ବିକ୍ରମ ଭେଧା
ବିକ୍ରମ ଭେଧା | |
---|---|
ନିର୍ଦ୍ଦେଶକ | ପୁଷ୍କର-ଗାୟତ୍ରୀ |
ପ୍ରଯୋଜକ | ଏସ.ଶସିକାନ୍ତ |
ସଂଳାପ | ପୁଷ୍କର-ଗାୟତ୍ରୀ ମଣିକନ୍ଦନ |
କଳାକାର | ଆର.ମାଧବନ ବିଜୟ ସେଥୁପଥି ଶ୍ରଦ୍ଧା ଶ୍ରୀନାଥ କାଥୀର ଭାରଲକ୍ଷ୍ମୀ ସରତକୁମାର |
ସଙ୍ଗୀତ | ସାମ ସି. ଏସ. |
ଚିତ୍ରଗ୍ରହଣ | ପି. ଏସ. ବିନୋଦ |
ସମ୍ପାଦକ | ରିଚାର୍ଡ କେଭିନ |
Production company | ୱାଇ ନଟ ଷ୍ଟୁଡିଓ |
ବିତରକ | ଟ୍ରିଡେଣ୍ଟ ଆର୍ଟ |
ମୁକ୍ତିଲାଭ ତାରିଖ | 2017 |
କଥାଚିତ୍ରର ସମୟ | 147 ମିନିଟ |
ଦେଶ | ଭାରତ |
ଭାଷା | ତାମିଲ |
ଖର୍ଚ୍ଚ | 110 million[୧] |
ମୋଟ ଆୟ | 600 million[୨] |
ବିକ୍ରମ ଭେଧା ୨୦୧୭ ମସିହାର ଏକ ଭାରତୀୟ ତାମିଲ ଭାଷାରେ ନିର୍ମିତ ନିଓ-ନୋଇର ଆକ୍ସନ ଥ୍ରୀଲର ଫିଲ୍ମ ଅଟେ ।[୩] ଏହି ଫିଲ୍ମକୁ ପୁଷ୍କର-ଗାୟତ୍ରୀଙ୍କଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ କରାଯାଇଥିଲା ଓ ଏସ.ଶସିକାନ୍ତଙ୍କଦ୍ୱାରା ତାଙ୍କ ବ୍ୟାନର ୱାଇ ନଟ (Y NOT) ଷ୍ଟୁଡିଓରେ ନିର୍ମିତ କରାଯାଇଥିଲା । ଫିଲ୍ମରେ ମାଧବନ, ବିଜୟ ସେତୁପତି, ଶ୍ରଦ୍ଧା ଶ୍ରୀନାଥ, କାଥିର ଏବଂ ଭାରଲକ୍ଷ୍ମୀ ସରତକୁମାର ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ । ପ୍ରେମ, ଅଚ୍ୟୁତ କୁମାର, ହରେଶ ପେରାଡୀ ଓ ବିବେକ ପ୍ରସନ୍ନା ସହାୟକ ଭୂମିକାରେ ଅଭିନୟ କରିଥିଲେ । ସାମ ସି. ଏସ. ସାଉଣ୍ଡଟ୍ରାକ ଏବଂ ସ୍କୋରର ରଚନା କରିଥିଲେ; ପି. ଏସ. ବିନୋଦ ସିନେମେଟୋଗ୍ରାଫିକୁ ସମ୍ଭାଳି ଥିଲେ । ଫିଲ୍ମରେ ବିକ୍ରମର କାହାଣୀ ଭାରତୀୟ ଲୋକକଥା ବେତାଳ ପଚୀସୀରୁ ପ୍ରେରିତ ହୋଇଥିଲା ।
ଜାନୁଆରୀ ୨୦୧୫ ମସିହାରେ, ଶସିକାନ୍ତ ଘୋଷଣା କରିଥିଲେ କି, ସେ ସ୍ୱାମୀ-ସ୍ତ୍ରୀଙ୍କ ଜୋଡୀ, ପୁଷ୍କର ଓ ଗାୟତ୍ରୀଙ୍କଦ୍ୱାରା ନିର୍ଦ୍ଦେଶିତ ଏକ ଫିଲ୍ମର ନିର୍ମାଣ କରିବେ । ୨୦୧୫ ମସିହାରେ ସ୍କ୍ରିପ୍ଟରେ ଗୋଟେ ବର୍ଷର ବିକାସ ପରେ, ମାଧବନ ଓ ସେତୁପତୀଙ୍କୁ ଫେବୃଆରୀ ୨୦୧୬ ମସିହାରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ବଛାଯାଇଥିଲା । ଫିଲ୍ମର ଶୁଟିଙ୍ଗ ମୁଖ୍ୟ ରୂପେ ଉତ୍ତର ଚେନ୍ନାଇରେ କରାଯାଇଥିଲା ।
ବିକ୍ରମ ଭେଧା ଫିଲ୍ମକୁ ୨୧ ଜୁଲାଇ ୨୦୧୭ ମସିହାରେ ରିଲିଜ କରାଯାଇଥିଲା ଏବଂ ଏହାକୁ ବହୁ ସକରାତ୍ମକ ପ୍ରତିକ୍ରୀୟା ମିଳିଥିଲା, ଯେଉଁଥିରେ ଆଲୋଚକମାନେ ଉତ୍ପାଦନର ସମସ୍ତ ପ୍ରମୂଖ ସାରାଂଶର ପ୍ରଶଂସା କରିଥିଲେ । 110 ମିଲିୟନ (2017 ମସିହାରେ ପାଖାପାଖି US $ 1,661,631) ବଜେଟରେ ତିଆରି ହୋଇଥିଲା, ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ ଦେଇଥିଲା, କୂଳମାତ୍ରା 600 ମିଲିୟନ (2017 ମସିହାରେ ପାଖାପାଖି US $ 9,063,444) ସମଗ୍ର ଦୁନିଆରେ ପରିବର୍ତ୍ତନର ପରିଣାମସ୍ୱରୂପ ଆଣିଦେଇଥିଲା । ବିକ୍ରମ ଭେଧା, ଚାରୋଟି ଫିଲ୍ମ ଫେୟାର, ବିଜୟ ଓ ନରୱେ ତାମିଲ ଫିଲ୍ମ ଫେଷ୍ଟିଭାଲ ପୁରସ୍କାର ଜିତିଥିଲା । ଏହାର ଅତିରିକ୍ତ ଫିଲ୍ମଟିକୁ ତିନୋଟି ଆନନ୍ଦ ବିକଟନ ସିନେମା ପୁରସ୍କାର, ଦୁଇଟି ଟେକୋଫ୍ସ ପୁରସ୍କାର ଓ ଗୋଟିଏ ଏଡିସନ ପୁରସ୍କାର ମିଳିଥିଲା ।
ଉତ୍ପାଦନ
[ସମ୍ପାଦନା]ଭା (2010) ଫିଲ୍ମର ରିଲିଜ ପରେ, ସ୍ୱାମୀ-ସ୍ତ୍ରୀ ନିର୍ଦ୍ଦେଶକ ଜୋଡି ପୁଷ୍କର ଓ ଗାୟତ୍ରୀ ଫିଲ୍ମ ନିର୍ମାଣରୁ ବ୍ରେକ ନେଇଯାଇଥିଲେ । ସେମାନେ ସେହି ସମୟରେ ଅନ୍ୟ ଶୈଳୀର ଅନୁସନ୍ଧାନ କରିବାର ନିଷ୍ପତ୍ତି ନେଇଥିଲେ , କାରଣ ସେମାନଙ୍କର ପ୍ରଥମ ଫିଲ୍ମ "ଓରମ ପୋ" (୨୦୦୭) ଏବଂ "ଭା" କମେଡି ଥିଲା । ଦୁହେଁ ନିଜର ପରବର୍ତ୍ତୀ ପରିୟୋଜନା ତିଆରି କରିବାର ଜୋଯନା କରିଥିଲେ , ଯାହାର ଶୀର୍ଷକ ବିକ୍ରମ ଭେଧା ହେବ, ଯେଉଁଥିରେ ଅଧିକ ଗମ୍ଭୀର ସ୍ୱର ରହିବ ଏବଂ ଯେଉଁଥିରେ କ୍ରୋଧ, ଘୃଣା ଓ କଷ୍ଟ ପରି ଭାବନା ପାତ୍ରମାନଙ୍କ ମତଲବକୁ ଭାଙ୍ଗିଦେଇଥିଲା ।[୪] ଏହି କାରଣରୁ ସେହି ପାତ୍ରମାନଙ୍କୁ ବିକଶିତ କରିବାର ନିର୍ଣ୍ଣୟ ନିଆଯାଇଥିଲା ଯେଉଁମାନଙ୍କ କାର୍ଯ୍ୟ ସମ୍ପୁର୍ଣ୍ଣ ଋପେ ଭଲ କିମ୍ବା ଖରାପ ନୁହେଁ ।[୫]
ଦୁହେଁ ଆରମ୍ଭରେ ପୋଲିସ-ଗ୍ୟାଙ୍ଗଷ୍ଟାର ପୃଷ୍ଠଭୂମୀରେ ନିର୍ଣ୍ଣୟ ନେବା ପୂର୍ବରୁ ଫିଲ୍ମକୁ ରାଜନିତୀ, ବ୍ୟବସାୟ କିମ୍ବା ପତ୍ରକାରିତାରେ ସ୍ଥାପିତ କରିବା ପାଇଁ ବିଚାର କରିଥିଲେ ।[୬] ଭାରତୀୟ ଲୋକକଥା "ବୈତାଳ ପଚିସୀ", କାହାଣୀର ବିକାଶକୁ ପ୍ରେରିତ କରିଥିଲା । ଭୂତ ପରି ଦେଖାଯାଉ ଥିବା ବେତାଳ , ଯିଏ ରାଜା ବିକ୍ରମାଦିତ୍ୟଙ୍କ ପାଖେ ନୈତୀକ ଋପେ ଅସ୍ପଷ୍ଟ ପ୍ରଶ୍ନପତ୍ର ରଖିଥିଲେ, (ଯେଉଁଥିରୁ ପ୍ରତ୍ୟେକ ଏକରୁ ଅଧିକ ଉତ୍ତର ଦେଇପାରିବେ,) ତାଙ୍କୁ ଆକର୍ଷିତ କରିଥିଲା ।[୫] The film's title and its characterisation of Vikram (Vikramaditya) and Vedha (Vetala) were also derived from the tale.[୭]
ଜାନୁଆରୀ ୨୦୧୫ ମସିହାରେ ପତ୍ରକାର ଏବଂ ଫିଲ୍ମର ସମୀକ୍ଷକ "ଦି ହିନ୍ଦୁ"ର ସୁଧୀର କାମଥ, ଏସ. ଶଶିକାନ୍ତ, ପ୍ରଡକ୍ସନ ହାଉସର ମାଲିକ Y NOT Studios ପୃଷ୍ଟି କରିଥିଲେ କି, ସେ ପରିଜୋଯନାର ନିର୍ମାଣ କରିବେ ।[୮] ପୁଷ୍କର ଏବଂ ଗାୟତ୍ରୀ ୨୦୧୫ ମସିହାରେ ସ୍କ୍ରୀପ୍ଟର ବିକାଶ ଜାରୀ ରଖିଥିଲେ, ଏପ୍ରୀଲ ୨୦୧୬ ମସିହାରେ ଏହାକୁ ସମ୍ପୁର୍ଣ୍ଣ କରିଥିଲେ ।[୯] ଧିଲିପ ସୁବାରାୟଣ ଏବଂ ପୀ.ଏସ. ବିନୋଦଙ୍କୁ କ୍ରମଶଃ ଷ୍ଟଣ୍ଟ କୋରିୟୋଗ୍ରାଫର ଏବଂ ଛାୟାକାର ଭାବେ ବଛାଯାଇଥିଲା ।[୧୦] ରିଚାର୍ଡ କେଭିନ, ଫିଲ୍ମର ସମ୍ପାଦନକୁ ସମ୍ଭ୍ଳିବା ଛଡା ଜଣେ ସହାୟକ ନିର୍ଦ୍ଦେଶକ ଋପେ ମଧ୍ୟ କାମ କରିଥିଲେ ।[୬] Manikandan was selected to write the dialogues after initially auditioning for and then playing the role of Santhanam.[୧୧]
ସଙ୍ଗୀତ
[ସମ୍ପାଦନା]ସ୍ୟାମ ସୀଏସ, ଫିଲ୍ମର ସାଉଣ୍ଡଟ୍ରାକ ଆଲ୍ବମ ଏବଂ ଫିଲ୍ମ ସ୍କୋରର ରଚନା କରିଥିଲେ ଓ ଟ୍ରାକ ପାଇଁ "ପୋଗଥା ୟେଗାବିତୁ" ଗୀତ ଲେଖିଥିଲେ । ମୋହନ ରାଜନ, ମୁଥମିଲ ଏବଂ ବିଗ୍ନେଶ ଶିବନ କ୍ରମଶଃ "ୟାଞ୍ଜୀ", "ତସକ୍କୁ ତସକ୍କୁ" ଓ "କରୁପ୍ପୁ ବେଲ୍ଲଈ" ଗୀତର ଗୀତିକବିତା ପ୍ରଦାନ କରିଥିଲେ ।[୧୨] ସ୍ୟାମ, ପୁଷ୍କର ଓ ଗାୟତ୍ରୀଙ୍କ ପାଇଁ ପ୍ରଥମେ କାମ କରିଥିଲେ; ଟେଲିଭିଜନ ବିଜ୍ଞାପନରେ "ପୁରୀୟଥ ପୁଥିର" (୨୦୧୭)ରେ କାମରେ ପ୍ରଭାବିତ ହେବା ପରେ ତାଙ୍କୁ ଭର୍ତ୍ତୀ କରିବାର ନିଷ୍ପତ୍ତି ନେଇଥିଲେ ।[୧୩]
ପ୍ରଦର୍ଶନ
[ସମ୍ପାଦନା]ହିଂସାର ମାତ୍ରା କାରଣରୁ "ବିକ୍ରମ ଭେଧା"କୁ ଆରମ୍ଭରେ "କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ"ଦ୍ୱାରା "ଏ" ପ୍ରମାଣ ପତ୍ର ଦିଆ ଯାଇଥିଲା । ନିର୍ମାତାମାନେ ସଫଳତାପୂର୍ବକ ୟୁ/ଏ ପ୍ରମାଣପତ୍ର ପ୍ରାପ୍ତ ପାଇଁ ପୁନଶ୍ଚ ସେଂସର ବୋର୍ଡକୁ ସମ୍ପର୍କ କରିଥିଲେ, ଏହାଦ୍ୱାରା ପରିବାରର ଦର୍ଶକ ମାନଙ୍କ ପାଇଁ ଏହା ଅଧିକ ଅପୀଲ ହେବ ।[୧୪][୧୫]
ଏହି ଫିଲ୍ମ ୭ ଜୁଲାଇ ୨୦୧୭ ମସିହାରେ ରିଲିଜ ହେବାର ଥିଲା, କିନ୍ତୁ ତାମିଲ ଫିଲ୍ମ ପ୍ରଡ୍ୟୁଶର କାଉନସିଲର ହଡତାଳ କାରଣରୁ "ଗୁଡ୍ସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ (ଇଣ୍ଡିଆ)" ଲାଗୁ ହୋଇଗଲା । ଭାରତକୁ ତାମିଲନାଡୁ ସରକାର ପରିଷଦଦ୍ୱାରା ହଟେଇ ଦିଆଗଲା ।[୧୬][୧୭] ରାଜ୍ୟ ସରକାର ଏହି ତଥ୍ୟକୁ ଦେଖିବା ପାଇଁ ଏକ ସମିତୀ ଗଠନ କରିବା ପାଇଁ ନିର୍ମାତା ପରିଷଦ ସହିତ ଏକ ଚୁକ୍ତି କରିଥିଲେ, ଯାହାପରେ ୬ ଜୁଲାଇରେ ସିନେମାଘରେ ଫିଲ୍ମର ସ୍କ୍ରୀନିଙ୍ଗ ପୁନଶ୍ଚ ଆରମ୍ଭ ହୋଇଥିଲା ।[୧୮][୧୯] "ବିକ୍ରମ ଭେଧା" ପରେ ୨୧ ଜୁଲାଇ ୨୦୧୭ ମସିହାରେ ରିଲିଜ ହୋଇଥିଲା ।[୨୦]
ଆଧାର
[ସମ୍ପାଦନା]- ↑ "Madhavan opens up on 'Vikram Vedha's success". The News Minute. 7 August 2017. Archived from the original on 2 June 2018. Retrieved 2 June 2018.
- ↑ Pudipeddi, Haricharan (15 December 2017). "Vikram Vedha has earned me love and respect: Vijay Sethupathi". Hindustan Times. Archived from the original on 23 June 2018. Retrieved 23 June 2018.
- ↑ "'Vikram Vedha' inspired from Vikramaditya-Vetala tales". Sify. 2 May 2017. Archived from the original on 11 June 2018. Retrieved 11 June 2018.
- ↑ Menon, Vishal (19 July 2017). "Filmmaker couple Pushkar-Gayathri spills the beans on 'Vikram Vedha'". The Hindu. Archived from the original on 25 May 2018. Retrieved 25 May 2018.
- ↑ ୫.୦ ୫.୧ Raman, Sruthi Ganapathy (6 July 2017). "'It is nothing like any other Tamil film': Pushkar-Gayathri on 'Vikram Vedha'". Scroll.in. Archived from the original on 27 May 2018. Retrieved 27 May 2018.
- ↑ ୬.୦ ୬.୧ "Trivia: Check out unknown facts about 'Vikram Veda'". Sify. 18 July 2017. Archived from the original on 1 June 2018. Retrieved 1 June 2018.
- ↑ Balachandran, Logesh (17 ଫେବୃଆରୀ 2016). "Vijay Sethupathi, Madhavan's film is based on Vikramathithan Vethalam". The Times of India. Archived from the original on 27 ମଇ 2018. Retrieved 27 ମଇ 2018.
- ↑ Kamath, Sudhish (10 January 2015). "Tamil cinema goes national". The Hindu. Archived from the original on 25 May 2018. Retrieved 11 September 2017.
- ↑ Subramanian, Anupama (16 February 2016). "Madhavan to face off against Vijay Sethupathi". Deccan Chronicle. Archived from the original on 30 May 2018. Retrieved 30 May 2018.
- ↑ "'Vikram Vedha' starts rolling today". Sify. 16 November 2016. Archived from the original on 1 June 2018. Retrieved 1 June 2018.
- ↑ Purushothaman, Kirubhakar (2 August 2017). "A versatile talent in demand". Deccan Chronicle. Archived from the original on 7 June 2018. Retrieved 7 June 2018.
- ↑ Sam C. S. [@@SamCSmusic] (18 June 2017). "Glad to share the track list from #VikramVedha @PushkarGayatri @sash041075 @ActorMadhavan #VijaySethupathi @thinkmusicindia @StudiosYNot" (Tweet). Archived from the original on 4 June 2018. Retrieved 4 June 2018 – via Twitter.
{{cite web}}
: Cite has empty unknown parameter:|dead-url=
(help) - ↑ Karthik, Janani (14 August 2017). "I Want To Compose Music For The Script, Not Visuals: Sam CS". Silverscreen.in. Archived from the original on 3 June 2018. Retrieved 3 June 2018.
- ↑ "'Vikram Vedha' gets A certificate, makers to approach revising committee". Sify. 1 July 2017. Archived from the original on 5 June 2018. Retrieved 11 September 2017.
- ↑ Upadhyaya, Prakash (2 August 2017). "Vijay Sethupathi's Vikram Vedha is the next big hit after Baahubali 2 in Tamil Nadu". International Business Times. Archived from the original on 5 June 2018. Retrieved 5 June 2018.
- ↑ "Vikram Vedha: Why Kollywood should be grateful to Madhavan and Vijay Sethupathi". India Today. 25 July 2017. Archived from the original on 6 June 2018. Retrieved 11 September 2017.
- ↑ "Vikram Vedha release postponed indefinitely". The Times of India. 4 ଜୁଲାଇ 2017. Archived from the original on 6 ଜୁନ 2018. Retrieved 11 ସେପ୍ଟେମ୍ବର 2017.
- ↑ Marwaha, Nonika (6 July 2017). "Tamil Nadu Theatre Owners Call Off Strike Over 30% Local Body Tax". NDTV. Archived from the original on 6 June 2018. Retrieved 6 June 2018.
- ↑ "Tamil Nadu theatre owners call off strike over double taxation". The Indian Express. 6 July 2017. Archived from the original on 6 June 2018. Retrieved 5 June 2018.
- ↑ "'Vikram Vedha' to release on July 21". Sify. 10 July 2017. Archived from the original on 6 June 2018. Retrieved 6 June 2018.
"Adhi's Meesaya Murukku gets a release date". Sify. 10 July 2017. Archived from the original on 6 June 2018. Retrieved 6 June 2018.