ବିଟକଏନ

ଉଇକିପିଡ଼ିଆ‌ରୁ
ବିଟକଏନ
Prevailing bitcoin logo

ବିଟ କଏନ ଏକ ଗୁପ୍ତ ମୁଦ୍ରା ବା ଅଦୃଶ୍ୟ କ୍ୟାଶ ଅଟେ । ଏହାକୁ ଅନଲାଇନ ୱାଲେଟ ମଧ୍ୟ କୁହାଯାଏ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ । ସାଂଖିକ ଦେଣନେଣ ( ଡିଜିଟାଲ ପେମେଣ୍ଟ )ର ଏହା ଏକ ମାଧ୍ୟମ ଅଟେ । ବିଟ କଏନଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ଏକ ଅଜ୍ଞାତ ପ୍ରୋଗ୍ରାମର କିମ୍ବା ସତୋଶୀ ନାକାମୋତୋ ନାମକ ଏକ ପ୍ରୋଗ୍ରାମର ଗୋଷ୍ଠୀଦ୍ୱାରା ଉଦ୍ଭାବିତ ହୋଇଥିଲା । ଏହାକୁ ଓପନ ସୋର୍ସରେ ୨୦୦୯ ମସିହାରେ ଛଡ଼ାଯାଇଥିଲା ।

ଏହା ଏକ ବର୍ଚ୍ଚୁଆଲ ମୁଦ୍ରା ହୋଇଥିବାରୁ ବିଶ୍ୱର କୌଣସି ସରକାରଙ୍କ ଏହା ଉପରେ ନିୟନ୍ତ୍ରଣ ନାହିଁ । ଏହି ମୁଦ୍ରାକୁ କୌଣସି ବ୍ୟାଙ୍କଦ୍ୱାରା ଜାରି କରାଯାଇ ନାହିଁ । ଯେହେତୁ ଏହା କୌଣସି ଦେଶଦ୍ୱାରା ଜାରି କରାଯାଇ ନାହିଁ ତେଣୁ ଏହା ଉପରେ କୌଣସି ଟିକସ ବ୍ୟବସ୍ଥା ମଧ୍ୟ ନାହିଁ । ଏହାକୁ ଡଲାର କିମ୍ବା ୟୁରୋ ବିନିମୟରେ କିଣାଯାଇପାରିବ । ଆବଶ୍ୟକ ସମୟରେ ଏହାକୁ ସରକାରଙ୍କଠାରୁ ଲୁଚାଇ ରଖାଯାଇ ପାରିବ । ଯଦିଓ ବ୍ୟକ୍ତିଗତ ତଥ୍ୟ ହାସଲ କରାଯାଇପାରେନାହିଁ, ଏହି ବିଟକଏନ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଛି ତାହା ଜାଣିହେବ । ପ୍ରାରମ୍ଭିକ ସମୟରେ କମ୍ପ୍ୟୁଟରରେ ଜଟିଳ କାର୍ଯ୍ୟ ପ୍ରତିବଦଳରେ ଏହି ବିଟ କଏନ ରୋଜଗାର କରାଯାଉଥିଲା । ଯେହେତୁ କଏନ କୋଡ଼ଦ୍ୱାରା ପ୍ରସ୍ତୁତ କରାଯାଇଥାଏ, ତେଣୁ ଏହାକୁ ନଷ୍ଟ କିମ୍ବା ଜବତ କରିବା ଅସମ୍ଭବ । ୨୦୧୭ ମସିହା ସୁଦ୍ଧା ଏକ ଅନୁମାନ ଅନୁଯାୟୀ ସମ୍ପ୍ରତ୍ତି ସମଗ୍ର ବିଶ୍ୱରେ ଦେଢ଼ କୋଟି ବିଟ କଏନର ପ୍ରଚଳନ ହେଉଛି । ବିଟ କଏନ କିଣିବାକୁ ହେଲେ ବ୍ୟକ୍ତିଙ୍କୁ ନିଜ ଠିକଣା ପଞ୍ଜିକୃତ କରିବାକୁ ପଡ଼େ । ଏହି ଠିକଣା ପରବର୍ତ୍ତୀ ସମୟରେ ୨୭ରୁ୩୪ଟି ଅକ୍ଷର ଓ ସଂଖ୍ୟା ବିଶିଷ୍ଟ କୋଡ଼ରେ ପରିଣତ ହୋଇଯାଇ ଏହି କୋଡ଼ କଏନ କିଣାବିକାର ଏକମାତ୍ର ମାଧ୍ୟମରେ ପରିଣତ ହୋଇଥାଏ । ଏଭଳି ଭାର୍ଚୁଆଲ ଠିକଣାର କୌଣସି ତଥ୍ୟକୁ ସଂରକ୍ଷଣ କରାଯାଉନଥିବାରୁ କଏନ ବ୍ୟବହାରକାରୀ ନିଜ ଠିକଣା ଗୁପ୍ତ ରଖିପାରେ । ଏହି ଗୁପ୍ତ ଠିକଣା ବିଟକଏନ ବ୍ୟାଗରେ ରହିବା ସହ ବିଟକଏନ ମଧ୍ୟ ସଂରକ୍ଷିତ ରଖାଯାଏ ।[୧]

ପ୍ରଚଳନ[ସମ୍ପାଦନା]

ବର୍ଚୁଆଲ କରେନ୍ସି ତଥା ବିଟକଏନର ଲୋକପ୍ରିୟତାର ପ୍ରମାଣ ୨୦୧୭ ମାର୍ଚ୍ଚରେ ପ୍ରମାଣିତ ହୋଇଥିଲା । ଗୋଟିଏ ବିଟକଏନର ମୂଲ୍ୟ ୩୧.୧୦୩ଗ୍ରାମ ସୁନାଠାରୁ ଅଧିକ ହୋଇଯାଇଥିଲା । ୨ମାର୍ଚ୍ଚ ଅନ୍ତରାଷ୍ଟ୍ରୀୟ ବଜାରରେ ଗୋଟିଏ ବିଟକଏନର ମୂଲ୍ୟ ୧୨୬୮ଡଲାରରେ ପହଞ୍ଚିଥିଲା, ସେତେବେଳେ ୧୨୩୩ ଡଲାରରେ ୩.୧୦୩ଗ୍ରାମ ସୁନା ବିକ୍ରି ହେଉଥିଲା । ବିଟକଏନର ଲୋକପ୍ରିୟତା ବାସ୍ତବରେ ସମଗ୍ର ବିଶ୍ୱର ଅର୍ଥନୀତିକୁ ସମାନ୍ତରାଳରେ ପରିଚାଳିତ ହେଉଥିଲେ ମଧ୍ୟ ଏହାର ବିଶ୍ୱାସନୀୟତାକୁ ନେଇ କେତେକ ଅର୍ଥନୈତିକ ସନ୍ଦେହ ପ୍ରକାଶ କରିଛନ୍ତି । ସମଗ୍ର ବିଶ୍ୱର ଅର୍ଥ ବ୍ୟବସ୍ଥା ଡଲାର ଅଧୀନରେ ରହିଥିଲେ ମଧ୍ୟ ବିଟକଏନ ଅର୍ଥବ୍ୟବସ୍ଥାରେ ନିଜ ସ୍ୱତନ୍ତ୍ରତା ରକ୍ଷା କରି ଆସିଛି ।[୨]

ଇତିହାସ[ସମ୍ପାଦନା]

୨୦୧୭ ମସିହା ନଭେମ୍ବର ମାସରେ ବିଟକଏନର ମୂଲ୍ୟ ୧୦,୦୦୦ ଡ଼ଲାରରେ ପହଞ୍ଚି ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । [୩] ୨୦୧୭ ମସିହା ଡିସେମ୍ବର ୨୨ ତାରିଖରେ ବିଟକଏନ ଏବଂ ଅନ୍ୟ ଗୁପ୍ତ ମୁଦ୍ରାର ଦରରେ ପ୍ରଥମ କରି ବହୁଳ ମାତ୍ରାରେ ହ୍ରାସ ଦେଖା ଦେଇ ଥିଲା ।

ଅପରାଧ[ସମ୍ପାଦନା]

ଏହାକୁ ମାଧ୍ୟମ କରି ସାଇବର ଅପାରାଧମାନ ଘଟିବାର ନଜିର ଅଛି । କିଛି ଦିନ ପୂର୍ବେ ଋଷ ସମେତ ଏକାଧିକ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନେ ବନ୍ଧକ ରଖି ୬୦୦ ବିଟକଏନ ଦାବୀ କରିଥିଲେ । ରେନସସମୱେର ଭାଇରସ ତଥା ୱାନାକ୍ରାଏ ୱର୍ମଦ୍ୱାରା ସମଗ୍ର ବିଶ୍ୱର ୨ଲକ୍ଷରୁ ଊର୍ଦ୍ଧ୍ୱର କମ୍ପ୍ୟୁଟରରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକର ବନ୍ଧକ କରି ନେଇଥିଲେ । ଏହି ହ୍ୟାକିଂରେ ହ୍ୟାକରମାନେ ବିଟକଏନ ଦାବି କରିଥିଲେ ।[୪]

ଅପରାଧ[ସମ୍ପାଦନା]

ଏହାକୁ ମାଧ୍ୟମ କରି ସାଇବର ଅପାରାଧମାନ ଘଟିବାର ନଜିର ଅଛି । କିଛି ଦିନ ପୂର୍ବେ ଋଷ ସମେତ ଏକାଧିକ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନେ ବନ୍ଧକ ରଖି ୬୦୦ ବିଟକଏନ ଦାବୀ କରିଥିଲେ । ରେନସସମୱେର ଭାଇରସ ତଥା ୱାନାକ୍ରାଏ ୱର୍ମଦ୍ୱାରା ସମଗ୍ର ବିଶ୍ୱର ୨ଲକ୍ଷରୁ ଊର୍ଦ୍ଧ୍ୱର କମ୍ପ୍ୟୁଟରରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକର ବନ୍ଧକ କରି ନେଇଥିଲେ । ଏହି ହ୍ୟାକିଂରେ ହ୍ୟାକରମାନେ ବିଟକଏନ ଦାବି କରିଥିଲେ ।[୫]

ଆଧାର[ସମ୍ପାଦନା]

  1. http://www.samajalive.in/post.php?ref%3D3045%26post%3D&grqid=8fyXHH9X&hl=en-IN[permanent dead link]
  2. http://indianexpress.com/article/technology/tech-news-technology/what-is-bitcoin-a-look-at-the-digital-currency-4654938/
  3. https://www.express.co.uk/finance/city/885340/bitcoin-price-why-is-bitcoin-rising-new-high-btc-value-record-crypto-exchange
  4. http://economictimes.indiatimes.com/small-biz/money/indian-companies-wannacry-over-bitcoin-payments-too/articleshow/58709798.cms
  5. http://economictimes.indiatimes.com/small-biz/money/indian-companies-wannacry-over-bitcoin-payments-too/articleshow/58709798.cms