ବିକୀ କୌଶଲ
ବିକୀ କୌଶଲ | |
---|---|
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ | ୧୬ ମଇ ୧୯୮୮
ଶିକ୍ଷା | ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | 2012- ଆଜି ପର୍ଯ୍ୟନ୍ତ |
ବିକୀ କୌଶଲ ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା ଅଟନ୍ତି ଯାହାଙ୍କୁ ପୁରସ୍କୃତ କଥାଚିତ୍ର ମସାନ ପାଇଁ ଜଣାଯାଏ । ସେ ଏକ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଓ ଚଳଚ୍ଚିତ୍ର ଫେୟାର ପୁରସ୍କାରର ପ୍ରାପ୍ତକର୍ତ୍ତା ଅଟନ୍ତି ।
ଆକ୍ସନ ଡାଇରେକ୍ଟର ଶାମ କୌଶଲଙ୍କ ପୁଅ ବିକୀ କୌଶଲ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଇଂଜିନିୟରିଂ ଡ଼ିଗ୍ରୀ ହାସଲ କରିଥିଲେ । ଚଳଚ୍ଚିତ୍ରରେ ନିଜ କ୍ୟାରିଅରର ସ୍ବପ୍ନ ରଖି, ସେ ଅନୁରାଗ କଶ୍ୟପଙ୍କ ଅପରାଧ ନାଟକ ଗ୍ୟାଙ୍ଗ୍ସ ଅଫ ୱାସେପୁର (୨୦୧୨) ମସିହାରେ ସହକାରୀ ନିର୍ଦ୍ଧେଶକ ଭାବରେ କାମ କରିଥିଲେ ଏବଂ କଶ୍ୟପଙ୍କ ଦୁଇ ଅନ୍ୟ ନିର୍ମାଣରେ ଛୋଟ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ପ୍ରମୁଖ ଭୂମିକା ସ୍ୱତନ୍ତ୍ର ନାଟକ "ମସାନ" (୨୦୧୫)ରେ ଥିଲା , ଯାହା ତାଙ୍କୁ ଶ୍ରେଷ୍ଠ ପୁରୁଷ ଡେବ୍ୟୁ ପାଇଁ IIFA ଏବଂ ସ୍କ୍ରିନ ପୁରସ୍କାର ଦେଇଥିଲେ । ଏହାପରେ ସେ କଶ୍ୟପଙ୍କ ମନୋବିଜ୍ଞାନ ଥ୍ରୀଲର ରମନ ରାଘବ ୨.୦ (୨୦୧୬)ରେ ଏକ ଅସ୍ଥିର ପୋଲିସ ରୂପେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ ଓ କ୍ୟାରିଅର
[ସମ୍ପାଦନା]କୌଶଲଙ୍କ ପିତା ଶ୍ୟାମ କୌଶଲ ଜଣେ ହିନ୍ଦୀ ସିନେମା ଆକ୍ସନ ନିର୍ଦ୍ଦେଶକ ଏବଂ ଷ୍ଟଣ୍ଟ ସମନ୍ୱୟକ ଅଟନ୍ତି । ସେ ଥ୍ରୀ ଇଡିଅଟ ଓ ବଜରଙ୍ଗୀ ଭାଇଜାନ ପରି ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କ ଭାଈ ସନ୍ନି କୌଶଲ ମଧ୍ୟ ଚଳଚ୍ଚିତ୍ର ଉଦ୍ୟୋଗରେ ସମ୍ବନ୍ଧିତ ରହିଛନ୍ତି, ସେ ସହାୟକ ନିର୍ଦ୍ଦେଶକ ରୂପେ ଗୁଣ୍ଡେ ଓ ମାଇ ଫ୍ରେଣ୍ଡ ପିଣ୍ଟୋରେ କାମ କରି ସାରିଛନ୍ତି ।
କୌଶଲ ସ୍ନାତକୋତ୍ତର ଉପାଧି ଏକ ଇଲେକ୍ଟ୍ରୋନିକ୍ସ ଓ ଦୂରସଞ୍ଚାର ଇଂଜିନିୟର ରୂପେ ୨୦୦୯ ମସିହାରେ ପ୍ରାପ୍ତ କରିଥିଲେ । ତାଙ୍କ ପାଖେ ଚାକିରୀ କରିବାପାଇଁ ବହୁ ସୁଯୋଗ ଥିଲା, କିନ୍ତୁ ସେ ଜଣେ ଅଭିନେତା ହେବା ପାଇଁ ଆକାଂକ୍ଷା ରଖିଥିଲେ ଏବଂ ରଙ୍ଗମଞ୍ଚ ସହିତ ସଂଶ୍ଲିଷ୍ଟ ହୋଇଗଲେ । କୌଶଲ, କିଶୋର ନାମକ କପୁରର ଏକ ଅଭିନୟ କାର୍ଯ୍ୟାଶାଳରେ ସାମିଲ ହେଇଗଲେ । ବିକୀ ଏକ ଲଘୁ ଚଳଚ୍ଚିତ୍ର ଲଭ ଶବ ତେ ଚିକନ ଖୁରାନା ଓ ବମ୍ବେ ଭେଲବେଟ ପରି ଚଳଚ୍ଚିତ୍ରରେ ଛୋଟ ଭୂମିକା କରିଥିଲେ ।
୨୦୧୦ ମସିହାରେ, ବିକୀ ଅନୁରାଗ କାଶ୍ୟପଙ୍କ ସହ ଗ୍ୟାଙ୍ଗ୍ସ ଅଫ ୱାସେପୁରରେ ସହାୟକ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ଯେତେବେଳେ ନିରଜ ନିଜ ଚଳଚ୍ଚିତ୍ର ମସାନରେ କାମ କରିବା ଆରମ୍ଭ କଲେ ସେତେବେଳେ କୌଶଲଙ୍କୁ ମଧ୍ୟ ଏକ ଅଡ଼ିଶନ ପାଇଁ ଡକା ଗଲା । ନିରଜଙ୍କ ଅନୁସାରେ ପ୍ରାରମ୍ଭରୁ ସେ ଆଶଙ୍କାରେ ଥିଲେ କାରଣ କୌଶଲଙ୍କୁ ବନାରସ ସହରର ଏକ ପିଲାର ଭୂମିକାରେ କାମ କରିବାର ଥିଲା । କିନ୍ତୁ ଅଡିୟନ୍ସ ଦେଖିବା ପରେ ସେ ନିଜ କ୍ଷମତା ବାବଦରେ ଆଶ୍ୱସ୍ତ ହୋଇଗଲେ ।[୧]
କୌଶଲଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ଯୁବାନ ମାର୍ଚ୍ଚ ୨୦୧୬ ମସିହାରେ ମୁକ୍ତିଲାଭ ହୋଇଥିଲା । ଏହି ଚଳଚ୍ଚିତ୍ର ଏକ ଯୁବ ବାଳକ (ବିକୀ କୌଶଲ)ଙ୍କ କାହାଣୀ ଅଟେ ଯାହା ବାଉଳି ହେବା ରୋଗ ଉପରେ ଗ୍ରସ୍ତ ଅଟେ । [୨] ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର (ରମନ ରାଘବ 2.0) , ଅନୁରାଗ କଶ୍ୟପଙ୍କ ମନୋବୈଜ୍ଞାନିକ ଥ୍ରୀଲର ଥିଲା, ଯେଉଁଥିରେ ସେ ମଦୁଆ ହେବାର ଅଭିନୟ କରିଥିଲେ ।[୩]
କୌଶଲଙ୍କ ଆଗାମୀ ଚଳଚ୍ଚିତ୍ର ମନମର୍ଜିୟାରେ ଆୟୁଷ୍ମାନ ଖୁରାନା ଓ ଭୂମି ପେଡ୍ନେକର ମଧ୍ୟ ଥିଲେ ।[୪]ହୁଏତ ପ୍ରଡ୍ୟୁସର ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶକଙ୍କ ସହିତ ମତଭେଦ କାରଣରୁ ଚଳଚ୍ଚିତ୍ର ନିର୍ମାଣରେ ଡେରି ହେଉଥିଲା । [୫] ଚଳଚ୍ଚିତ୍ର ସୁଟିଂ ଅଗଷ୍ଟ ୨୦୧୬ ମସିହାରେ ପୁନଶ୍ଚ ଆରମ୍ଭ ହେଇଥିଲା । ବିକୀ ପରେ ଲଭ ପର ସ୍କୋୟାର ଫୁଟ ଏବଂ ଲଷ୍ଟ ଷ୍ଟୋରିଜ ଚଳଚ୍ଚିତ୍ର କରିଥିଲେ [୬]
ପୁରସ୍କାର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ପୁରସ୍କାର | ଶ୍ରେଣୀ | ପରିଣାମ |
---|---|---|---|---|
2016 | ମସାନ | ଜୀ ସିନେ ଆୱାର୍ଡ 2016
ଷ୍ଟାର ସ୍କ୍ରିନ ପୁରସ୍କାର ଏସିଆ ଚଳଚ୍ଚିତ୍ର ପୁରସ୍କାର ଷ୍ଟାରଡଷ୍ଟ ପୁରସ୍କାର ଗୋଲ୍ଡ ଆରେଞ୍ଜ ପୁରସ୍କାର 2015 ଅନ୍ତରାଷ୍ଟ୍ରୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେ଼ମୀ ପୁରସ୍କାର (IFA ଆୱାର୍ଡ) |
ସର୍ବଶ୍ରେଷ୍ଠ ପୁରୁଷ ପ୍ରଥମ ଚଳଚ୍ଚିତ୍ର
ସର୍ବଶ୍ରେଷ୍ଠ ପୁରୁଷ ପ୍ରଥମ ଚଳଚ୍ଚିତ୍ର ସର୍ବଶ୍ରେଷ୍ଠ ନବାଙ୍ଗତୁକ ସର୍ବଶ୍ରେଷ୍ଠ ପୁରୁଷ ପ୍ରଥମ ଚଳଚ୍ଚିତ୍ର ସର୍ବଶ୍ରେଷ୍ଠ ଅଭିନେତା ପାଇଁ ଅନ୍ତରାଷ୍ଟ୍ରୀୟ ପୁରସ୍କାର ସର୍ବଶ୍ରେଷ୍ଠ ପୁରୁଷ ପ୍ରଥମ ଚଳଚ୍ଚିତ୍ର |
ଜିତିଲେ
ଜିତିଥିଲେ ନାମିତ[୭] ନାମିତ[୮] ନାମିତ ଜିତିଥିଲେ[୯] |
ଆଧାର
[ସମ୍ପାଦନା]- ↑ "Had inhibitions to cast Vicky Kaushal in 'Masaan': Director Neeraj Ghaywan". ଦି ଇଣ୍ଡିଆନ ଏକ୍ସପ୍ରେସ. 2 July 2015. Retrieved 26 July 2015.
- ↑ "Watch Zubaan Teaser". Pinkvilla. 24 July 2015. Retrieved 27 July 2015.
- ↑ FuhSePhantom (2016-05-10), Raman Raghav 2.0 | Official Trailer | Nawazuddin Siddiqui & Vicky Kaushal | Releasing 24th June 2016, retrieved 2016-06-21
- ↑ "Vicky Kaushal: The twist in Ayushmann Khurrana-Bhumi Pednekar's MANMARZIYAN". Archived from the original on 2016-08-09. Retrieved 2016-06-22.
- ↑ "Ayushmann-Bhumi's Manmarziyan postponed". Retrieved 2016-06-22.
- ↑ "REVIEW :आपका दिल जीतने आ गई है ऑनलाइन फिल्म 'लव पर स्क्वायर फुट'".
- ↑ "10th AFA Nominees and Winners | AsianFilmAwards.Asia". Archived from the original on 2016-05-22. Retrieved 2016-06-22.
- ↑ Hungama, Bollywood. "Nominations for Stardust Awards 2015 | Latest Movie Features - Bollywood Hungama". Retrieved 2016-06-22.
- ↑ "IIFA 2016: Deepika Padukone and Ranveer Singh win top laurels". 2016-06-26. Retrieved 2016-06-26.