ବାଙ୍ଗାଲୋର ଭେଙ୍କେଟରାମିୟା ନାଗରତ୍ନା

ଉଇକିପିଡ଼ିଆ‌ରୁ
ମାନ୍ୟବର ବିଚାରପତି

ବାଙ୍ଗାଲୋର ଭେଙ୍କେଟରାମିୟା ନାଗରତ୍ନା
ଫାଇଲ:Justice B. V. Nagarathna.png
ବିଚାରପତି of ସର୍ବୋଚ୍ଚ ନ୍ୟାୟାଳୟ, ଭାରତ
Assumed office
୩୧ ଅଗଷ୍ଟ ୨୦୨୧
Nominated byN. V. Ramana
Appointed byରାମନାଥ କୋବିନ୍ଦ
ବିଚାରପତି of କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୧୮ ଫେବୃୟାରୀ ୨୦୦୮ – ୩୦ ଅଗଷ୍ଟ ୨୦୨୧
Nominated byK. G. Balakrishnan
Appointed byପ୍ରତିଭା ପାଟିଲl
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-10-30) ୩୦ ଅକ୍ଟୋବର ୧୯୬୨ (ବୟସ ୬୧)
ପାଣ୍ଡବପୁରା, ମାଣ୍ଡ୍ୟା ଜିଲ୍ଲା, କର୍ଣ୍ଣାଟକ[୧]
ଜୀବନ ସାଥୀବି. ଏନ୍. ଗୋପାଳକୃଷ୍ଣ
ବାପାଇ. ଏସ୍. ଭେକେଟରାମିୟା
ଶିକ୍ଷାନୁଷ୍ଠାନଆଇନ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ବାଙ୍ଗାଲୋର ଭେଙ୍କେଟରାମିୟା ନାଗରତ୍ନା (ଜନ୍ମ ୩୦ ଅକ୍ଟୋବର ୧୯୬୨) ଭାରତର ଉଚ୍ଚତମ ନ୍ୟାୟାଳୟର ଜଣେ ମହିଳା ବିଚାରପତି ।[୨] କର୍ଣ୍ଣାଟକ ମୁଖ୍ୟ ନ୍ୟାୟାଳୟରେ ୨୦୦୮ରୁ ୨୦୨୧ ଯାଏଁ ବିଚାରପତି ରହିଥିବା ଶ୍ରୀମତି ନାଗରତ୍ନା ହେଉଛନ୍ତି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଶ୍ରୀ ଇ ଏସ୍ ଭେଙ୍କଟରାମିୟାଙ୍କ କନ୍ୟା ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ନାଗରତ୍ନାଙ୍କ ପିତା ଇ. ଏସ୍. ଭେକେଟରାମିୟା ଥିଲେ ଭାରତର ଉଚ୍ଚତମ ନ୍ୟାୟାଲୟର ୧୯ ତମ ମୁଖ୍ୟ ବିଚାରପତି । ନାଗରତ୍ନା ଦିଲ୍ଲୀ ବିଶ୍ୱବିଦ୍ୟାଳୟର 'କ୍ୟାମ୍ପସ ଲ ସେଣ୍ଟର'ରେ ଆଇନ ଡିଗ୍ରୀ ଅଧ୍ୟୟନ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

କର୍ଣ୍ଣାଟକ ବାର କାଉନସେଲରେ ସେ ୧୯୮୭ ମସିହାରେ ଯୋଗ ଦେଇ ସାମ୍ବିଧାନିକ ଓ ବାଣିଜ୍ୟିକ ଆଇନରେ ଓକିଲାତି ଆରମ୍ଭ କଲେ । ଏହା ପରେ ୨୦୦୮ ମସିହାରେ ସେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଲୟର ଏକ ଅତିରିକ୍ତ ନ୍ୟାୟାଧୀଶ ଭାବେ ଯୋଗ ଦେଲ । ୧୭ ଫେବୃୟାରୀ ୨୦୧୦ରେ ତାଙ୍କୁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଏକ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଗଲା । ମେ ୨୦୨୦ରେ ଭାରତର୍ ଉଚ୍ଚତମ ନ୍ୟାୟାଲୟକୁ ବିଚାରପତି ଭାବେ ପଦୋନ୍ନତି ପାଇବା ନିମନ୍ତେ ତାଙ୍କ ନାମ ସୁପାରିସ ହେବା ଜଣାଗଲା । ୨୬ ଅଗଷ୍ତ ୨୦୨୧ରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଲେ ଏବଂ ୩୧ ଅଗଷ୍ତ ୨୦୨୧ରେ ସେ ଏହି ପଦବୀରେ ଶପଥ ଗ୍ରହଣ କଲେ । ବରିଷ୍ଠତା କ୍ରମରେ ୨୦୨୭ ମସିହାରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି ହେବା ସମ୍ଭାବନା ରହିଛି ।[୩]

କିଛି ଗୁରୁତ୍ୱପୂର୍ଣ୍ଣ ରାୟ[ସମ୍ପାଦନା]

  • ୨୦୧୨ ମସିହାରେ ଏକ ମିଳିତ ବେଞ୍ଚରେ ତାଙ୍କଦ୍ୱାରା ପ୍ରଦତ୍ତ ଏକ ରାୟରେ ସେ ମିଥ୍ୟା ଖବର ତଥା ଗୁଜବ ରୋକିବା ନିମନ୍ତେ 'ପ୍ରସାରଣ ମିଡ଼ିଆ' କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ନ ହୋଇ ଏକ ସ୍ୱତନ୍ତ୍ର ସଂସ୍ଥାଦ୍ୱାରା ପରିଚାଳିତ ହେବାର ସମ୍ଭାବନାକୁ ବିଚାର କରିବା ସହ ପ୍ରସାରଣ ମିଡ଼ିଆର ସ୍ୱାୟତ୍ତତା ବଜାୟ ରଖିବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।[୪]
  • ୨୦୧୬ ମସିହାରେ ଅନ୍ୟ ଜଣେ ବିଚାରପତିଙ୍କ ସହ ଏକ ବେଞ୍ଚରେ ସେ ଦେଇଥିବା ଏକ ରାୟ ଅନୁସାରେ କର୍ଣ୍ଣାଟକ ସରକାରଙ୍କ ମଟର ଟ୍ୟାକ୍ସ ସମ୍ପର୍କିତ ଏକ ଆଇନ ଯେଉଁଥିରେ କି କର୍ଣ୍ଣାଟକ ବ୍ୟତୀତ ଅନ୍ୟରାଜ୍ୟରୁ କିଣାଯାଇଥିବା ଯାନବାହନକୁ କର୍ଣ୍ଣାଟକରେ ବ୍ୟବହାର କରିବାକୁ ହେଲେ ବାଧ୍ୟତାମୂଳକ 'ଆଜୀବନ ଟ୍ୟାକ୍ସ' ଦେବାକୁ ପଡ଼ିବା ଭଳି ଏହି ଆଇନକୁ ଅସାମ୍ବିଧାନିକ କହି ରଦ୍ଦ କରିଦେଇଥିଲେ ।
  • ୨୦୧୯ ମସିହାରେ ଅନ୍ୟଦୁଇଜଣ ବିଚାରପତିଙ୍କ ସହ ସେ ଦେଇଥିବା ଏକ ରାୟ ଅନୁସାରେ "ମନ୍ଦିରଗୁଡିକ ବାଣିଜ୍ୟିକ ଅନୁଷ୍ଠାନ ନୁହେଁ, ଅତଏବ ଗ୍ରାଚୁଇଟି ଦେଣ ସମ୍ପର୍କିତ ଶ୍ରମ ଆଇନର ଧାରା ମନ୍ଦିରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ" ।[୫]
  • କରୋନା ସଂକ୍ରମିତ ଅଞ୍ଚଳରେ ବିଦ୍ୟାଳୟ ଗୁଡ଼ିକରେ ଦିଆଅଯାଉଥିବା ମଧ୍ୟାହ୍ନ ଭୋଜନ ବନ୍ଦ କରିଦିଆଯିବା ପାଇଁ କର୍ଣ୍ଣାଟକ ସରକାରଙ୍କଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଯେଉଁ ବେଞ୍ଚ ଖାରଜ କରିଦେଇଥିଲେ, ସେହି ବେଞ୍ଚ ଅନ୍ୟତମ ଚିଚାରପତି ଥିଲେ ନାଗରତ୍ନା । ଏହି ବେଞ୍ଚଦ୍ୱାରା ଦିଆଯାଇଥିବା ରାୟରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ଯେପରି ଅନଲାଇନ ପାଠ ପଢ଼ିବାର ସମସ୍ତ ସୁବିଧା ପାଇବେ ତାହା ନିଶ୍ଚିତ କରିବା ପାଇଁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଏହି ମର୍ମରେ ଏକ ଆଦେଶ ଜାରି କରିଥିଲେ । ଏହା ସହିତ କର୍ଣ୍ଣାଟକରେ ଶିକ୍ଷାଦାନ କରୁଥିବା ସମସ୍ତ ଶିକ୍ଷକ ତଥା ଶିକ୍ଷାନୁଷ୍ଠାନର ଅନ୍ୟ କର୍ମଚାରୀଙ୍କୁ କରୋନାର 'ସମ୍ମୁଖ ଯୋଦ୍ଧା' ଭାବେ ମାନ୍ୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ପ୍ରଦାନ କରିଥିଲେ ।
  • ସେପ୍ଟେମ୍ବର ୨୦୨୦ରେ ସେ ଅନ୍ୟଜଣେ ବିଚାରପତିଙ୍କ ସହ ଏକ ମିଳିତ ବେଞ୍ଚରେ ଏକ ରାୟ ପ୍ରଦାନ କରି କରୋନା କାଳରେ କର୍ଣ୍ଣାଟକ ସରକାର, ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନରେ ପ୍ରବେଶ ନିମନ୍ତେ ପ୍ରଣୟନ କରିଥିବା ଏକ ଆଇନକୁ ବୈଧ ଘୋଷଣା କରିଥିଲେ । ଫଳରେ ଉଭୟ କ୍ଷେତ୍ରରେ ପ୍ରବେଶ ପ୍ରକ୍ରିୟାର ସରଳିକରଣ ହେବା ସହ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରବେଶ ସମ୍ପର୍କିତ କିଛି ଏକଚାଟିଆ ଅଧିକାର ସଂକୁଚିତ ହୋଇଥିଲା ।[୬]

ଆଧାର[ସମ୍ପାଦନା]

  1. https://www.deccanherald.com/state/top-karnataka-stories/b-v-nagarathna-the-new-supreme-court-judge-with-roots-in-mandya-village-1023838.html
  2. "B V Nagarathna: The new Supreme Court judge with roots in Mandya village". Deccan Herald (in ଇଂରାଜୀ). 26 August 2021. Retrieved 5 September 2021.
  3. "SC collegium willing, this Karnataka judge could become first woman Chief Justice of India". www.theprint.in. Retrieved 11 September 2021.
  4. Reporter, Staff (16 May 2012). "Work out modalities for regulation of broadcast media, Centre told". The Hindu (in Indian English). Retrieved 11 September 2021.
  5. "Temples not commercial establishments: HC". The Hindu (in Indian English). 2 August 2019. Retrieved 11 September 2021.
  6. "Govt. fiat to universities on method to promote intermediate semester students upheld". The Hindu (in Indian English). 15 September 2020. Retrieved 11 September 2021.