ବିନ୍ଦୁ ଅମ୍ମିନୀ

ଉଇକିପିଡ଼ିଆ‌ରୁ

ବିନ୍ଦୁ ଅମ୍ମିନୀ ଜଣେ ଭାରତୀୟ ଓକିଲ ଏବଂ କୋଳିକୋଡ଼ସ୍ଥିତ ସରକାରୀ ଆଇନ ମହାବିଦ୍ୟାଳୟର ଅଧ୍ୟାପିକା ତଥା ଜଣେ କର୍ମୀ । ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଜନନ ବୟସର ମହିଳାମାନଙ୍କୁ ଶବରୀମାଳା ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ପାଇଁ ନିଷ୍ପତ୍ତି ଦେବା ପରେ ମନ୍ଦିରରେ ପ୍ରବେଶ କରିବାରେ ଦଶରୁ ପଚାଶ ବର୍ଷ ବୟସର ଦୁଇ ପ୍ରଥମ ମହିଳାଙ୍କ ମଧ୍ୟରୁ ସେ ଜଣେ ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ଅମ୍ମିନୀ କେରଳର ପତନମତିଟ୍ଟାରୁ ।[୧] ସେ ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରୁ ସାନ ।[୨] ତାଙ୍କ ମା ତାଙ୍କ ବାପାଙ୍କୁ ଛାଡ଼ିବା ପରେ ତାଙ୍କ ମା ତାଙ୍କୁ ଦାରିଦ୍ର୍ୟ ଭିତରେ ପାଳିଥିଲେ ।[୨][୩]

ତାଙ୍କ ପରିବାରରୁ କଲେଜରେ ପଢ଼ିବାରେ ସେ ପ୍ରଥମ ।[୨] ଜଣେ ଛାତ୍ରୀ ଭାବେ ସେ ସିପିଆଇ (ଏମଏଲ) ଛାତ୍ରଛାତ୍ରୀ ଶାଖା କେରଳ ବିଦ୍ୟାର୍ଥୀ ସଂଗଠନରେ ଜଣେ ନେତ୍ରୀ ଥିଲେ[୪][୧] ଏବଂ ସିପିଆଇର (ଏମଏଲ) ସର୍ବକନିଷ୍ଠ ମହିଳା ରାଜ୍ୟ ସଂଯୋଜିକା ହୋଇଥିଲେ ।[୨] ଟାଇମ ପତ୍ରିକା ଅନୁସାରେ, "ସେ ସ୍ପଷ୍ଟ କରିଛନ୍ତି ଯେ ସେ ଯେଉଁ ଦଳରେ ଥିଲେ ତାହା ରାଜ୍ୟ ସ୍ୱୀକୃତିପ୍ରାପ୍ତ ଏବଂ ସେ କେବେ ବି ସଶସ୍ତ୍ର ବିଦ୍ରୋହରେ ବିଶ୍ୱାସ କରିନାହାଁନ୍ତି", ଏବଂ ସେ ୨୦୧୧ରେ ଦଳ ଛାଡ଼ିଥିଲେ ।[୨] ୨୦୧୯ରେ ସିପିଆଇ (ଏମଏଲ) ପଲିଟବ୍ୟୁରୋ ସଦସ୍ୟ ପିଜେ ଜେମ୍ସ କହିଥିଲେ ଯେ ଅମ୍ମିନୀ ଦଶ ବର୍ଷ ଧରି ଦଳ ସହିତ ସଂଯୁକ୍ତ ହୋଇନାହାଁନ୍ତି ।[୪]

ସେ ପତନମତିଟ୍ଟାର ପ୍ରମଡୋମର ନେତାଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିଥିଲେ ଏବଂ ପତନମତିଟ୍ଟାର କ୍ୟାଥୋଲିକେଟ କଲେଜରୁ ପ୍ରାକ-ଡିଗ୍ରୀ ପଢ଼ିଥିଲେ । ଅମ୍ମିନୀ ଏର୍ଣ୍ଣାକୁଲମସ୍ଥିତ ସରକାରୀ ଆଇନ ମହାବିଦ୍ୟାଳୟରୁ ଆଇନ ସ୍ନାତକ (ଏଲ. ଏଲ. ବି.) ଏବଂ ତିରୁଅନନ୍ତପୁରମସ୍ଥିତ କେରଳ ବିଶ୍ୱବିଦ୍ୟାଳୟର କାରିଆଅଟମ କ୍ୟାମ୍ପସରୁ ଆଇନର ସ୍ନାତକୋତ୍ତର (ଏଲ. ଏଲ. ଏମ.) ଲାଭକରିଥିଲେ ।[୪][୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Meethal, Amiya (3 January 2019). "Bindu Ammini, husband were with CPI (ML) earlier". Deccan Chronicle (in ଇଂରାଜୀ). Retrieved 26 February 2021.
  2. ୨.୦ ୨.୧ ୨.୨ ୨.୩ ୨.୪ "They Entered a Forbidden Hindu Temple in the Name of Women's Rights. Now They're in Hiding". Time. Retrieved 26 February 2021.
  3. ୩.୦ ୩.୧ Schultz, Kai (18 January 2019). "Her Visit to a Men-Only Temple Went Smoothly. Then the Riots Started". The New York Times. Retrieved 28 March 2021.
  4. ୪.୦ ୪.୧ ୪.୨ "A lawyer and a govt employee: Meet Bindu and Kanakadurga, who entered Sabarimala". The News Minute (in ଇଂରାଜୀ). 2 January 2019. Retrieved 26 February 2021.