ବାଭା ଚେଲ୍ଲାଦୁରାଇ

ଉଇକିପିଡ଼ିଆ‌ରୁ
ବାଭା ଚେଲ୍ଲାଦୁରାଇ
பவா. செல்லதுரை
ଜନ୍ମ (1962-04-22) ୨୨ ଅପ୍ରେଲ ୧୯୬୨ (ବୟସ ୬୨)
ତିରୁବନ୍ନାମଲାଇ, ମାଡ୍ରାସ ରାଜ୍ୟା (ଏବେକାର ତାମିଲ ନାଡ଼ୁ), ଭାରତ
ଶିକ୍ଷାବାଣିଜ୍ୟରେ ସ୍ନାତକ
ବୃତ୍ତିସମୂହ
  • ଲେଖକ
  • କାହାଣୀକାର
  • ଅଭିନେତା
ସକ୍ରିୟ ବର୍ଷ୨୦୧୬ – ଏବେଯାଏଁ

ବାଭା ଚେଲ୍ଲାଦୁରାଇ ଜଣେ ଭାରତୀୟ ତାମିଲ-ଭାଷୀ ଲେଖକ, କାହାଣୀକାର ଏବଂ ଅଭିନେତା । ସେ ୨୦୧୬ ମସିହାରେ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ତାମିଲ ଭାଷାରେ କେତେଗୁଡ଼ିଏ ବହି ଲେଖିବା ସହିତ ତାଙ୍କ କାହାଣୀକୁ ନେଇ କିଛି କଥାଚିତ୍ର ନିର୍ମିତ ହୋଇଛି ।

ପେଷା[ସମ୍ପାଦନା]

କାହାଣୀକାର[ସମ୍ପାଦନା]

ସେ ତିରୁବନ୍ନାମଲାଇରେ ୬୦ ଜଣ ଲୋକଙ୍କ ଉପସ୍ଥିତିରେ ପ୍ରଥମ କରି ଉଚ୍ଚ ସ୍ୱରରେ ବହି ପଢ଼ିବା ଆରମ୍ଭ କରିଥଲେ । ଏହାପରେ ତାଙ୍କ ବହିପଢ଼ା ଶୁଣିବା ପାଇଁ ଲୋକସଂଖ୍ୟା ବଢ଼ି ୫୦୦ ହେବାକୁ ଲାଗିଲା । ସେ ପୁଅ ବଂଶୀ ତାଙ୍କର ଏହି ବଢ଼ିପଢ଼ାର ଭିଡିଓ ୟୁ-ଟ୍ୟୁବ୍‌ରେ ଅପଲୋଡ଼ କରିଥିଲେ, ଯାହାକୁ ଶ୍ରୋତାମାନେ ପସନ୍ଦ କରିଥିଲେ ।[୧] ସେ କୋଏମ୍ବଟୁର ଏବଂ ଏହାର ଆଖପାଖ ଜିଲ୍ଲାମାନଙ୍କରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିବାରେ ସାହାଯ୍ୟ କରିଥିଲେ ।[୨]

ଅଭିନୟ ଜୀବନ[ସମ୍ପାଦନା]

ସେ ୨୦୧୬ ମସିହାର ତାମିଲ୍ କଥାଚିତ୍ର ଜୋକର୍ ଜରିଆରେ ତାମିଲ୍ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩] ୨୦୧୯ ମସିହାରେ ସେ କୁଡ଼ିମଗାନ ଏବଂ ୨୦୨୦ ମସିହାରେ ସାଇକୋ ଭଳି ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ତାମିଲ କଥାଚିତ୍ର ୱଲ୍ଟରରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ତାଙ୍କୁ ଲୋକପ୍ରିୟ କରାଇଥିଲା ।[୪][୫][୬][୭] ସେ ୨୦୨୧ ମସିହାର ଜୟ ଭୀମ୍‌ରେ କ୍ରିଷ୍ଣନ ଭୂମିକାରେ ଅଭିନୟ କରିଥିଲେ ।[୮]

ପ୍ରକଶିତ ପୁସ୍ତକ[ସମ୍ପାଦନା]

  • ଇଲା ନାଲୁମ୍ କାର୍ତ୍ତିଗାଇ
  • ଫ୍ରମ୍ ୧୯ ଡିଏମ୍ ସରୋନ୍
  • ବଶିରିନ୍ ଆରାଇ ଆତ୍ଥାନାଇ ଏଲିତିଲ୍ ଥିରକ୍କାପାଦଭିଲ୍ଲାଇ
  • ଡୋମିନିକ୍

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୫ ଭୁଲୋହମ୍ ପ୍ରଫେସର ଚନ୍ଦ୍ରଶେଖର ମୁକ୍ତିଲାଭ କରିନାହିଁ
୨୦୧୬ ଜୋକର୍
୨୦୧୯ ପେରାନବୁ ସିଦ୍ଧ
କୁଡିମଗାନ୍
୨୦୨୦ ସାଇକୋ ଆକବର
ୱଲ୍ଟର୍ ଇଶ୍ୱରମୂର୍ତ୍ତି
୨୦୨୧ ନବରସ ପୋଲିସ୍
୨୦୨୧ ସେନ୍ନାଇ ଅନ୍ନମଙ୍କ ସ୍ୱାମୀ
୨୦୨୧ ଜୟ ଭୀମ୍ କ୍ରିଷ୍ଣନ୍
୨୦୨୨ ବେନ୍ଦୁ ଥାନିନ୍ଧଥୁ କାଦୁ ଶେର୍ମଦୁରାଇ
୨୦୨୨ ୱାନ୍ ୱେ
୨୦୨୩ ରେଜିନା

ଆଧାର[ସମ୍ପାଦନା]

  1. "எழுத்தைவிடவும் குரலுக்கு பெரிய வலிமை இருக்கிறது: பவா செல்லதுரை [The voice has greater strength than the letter: Bava Chellathurai]". 11 February 2020.
  2. "Overwhelming response to essay contest". The Hindu. 26 February 2019.
  3. "Joker Movie Review {3.5/5}: Critic Review of Joker by Times of India". The Times of India.
  4. "Review: Kudimagan – Fight against liquor". NewsToday. 5 April 2019.
  5. "'Psychi' director Mysskin names 3 Tamil films that you cannot miss out on - Times of India". The Times of India.
  6. S, Srivatsan (13 March 2020). "'Walter' movie review: Sibiraj's cop outing is as emotionless as RoboCop". The Hindu.
  7. Subhakeerthana, S (13 March 2020). "Walter movie review: Unremittingly dull". Retrieved 26 July 2020.
  8. "That one question from Suriya...'Jai Bhim' teaser is out: Watch as it goes viral!". The New Stuff (in ଇଂରାଜୀ). 2021-10-15. Retrieved 2021-11-10.

ବାହାର ଲିଙ୍କ୍[ସମ୍ପାଦନା]