ବିଠୋବା ମନ୍ଦିର
ବିଠୋବା ମନ୍ଦିର | |
---|---|
Shri Vitthal-Rukmini Mandir | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Solapur |
ଦେବାଦେବୀ | Vithoba alias Vitthala |
Festivals | Aashadhi Ekadashi, Kartiki Ekadashi. |
Location | |
ସ୍ଥାନ | Pandharpur, Solapur, Maharashtra, India |
State | Maharashtra |
Country | India |
Location in Maharashtra | |
ଭୌଗଳିକ ଅବସ୍ଥିତି | 17°40′N 75°20′E / 17.67°N 75.33°E |
Architecture | |
Type | Hoysala Architecture |
Vishnuvardhana, Hoysala King[୧] | |
Completed | 1108–1152 CE |
ବିଠୋବା ମନ୍ଦିର, ବିଠୋବା-ରୁକ୍ମିଣୀ ମନ୍ଦିର ନାମରେ ମଧ୍ୟ ଜଣାଶୁଣା ((ମରାଠୀ: श्री विठ्ठल-रूक्मिणी मंदिर),(କନ୍ନଡ଼: ಶ್ರೀ ವಿಠ್ಠಲ - ರುಕ್ಮಿಣೀ ದೇವಸ್ಥಾನ) ଭାରତର ମହାରାଷ୍ଟ୍ର ପ୍ରଦେଶର ପନ୍ଧରପୁରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ବିଠୋବା (ବିଷ୍ଣୁ ବା କୃଷ୍ଣ) ଓ ତାଙ୍କ ପତ୍ନୀ ରୁକ୍ମିଣୀଙ୍କର ଏହା ଏକ ମୁଖ୍ୟ ଉପାସନା ସ୍ଥଳ । ଐତିହାସିକ ବ୍ୟକ୍ତି ପୁଣ୍ଡାଳିକଙ୍କ ପ୍ରରୋଚନାରେ ମହାରାଷ୍ଟ୍ରର ହୟେଶାଲା ସାମ୍ରାଜ୍ୟର (Hoysala) ରାଜା ବିଷ୍ଣୁବର୍ଦ୍ଧନ ଏହି ମନ୍ଦିର ନିର୍ମାଣ କରେଇଥିଲେ । ଏହି ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ୧୨୩୭ ମସିହାରେ ରାଜା ବୀର ସୋମେଶ୍ୱର ଏକ ଗ୍ରାମ ଦାନ କରିଥିବା କଥା ମନ୍ଦିରର ଏକ ଶିଳାଲେଖରେ ଲିପିବଦ୍ଧ ଅଛି ।[୨] ଏହି ମନ୍ଦିରକୁ ମହାରାଷ୍ଟ୍ରର ସର୍ବାଧିକ ଲୋକ ଆସନ୍ତି । ଶାୟାନି ଏକାଦଶୀ ଓ କାର୍ତ୍ତିକ ଏକାଦଶୀ ଦିନ ଲୋକମାନେ ଦଳ ଦଳ ହୋଇ ଡିଣ୍ଡି ଶୋଭାଯାତ୍ରାରେ ମନ୍ଦିରକୁ ଯାତ୍ରା କରନ୍ତି । ପନ୍ଧରପୁରର ଚନ୍ଦ୍ରଭାଗା ନଦୀରେ ବୁଡ଼ ପକେଇଲେ ସକଳ ପାପ ନାଶ ହେଉଥିବା ବିଶ୍ୱାସ କରାଯାଏ । ସମସ୍ତ ଭକ୍ତଙ୍କୁ ବିଠୋବାଙ୍କ ପାଦ ସ୍ପର୍ଶ କରିବାକୁ ଅନୁମତି ଦିଆଯାଏ । ଭାରତରେ ୧୯୧୪ ମଇ ମାସରୁ ପ୍ରଥମ କରି ମହିଳା ଓ ଅନ୍ୟାନ୍ୟ ପଛୁଆ ଜାତିମାନଙ୍କୁ ଏଠାରେ ପୂଜକ ହେବାକୁ ଅନୁମତି ଦିଆଗଲା।[୩][୪][୫][୬][୭]
ମନ୍ଦିର କେତେକ ଭାଗ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲେ ମଧ୍ୟ ସପ୍ତଦଶ ଶତାବ୍ଦୀରେ ତିଆରି ହୋଇଥିବା ସୂଚନା ମିଳେ ଯାହା ଦାକ୍ଷିଣାତ୍ୟ ପଦ୍ଧତିରେ ତିଆରି ହୋଇଥିବା ଦେଖାଯାଏ ।[୮]
ପୁଣ୍ଡଳିକ କିମ୍ବଦନ୍ତୀ
[ସମ୍ପାଦନା]ପୁଣ୍ଡଳିକ ପିତା ଜାଣୁଦେବ ଓ ମାତା ସତ୍ୟବତୀଙ୍କର ପ୍ରିୟ ପୁତ୍ର ଥିଲା କିନ୍ତୁ ବିବାହ ପରେ ତାହାର ମତି ପରିବର୍ତ୍ତନ ହୋଇ ଖରାପ ବ୍ୟବହାର କଲା । ଏପରି ବ୍ୟବହାରରେ ଅତିଷ୍ଠ ହୋଇ ପିତାମାତା କାଶୀରେ ଯାଇ ରହିବାକୁ ଇଚ୍ଛା ପ୍ରକାଶ କଲେ । କାଶୀକୁ ମୋକ୍ଷ ପ୍ରାପ୍ତିର ସ୍ଥାନ କୁହାଯାଏ । ଏହି ଇଚ୍ଛା ଶୁଣି ପୁଣ୍ଡଳିକ ମଧ୍ୟ ତାଙ୍କ ସାଥିରେ ଯିବାକୁ ବାହାରିଲା । ପିତାମାତାଙ୍କୁ ପାଦର ଚଳେଇ ନେଲା ଓ ନିଜେ ପତ୍ନୀ ସହିତ ଘୋଡ଼ା ଉପରେ ବସି ଗଲା । ପିତାମାତାଙ୍କୁ ନିଜର ସୁଖ ନିମନ୍ତେ କାମ କରିବାକୁ ବାଧ୍ୟ କଲା । ସନ୍ଧ୍ୟାରେ ନିଜେ ଥକ୍କା ମେଣ୍ଟେଇବା ବେଳେ ଘୋଡ଼ାଙ୍କ ଯତ୍ନ ନେବାକୁ ହୁକୁମ ଦେଲା । ଯାଉ ଯାଉ ବାଟରେ କୁକ୍କୁଟସ୍ୱାମୀଙ୍କ ଆଶ୍ରମ ପଡ଼ିଲା । ସେଠାରେ ସେମାନେ ବିଶ୍ରାମ ନେଲେ । ରାତିରେ ନିଦ୍ରା ଭଙ୍ଗ ହୋଇ ପୁଣ୍ଡଳିକ ଦେଖିଲା, କେତେକ ଯୁବତୀ ମଇଳା ପୋଷାକ ପିନ୍ଧି ଆଶ୍ରମ ଭିତରକୁ ଗଲେ । ସେମାନେ ଆଶ୍ରମକୁ ସଫା କଲେ, ପାଣି ଆଣିଲେ ଓ ସାଧୁଙ୍କ ଲୁଗାପଟା ସଫା କରି ପ୍ରାର୍ଥନା ଗୃହକୁ ଗଲେ । କିଛି ସମୟ ପରେ ସେମାନେ ବାହାରିବାରୁ ଦେଖାଗଲା ତାଙ୍କର ପୋଷାକ ସଫା ଦେଖାଯାଉଛି । ଏହା ସ୍ୱପ୍ନ କି ସତ୍ୟ ପରୀକ୍ଷା କରିବାକୁ ପରଦିନ ରାତିରେ ଛକି ରହିଲା ଓ ସେମାନେ ପୁନଶ୍ଚ ଆସିଲେ । ଏଥର ସେମାନଙ୍କୁ ତାଙ୍କର ପରିଚୟ ମାଗିଲା । ନିଜକୁ ସେମାନେ ଗଙ୍ଗା ଓ ଯମୁନା କହିଲେ ଓ କହିଲେ ତୁମେ ଅତିଶୟ ପାପୀ ଯେହେତୁ ପିତାମାତାଙ୍କୁ ଦୁର୍ବ୍ୟବହାର କରୁଛ । ଏକଥା ଶୁଣି ପୁଣ୍ଡଳିକର ଚୈତନ୍ୟୋଦୟ ହେଲା ଓ ପିତାମାତାଙ୍କୁ ଭଲ ବ୍ୟବହାର ଦେଖେଇଲା । ପିତାମାତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ପିତା ମାତାଙ୍କୁ ଖାଦ୍ୟ ପରସିଲା ସମୟରେ ବିଷ୍ଣୁ ତାଙ୍କୁ ଆଶୀର୍ବାଦ କରିବାକୁ ଆସି ଘର କବାଟ ବାଡ଼େଇଲେ । ବିଷ୍ଣୁ ଆସିଥିବା ଜାଣି ପୁଣ୍ଡଳିକ କବାଟ ପାଖକୁ ଗୋଟିଏ ଇଟା ଫୋପାଡ଼ିଲା । ଜଳମୟ ଘରେ ସେଇ ଇଟା ଉପରେ ବିଷ୍ଣୁ ଶୁଖିଲାରେ ଠିଆ ହୋଇ ରହିଲେ । ନିଜ କାର୍ଯ୍ୟ ଶେଷ କରି ପୁଣ୍ଡଳିକ ବିଷ୍ଣୁଙ୍କୁ କ୍ଷମା ମାଗିଲା । ଅତି ପ୍ରସନ୍ନ ହୋଇ ବର ମାଗିବାକୁ ବିଷ୍ଣୁ କହିଲେ । ତାଙ୍କୁ ଫେରି ନଯାଇ ସେଠାରେ ରହିଯିବାକୁ ପୁଣ୍ଡଳିକ ପ୍ରାର୍ଥନା କଲା । କୃଷ୍ଣ ରାଜି ହୋଇ ବିଠୋବା ରୂପରେ ସେଠାରେ ରହିଗଲେ । ବିଠୋବାଙ୍କ ସହିତ ତାଙ୍କ ପତ୍ନୀ ରୁକ୍ମିଣୀଙ୍କୁ ମଧ୍ୟ ସେଠାରେ ପୂଜା କରାଗଲା ।
ସନ୍ଥ ନାମଦେବ ପାହୁଣ୍ଡ
[ସମ୍ପାଦନା]ମନ୍ଦିରର ପ୍ରଥମ ପାହାଚକୁ ସନ୍ଥ ନାମଦେବ ପାହୁଣ୍ଡ କୁହାଯାଏ । ଶିଶୁ ଓ ଭବିଷ୍ୟତର ସନ୍ଥ ନାମଦେବ ବିଠୋବାଙ୍କର ଜଣେ ଅତୀବ ଭକ୍ତ ଥିଲେ । ଦିନେ ତାଙ୍କର ମାତା ତାଙ୍କୁ ନୈବେଦ୍ୟ ଦେବା କ୍ରିୟା ସମାପ୍ତ କରିବାକୁ କହିଲେ । ନାମଦେବ ହତୋତ୍ସାହ ହୋଇଗଲେ । ଭଗବାନ ସ୍ୱୟଂ ଆସି ନୈବେଦ୍ୟ ଗ୍ରହଣ କରିବାକୁ ସେ ପ୍ରାର୍ଥନା କରୁଥିଲେ । କୌଣସି ଉତ୍ତର ନ ପାଇ ସେ ଠାକୁରଙ୍କ ପାଦ ଉପରେ ନିଜ ମୁଣ୍ଡ ପିଟିବାକୁ ଲାଗିଲେ । ତାଙ୍କର ଭକ୍ତି ଓ ରୁଚି ଦେଖି ପ୍ରଭୁ ସେଠାରେ ଉପସ୍ଥିତ ହୋଇ ନୈବେଦ୍ୟ ଖାଇଲେ ଓ ନାମଦେବଙ୍କୁ ଆଶୀର୍ବାଦ କଲେ । ତାଙ୍କ ମନ୍ଦିରର ପ୍ରଥମ ପାହାଚରେ ସେ ପାଦ ରଖିବାକୁ ନାମଦେବ ଅନୁରୋଧ କଲେ ଓ ଏହାଦ୍ୱାରା ମନ୍ଦିର ଭିତରକୁ ଯାଇ ଦର୍ଶନ କରିବା ପୂର୍ବରୁ ସମସ୍ତ ଭକ୍ତ ତାଙ୍କର ଚରଣ ସ୍ପର୍ଶ ପାଇପାରିବେ । ତେଣୁ ମନ୍ଦିରକୁ ଯିବାର ପ୍ରଥମ ପାହାଚକୁ ନାମଦେବ ପାହୁଣ୍ଡ କୁହାଗଲା । ସପ୍ତଦଶ ଶତାବ୍ଦୀରେ ତୁକାରାମ ସେହି ମନ୍ଦିରରେ ତାଙ୍କର ଶେଷ ଦିନଗୁଡ଼ିକ ବିତେଇଥିବା ବିଶ୍ୱାସ କରାଯାଏ ।[୯]
ମନ୍ଦିର
[ସମ୍ପାଦନା]ବିଠଲ ବା ବିଟ୍ଟଲ ମନ୍ଦିରର ମୂଖ୍ୟ ଦ୍ୱାର ସାମନାରେ ଚନ୍ଦ୍ରଭାଗା ବା ଭୀମ ନଦୀ ଅବସ୍ଥିତ । ନାମଦେବଙ୍କ ସମାଧି ଓ ଚୋକାମେଳାଙ୍କ ସମାଧି ଏହି ମୁଖ୍ୟ ଦ୍ୱାରରେ ଦେଖିବାକୁ ମିଳେ । ତୀର୍ଥଯାତ୍ରୀମାନେ ପ୍ରଥମ ସେଠାରେ ପ୍ରାର୍ଥନା କରିବା ପରେ ମନ୍ଦିର ଭିତରେ ପ୍ରବେଶ କରନ୍ତି । ମନ୍ଦିର ଭିତରେ ପ୍ରଥମେ ଏକ ଛୋଟ ଗଣେଶ ମନ୍ଦିର ଅଛି । ତା’ପରେ ଗୋଟିଏ ଛୋଟ ହଲ ଅଛି ଯେଉଁଠାରେ ଭଜନ କରାଯାଏ । ଗରୁଡ଼ ଓ ହନୁମାନଙ୍କ ପାଇଁ ଏକ ଛୋଟ ମନ୍ଦିର ଅଛି । କିଛି ପାହାଚ ଚଢିବା ପରେ ବିଠୋବାଙ୍କ ମୁଖ ଦର୍ଶନ ହୁଏ । କୌଣସି ଧାଡ଼ିରେ ନଯାଇ ମୁକ୍ତ ଦର୍ଶନ ହୋଇପାରେ । ପାଦ ଦର୍ଶନ ନିମନ୍ତେ ଅନ୍ୟ ଏକ ଦ୍ୱାର ଅଛି ଓ ସେଠାରୁ ବାହାରକୁ ଯାଇ ଧାଡ଼ିରେ ଠିଆ ହେବାକୁ ପଡ଼େ । ଏହା ପରେ କେତେକ ଛୋଟ ମନ୍ଦିର ଦର୍ଶନ ମିଳେ । ଏହା ପରେ ପାଣ୍ଡୁରଙ୍ଗାଙ୍କ ଦର୍ଶନ ମିଳେ । ସେଠାରେ ତାଙ୍କର ପଦ୍ମ ପାଦ ସ୍ପର୍ଶ କରିହୁଏ । ରୁକ୍ମିଣୀ, ସତ୍ୟଭାମା, ରାଧିକା, ପ୍ରଭୁ ନରସିଂହ, ଭେଙ୍କଟେଶ୍ୱର, ମହାଲକ୍ଷ୍ମୀ, ନାଗରାଜ, ଗଣେଶ, ଅନ୍ନପୂର୍ଣ୍ଣା ଇତ୍ୟାଦି ଦେବାଦେବୀଙ୍କର ମନ୍ଦିର ମଧ୍ୟ ଦେଖିବାକୁ ମିଳେ । ଅନ୍ୟ ଏକ ମଣ୍ଡପରେ ଗୋପୀମାନଙ୍କ ସହିତ କୃଷ୍ଣ ନାଚ କଲା ଭଳି ଭକ୍ତମାନେ ନୃତ୍ୟ କରନ୍ତି । ଏହା ଏକ ଅନବଦ୍ୟ ଅନୁଭୂତି ।
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "The Great Pandharpur Pilgrimage". Live Histrory India.
- ↑ "The Great Pandharpur Pilgrimage". Live History India.
- ↑ Vishwas Waghmode (29 May 2014). "Caste no bar: Women, non-Brahmins will be priests in Pandharpur temple". Firstpost. Retrieved 30 August 2018.
- ↑ Amruta Byatnal (23 May 2014). "Pandharpur temple allows women, men of all castes as priests". The Hindu. Retrieved 30 August 2018.
- ↑ Daily News & Analysis (15 May 2014). "Athawale slams Sanatan for opposing Dalit priest in temple". Dnaindia.com. Retrieved 29 July 2015.
- ↑ "First time in 900 yrs, Vitthal Rukmini temple may get non-Brahmin priests". The Indian Express. 6 May 2014. Retrieved 29 July 2015.
- ↑ "Lord Vithoba temple makes history by having women and lower-caste priests". IANS. news.biharprabha.com. Retrieved 9 May 2014.
- ↑ Michell, George, The Penguin Guide to the Monuments of India, Volume 1: Buddhist, Jain, Hindu, p. 386, 1989, Penguin Books, ISBN 0140081445
- ↑ Bhoothalingam, Mathuram (2016). S., Manjula (ed.). Temples of India Myths and Legends. New Delhi: Publications Division, Ministry of Information and Broadcasting, Government of India. pp. 11–14. ISBN 978-81-230-1661-0.
ବାହ୍ୟ ଲିଙ୍କ
[ସମ୍ପାଦନା]- Vithoba Temple's daily schedule
- Vithoba Temple Pandharpur - The Divine India