ବାମ୍ବଲେଶ୍ଵରୀ ମନ୍ଦିର

Coordinates: 21°10′46″N 80°45′9″E / 21.17944°N 80.75250°E / 21.17944; 80.75250
ଉଇକିପିଡ଼ିଆ‌ରୁ

ବାମ୍ବଲେଶ୍ୱରୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାଜନନ୍ଦଗାଁ
Location
ସ୍ଥାନଡୋଙ୍ଗରଗଡ଼
Stateଛତିଶଗଡ଼
Countryଭାରତ
ଭୌଗଳିକ ଅବସ୍ଥିତି21°10′46″N 80°45′9″E / 21.17944°N 80.75250°E / 21.17944; 80.75250

ବାମ୍ବଲେଶ୍ୱରୀ ମନ୍ଦିର ଭାରତର ଛତିଶଗଡ଼ ପ୍ରଦେଶର ରାଜନନ୍ଦଗାଁ ଜିଲ୍ଲାରେ ଥିବା ଡୋଙ୍ଗରଗଡ଼ରେ ଅବସ୍ଥିତ । ଏହି ମନ୍ଦିର ୧୬୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପାହାଡ଼ ଉପରେ ଅଛି । ଏହାକୁ ବଡ଼ି ବାମ୍ବଲେଶ୍ୱରୀ ମନ୍ଦିର କୁହାଯାଏ । ଏହି ମନ୍ଦିରଠାରୁ ୧/୨ କିମି ଦୂରରେ ଏକ ସମତଳ ସ୍ଥାନରେ ଅନ୍ୟ ଏକ ମନ୍ଦିର ଅଛି ଯାହାକୁ ଛୋଟି ବାମ୍ବଲେଶ୍ୱରୀ କୁହାଯାଏ । ଛତିଶଗଡ଼ର ଲୋକମାନେ କଭର ନବରାତ୍ରୀ, ରାମ ନବମୀଦଶହରା ଉପଲକ୍ଷେ ମନ୍ଦିରଦ୍ୱୟରେ ଜମା ହୋଇ ପୂଜା କରନ୍ତି । ନବରାତ୍ରୀ ଉତ୍ସବରେ ଏଠାରେ ଜ୍ୟୋତିକଳସ ଆଲୋକିତ କରିବା ପରମ୍ପରା ଅଛି ।

ସ୍ଥାନ[ସମ୍ପାଦନା]

ରାୟପୁରରୁ ଡୋଙ୍ଗାରଗଡ଼ ଭାୟା ରାଜନନ୍ଦଗାଁ, ଦୁର୍ଗ ଓ ଭିଲାଇର ଦୂରତା ୧୦୭ କିମି । ମୁମ୍ବାଇ ରାଜପଥରେ ସଠିକ ଭାବରେ ଡୋଙ୍ଗାରଗଡ଼ ପଡ଼େନାହିଁ । ଜାତୀୟ ରାଜପଥ ୬ରେ ପହଞ୍ଚିବା ପୂର୍ବରୁ ୨୫ କିମି ଡାଇଭର୍ସନରେ ଗଲେ ସବୁଜ ପତ୍ର ବିଶିଷ୍ଟ ସାମାନ୍ୟ ବୁଲାଣିଆ ଜଙ୍ଗଲ ମଧ୍ୟ ଦେଇ ଯିବାକୁ ପଡ଼େ ଜିଲ୍ଲା ମହକୁମା ରାଜନନ୍ଦଗାଁରୁ ୪୦ କିମି ଦୂରରେ ଡୋଙ୍ଗାରଗଡ଼ ପଡ଼େ ଯେଉଁଠାରୁ ସୁବିଧାରେ ବସ ମିଲିଯାଏ । ମୁମ୍ବାଇ-ହାଓଡା ରେଳପଠାରେ ଥିବା ନାଗପୁରଠାରୁ ୨୦୦ କିମି ଓ ରାୟପୁରଠାରୁ ୧୦୦ କିମି ଦୂରରେ ଅବସ୍ଥିତ । ନିକଟରେ ରାୟପୁର ଏୟାରପୋର୍ଟ ମଧ୍ୟ ଅଛି । ପାହାଡ଼ ଉପରେ ଥିବା ମନ୍ଦିରକୁ ରୋପୱେ[୧] ହେଉଛି ଏକ ମୂଖ୍ୟ ପର୍ଯ୍ୟଟକ ଆକର୍ଷଣ । ଛତିଶଗଡ଼ରେ ଏହିଭଳି ରୋପୱେ ହେଉଛି ଏକମାତ୍ର ଆକର୍ଷଣ ।

କିମ୍ବଦନ୍ତୀ[ସମ୍ପାଦନା]

ଆକାଶରୁ ପାହାଡ଼ ଉପରେ ଥିବା ବାମଲେଶ୍ୱରୀ ମନ୍ଦିର ଡୋଙ୍ଗାରଗଡ଼ର ଦୃଶ୍ୟ

ମରାଠୀ ଭାଷାରେ ‘ଡୋଙ୍ଗର’ ଶବ୍ଦର ଅର୍ଥ ଗଡ଼ । କିମ୍ବଦନ୍ତୀ ଅନୁସାରେ ୨୨୦୦ ବର୍ଷ ପୂର୍ବେ ସେଠାର ରାଜା ବିରସେନ ନିସନ୍ତାନ ଥିଲେ । ରାଜ ପୁରୋହିତଙ୍କ ଉପଦେଶ ଅନୁସାରେ ସେ ଭଗବାନଙ୍କର ପୂଜା କରିଥିଲେ[୨] । ଏକ ବର୍ଷ ପରେ ରାଣୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଯାହାର ନାମକରଣ ମଦନସେନ କରାଯାଇଥିଲା । ରାଜା ବିରସେନ ଏହାକୁ ଶିବ ପାର୍ବତୀଙ୍କର ଦାନ ଭାବି ତାଙ୍କ ନାମରେ ସେଠାରେ ଏକ ମନ୍ଦିର ତୋଳେଇଥିଲେ । ସେହି ଗୋଙ୍ଗାରଗଡ଼ ମନ୍ଦିରଠାରେ ରାଜା ବିକ୍ରମାଦିତ୍ୟ ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ଦେବୀ ବାମ୍ବଲେଶ୍ୱରୀ ଆବିର୍ଭୂତା ହୋଇ ତାଙ୍କୁ ଆତ୍ମହତ୍ୟା କରିବାରୁ ରୋକିଥିଲେ । ଏହି ପାହାଡ଼ ଶିଖରକୁ ଯିବା ନିମନ୍ତେ ୧୦୦୦ଟି ପାହାଚ ଅଛି ।

ରୋପୱେ ଦୁର୍ଘଟଣା[ସମ୍ପାଦନା]

ଫେବୃୟାରୀ ୨୯ ତାରିଖ, ୨୦୧୬ ମସିହାରେ ରୋପୱେରେ ଏକ ଦୁର୍ଘଟଣା ହୋଇ ଜଣେ ମହିଳା ଓ ଅନ୍ୟ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ।[୩][୪] ସେହି ଭଳି ଅନ୍ୟ ଏକ ଦୁର୍ଘଟଣାରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିଲା ।[୫][୬]

ଅନଲାଇନ ସୁବିଧା[ସମ୍ପାଦନା]

ଅନଲାଇନରେ ଜ୍ୟୋତି କଳଶ ଓ ରୋପୱେ ବୁକିଙ୍ଗ ସୁବିଧା ଉପଲବ୍ଧ ଅଛି ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଗାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Maa Bamleshwari Devi Temple Dongargarh - Ropeway Ride". The Backpack Diaries. 14 ଅପ୍ରେଲ 2018. Archived from the original on 23 ଅକ୍ଟୋବର 2022. Retrieved 23 ଅକ୍ଟୋବର 2022.{{cite web}}: CS1 maint: bot: original URL status unknown (link)
  2. "Bamleshwari Mata Temple - Travel News India". travelnewsindia.com. 28 ଜାନୁଆରୀ 2017.
  3. "1 dead in Chhattisgarh ropeway mishap". The Times of India (in ଇଂରାଜୀ). 29 ଫେବୃଆରୀ 2016. Retrieved 1 ସେପ୍ଟେମ୍ବର 2021.
  4. "Ropeway mishap at Dongargarh near Nagpur; woman killed, 3 injured; Maintenance flaws alleged". Nagpur Today : Nagpur News (in ଆମେରିକୀୟ ଇଂରାଜୀ). 1 ମାର୍ଚ୍ଚ 2016. Retrieved 1 ସେପ୍ଟେମ୍ବର 2021.
  5. "Chhattisgarh: Labourer died in a rope-way trolley accident in Rajnandgaon". Hindustan Times (in ଇଂରାଜୀ). 19 ଫେବୃଆରୀ 2021. Retrieved 1 ସେପ୍ଟେମ୍ବର 2021.
  6. "डोंगरगढ़ मंदिर में बड़ा हादसा: रोपवे की ट्रॉली टूटकर पहाड़ में गिरी, सवार मजदूर की मौके पर मौत". Patrika News (in hindi). Retrieved 1 ସେପ୍ଟେମ୍ବର 2021.{{cite web}}: CS1 maint: unrecognized language (link)

ବାହ୍ୟ ଲିଙ୍କ[ସମ୍ପାଦନା]