Jump to content

ବ୍ୟବହାରକାରୀ:Raj K. Mohapatra (Puri)/ବାବାଜୀ ଚରଣ ଜେନା

ଉଇକିପିଡ଼ିଆ‌ରୁ

ବାବାଜୀ ଚରଣ ଜେନା (ଜନ୍ମ: ୧୨ ଏପ୍ରିଲ ୧୯୫୬) ଜଣେ ଓଡ଼ିଆ କବି ଓ ଗୀତିକାର । ସେ କଟକ ଜିଲ୍ଲାର ନୂଆବଜାରସ୍ଥ ପୋପରଡାରେ ପିତା କୁଳମଣି ଜେନା ଓ ମାତା ଅହଲ୍ୟା ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ।

ସଂକ୍ଷିପ୍ତ ଜୀବନୀ:

ବାବାଜୀ ଚରଣ ବୈଷୟିକ ଶିକ୍ଷା ସମାପ୍ତି ପରେ କଟକସ୍ଥ ନ୍ୟାସନାଲ ମିଉଜିକ ଆସୋସିଏସନରେ ଗୁରୁ ପଣ୍ଡିତ କୁଣ୍ଡଳା ଆଦି ନାରାୟଣ ଓ ଗୁରୁ ପଶ୍ଚିମେଶ୍ୱର ଜେନାଙ୍କ ପାଖରୁ ସଙ୍ଗୀତ ଶିକ୍ଷା କରିଥିଲେ । ତତ୍ପରେ ସେ କୋରାପୁଟ ହାଲ ସୁନାବେଡାରେ କର୍ମନିଯୁକ୍ତି ପାଇଲେ । ପରେ ଗୀତ ଲେଖା ଓ ଲଘୁ ସଂଗୀତରେ ମନୋନିବେଶ କରି ଆକାଶବାଣୀ ଓ ଦୂରଦର୍ଶନ ସୀକୃତିପ୍ରାପ୍ତ ଗୀତିକାର ହେବା ସହ ଆକାଶବାଣୀ ଜୟପୁରରେ ବି ଗ୍ରେଡ କଣ୍ଠଶିଳ୍ପୀ ଭାବେ ସୀକୃତି ପାଇଲେ । । ୨୦୦୯ରେ ସ୍ୱାସ୍ଥ୍ୟଗତ ସମସ୍ୟା ପରେ କେବଳ ଗୀତିକବିତା ରଚନା କ୍ଷେତ୍ରରେ ମଗ୍ନ ରହିଲେ । ବିଭିନ୍ନ ଗଣମାଧ୍ୟମରେ ପ୍ରାୟ ୧୦୦୦ରୁ ଅଧିକ ଗୀତ ଓ ୟୁଟ୍ୟୁବରେ ୨୦୦ ଗୀତ ପ୍ରସାରିତ ଓ ପ୍ରଚାରିତ ।ତାଙ୍କର ୧୦ଟି ଆଲବମ ସହ ବିଭିନ୍ନ ପତ୍ରପତ୍ରିକାରେ ୨୦୦୦ରୁ ଅଧିକ ଗୀତିକବିତା ପ୍ରକାଶିତ । ସୁନାବେଡାସ୍ଥିତ 'ବନପ୍ରଭା ସାହିତ୍ୟ ସଂସଦ'ର ଅନ୍ୟତମ ପ୍ରତିଷ୍ଠାତା । ଅବସର ପରେ 'କାଠଯୋଡ଼ି ସାହିତ୍ୟ ସଂସଦ' ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରଚାର ପ୍ରସାର ଦିଗରେ ସାଧନାରତ ।

ପ୍ରକାଶିତ ପୁସ୍ତକ:

  • ଭକ୍ତି ରତ୍ନମାଳା
  • ଅଭୟ ପାଦ
  • ସାଇ ବିଭୂତି
  • ନମାମି ରାମଂ
  • ମା"
  • ଶିବକଳ୍ପତରୁ
  • ନମାମି କୃଷ୍ଣଂ
  • ସାଇ କୈବଲ୍ୟ
  • ହେ ଜଗନ୍ନାଥ
  • ସଜପଖାଳ (ପଲ୍ଲୀଗୀତ)
  • ଏଇ ମାଟି ମୋର ମା" (ଦେଶାତ୍ମବୋଧକ)
  • ଝୁମୁରୁ ଝୁମା (ଶିଶୁଗୀତି)
  • ଭାଲୁ ବଜାଏ ବାଜା (ଶିଶୁଗୀତି)
  • ବର୍ଷାରେ ତମେ (ଆଧୁନିକ ଗୀତ)
  • ଚିରାକାଗଜ (ଆଧୁନିକ ଗୀତ)
  • ଚିତ୍ରରେ ଚିତ୍ରଲେଖା (ଆଧୁନିକ ଗୀତ)
  • ବର୍ଷାରେ କାଠଯୋଡ଼ି (ଆଧୁନିକ ଗୀତ)
  • କିଆ କେତକୀ

ସମ୍ମାନ/ସମ୍ବର୍ଦ୍ଧନା:

  • ପୁରୀ - ସୁଲେଖା ସମ୍ମାନ, ଶ୍ରୀକ୍ଷେତ୍ର ଲେଖକ ସାମୁଖ୍ୟ ସମ୍ମାନ, ଶ୍ରୀକ୍ଷେତ୍ର ଶିଶୁସାହିତ୍ୟ ସଂସଦ ଶିଶୁଗୀତି ସମ୍ମାନ, ଅତିବଡ଼ି ଜଗନ୍ନାଥ ଦାସ ଭକ୍ତିଗୀତି ସମ୍ମାନ, ଖୋର୍ଦ୍ଧା-ସ୍ୱାଗତିକା ସାହିତ୍ୟ ସଂସଦ ନିର୍ମାଲ୍ୟ ସାଂସ୍କୃତିକ ପରିଷଦ ନିର୍ମାଲ୍ୟ ଗୀତିକବି ସମ୍ମାନ ଲୋକିପୁର,ଗୀତିଗଙ୍ଗୋତ୍ରି ଗୀତିକବି ସମ୍ମାନ।
  • କଟକ - ଓଡ଼ିଆ ଗୀତିକବି ସମ୍ମାନ, ଓଡିଶା ଶିଶୁସାହିତ୍ୟ ଲେଖକ ସମ୍ମେଳନ ଗୌରହରି ଶିଶୁଗୀତି ସମ୍ମାନ, ରଘୁନାଥଦେବ ସାଂସ୍କୃତିକ ପରିଷଦ ପୋପରଡା ରାମଲୀଳା ଗୀତିକବି ସମ୍ମାନ, ଗୋପାଳ ଚନ୍ଦ୍ର ପ୍ରହରାଜ ସ୍ମୃତି ସମ୍ମାନ ସିଦ୍ଧେଶ୍ୱରପୁର କଟକ, କଟକ ଲେଖକ ସାମୁଖ୍ୟ ଗୀତିସମ୍ମାନ ଖାନନଗର,ସିଦ୍ଧିଦୁର୍ଗା ଗୀତିଭାରତୀ ସମ୍ମାନ ଖପୁରିଆ କଟକ, ଆଇନା ଗୀତିକବି ସମ୍ମାନ, ଶରତ ସାହିତ୍ୟ ଟ୍ରଷ୍ଟ ଗୀତିକବି ସମ୍ମାନ କଟକ, ବିରିବାଟି ଚନ୍ଦନ ମହୋତ୍ସବ ବାବା ବୈକୁଣ୍ଠନାଥ ଭକ୍ତିଗୀତି ସମ୍ମାନ, ଗତିରାଉତ ପାଟଣା ବୀରଵଜରଙ୍ଗୀ ଗୀତିକବିତା ସମ୍ମାନ, ନେମାଳ ବନ୍ଧୁପୁର ପରିବାର ସାହିତ୍ୟ ସଂସଦ ଗୀତିକବିତା ସମ୍ମାନ। ଉତ୍କଳ ସାହିତ୍ୟ ସମାଜ କଟକ ଗୀତିକବିତା ସମ୍ମାନ
  • ଜଗତସିଂହପୁର - ଜଗତସିଂହପୁର ସାହିତ୍ୟ ସଂସଦ ବରିଷ୍ଠ ଗୀତିକବି ସମ୍ବର୍ଦ୍ଧିତ, ଆଷାଢ଼ ସମ୍ମାନ ହାଜିପୁର,ଧ୍ୟାନକୁଦ ପଞ୍ଚସଖା ଭକ୍ତିଗୀତି ସମ୍ମାନ ହାଜିପୁର, ଲୋକନାଥ ସାହିତ୍ୟ ସଂସଦ ଗୀତିକବି ସମ୍ମାନ ବଳିଆ ବାବା ଆଶ୍ରମ ତିର୍ତ୍ତୋଲ।
  • କେନ୍ଦ୍ରାପଡା - ଧରଣୀଧର ସ୍ମୃତି ପରିଷଦ ଓ ଅନନ୍ତ ତୁଳସୀ ପରିବେଶ ସଂଗଠନ ଗୀତିକବି ସମ୍ମାନ, ଆଳି ପରାଗ ସାହିତ୍ୟ ସଂସଦ ଗୀତିକବି ସମ୍ମାନ।ଯାଜପୁର କୋରେଇ ମଣ୍ଡଳ କସ୍ତୁରୀ ଗୀତିକବି ସମ୍ମାନ।
  • କୋରାପୁଟ - ପରବ ସମ୍ମାନ, ସତ୍ତା ସାହିତ୍ୟ ସଂସଦ ଜିଲ୍କା ଲୋକସଂପର୍କ ବିଭାଗ ଦ୍ୱାରା ଭଞ୍ଜ ଜୟନ୍ତୀ ସମ୍ମାନ।କୋରାପୁଟ ସାହିତ୍ୟ ପରିବାର ସମ୍ମାନ, ନାଲକୋ ଦାମନଯୋଡି ବର୍ଷା ସାହିତ୍ୟ ସଂସଦ ବର୍ଷା ଗୀତିକବି ସମ୍ମାନ, ଜୟପୁର ନିର୍ବାଣ ସାହିତ୍ୟ ସଂସଦ ଗୀତିକବିତା ସମ୍ମାନ,ରଜ ବସୁମତୀ ସମ୍ମାନ ଜୟପୁର,ସେମିଳିଗୁଡା ପ୍ରେସକ୍ଳବ ସମ୍ମାନ, ସୁନାବେଡା ଉତ୍କଳ ସାଂସ୍କୃତିକ ପରିଷଦ ଉତ୍କଳ ଦିଵସ ସମ୍ମାନ, ସୁନାବେଡା ମଧୁସୂଦନ ସେବା ସଂଘ ମଧୁ ସମ୍ମାନ, ସୁନାବେଡା ଗାୟତ୍ରୀ ପରିବାର ଭକ୍ତିଗୀତି ସମ୍ମାନ ନଵରଙ୍ଗପୁର କୁକୁଡା ବାଇ ଵନସୁରଭି ଗୀତି ସମ୍ମାନ ଓ ମାଲକାନଗିରି କୁଡୁଲୁଗୁମ୍ମା ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମାନ।
  • ରାଉରକେଲା - ଇଷ୍ପାତ ସାହିତ୍ୟ ସଂସଦ ଗୀତିକବି ସମ୍ମାନ,
  • ବ୍ରହ୍ମପୁର - ବ୍ରହ୍ମପୁର ସାହିତ୍ୟ ଉତ୍ସବ ୨୦୨୩ ଗୀତିକବି ସମ୍ମାନ ଗୋପାଳପୁର
  • ବାଲେଶ୍ଵର - ଫକୀରମୋହନ ସାହିତ୍ୟ ପରିଷଦ ମଲ୍ଲିକାଶପୁର ଶାନ୍ତି କାନନ ଗୀତିଶ୍ରୀ ସମ୍ମାନ ୨୦୨୨