ବାଲାମ୍ବିକା

ଉଇକିପିଡ଼ିଆ‌ରୁ

ବାଲାମ୍ବିକା (ଦେବୀ) (ବାଲା ନାମରେ ମଧ୍ୟ parichitaa) ଜଣେ ହିନ୍ଦୁ ଠାକୁରାଣୀ ଯାହାଙ୍କୁ ସାଧାରଣତଃ ଦକ୍ଷିଣ ଭାରତରେ ପୂଜା କରନ୍ତି । ତାଙ୍କ ନାମ କହିଲେ ଶିଶୁ ଦେବୀଙ୍କୁ ବା ଜ୍ଞାନ ଦେବୀଙ୍କୁ ବୁଝାଏ ।[୧]

ବାଲାମ୍ବିକା ଦେବୀଙ୍କର ବର୍ଣ୍ଣନା ପବିତ୍ର 'ବାଲାମ୍ବିକା ଦଶକମ' ପୁସ୍ତକରେ ଦେଖିବାକୁ ମିଳେ । ଛବିରେ[୨] ତାଙ୍କର ଚାରି ଭୁଜ ଥାଏ ଓ ପ୍ରତ୍ୟେକ ପାପୁଲିରେ ଗୋଟିଏ କରି ଲାଲ ବୃତ୍ତ ଥାଏ । ସେ ଗୋଟିଏ ଭୁଜରେ ଶିକ୍ଷା ପୁସ୍ତକ ଏବଂ ଅନ୍ୟ ଭୁଜରେ ଜପାମାଳା ଧରିଥାଆନ୍ତି । ବାଲାମ୍ବିକା ଜଣେ ଶିଶୁ ଭାବରେ ପ୍ରତୀୟମାନ ହୁଅନ୍ତି, ଶିଶୁ ଭଳି ବ୍ୟବହାର କରନ୍ତି କିନ୍ତୁ ପ୍ରକୃତରେ ସେ ଉନ୍ନତ ଜୀବନ ଯାପନ କରିବା ପାଇଁ ପ୍ରକୃତ ଜ୍ଞାନ, ଶିକ୍ଷା, ବୁଦ୍ଧି, ଶକ୍ତି ଓ ସମୃଦ୍ଧିକୁ ପ୍ରଦାନ କରନ୍ତି ।[୩] ବେଳେବେଳେ ସେ ଶିଶୁମାନଙ୍କର ଦେବୀ ଭାବରେ ମାନ୍ୟତା ପାଆନ୍ତି ।

ମୂଳମନ୍ତ୍ର[ସମ୍ପାଦନା]

“ଓମ କ୍ଲୀମ ସୋ । ସୋ, କ୍ଲିମ୍ ଓମ ଓମ କ୍ଲିମ୍ ସୋ ।” [୪] ଓମ ଅର୍ଥ ଶିକ୍ଷା । କ୍ଲିମ୍ ଅର୍ଥ ଚୁମ୍ବକୀୟ ଆକର୍ଷଣ । ସୋ ସମୃଦ୍ଧି । ଏହି ତିନି ସାଧାରଣ ଶବ୍ଦ ହେଉଛି ସମସ୍ତ ପାର୍ଥିବ ସମସ୍ୟାର ସମାଧାନ ।[୩] ଏହି ମୂଳ ମନ୍ତ୍ର ଜପ କରିବା ସଙ୍ଗେ ସଙ୍ଗେ ବାଲା ଅମ୍ବିକା ତୁମ ପାଖକୁ ଚାଲିଆସନ୍ତି । ତୁମେ ବାଲା କହିବା ମାତ୍ରେ ସେ ତୁମ କଥା ଶୁଣିବାରେ ମଜ୍ଜି ଯାଆନ୍ତି ।

ମନ୍ଦିର[ସମ୍ପାଦନା]

ଆରିୟୁଲାର ଜିଲ୍ଲା, ତାମିଲ ନାଡ଼ୁରେ ଥିବା କର୍ମଶାଭେଲି ସ୍ଥାନର କର୍କେଦେସ୍ୱରର ମନ୍ଦିରରେ ବାଲମ୍ବିକାଙ୍କର ମନ୍ଦିର ଅଛି । ଏହି ମନ୍ଦିର ପ୍ରାୟ ୧୦୦୦ରୁ ୨୦୦୦ ବର୍ଷ ପୁରୁଣା । ନନ୍ଦୀ ସାଥିରେ ପ୍ରଭୁ ବିନାୟକ ମିଶି ଶିବ ପୂଜା କରୁଥିବା ଚିତ୍ର ମନ୍ଦିର ଗାତ୍ରରେ ଦେଖାଯାଏ ।[୫] କର୍କଟ ରାଶିର ଲୋକ ଏଠାରେ ଏ କୌଣସି ସମସ୍ୟାର ଉପଶମ ନିମନ୍ତେ ପୂଜା କରନ୍ତି ।

ପାଳନ କରାଯାଉଥିବା ବିଭିନ୍ନ ଉତ୍ସବ

Festival Time
ପ୍ରଦୋଷ ପ୍ରତି ମାସ
ତାମିଲ ନୂଆ ବର୍ଷ ଦିନ ଅପ୍ରେଲ ୧୪
ଆଦି ପୁରମ ଜୁଲାଇ-ଅଗଷ୍ଟ
ବିନାୟକ ଚତୁର୍ଥୀ ଅଗଷ୍ଠ-ସେପ୍ଟେମ୍ବର
ନବରାତ୍ରି ସେପ୍ଟେମ୍ବର-ଅକ୍ଟୋବର
ଅଇପାଶି ଅନ୍ନଭିଷେକମ ଅକ୍ଟୋବର–ନଭେମ୍ବର
ମରଗାଝି ତିରୁବାଧ୍ୟରାଇ ଡିସେମ୍ବର–ଜାନୁଆରୀ

ପବିତ୍ର ପୁସ୍ତକ[ସମ୍ପାଦନା]

ତାଙ୍କର ପବିତ୍ର ପୁସ୍ତକର ନାମ ବାଲାମ୍ବିକା ଦଶକମ ।[୬] “ବାଲାମବୟକାୟା କିଏ ଓ କାହାର” ଏହି ବିଷୟ ବର୍ଣ୍ଣନା କରାଯାଇଛି । ପ୍ରତି ଧାଡ଼ିରେ ଲେଖାଅଛି, ହେ ବାଲାମ୍ବିକା, ମୋ ପ୍ରତି ଏକ ଦୟା ଦୃଷ୍ଟି ରଖିଥାଅ । ଏହି ପୁସ୍ତକ ମୂଳତଃ ସଂସ୍କୃତରେ ଲେଖା ଯାଇଥିଲା ଓ ପି.ଆର.ରାମଚନ୍ଦର ଏହାକୁ ଅନୁବାଦ କରିଥିଲେ ।

ଆଧାର[ସମ୍ପାଦନା]

  1. "Skanda's Sister Jyoti". Murugan.org. 2012-08-12. Retrieved 2013-11-06.
  2. "Balambika Image". Balambikathirupanitrust.webs.com. Archived from the original on 2014-09-27. Retrieved 2013-11-06.
  3. ୩.୦ ୩.୧ "Bala Tripurasundari Moolamantram". Sribalathirupurasundari.com. Archived from the original on 2013-12-24. Retrieved 2013-11-06.
  4. "Home - Balambika Divya Sangam (A Balambika Thirupani Trust Initiative)". Balambikathirupanitrust.webs.com. Archived from the original on 2013-09-27. Retrieved 2013-11-06.
  5. "Balambika-Karkodeswarar Temple : Balambika-Karkodeswarar Temple Details | Balambika-Karkodeswarar - Kamarasavalli | Tamilnadu Temple | பாலாம்பிகா சமேத கார்க்கோடேஸ்வரர்". Temple.dinamalar.com. Retrieved 2013-11-06.
  6. "Balambika Dasakam - Hindupedia, the Hindu Encyclopedia". Hindupedia.com. Retrieved 2013-11-06.

External links[ସମ୍ପାଦନା]