ବାର୍ବିଚୁରେଟ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
ବାର୍ବିଚୁରେଟ ବିଷକ୍ରିୟା
ଇଂରାଜୀ ପ୍ରତିଶବ୍ଦ - barbiturate poisoning, barbiturate toxicity
ଫିନୋବାର୍ବିଟାଲର (phenobarbital) ରେଖାଚିତ୍ର ।
ବିଭାଗଆଶୁ ଚିକିତ୍ସା[*]
ଲକ୍ଷଣଶ୍ୱାସକ୍ରିୟା ଅବକ୍ଷୟ (decrease breathing), ନିମ୍ନ ଚେତନା ଶକ୍ତି level of consciousness[୧]
ଅବଧି୬ରୁ ୧୨ ଘଣ୍ଟା [୨]
କାରଣଅପ୍ରତ୍ୟାଶିତ, ଆତ୍ମହତ୍ୟା[୩]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ବା ପରିସ୍ରା ପରୀକ୍ଷା[୪]
ଚିକିତ୍ସାଶ୍ୱାସକ୍ରିୟା ସାହାଯ୍ୟକାରୀ, ସକ୍ରିୟ ଚାରକୋଲ (activated charcoal)[୫][୬]
ପୁନଃପୌନିକଅସାଧାରଣ [୭]

ବାର୍ବିଚୁରେଟ ବିଷକ୍ରିୟା (ଇଂରାଜୀ ଭାଷାରେBarbiturate overdose) ହୁଏ ଯେତେବେଳେ ମାତ୍ରାଧିକ ବାର୍ବିଚୁରେଟ (barbiturate) ଦେହକୁ ଯାଏ ।[୮] ଲକ୍ଷଣ: ଭାବନା କଷ୍ଟସାଧ୍ୟ, ଶରୀର ନିୟନ୍ତ୍ରଣ ଶକ୍ତି କମିଯାଏ, ଚେତନା ସ୍ତର କମିଯାଏ (level of consciousness) ଓ ଶ୍ୱାସକ୍ରିୟା ମାନ୍ଦା (respiratory depression) ହୁଏ ।[୧] ମାତ୍ରାଧିକ (overdose) ବାର୍ବିଚୁରେଟ ହେଲେ ହୃତ୍‌ପିଣ୍ଡ ସମସ୍ୟା ନ ଥାଇ ଫୁସଫୁସ ଇଡିମା/ଶୋଥ (noncardiogenic pulmonary edema) ହୁଏ । Complications of overdose can include noncardiogenic pulmonary edema.[୨] ଶ୍ୱାସକ୍ରିୟା ଅଭାବରୁ ମୃତ୍ୟୁ ହୁଏ ।[୩]

ଆତ୍ମହତ୍ୟା (attempt to cause death) ବା ଅପ୍ରତ୍ୟାଶିତ କାରଣରୁ ବାର୍ବିଚୁରେଟ ବିଷକ୍ରିୟା ହୋଇପାରେ । ଏହାର ବିଷ ପ୍ରଭାବ ମଦ୍ୟ/ଆଲକୋହୋଲ ଓ ବେଞ୍ଜୋଡାଏଜେପିନ (benzodiazepines) ସ‌ହିତ ସଂଯୁକ୍ତ ହୋଇଯାଏ । ମାରାତ୍ମକ ହେବା ମାତ୍ରା ଲୋକର ଔଷଧ ସ‌ହନଶୀଳତା (tolerance) ଉପରେ ନିର୍ଭରଶୀଲ ଓ କେଉଁ ପ୍ରକାର ଦେହକୁ ଯାଉଛି, ତାହା ଉପରେ ନିର୍ଭର କରେ ।[୩] ଗାବା ନିଉରୋଟ୍ରାନ୍ସମିଟର (en:GABA neurotransmitter) ମାଧ୍ୟମରେ ଏହା କାର୍ଯ୍ୟକାରୀ ହୁଏ ।[୨] ପରିସ୍ରା ଓ ରକ୍ତ ପରୀକ୍ଷା କରି ଏହାର ବିଷାକ୍ତ ପ୍ରଭାବ ଅନୁଶୀଳନ କରାଯାଏ ।[୪]

ରକ୍ତଚାପ (blood pressure) ଓ ଶ୍ୱାସକ୍ରିୟା ସୁରକ୍ଷା କରିବା ଏହି ରୋଗ ଚିକିତ୍ସାର ମୂଳ ଲକ୍ଷ ।[୫][୨] ଏହାର କୌଣସି ଆଣ୍ଟିଡୋଟ ନାହିଁ, ତେଣୁ ସକ୍ରିୟ ଚାରକୋଲ ଉପକାରରେ ଆସିପାରେ ।[୬][୫] ଏକାଧିକ ଚାରକୋଲ ଡୋଜ ଆବଶ୍ୟକ ହୋଇପାରେ ।[୭] ହେମୋଡାଏଲିସିସ (Hemodialysis) ମଧ୍ୟ ଆବଶ୍ୟକ ହୋଇପାରେ । [୬] ପରିସ୍ରାକୁ ଔଷଧ ଦେଇ କ୍ଷାରୀୟ (Urine alkalinisation) କଲେ ଉପକାର ମିଳିବା ଦେଖାଯାଏନି । [୬] ଅଧିକ ମାତ୍ରାର ଔଷଧ ସେବନ କେଶ୍‌ମାନଙ୍କର ଅତୀତରେ ଏହା ମୂଖ୍ୟ କାରଣ ହୋଇଥିଲେ ମଧ୍ୟ ଅଧୁନା ଏହା କ୍ୱଚିତ ଦେଖାଯାଉଛି । [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ Weaver, MF (3 September 2015). "Prescription Sedative Misuse and Abuse". The Yale journal of biology and medicine. 88 (3): 247–56. PMID 26339207.
  2. ୨.୦ ୨.୧ ୨.୨ ୨.୩ Marx, John A. Marx (2014). "165". Rosen's emergency medicine : concepts and clinical practice (8th ed. ed.). Philadelphia, PA: Elsevier/Saunders. pp. Sedative Hypnotics. ISBN 1455706051. {{cite book}}: |edition= has extra text (help)
  3. ୩.୦ ୩.୧ ୩.୨ Sadock, Benjamin J.; Sadock, Virginia A. (2008). Kaplan & Sadock's Concise Textbook of Clinical Psychiatry (in ଇଂରାଜୀ). Lippincott Williams & Wilkins. p. 149. ISBN 9780781787468.
  4. ୪.୦ ୪.୧ Baren, Jill M. (2008). Pediatric Emergency Medicine (in ଇଂରାଜୀ). Elsevier Health Sciences. p. 955. ISBN 1416000879.
  5. ୫.୦ ୫.୧ ୫.୨ Carroll, Robert G. (2010). Problem-based Physiology (in ଇଂରାଜୀ). Elsevier Health Sciences. p. 99. ISBN 1416042172.
  6. ୬.୦ ୬.୧ ୬.୨ ୬.୩ Roberts, DM; Buckley, NA (January 2011). "Enhanced elimination in acute barbiturate poisoning - a systematic review". Clinical toxicology (Philadelphia, Pa.). 49 (1): 2–12. PMID 21288146.
  7. ୭.୦ ୭.୧ ୭.୨ Müller, D; Desel, H (October 2013). "Common causes of poisoning: etiology, diagnosis and treatment". Deutsches Arzteblatt international. 110 (41): 690–9, quiz 700. PMID 24194796.
  8. Publishing, Bloomsbury (2009). Dictionary of Medical Terms (in ଇଂରାଜୀ). Bloomsbury Publishing. p. 37. ISBN 9781408102091.