Pts Pld W L NR NRR
 IndiaIndia D2 3 2 1 0 1   0.000
 PakistanPakistan D1 2 2 1 1 0 +1.275
 ScotlandScotland D3 1 2 0 1 1 −2.550

ଭାରତ ଓ ପାକିସ୍ତାନ ସର୍ବ ପ୍ରଥମ ଥର ପାଇଁ T୨୦ ମେଚ ରେ ପରସ୍ପର ବିରୁଦ୍ଧ ରେ ଅବତୀର୍ଣ ହେଇଥିଲେ । ଏହି ମେଚ ଟାଇ ହେଇଯିବା ଫଳରେ ବୋଲ ଆଉଟ  ପଦ୍ଧତି ରେ ଭାରତ ବିଜୟୀ ହେଇଥିଲା । 

ସୁପର ୮ ସ୍ତର 

ସବୁ ଗ୍ରୁପ ର ଶ୍ରେଷ୍ଠ ଦୁଇଟି ଲେଖା ଦଳ କୁ ନେଇ ସୁପର ୮ ସ୍ତର ଆରମ୍ଭ ହେଇଥିଲା । ସେହି ୮ ତି ଦଳ କୁ ପୁଣି ୨ ଟି ଗ୍ରୁପ ଗ୍ରୁପ-E ଓ ଗ୍ରୁପ F କରାଯାଇଥିଲା । ଏହି ଦୁଇଟି ଗ୍ରୁପ ର ଶ୍ରେଷ୍ଠ ଦୁଇଟି ଲେଖା ଦଳ ସେମି ଫାଇନାଲ ଯିବାକୁ ଯୋଗ୍ୟତା ହାସଲ କଲେ । 

ଗ୍ରୁପ  E

Team Pts Pld W L NR NRR
 IndiaIndia 4 3 2 1 0 +0.750
 New ZealandNew Zealand 4 3 2 1 0 +0.050
 South AfricaSouth Africa 4 3 2 1 0 −0.116
 EnglandEngland 0 3 0 3 0 −0.700

ଗ୍ରୁପ  F

Team Pts Pld W L NR NRR
 PakistanPakistan 6 3 3 0 0 +0.843
 AustraliaAustralia 4 3 2 1 0 +2.256
 Sri LankaSri Lanka 2 3 1 2 0 -0.697
 BangladeshBangladesh 0 3 0 3 0 -2.031

Knockout stages

ସେମିଫାଇନାଲ 

ଫାଇନାଲ 

ଗ୍ରୁପ ସ୍ତର ରେ ଭେଟି ଥିବା ଭାରତ ଓ ପାକିସ୍ତାନ ପୁଣି ଫାଇନାଲ ରେ ମୁକାବିଲା ରେ ଉପନୀତ ହେଇଥିଲେ । ଭାରତ ଟସ ଜିତ୍ୟ ପ୍ରଥମେ ବେଟିଙ୍ଗ କଳା ଓ ଗମ୍ଭୀର ଙ୍କ ୫୪ ବଳ ରେ ୭୫ ରଣ ବଳ ରେ ୨୦ ଓଭର ରେ ୧୫୭/୫ କରିପାରିଲା । ଉତ୍ତର ରେ ପାକିସ୍ତାନ ୨୪ ବଳ ରେ ୫୪ ରଣ ଦରକାର କରୁଥିବା ସମୟ ରେ ମିସବା ଉଲ ହକ ହରଭାଜନ ଙ୍କ ଓଭର ରେ ଲଗା ଲାଗ ୩ ଟି ଛକା ମାରିବା ଫଳ ରେ ବିଜଯ ର ଦ୍ଵାର ଦେଶ କୁ ପହଞ୍ଚି ଯାଇଥିଲା । କିନ୍ତୁ ପରବର୍ତୀ ବଲ ରେ ସେ ଉପରକୁ ବଳ ଉଠେଇ ଦେବା ଫଳ ରେ ଆଉଟ  ହେଇଥିଲେ ଓ ପାକିସ୍ତାନ ୧୫୨ ରଣ ରେ ସମସ୍ତ ୱିକେଟ ହରେଇଥିଲା । ଇରଫାନ ପଠାନ ଏହି ଫାଇନାଲ ରେ men of ଠେ match ପୁରସ୍କାର ପ୍ରାପ୍ତ ହେଇଥିଲେ । ସେ ଫାଇନାଲ ରେ ୧୬ ରଣ ଦେଇ ୩ ଟି ୱିକେଟ ଅକ୍ତିଆର କରିଥିଲେ । ପାକିସ୍ତାନ ର ସହିଦ ଆଫ୍ରିଦୀ men of the series ପୁରସ୍କାର ଜିତିଥିଲେ । 

ରେକର୍ଡ ଓ ପରିସଙ୍ଖ୍ୟନ