ବିଠୋବା ମନ୍ଦିର

Coordinates: 17°40′N 75°20′E / 17.67°N 75.33°E / 17.67; 75.33
ଉଇକିପିଡ଼ିଆ‌ରୁ
ବିଠୋବା ମନ୍ଦିର
Shri Vitthal-Rukmini Mandir
Shri Vitthal Rukmini Devasthan
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictSolapur
ଦେବାଦେବୀVithoba alias Vitthala
FestivalsAashadhi Ekadashi, Kartiki Ekadashi.
Location
ସ୍ଥାନPandharpur, Solapur, Maharashtra, India
StateMaharashtra
CountryIndia
ବିଠୋବା ମନ୍ଦିର is located in Maharashtra
ବିଠୋବା ମନ୍ଦିର
Location in Maharashtra
ଭୌଗଳିକ ଅବସ୍ଥିତି17°40′N 75°20′E / 17.67°N 75.33°E / 17.67; 75.33
Architecture
TypeHoysala Architecture
Vishnuvardhana, Hoysala King[୧]
Completed1108–1152 CE

ବିଠୋବା ମନ୍ଦିର, ବିଠୋବା-ରୁକ୍ମିଣୀ ମନ୍ଦିର ନାମରେ ମଧ୍ୟ ଜଣାଶୁଣା ((ମରାଠୀ: श्री विठ्ठल-रूक्मिणी मंदिर),(କନ୍ନଡ଼: ಶ್ರೀ ವಿಠ್ಠಲ - ರುಕ್ಮಿಣೀ ದೇವಸ್ಥಾನ) ଭାରତର ମହାରାଷ୍ଟ୍ର ପ୍ରଦେଶର ପନ୍ଧରପୁରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ବିଠୋବା (ବିଷ୍ଣୁ ବା କୃଷ୍ଣ) ଓ ତାଙ୍କ ପତ୍ନୀ ରୁକ୍ମିଣୀଙ୍କର ଏହା ଏକ ମୁଖ୍ୟ ଉପାସନା ସ୍ଥଳ । ଐତିହାସିକ ବ୍ୟକ୍ତି ପୁଣ୍ଡାଳିକଙ୍କ ପ୍ରରୋଚନାରେ ମହାରାଷ୍ଟ୍ରର ହୟେଶାଲା ସାମ୍ରାଜ୍ୟର (Hoysala) ରାଜା ବିଷ୍ଣୁବର୍ଦ୍ଧନ ଏହି ମନ୍ଦିର ନିର୍ମାଣ କରେଇଥିଲେ । ଏହି ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ୧୨୩୭ ମସିହାରେ ରାଜା ବୀର ସୋମେଶ୍ୱର ଏକ ଗ୍ରାମ ଦାନ କରିଥିବା କଥା ମନ୍ଦିରର ଏକ ଶିଳାଲେଖରେ ଲିପିବଦ୍ଧ ଅଛି ।[୨] ଏହି ମନ୍ଦିରକୁ ମହାରାଷ୍ଟ୍ରର ସର୍ବାଧିକ ଲୋକ ଆସନ୍ତି । ଶାୟାନି ଏକାଦଶୀ ଓ କାର୍ତ୍ତିକ ଏକାଦଶୀ ଦିନ ଲୋକମାନେ ଦଳ ଦଳ ହୋଇ ଡିଣ୍ଡି ଶୋଭାଯାତ୍ରାରେ ମନ୍ଦିରକୁ ଯାତ୍ରା କରନ୍ତି । ପନ୍ଧରପୁରର ଚନ୍ଦ୍ରଭାଗା ନଦୀରେ ବୁଡ଼ ପକେଇଲେ ସକଳ ପାପ ନାଶ ହେଉଥିବା ବିଶ୍ୱାସ କରାଯାଏ । ସମସ୍ତ ଭକ୍ତଙ୍କୁ ବିଠୋବାଙ୍କ ପାଦ ସ୍ପର୍ଶ କରିବାକୁ ଅନୁମତି ଦିଆଯାଏ । ଭାରତରେ ୧୯୧୪ ମଇ ମାସରୁ ପ୍ରଥମ କରି ମହିଳା ଓ ଅନ୍ୟାନ୍ୟ ପଛୁଆ ଜାତିମାନଙ୍କୁ ଏଠାରେ ପୂଜକ ହେବାକୁ ଅନୁମତି ଦିଆଗଲା।[୩][୪][୫][୬][୭]

ମନ୍ଦିର କେତେକ ଭାଗ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲେ ମଧ୍ୟ ସପ୍ତଦଶ ଶତାବ୍ଦୀରେ ତିଆରି ହୋଇଥିବା ସୂଚନା ମିଳେ ଯାହା ଦାକ୍ଷିଣାତ୍ୟ ପଦ୍ଧତିରେ ତିଆରି ହୋଇଥିବା ଦେଖାଯାଏ ।[୮]

ପୁଣ୍ଡଳିକ କିମ୍ବଦନ୍ତୀ[ସମ୍ପାଦନା]

ବିଠୋବାଙ୍କର କେନ୍ଦ୍ରୀୟ ମୂର୍ତ୍ତି

ପୁଣ୍ଡଳିକ ପିତା ଜାଣୁଦେବ ଓ ମାତା ସତ୍ୟବତୀଙ୍କର ପ୍ରିୟ ପୁତ୍ର ଥିଲା କିନ୍ତୁ ବିବାହ ପରେ ତାହାର ମତି ପରିବର୍ତ୍ତନ ହୋଇ ଖରାପ ବ୍ୟବହାର କଲା । ଏପରି ବ୍ୟବହାରରେ ଅତିଷ୍ଠ ହୋଇ ପିତାମାତା କାଶୀରେ ଯାଇ ରହିବାକୁ ଇଚ୍ଛା ପ୍ରକାଶ କଲେ । କାଶୀକୁ ମୋକ୍ଷ ପ୍ରାପ୍ତିର ସ୍ଥାନ କୁହାଯାଏ । ଏହି ଇଚ୍ଛା ଶୁଣି ପୁଣ୍ଡଳିକ ମଧ୍ୟ ତାଙ୍କ ସାଥିରେ ଯିବାକୁ ବାହାରିଲା । ପିତାମାତାଙ୍କୁ ପାଦର ଚଳେଇ ନେଲା ଓ ନିଜେ ପତ୍ନୀ ସହିତ ଘୋଡ଼ା ଉପରେ ବସି ଗଲା । ପିତାମାତାଙ୍କୁ ନିଜର ସୁଖ ନିମନ୍ତେ କାମ କରିବାକୁ ବାଧ୍ୟ କଲା । ସନ୍ଧ୍ୟାରେ ନିଜେ ଥକ୍କା ମେଣ୍ଟେଇବା ବେଳେ ଘୋଡ଼ାଙ୍କ ଯତ୍ନ ନେବାକୁ ହୁକୁମ ଦେଲା । ଯାଉ ଯାଉ ବାଟରେ କୁକ୍କୁଟସ୍ୱାମୀଙ୍କ ଆଶ୍ରମ ପଡ଼ିଲା । ସେଠାରେ ସେମାନେ ବିଶ୍ରାମ ନେଲେ । ରାତିରେ ନିଦ୍ରା ଭଙ୍ଗ ହୋଇ ପୁଣ୍ଡଳିକ ଦେଖିଲା, କେତେକ ଯୁବତୀ ମଇଳା ପୋଷାକ ପିନ୍ଧି ଆଶ୍ରମ ଭିତରକୁ ଗଲେ । ସେମାନେ ଆଶ୍ରମକୁ ସଫା କଲେ, ପାଣି ଆଣିଲେ ଓ ସାଧୁଙ୍କ ଲୁଗାପଟା ସଫା କରି ପ୍ରାର୍ଥନା ଗୃହକୁ ଗଲେ । କିଛି ସମୟ ପରେ ସେମାନେ ବାହାରିବାରୁ ଦେଖାଗଲା ତାଙ୍କର ପୋଷାକ ସଫା ଦେଖାଯାଉଛି । ଏହା ସ୍ୱପ୍ନ କି ସତ୍ୟ ପରୀକ୍ଷା କରିବାକୁ ପରଦିନ ରାତିରେ ଛକି ରହିଲା ଓ ସେମାନେ ପୁନଶ୍ଚ ଆସିଲେ । ଏଥର ସେମାନଙ୍କୁ ତାଙ୍କର ପରିଚୟ ମାଗିଲା । ନିଜକୁ ସେମାନେ ଗଙ୍ଗା ଓ ଯମୁନା କହିଲେ ଓ କହିଲେ ତୁମେ ଅତିଶୟ ପାପୀ ଯେହେତୁ ପିତାମାତାଙ୍କୁ ଦୁର୍ବ୍ୟବହାର କରୁଛ । ଏକଥା ଶୁଣି ପୁଣ୍ଡଳିକର ଚୈତନ୍ୟୋଦୟ ହେଲା ଓ ପିତାମାତାଙ୍କୁ ଭଲ ବ୍ୟବହାର ଦେଖେଇଲା । ପିତାମାତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ପିତା ମାତାଙ୍କୁ ଖାଦ୍ୟ ପରସିଲା ସମୟରେ ବିଷ୍ଣୁ ତାଙ୍କୁ ଆଶୀର୍ବାଦ କରିବାକୁ ଆସି ଘର କବାଟ ବାଡ଼େଇଲେ । ବିଷ୍ଣୁ ଆସିଥିବା ଜାଣି ପୁଣ୍ଡଳିକ କବାଟ ପାଖକୁ ଗୋଟିଏ ଇଟା ଫୋପାଡ଼ିଲା । ଜଳମୟ ଘରେ ସେଇ ଇଟା ଉପରେ ବିଷ୍ଣୁ ଶୁଖିଲାରେ ଠିଆ ହୋଇ ରହିଲେ । ନିଜ କାର୍ଯ୍ୟ ଶେଷ କରି ପୁଣ୍ଡଳିକ ବିଷ୍ଣୁଙ୍କୁ କ୍ଷମା ମାଗିଲା । ଅତି ପ୍ରସନ୍ନ ହୋଇ ବର ମାଗିବାକୁ ବିଷ୍ଣୁ କହିଲେ । ତାଙ୍କୁ ଫେରି ନଯାଇ ସେଠାରେ ରହିଯିବାକୁ ପୁଣ୍ଡଳିକ ପ୍ରାର୍ଥନା କଲା । କୃଷ୍ଣ ରାଜି ହୋଇ ବିଠୋବା ରୂପରେ ସେଠାରେ ରହିଗଲେ । ବିଠୋବାଙ୍କ ସହିତ ତାଙ୍କ ପତ୍ନୀ ରୁକ୍ମିଣୀଙ୍କୁ ମଧ୍ୟ ସେଠାରେ ପୂଜା କରାଗଲା ।

ସନ୍ଥ ନାମଦେବ ପାହୁଣ୍ଡ[ସମ୍ପାଦନା]

ମନ୍ଦିର ପୂର୍ବ ମୁଖ୍ୟ ଦ୍ୱାରରେ ସନ୍ଥ ନାମଦେବ ମହାରାଜ ପାହୁଣ୍ଡ ଅଛି । ମୁଖ୍ୟ ଫାଟକ ସାମନାରେ ଥିବା ନୀଳ ମନ୍ଦିରକୁ ଚୋଖମେଳା ମେମୋରିଆଲ କୁହାଯାଏ ।
The exit for pilgrims; with the shikhara of Rakhumai's cella seen

ମନ୍ଦିରର ପ୍ରଥମ ପାହାଚକୁ ସନ୍ଥ ନାମଦେବ ପାହୁଣ୍ଡ କୁହାଯାଏ । ଶିଶୁ ଓ ଭବିଷ୍ୟତର ସନ୍ଥ ନାମଦେବ ବିଠୋବାଙ୍କର ଜଣେ ଅତୀବ ଭକ୍ତ ଥିଲେ । ଦିନେ ତାଙ୍କର ମାତା ତାଙ୍କୁ ନୈବେଦ୍ୟ ଦେବା କ୍ରିୟା ସମାପ୍ତ କରିବାକୁ କହିଲେ । ନାମଦେବ ହତୋତ୍ସାହ ହୋଇଗଲେ । ଭଗବାନ ସ୍ୱୟଂ ଆସି ନୈବେଦ୍ୟ ଗ୍ରହଣ କରିବାକୁ ସେ ପ୍ରାର୍ଥନା କରୁଥିଲେ । କୌଣସି ଉତ୍ତର ନ ପାଇ ସେ ଠାକୁରଙ୍କ ପାଦ ଉପରେ ନିଜ ମୁଣ୍ଡ ପିଟିବାକୁ ଲାଗିଲେ । ତାଙ୍କର ଭକ୍ତି ଓ ରୁଚି ଦେଖି ପ୍ରଭୁ ସେଠାରେ ଉପସ୍ଥିତ ହୋଇ ନୈବେଦ୍ୟ ଖାଇଲେ ଓ ନାମଦେବଙ୍କୁ ଆଶୀର୍ବାଦ କଲେ । ତାଙ୍କ ମନ୍ଦିରର ପ୍ରଥମ ପାହାଚରେ ସେ ପାଦ ରଖିବାକୁ ନାମଦେବ ଅନୁରୋଧ କଲେ ଓ ଏହାଦ୍ୱାରା ମନ୍ଦିର ଭିତରକୁ ଯାଇ ଦର୍ଶନ କରିବା ପୂର୍ବରୁ ସମସ୍ତ ଭକ୍ତ ତାଙ୍କର ଚରଣ ସ୍ପର୍ଶ ପାଇପାରିବେ । ତେଣୁ ମନ୍ଦିରକୁ ଯିବାର ପ୍ରଥମ ପାହାଚକୁ ନାମଦେବ ପାହୁଣ୍ଡ କୁହାଗଲା । ସପ୍ତଦଶ ଶତାବ୍ଦୀରେ ତୁକାରାମ ସେହି ମନ୍ଦିରରେ ତାଙ୍କର ଶେଷ ଦିନଗୁଡ଼ିକ ବିତେଇଥିବା ବିଶ୍ୱାସ କରାଯାଏ ।[୯]

ମନ୍ଦିର[ସମ୍ପାଦନା]

ଚନ୍ଦ୍ରଭାଗା ନଦୀ

ବିଠଲ ବା ବିଟ୍ଟଲ ମନ୍ଦିରର ମୂଖ୍ୟ ଦ୍ୱାର ସାମନାରେ ଚନ୍ଦ୍ରଭାଗା ବା ଭୀମ ନଦୀ ଅବସ୍ଥିତ । ନାମଦେବଙ୍କ ସମାଧି ଓ ଚୋକାମେଳାଙ୍କ ସମାଧି ଏହି ମୁଖ୍ୟ ଦ୍ୱାରରେ ଦେଖିବାକୁ ମିଳେ । ତୀର୍ଥଯାତ୍ରୀମାନେ ପ୍ରଥମ ସେଠାରେ ପ୍ରାର୍ଥନା କରିବା ପରେ ମନ୍ଦିର ଭିତରେ ପ୍ରବେଶ କରନ୍ତି । ମନ୍ଦିର ଭିତରେ ପ୍ରଥମେ ଏକ ଛୋଟ ଗଣେଶ ମନ୍ଦିର ଅଛି । ତା’ପରେ ଗୋଟିଏ ଛୋଟ ହଲ ଅଛି ଯେଉଁଠାରେ ଭଜନ କରାଯାଏ । ଗରୁଡ଼ ଓ ହନୁମାନଙ୍କ ପାଇଁ ଏକ ଛୋଟ ମନ୍ଦିର ଅଛି । କିଛି ପାହାଚ ଚଢିବା ପରେ ବିଠୋବାଙ୍କ ମୁଖ ଦର୍ଶନ ହୁଏ । କୌଣସି ଧାଡ଼ିରେ ନଯାଇ ମୁକ୍ତ ଦର୍ଶନ ହୋଇପାରେ । ପାଦ ଦର୍ଶନ ନିମନ୍ତେ ଅନ୍ୟ ଏକ ଦ୍ୱାର ଅଛି ଓ ସେଠାରୁ ବାହାରକୁ ଯାଇ ଧାଡ଼ିରେ ଠିଆ ହେବାକୁ ପଡ଼େ । ଏହା ପରେ କେତେକ ଛୋଟ ମନ୍ଦିର ଦର୍ଶନ ମିଳେ । ଏହା ପରେ ପାଣ୍ଡୁରଙ୍ଗାଙ୍କ ଦର୍ଶନ ମିଳେ । ସେଠାରେ ତାଙ୍କର ପଦ୍ମ ପାଦ ସ୍ପର୍ଶ କରିହୁଏ । ରୁକ୍ମିଣୀ, ସତ୍ୟଭାମା, ରାଧିକା, ପ୍ରଭୁ ନରସିଂହ, ଭେଙ୍କଟେଶ୍ୱର, ମହାଲକ୍ଷ୍ମୀ, ନାଗରାଜ, ଗଣେଶ, ଅନ୍ନପୂର୍ଣ୍ଣା ଇତ୍ୟାଦି ଦେବାଦେବୀଙ୍କର ମନ୍ଦିର ମଧ୍ୟ ଦେଖିବାକୁ ମିଳେ । ଅନ୍ୟ ଏକ ମଣ୍ଡପରେ ଗୋପୀମାନଙ୍କ ସହିତ କୃଷ୍ଣ ନାଚ କଲା ଭଳି ଭକ୍ତମାନେ ନୃତ୍ୟ କରନ୍ତି । ଏହା ଏକ ଅନବଦ୍ୟ ଅନୁଭୂତି ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "The Great Pandharpur Pilgrimage". Live Histrory India.
  2. "The Great Pandharpur Pilgrimage". Live History India.
  3. Vishwas Waghmode (29 May 2014). "Caste no bar: Women, non-Brahmins will be priests in Pandharpur temple". Firstpost. Retrieved 30 August 2018.
  4. Amruta Byatnal (23 May 2014). "Pandharpur temple allows women, men of all castes as priests". The Hindu. Retrieved 30 August 2018.
  5. Daily News & Analysis (15 May 2014). "Athawale slams Sanatan for opposing Dalit priest in temple". Dnaindia.com. Retrieved 29 July 2015.
  6. "First time in 900 yrs, Vitthal Rukmini temple may get non-Brahmin priests". The Indian Express. 6 May 2014. Retrieved 29 July 2015.
  7. "Lord Vithoba temple makes history by having women and lower-caste priests". IANS. news.biharprabha.com. Retrieved 9 May 2014.
  8. Michell, George, The Penguin Guide to the Monuments of India, Volume 1: Buddhist, Jain, Hindu, p. 386, 1989, Penguin Books, ISBN 0140081445
  9. Bhoothalingam, Mathuram (2016). S., Manjula (ed.). Temples of India Myths and Legends. New Delhi: Publications Division, Ministry of Information and Broadcasting, Government of India. pp. 11–14. ISBN 978-81-230-1661-0.

ବାହ୍ୟ ଲିଙ୍କ[ସମ୍ପାଦନା]