ବିକୀ କୌଶଲ

ଉଇକିପିଡ଼ିଆ‌ରୁ
ବିକୀ କୌଶଲ
ହିନ୍ଦୁସ୍ତାନ ଟାଇମ୍ସ 2019 ମସିହାର ଏକ ଇଭେଣ୍ଟରେ ବିକୀ କୌଶଲ
Born (1988-05-16) ୧୬ ମଇ ୧୯୮୮ (ବୟସ ୩୫)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
Educationରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି
Occupationଅଭିନେତା
Years active2012- ଆଜି ପର୍ଯ୍ୟନ୍ତ

ବିକୀ କୌଶଲ ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା ଅଟନ୍ତି ଯାହାଙ୍କୁ ପୁରସ୍କୃତ କଥାଚିତ୍ର ମସାନ ପାଇଁ ଜଣାଯାଏ । ସେ ଏକ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଓ ଚଳଚ୍ଚିତ୍ର ଫେୟାର ପୁରସ୍କାରର ପ୍ରାପ୍ତକର୍ତ୍ତା ଅଟନ୍ତି ।

ଆକ୍ସନ ଡାଇରେକ୍ଟର ଶାମ କୌଶଲଙ୍କ ପୁଅ ବିକୀ କୌଶଲ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଇଂଜିନିୟରିଂ ଡ଼ିଗ୍ରୀ ହାସଲ କରିଥିଲେ । ଚଳଚ୍ଚିତ୍ରରେ ନିଜ କ୍ୟାରିଅରର ସ୍ବପ୍ନ ରଖି, ସେ ଅନୁରାଗ କଶ୍ୟପଙ୍କ ଅପରାଧ ନାଟକ ଗ୍ୟାଙ୍ଗ୍ସ ଅଫ ୱାସେପୁର (୨୦୧୨) ମସିହାରେ ସହକାରୀ ନିର୍ଦ୍ଧେଶକ ଭାବରେ କାମ କରିଥିଲେ ଏବଂ କଶ୍ୟପଙ୍କ ଦୁଇ ଅନ୍ୟ ନିର୍ମାଣରେ ଛୋଟ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ପ୍ରମୁଖ ଭୂମିକା ସ୍ୱତନ୍ତ୍ର ନାଟକ "ମସାନ" (୨୦୧୫)ରେ ଥିଲା , ଯାହା ତାଙ୍କୁ ଶ୍ରେଷ୍ଠ ପୁରୁଷ ଡେବ୍ୟୁ ପାଇଁ IIFA ଏବଂ ସ୍କ୍ରିନ ପୁରସ୍କାର ଦେଇଥିଲେ । ଏହାପରେ ସେ କଶ୍ୟପଙ୍କ ମନୋବିଜ୍ଞାନ ଥ୍ରୀଲର ରମନ ରାଘବ ୨.୦ (୨୦୧୬)ରେ ଏକ ଅସ୍ଥିର ପୋଲିସ ରୂପେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ଓ କ୍ୟାରିଅର[ସମ୍ପାଦନା]

କୌଶଲଙ୍କ ପିତା ଶ୍ୟାମ କୌଶଲ ଜଣେ ହିନ୍ଦୀ ସିନେମା ଆକ୍ସନ ନିର୍ଦ୍ଦେଶକ ଏବଂ ଷ୍ଟଣ୍ଟ ସମନ୍ୱୟକ ଅଟନ୍ତି । ସେ ଥ୍ରୀ ଇଡିଅଟବଜରଙ୍ଗୀ ଭାଇଜାନ ପରି ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କ ଭାଈ ସନ୍ନି କୌଶଲ ମଧ୍ୟ ଚଳଚ୍ଚିତ୍ର ଉଦ୍ୟୋଗରେ ସମ୍ବନ୍ଧିତ ରହିଛନ୍ତି, ସେ ସହାୟକ ନିର୍ଦ୍ଦେଶକ ରୂପେ ଗୁଣ୍ଡେମାଇ ଫ୍ରେଣ୍ଡ ପିଣ୍ଟୋରେ କାମ କରି ସାରିଛନ୍ତି ।

କୌଶଲ ସ୍ନାତକୋତ୍ତର ଉପାଧି ଏକ ଇଲେକ୍ଟ୍ରୋନିକ୍ସ ଓ ଦୂରସଞ୍ଚାର ଇଂଜିନିୟର ରୂପେ ୨୦୦୯ ମସିହାରେ ପ୍ରାପ୍ତ କରିଥିଲେ । ତାଙ୍କ ପାଖେ ଚାକିରୀ କରିବାପାଇଁ ବହୁ ସୁଯୋଗ ଥିଲା, କିନ୍ତୁ ସେ ଜଣେ ଅଭିନେତା ହେବା ପାଇଁ ଆକାଂକ୍ଷା ରଖିଥିଲେ ଏବଂ ରଙ୍ଗମଞ୍ଚ ସହିତ ସଂଶ୍ଲିଷ୍ଟ ହୋଇଗଲେ । କୌଶଲ, କିଶୋର ନାମକ କପୁରର ଏକ ଅଭିନୟ କାର୍ଯ୍ୟାଶାଳରେ ସାମିଲ ହେଇଗଲେ । ବିକୀ ଏକ ଲଘୁ ଚଳଚ୍ଚିତ୍ର ଲଭ ଶବ ତେ ଚିକନ ଖୁରାନାବମ୍ବେ ଭେଲବେଟ ପରି ଚଳଚ୍ଚିତ୍ରରେ ଛୋଟ ଭୂମିକା କରିଥିଲେ ।

୨୦୧୦ ମସିହାରେ, ବିକୀ ଅନୁରାଗ କାଶ୍ୟପଙ୍କ ସହ ଗ୍ୟାଙ୍ଗ୍ସ ଅଫ ୱାସେପୁରରେ ସହାୟକ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ଯେତେବେଳେ ନିରଜ ନିଜ ଚଳଚ୍ଚିତ୍ର ମସାନରେ କାମ କରିବା ଆରମ୍ଭ କଲେ ସେତେବେଳେ କୌଶଲଙ୍କୁ ମଧ୍ୟ ଏକ ଅଡ଼ିଶନ ପାଇଁ ଡକା ଗଲା । ନିରଜଙ୍କ ଅନୁସାରେ ପ୍ରାରମ୍ଭରୁ ସେ ଆଶଙ୍କାରେ ଥିଲେ କାରଣ କୌଶଲଙ୍କୁ ବନାରସ ସହରର ଏକ ପିଲାର ଭୂମିକାରେ କାମ କରିବାର ଥିଲା । କିନ୍ତୁ ଅଡିୟନ୍ସ ଦେଖିବା ପରେ ସେ ନିଜ କ୍ଷମତା ବାବଦରେ ଆଶ୍ୱସ୍ତ ହୋଇଗଲେ ।[୧]

କୌଶଲଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ଯୁବାନ ମାର୍ଚ୍ଚ ୨୦୧୬ ମସିହାରେ ମୁକ୍ତିଲାଭ ହୋଇଥିଲା । ଏହି ଚଳଚ୍ଚିତ୍ର ଏକ ଯୁବ ବାଳକ (ବିକୀ କୌଶଲ)ଙ୍କ କାହାଣୀ ଅଟେ ଯାହା ବାଉଳି ହେବା ରୋଗ ଉପରେ ଗ୍ରସ୍ତ ଅଟେ । [୨] ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର (ରମନ ରାଘବ 2.0) , ଅନୁରାଗ କଶ୍ୟପଙ୍କ ମନୋବୈଜ୍ଞାନିକ ଥ୍ରୀଲର ଥିଲା, ଯେଉଁଥିରେ ସେ ମଦୁଆ ହେବାର ଅଭିନୟ କରିଥିଲେ ।[୩]

କୌଶଲଙ୍କ ଆଗାମୀ ଚଳଚ୍ଚିତ୍ର ମନମର୍ଜିୟାରେ ଆୟୁଷ୍ମାନ ଖୁରାନା ଓ ଭୂମି ପେଡ୍ନେକର ମଧ୍ୟ ଥିଲେ ।[୪]ହୁଏତ ପ୍ରଡ୍ୟୁସର ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶକଙ୍କ ସହିତ ମତଭେଦ କାରଣରୁ ଚଳଚ୍ଚିତ୍ର ନିର୍ମାଣରେ ଡେରି ହେଉଥିଲା । [୫] ଚଳଚ୍ଚିତ୍ର ସୁଟିଂ ଅଗଷ୍ଟ ୨୦୧୬ ମସିହାରେ ପୁନଶ୍ଚ ଆରମ୍ଭ ହେଇଥିଲା । ବିକୀ ପରେ ଲଭ ପର ସ୍କୋୟାର ଫୁଟ ଏବଂ ଲଷ୍ଟ ଷ୍ଟୋରିଜ ଚଳଚ୍ଚିତ୍ର କରିଥିଲେ [୬]

ପୁରସ୍କାର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ପୁରସ୍କାର ଶ୍ରେଣୀ ପରିଣାମ
2016 ମସାନ ଜୀ ସିନେ ଆୱାର୍ଡ 2016

ଷ୍ଟାର ସ୍କ୍ରିନ ପୁରସ୍କାର

ଏସିଆ ଚଳଚ୍ଚିତ୍ର ପୁରସ୍କାର

ଷ୍ଟାରଡଷ୍ଟ ପୁରସ୍କାର

ଗୋଲ୍ଡ ଆରେଞ୍ଜ ପୁରସ୍କାର 2015

ଅନ୍ତରାଷ୍ଟ୍ରୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେ଼ମୀ ପୁରସ୍କାର (IFA ଆୱାର୍ଡ)

ସର୍ବଶ୍ରେଷ୍ଠ ପୁରୁଷ ପ୍ରଥମ ଚଳଚ୍ଚିତ୍ର
ସର୍ବଶ୍ରେଷ୍ଠ ପୁରୁଷ ପ୍ରଥମ ଚଳଚ୍ଚିତ୍ର

ସର୍ବଶ୍ରେଷ୍ଠ ନବାଙ୍ଗତୁକ

ସର୍ବଶ୍ରେଷ୍ଠ ପୁରୁଷ ପ୍ରଥମ ଚଳଚ୍ଚିତ୍ର

ସର୍ବଶ୍ରେଷ୍ଠ ଅଭିନେତା ପାଇଁ ଅନ୍ତରାଷ୍ଟ୍ରୀୟ ପୁରସ୍କାର

ସର୍ବଶ୍ରେଷ୍ଠ ପୁରୁଷ ପ୍ରଥମ ଚଳଚ୍ଚିତ୍ର

ଜିତିଲେ

ଜିତିଥିଲେ

ନାମିତ[୭]

ନାମିତ[୮]

ନାମିତ

ଜିତିଥିଲେ[୯]

ଆଧାର[ସମ୍ପାଦନା]

  1. "Had inhibitions to cast Vicky Kaushal in 'Masaan': Director Neeraj Ghaywan". ଦି ଇଣ୍ଡିଆନ ଏକ୍ସପ୍ରେସ. 2 July 2015. Retrieved 26 July 2015.
  2. "Watch Zubaan Teaser". Pinkvilla. 24 July 2015. Retrieved 27 July 2015.
  3. FuhSePhantom (2016-05-10), Raman Raghav 2.0 | Official Trailer | Nawazuddin Siddiqui & Vicky Kaushal | Releasing 24th June 2016, retrieved 2016-06-21
  4. "Vicky Kaushal: The twist in Ayushmann Khurrana-Bhumi Pednekar's MANMARZIYAN". Archived from the original on 2016-08-09. Retrieved 2016-06-22.
  5. "Ayushmann-Bhumi's Manmarziyan postponed". Retrieved 2016-06-22.
  6. "REVIEW :आपका दिल जीतने आ गई है ऑनलाइन फिल्म 'लव पर स्क्वायर फुट'".
  7. "10th AFA Nominees and Winners | AsianFilmAwards.Asia". Archived from the original on 2016-05-22. Retrieved 2016-06-22.
  8. Hungama, Bollywood. "Nominations for Stardust Awards 2015 | Latest Movie Features - Bollywood Hungama". Retrieved 2016-06-22.
  9. "IIFA 2016: Deepika Padukone and Ranveer Singh win top laurels". 2016-06-26. Retrieved 2016-06-26.