ବାବା ମୁକ୍ତେଶ୍ଵର ଧାମ

Coordinates: 26°08′56″N 85°54′37″E / 26.148960675°N 85.9103526876°E / 26.148960675; 85.9103526876
ଉଇକିପିଡ଼ିଆ‌ରୁ
Baba Mukteshwarnathnath Dham
Religion
ସମ୍ବନ୍ଧତାHinduism
Districtମଧୁବନି
ଦେବତାଶିବ
ପର୍ବପର୍ବାଣିଶିବାରାତ୍ରୀ, ବୈଶାଖୀ, ନବାରାତ୍ରୀ, ଶୋମ‌ବତୀ ଅମାବାସ୍ୟା
ପରିଚାଳକ ସଂସ୍ଥାBihar State Board of Religious Trusts
Location
ରାଜ୍ୟବିହାର
ଦେଶଭାରତ
ବାବା ମୁକ୍ତେଶ୍ଵର ଧାମ is located in Bihar
ବାବା ମୁକ୍ତେଶ୍ଵର ଧାମ
Location in Main Bihar
ଭୌଗଳିକ ଦିଗବାରେଣି26°08′56″N 85°54′37″E / 26.148960675°N 85.9103526876°E / 26.148960675; 85.9103526876

ବାବା ମୁକ୍ତେଶ୍ୱର ଧାମ, ବିହାର, ଭାରତର ଦେଓଘର ଗ୍ରାମରେ ଅବସ୍ଥିତ ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥାନ । ଦେଓଘର ସ୍ଥାନରେ ଯେତେ ମନ୍ଦିର ଅଛି, ତାଙ୍କ ମଧ୍ୟରେ ବାବା ମୁକ୍ତେଶ୍ୱର ଧାମ ସର୍ବୋତ୍ତମ ମନ୍ଦିର ।

ସ୍ଥାନ[ସମ୍ପାଦନା]

ବିହାର, ଭାରତର ମଧୁବନି ଜିଲ୍ଲାରେ ଥିବା ଅନ୍ଧାରଥରି ବ୍ଲକର ଦେଓଧର ଗ୍ରାମରେ ବାବା ମୁକ୍ତେଶ୍ୱର ଧାମ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ଧାର୍ମିକ ବିଶ୍ୱାସ ଅନୁସାରେ ବାବା ମୁକ୍ତେଶ୍ୱର ଧାମର ପ୍ରାୟ ୧୦୦ ବର୍ଷର ଇତିହାସ ଅଛି । ମିଥିଳାଞ୍ଚଳରେ ଅନେକ ମହତ୍ୱପୂର୍ଣ୍ଣ ସ୍ଥାନ ଅଛି ଯାହାକୁ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିଦମାନେ ହତାଦର କରିଛନ୍ତି କିନ୍ତୁ ଚଳିତ ପରମ୍ପରା ଓ କାହାଣୀରୁ ତାଙ୍କର ଅତୀତ ପ୍ରସ୍ଫୁଟିତ ହେଉଛି ।[୧] ବାବା ମୁକ୍ତେଶ୍ୱର ନାଥ ମହାଦେବ ମନ୍ଦିର ଐତିହାସିକ, ଧାର୍ମିକ ତଥା ପ୍ରତ୍ନତତ୍ତ୍ୱ ଦୃଷ୍ଟିରୁ ଏକ ବିଖ୍ୟାତ ସ୍ଥାନର ମର୍ଯ୍ୟାଦା ପାଇଛି ।[୨]

ଏକ ପକ୍ଷରେ ବାବା ମୁକ୍ତେଶ୍ୱର ନାଥ ଧାମ ଯୋଗୁ ମିଥିଳାଞ୍ଚଳ ବିଖ୍ୟାତ ହୋଇଛି ଓ ଅନ୍ୟ ପକ୍ଷରେ ଗବେଷକମାନେ ଏହାର ପ୍ରତ୍ନତତ୍ତ୍ୱ ଦିଗ ପ୍ରତି ଆକର୍ଷିତ ହେଉଛନ୍ତି ।[୧][୩]

ମୁକ୍ତେଶ୍ୱର ନାଥ ମନ୍ଦିର ୨୦୦ ବର୍ଷ ପୂର୍ବେ ତିଆରି ହୋଇଥିବା ବିଶ୍ୱାସ କରାଯାଏ । ଏହାର ଶିବଲିଙ୍ଗ ଅତୁଳନୀୟ ଅଟେ । ଦଶ ବର୍ଷ ପୂର୍ବେ ଜଣେ ସନ୍ୟାସୀ ସେହି ସ୍ଥାନ ଖୋଦେଇ କରି ଶିବଲିଙ୍ଗ ପାଇଥିଲେ ଯାହା ଆକାରରେ ବିରାଟ ଓ ଗଭୀର ଥିବାରୁ ଖୋଲିବା କାମ ବନ୍ଦ କରି ଗାତ ବନ୍ଦ କରିଦେଇଥିଲେ ଓ ତାହାକୁ ପୂଜା ଯୋଗ୍ୟ କରିଥିଲେ । ସେହି ଖୋଦେଇ ସମୟରେ ଗଣେଶ ଓ ପାର୍ବତୀଙ୍କର ସୁନ୍ଦର ପ୍ରତିମୂର୍ତ୍ତି ମିଳିଥିଲା ଯାହାକୁ ପାର୍ବତୀ ମନ୍ଦିରରେ ରଖାଯାଇଛି ।[୧][୪]

ପର୍ଯ୍ୟଟନ[ସମ୍ପାଦନା]

ବିହାରରେ ଥିବା ସମସ୍ତ ଜିଲ୍ଲା ମଧ୍ୟରୁ ବାବା ମୁକ୍ତେଶ୍ୱର ଧାମକୁ ଭକ୍ତମାନେ ଆସି ସୁନ୍ଦର ଓ ଭଲ ଜୀବନ ଯାପନ ପାଇଁ ପ୍ରାର୍ଥନା କରନ୍ତି । ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ଏହା ସର୍ବୋତ୍ତମ ସ୍ଥାନ ।

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ धाम, बाबा मुक्तेश्वरनाथ. "मंदिर का इतिहास". बाबा मुक्तेश्वरनाथ धाम (in Indian English). Retrieved 2021-06-16.
  2. "बाबा मुक्तेश्वरनाथ धाम, ग्राम - देवहार, प्रखंड - अंधराठाढ़ी, जिला - मधुबनी, राज्य - बिहार, देश - भारत, Madhubani (2021)". www.findglocal.com. Retrieved 2021-06-16.
  3. "मुक्तेश्वर नाथ शिव". Dainik Jagran (in ହିନ୍ଦୀ). Retrieved 2021-06-16.
  4. "बाबा मुक्तेश्वरनाथ धाम, ग्राम - देवहार, प्रखंड - अंधराठाढ़ी, जिला - मधुबनी, राज्य - बिहार, देश - भारत, Madhubani (2021)". www.findglocal.com. Retrieved 2021-06-16.