ବିଦ୍ୟୁତ ଉତ୍ପାଦନ

ଉଇକିପିଡ଼ିଆ ରୁ
Jump to navigation Jump to search

ଛାଞ୍ଚ:SDcat

ଟର୍ବୋ ଜେନେରେଟର
ଏକ ବୈଦୁତିକ ଶକ୍ତି ବ୍ୟବସ୍ଥାର ଚିତ୍ର, ଲାଲ ରଙ୍ଗରେ ଉତ୍ପାଦନ ପ୍ରଣାଳୀ ଦର୍ଶାଯାଇଛି

କୌଣସି ଏକ ପ୍ରାଥମିକ ଶକ୍ତି-ଉତ୍ସରୁ ବୈଦୁତିକ ଶକ୍ତିର ଉତ୍ପାଦନ କରିବା ପ୍ରକ୍ରିୟା ହେଉଛି ବିଦ୍ୟୁତ୍ ଉତ୍ପାଦନ । ଶକ୍ତି କମ୍ପାନୀଗୁଡ଼ିକ ପାଇଁ ଏହା ସରବାରହ, ବିତରଣ ଏବଂ ସଞ୍ଚୟର ପୂର୍ବବର୍ତ୍ତୀ ସୋପାନ ଅଟେ ।

ବିଦ୍ୟୁତ୍ ଶକ୍ତି ପ୍ରଚୁର ପରିମାଣରେ ପ୍ରକୃତିରେ ମୁକ୍ତ ଭାବରେ ଉପଲବ୍ଧ ନୁହେଁ, ତେଣୁ ଏହାକୁ “ଉତ୍ପାଦନ” କରିବାକୁ ପଡ଼େ (ଅର୍ଥାତ୍ ଅନ୍ୟ ଶକ୍ତିକୁ ବିଦ୍ୟୁତରେ ରୂପାନ୍ତରଣ କରିବା) । ଏହି ଉତ୍ପାଦନ ପ୍ରକ୍ରିୟା ପାୱାର ଷ୍ଟେସନରେ କରାଯାଇଥାଏ (ଏହାକୁ “ପାୱାର୍ ପ୍ଲାଣ୍ଟ” ମଧ୍ୟ କୁହାଯାଏ) ଏବଂ ଏଠାରେ ବିଦ୍ୟୁତ-ଯାନ୍ତ୍ରିକ ଜନିତ୍ର (ଇଲେକ୍ଟ୍ରୋ-ମେକାନିକାଲ୍ ଜେନେରେଟର) ବ୍ୟବହାର କରି ଶକ୍ତି ଉତ୍ପନ୍ନ ହୋଇଥାଏ । ଯଦିଓ ଏହି ଜନିତ୍ରକୁ ଚଳାଇବା ପାଇଁ ମୁଖ୍ୟତଃ ଜାଳେଣି (ଦହନ) କିମ୍ବା ଆଣବିକ ଫିସନ୍ଦ୍ୱାରା ଚାଳିତ ଉତ୍ତାପ ଇଞ୍ଜିନ୍ ବ୍ୟବହାର କରାଯାଇଥାଏ, କେତେକ କ୍ଷେତ୍ରରେ ପ୍ରବାହିତ ଜଳ ଏବଂ ପବନର ଗତିଜ ଶକ୍ତିର ବ୍ୟବହାର ବି ଲୋକପ୍ରିୟ ଅଟେ । ଅନ୍ୟାନ୍ୟ ଶକ୍ତି ଉତ୍ସଗୁଡ଼ିକରେ ସୌର ଶକ୍ତି ଏବଂ ଭୂତାପ ଶକ୍ତି ଅନ୍ତର୍ଭୁକ୍ତ ।

ଇତିହାସ[ସମ୍ପାଦନା]

ବିଦ୍ୟୁତ୍ ଉତ୍ପାଦନର ମୌଳିକ ନିୟମଗୁଡ଼ିକ ୧୮୨୦ ଦଶକ ଏବଂ ୧୮୩୦ ଦଶକର ପ୍ରଥମାର୍ଦ୍ଧରେ ବ୍ରିଟିଶ୍ ବୈଜ୍ଞାନିକ ମାଇକେଲ୍ ଫାରାଡେଙ୍କଦ୍ୱାରା ଆବିଷ୍କୃତ ହୋଇଥିଲା । ତାଙ୍କ ପଦ୍ଧତି ଆଜି ବି ବ୍ୟବହୃତ ହେଉଛି- ଏକ 'ଚୁମ୍ବକୀୟ କ୍ଷେତ୍ର' ମଧ୍ୟଦେଇ 'ତାରର ଏକ ଲୁପ୍' (ଫାରାଡେ ଡିସ୍କ)କୁ ଗତିଶୀଳ କରିବା ପୂର୍ବକ ବିଦ୍ୟୁତ୍ ଉତ୍ପନ୍ନ କରିବା । ପରବର୍ତ୍ତୀ ସମୟରେ, ପ୍ରତ୍ୟାବର୍ତ୍ତୀ କରେଣ୍ଟ (AC)ର ବହୁଳ ବ୍ୟବହାର କେନ୍ଦ୍ରୀୟ ପାୱାର ଷ୍ଟେସନଗୁଡ଼ିକ ପାଇଁ ବ୍ୟବସାୟିକ ସଫଳତା ଆଣିଦେଲା । ପ୍ରତ୍ୟାବର୍ତ୍ତୀ କରେଣ୍ଟ ଯୋଗୁଁ ଟ୍ରାନ୍ସଫର୍ମର ବ୍ୟବହାର କରି ଉଚ୍ଚ ବିଦ୍ୟୁତ୍ ବିଭବ ସଂପନ୍ନ ଶକ୍ତି ଏବଂ ସ୍ୱଳ୍ପ କ୍ଷତିରେ ବହୁତ ଦୂର ପ୍ରେରଣ କରିବା ସମ୍ଭବ ହୋଇପାରିଥିଲା ।

୧୮୭୦ ମସିହାରେ ଡାଇନାମୋକୁ ହାଇଡ୍ରୋଲିକ୍ ତରବାଇନ ସହ ଯୋଡିବା ସହିତ ବାଣିଜ୍ୟିକ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇଥିଲା । ବୈଦୁତିକ ଶକ୍ତିର ଯାନ୍ତ୍ରିକ ଉତ୍ପାଦନ ଦ୍ୱିତୀୟ ଶିଳ୍ପ ବିପ୍ଳବ ଆରମ୍ଭ କଲା ଏବଂ ବିଦ୍ୟୁତ୍ ବ୍ୟବହାର କରି ଅନେକ ଉଦ୍ଭାବନ ସମ୍ଭବ ହେଲା, ଏଥିରେ ପ୍ରମୁଖ ଯୋଗଦାନକାରୀ ଥିଲେ ଥୋମାସ୍ ଆଲଭା ଏଡ଼ିସନ ଏବଂ ନିକୋଲା ଟେସଲା । ଏହା ପୂର୍ବରୁ ବିଦ୍ୟୁତ୍ ଉତ୍ପାଦନ କରିବାର ଏକମାତ୍ର ଉପାୟ ଥିଲା ରାସାୟନିକ ପ୍ରତିକ୍ରିୟା କିମ୍ବା ବ୍ୟାଟେରୀର ବ୍ୟବହାର, ଏବଂ ବିଦ୍ୟୁତର ଏକମାତ୍ର ବ୍ୟବହାରିକ ପ୍ରୟୋଗ ଟେଲିଗ୍ରାଫ୍ ପାଇଁ ହେଉଥିଲା । ୧୮୮୨ ମସିହାରେ ନ୍ୟୁୟର୍କର ପର୍ଲ-ଷ୍ଟ୍ରୀଟ ସ୍ଥିତ ଏକ କେନ୍ଦ୍ରୀୟ ଶକ୍ତି ଷ୍ଟେସନରେ ବାଷ୍ଫ ଇଞ୍ଜିନ ଚଳିତ ଡାଇନମୋ ବ୍ୟବହାର କରି ସଳଖ ବିଦ୍ୟୁତ (DC) ଉତ୍ପାଦନ କରଯାଇଥିଲା ଏବଂ ଏହି ଶକ୍ତିଦ୍ୱାରା ସାର୍ବଜନୀନ ସ୍ଥାନରେ ଆଲୋକ ବ୍ୟବସ୍ଥା କରଯାଇଥିଲା । ଏହି ନୂତନ ଟେକ୍ନୋଲୋଜିକୁ ଶୀଘ୍ର ବିଶ୍ୱର ଅନେକ ସହର ଗ୍ରହଣ କରିନେଇଥିଲେ । ପରବର୍ତ୍ତୀ ସମୟରେ ସାର୍ବଜନୀନ ଅଟ୍ଟାଳିକା, ବ୍ୟବସାୟ ଏବଂ ଟ୍ରାମ୍ ଏବଂ ଟ୍ରେନ୍ ପରି ସାଧାରଣ ପରିବହନକୁ ବିଦ୍ୟୁତ୍ ଆଲୋକ ବ୍ୟବହାର କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ନିର୍ମିତ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ ଜଳ କିମ୍ବା କୋଇଲା ବ୍ୟବହାର କରଯାଇଥିଲା [୧] କିନ୍ତୁ ଆଜି ଶକ୍ତିର ଅନ୍ୟାନ୍ୟ ଉତ୍ସ, ଯଥା- ପରମାଣୁ, ପ୍ରାକୃତିକ ଗ୍ୟାସ, ପବନ, ତୈଳ, ଭୂତାପ, ଜୁଆର, ଏବଂ ସୂର୍ଯ୍ୟ କିରଣ ଆଦିର ବ୍ୟବହାର ଉପରେ ଗୁରୁତ୍ତ୍ୱ ଦିଆଯାଉଅଛି ।

ଆଧାର[ସମ୍ପାଦନା]

  1. "Pearl Street Station - Engineering and Technology History Wiki". ethw.org. Retrieved 2016-08-14.

ବାହାର ଲିଙ୍କ[ସମ୍ପାଦନା]