Jump to content

ବିଜୟ କିଶୋର ରାୟ

ଉଇକିପିଡ଼ିଆ‌ରୁ

ବିଜୟ କିଶୋର ରାୟ (ଜନ୍ମ: ୧ ଜୁଲାଇ ୧୯୧୭) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ବିଜୟ କିଶୋର ରାୟଙ୍କ ଜନ୍ମ ୧ ଜୁଲାଇ ୧୯୧୭ ତାରିଖରେ ହୋଇଥିଲା । ଜଣେ ମେଧାବୀ ଛାତ୍ର ଭାବେ ସେ ୧୯୪୧ରେ କଳା ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ୧୯୪୪ରେ ଆଇନ ଡିଗ୍ରୀ ପ୍ରାପ୍ତ କରିଥିଲେ । ଶ୍ରୀ ରାୟ ୧୯୪୬ରେ ଏହି ପେଶାରେ ଯୋଗଦେଲେ ଏବଂ ୧୯୪୯ରେ ଓଡିଶା ଉଚ୍ଚନ୍ୟାୟଳୟର ଆଡଭୋକେଟ ଭାବେ ଯୋଗ ଦେଲେ । ତାଙ୍କ ପେଶାଗତ ଜୀବନରେ ଶ୍ରୀ ରାୟ ୧୯୫୬ରୁ ୧୯୬୨ ପର୍ଯ୍ୟନ୍ତ ଛଅ ବର୍ଷ ମଧୁସୂଦନ ଆଇନ ମହାବିଦ୍ୟାଳୟର ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ ।

ଶ୍ରୀ ରାୟ ୩.୧.୧୯୭୨ ରୁ ୩୦.୬.୧୯୭୯ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟଳୟର ନ୍ୟାୟାଧୀଶ ଭାବେ କାର୍ଯ୍ୟରତ ଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-06.