ବାଗାକଇଁ ହ୍ରଦ

ଉଇକିପିଡ଼ିଆ‌ରୁ
ବାଗାକଇଁ ହ୍ରଦ
ବାଗାକଇଁ ହ୍ରଦ
Location of the lake in Bangladesh.
Location of the lake in Bangladesh.
ବାଗାକଇଁ ହ୍ରଦ
ଅବସ୍ଥାନରୁମା ଉପଜିଲ୍ଲାର ପୂର୍ବଭାଗ
ଦିଗବାରେଣି21°58′50″N 92°28′10″E / 21.98056°N 92.46944°E / 21.98056; 92.46944
TypeInterconnected lakes
ପ୍ରାଥମିକ ଭିତରଧାରାସାଙ୍ଗୁ ନ‌ଦୀ
ନିଷ୍କାସନ କ୍ଷେତ୍ରସ୍ଥ  ଦେଶବଙ୍ଗଳାଦେଶ
କ୍ଷେତ୍ରଫଳ୧୫ ଏକର
ହାରାହାରି ଗଭୀରତା୩୮ ମିଟର (୧୨୫ ଫୁଟ)
ଭୂମି ଉଚ୍ଚତା୨,୪୦୦ ଫୁଟ

ବାଗାକଇଁ ହ୍ରଦ ବଙ୍ଗଳାଦେଶର ପାହାଡ଼ିଆ ବାନ୍ଦରବାନ ଜିଲ୍ଲାର ରୁମା ଉପାଜିଲ୍ଲାଠାରେ ଅବସ୍ଥିତ । ଏହି ହ୍ରଦଟି ବାଗା ହ୍ରଦ କିମ୍ବା ବୋଗା ହ୍ରଦ ନାମରେ ମଧ୍ୟ ଜଣା ।[୧] ଏହି ହ୍ରଦଟି ପ୍ରାକୃତିକ ମିଠା ଜଳ ଏବଂ ଗଭୀର ଜଳଭଣ୍ଡାରର ହ୍ରଦ । ଏହି ହ୍ରଦଟି ସମୁଦ୍ରପତନଠାରୁ ପ୍ରାୟ ୨୦୦୦ଫୁଟ (୬୧୦ ମିଟର) ଉଚ୍ଚରେ ଅବସ୍ଥିତ । ଭୌଗଳିକମାନଙ୍କ ମତାନୁସାରେ ପାଖାପାଖି ୨୦୦୦ବର୍ଷ ତଳେ ଏକ ଶୁପ୍ତ ଆଗ୍ନେୟଗିରିରେ ବର୍ଷାଜଳ ସଂଗୃହୀତ ହୋଇ ଏହି ହ୍ରଦଟି ତିଆରି ହୋଇଥିଲା । ଏହି ହ୍ରଦଟି ଏକ ଆୟତଘନାକାର ଆକୃତିର ।[୧] ଏହି ହ୍ରଦଟି ସହ ଭୂଗର୍ଭର ଉଷ୍ମ ଜଳାଶୟ ସ‌ହ ସଂଯୋଗ ରହିଥିବା କଥା ମନେକାରାଯାଏ ।[୨]

ସେଠାକାର ଏକ ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ଅଜଗର ରୂପରେ ଆବିର୍ଭୁତ ହୋଇଥିବା ସେଠାକାର ଜଣେ ଦେବାତାଙ୍କଦ୍ୱାରା ଖୁମି ନାମକ ଏକ ଗ୍ରାମର ନିବାସୀମାନଙ୍କର ଦେହାନ୍ତ ପରେ ସେହି ସ୍ଥାନରେ ଏହି ହ୍ରଦଟି ସୃଷ୍ଟି ହୋଇଥିଲା । ସେହି ସ୍ଥାନରେ ଜଣେ ଦେବତା ଅଜଗର ରୂପରେ ଅବସ୍ଥାନ କରିଥିଲେ, ଯାହା ଫଳରେ ସେଠାକାର ଗୃହପାଳିତ ପଶୁମାନେ ତା'ର ଆହାର ସାଜୁଥିଲେ । ସେଥିପାଇଁ ଲୋକମାନଙ୍କଦ୍ୱାରା ସେହି ଅଜଗରଟି ନିହତ ହେଲା । ସେହି ଅଜଗରଟିର ନିହତ ପରେ ହଠାତ ଭୂକମ୍ପ ହେଲା, ପାହାଡ଼ ସବୁ ଓଲଟିପଡ଼ି ଗାଆଁଟିକୁ ଢାଙ୍କିଦେଲା ଏବଂ ସେହି ସ୍ଥାନରେ ଏକ ହ୍ରଦ ସୃଷ୍ଟି ହେଲା ।[୩] ହ୍ରଦଟିର ରଙ୍ଗ ବାରମ୍ବାର ପରିବର୍ତ୍ତନ ହୋଇଥାଏ । ଗୋଟିଏ ଦିନରେ ବିଭିନ୍ନ ସମୟ ଅନୁସାରେ, ସୂର୍ଯ୍ୟ ଆଲୋକ ଅନୁସାରେ ଏବଂ ସ୍ଥାନୀୟ ଜଳବାୟୁ ଅନୁସାରେ ସେହି ହ୍ରଦଟିର ଦୃଶ୍ୟମାନ ରଙ୍ଗ ପରିବର୍ତ୍ତନ ହୋଇଥାଏ ।

ବୀବରଣୀ[ସମ୍ପାଦନା]

ଏହି ହ୍ରଦଟି ତିନିପଟରୁ ପାହାଡ଼ ଘେରି ହୋଇ ରହିଛି । ସେହି ପାହାଡ଼ଗୁଡ଼ିକରେ ମୁଖ୍ୟତଃ ବାଉଁଶ ବୁଦାମାନ ଏବଂ ସେଠାକାର ଜଙ୍ଗଲରେ ଦେଖାଯାଉଥିବା କିଛି ଗଛ ଦେଖିବାକୁ ମିଳିଥାଏ । ଏହି ହ୍ରଦଟିର କ୍ଷେତ୍ରଫଳ ୧୮.୫୬ ଏକର ଯାହାକି ପାଖାପାଖି ୭୫,୧୦୦m2 ହେବ । ଏହି ହ୍ରଦଟି ଏକ ମୁଦ୍ରୀତ ହ୍ରଦ ଏବଂ ସେଠାରେ ବାଗା ଛାର ନାମକ ଏକ ଗଣ୍ଡ ଅଛି ଯାହାର ଗଭୀରତା ପାଖାପାଖି ୧୫୩ ମିଟର (୫୦୨ ଫୁଟ) । ହ୍ରଦ ମଧ୍ୟରୁ ଜଳ ନିଷ୍କାସନ ହେବା ପାଇଁ କୌଣସି ପ୍ରକାରର ବ୍ୟବସ୍ଥା ନାହିଁ । ଏପରିକି ହ୍ରଦଟିରୁ ପାଣି ବାହାରକୁ ଆସେ ନାହିଁ କି ବାହାରୁ ହ୍ରଦ ମଧ୍ୟକୁ ପାଣି ପ୍ରବେଶ କରିପାରେ ନାହିଁ ।[୩] ଏହି ହ୍ରଦଟି ଭିତରେ ଛୋଟ ଛୋଟ ପଥର ଖଣ୍ଡମାନ ଭରି ରହିଛି । ହ୍ରଦ ମଧ୍ୟରେ ଥିବା ଗଣ୍ଡଟି ଏଠାକାର ପାଣିର ମୁଖ୍ୟ ଉତ୍ସ । ମୁଖ୍ୟତଃ ବର୍ଷା ସମୟରେ ଝରି ପଡୁଥିବା ପାଣିରେ ହିଁ ଭର୍ତ୍ତି ହୁଏ । ଏହି ହ୍ରଦଟିର ଜଳ ସଂପୂର୍ଣ ସ୍ୱଚ୍ଛ ଏବଂ ହ୍ରଦଟିର ଭିତରର ଜଳ ମଧ୍ୟରେ ଛୋଟ ଛୋଟ ପଥର ସ‌ହ ପାହାଡ଼ ମାନ ରହିଛି । ଏହି ସବୁ ପଥରମାନଙ୍କଦ୍ୱାରା ଜଳ ସ୍ୱଚ୍ଛ ହୋଇଥାଏ ।

ପର୍ଯ୍ୟଟନ[ସମ୍ପାଦନା]

ଏହି ହ୍ରଦ ପାଖାପାଖି ଅଞ୍ଚଳରେ କିଛି ପୁରୁଣା ଏବଂ ଛୋଟିଆ ଆଦିବାସୀ ସମ୍ପ୍ରଦାୟ ରହଛନ୍ତି । ସେହି ଆଦିବାସୀ ସମ୍ପ୍ରଦାୟମାନ ହେଲା: ବ୍ୱମ, ତ୍ରିପୁରା ଓ ଖୁମି । ବାଗା ହ୍ରଦଟି ବନ୍ଦାରବାନର ରୁମା ସଦର ଉପଜିଲ୍ଲାଠାରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ ।[୩] ମୁଖ୍ୟତଃ ବର୍ଷାଦିନମାନଙ୍କରେ ଏହି ହ୍ରଦ ପରିଦର୍ଶନରେ ଯିବା ଆଂଶିକ କଷ୍ଟ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ରୁମାଠାରୁ ବାଗା ହ୍ରଦଯାଏ ଯାଇଥିବା ରାସ୍ତାଟିର ମରାମତି କାର୍ଯ୍ୟ ଚାଲୁଅଛି । ଏହି ହ୍ରଦଟିର ପାରିପାର୍ଶ୍ୱିକ ସୁନ୍ଦରତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଧିକ ପରିମାଣରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ, କିନ୍ତୁ ଏହି ସ୍ଥାନ‌କୁ ପରିଦର୍ଶନରେ ଯିବା ପାଇଁ କୌଣସି ବିଶେଷ ସୁବିଧା ଉପଲବ୍ଧ ନାହିଁ । ପ୍ରଶାସନ ତରଫରୁ ମଧ୍ୟ କୌଣସି ବିଧିବଦ୍ଧ ବ୍ୟବସ୍ଥା କରାଯାଇନାହିଁ । ସେଥିପାଇଁ ସୌନ୍ଦର୍ଯ୍ୟଭରା ଏହି ହ୍ରଦଟିର ପରିଦର୍ଶନରେ ଅନେକ କମ ସଂଖ୍ୟକ ପରିଦର୍ଶକ ଆସିନ୍ତି । ଯଦିବା କିଛି ପରିଦର୍ଶକ ପାହାଡ଼ର ଖାଲଢ଼ିପ ରାସ୍ତା ଦେଇ କେବେ କେବେ ପରିଦର୍ଶନରେ ଆସୁଛନ୍ତି, ପର୍ଯ୍ୟାପ୍ତ ପରିଦର୍ଶକ ଯାତାୟତର ଅବ୍ୟବସ୍ଥା ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟର ମନଲୋଭା ଦୃଶ୍ୟରୁ ବଞ୍ଚିତ ହେଉଛନ୍ତି ।

ହ୍ରଦଟିର ଜଳ ଅମ୍ଳଯୁକ୍ତ । ତେଣୁ ସେହି ଦ୍ରଦଟିରେ କୌଣସି ପ୍ରକାରର ବନସ୍ପତି ନ‌ଜର ଆସନ୍ତି ନାହିଁ କି କୌଣସି ପ୍ରକାରର ମାଛମାନଙ୍କର ଅବସ୍ଥିତି ପରିଲକ୍ଷିତ ହୋଇନଥାଏ ।

ବାଗା ହ୍ରଦର ଆଖପାଖରେ ପାଖାପାଖି ୨୦ଟି କୁଡ଼ିଆ ରହିଛି । ସେହି ସବୁ କୁଡ଼ିଆ ମାନଙ୍କ ମଧ୍ୟରେ ସାଇମା ଦିଦିଙ୍କର କୁଡ଼ିଆ, ଲାରାମାଙ୍କର କୁଡ଼ିଆ ଏବଂ ରୋବର୍ଟଙ୍କର କୁଡ଼ିଆ ପ୍ରସିଦ୍ଧ । ପ୍ରତ୍ୟେକଦିନ ସେଠାରେ ର‌ହିବା ପାଇଁ ମୁଣ୍ଡପିଛା ମାତ୍ର ୧୦୦ ଟଙ୍କା ଲାଗିଥାଏ । ସେହି କୁଡ଼ିଆରେ ମଧ୍ୟ ଖାଦ୍ୟପେୟର ବନ୍ଦୋବସ୍ତ ରହିଛି । ସେହି କୁଡ଼ିଆରେ ଉପଲବ୍ଧ ହେଉଥିବା ଖାଦ୍ୟ ତଟକା ଏବଂ ସ୍ୱାସ୍ଥ୍ୟକାରୀ ହୋଇଥାଏ । କୁଡ଼ିଆମାନଙ୍କରେ ବ୍ୟବସ୍ଥା କରାଯାଉଥିବା ଖାଦ୍ୟମାନଙ୍କର ମଧ୍ୟରେ ସାଦା ଭାତ, ଆଳୁ ଭର୍ତା, ପଲଉ, ଅଣ୍ଡା ତରକାରୀ ଏବଂ ବିଭିନ୍ନ ପନିପରିବାରେ ମିଶ୍ରିତ ତରକାରୀମାନ ରହିଥାଏ । ଏହି ସବୁ ଖାଦ୍ୟର ମୂଲ୍ୟ ପାଖାପାଖି ୧୦୦ ଟଙ୍କା ରହିଥାଏ । ସେହି ସ୍ଥାନରେ ପର୍ଯ୍ୟଟକମାନଙ୍କର ଯାତାୟତ ନ୍ୟୂନ ହୋଇଥିବାରୁ କୌଣସି ପ୍ରକାରର ଅଗ୍ରୀମ ଆରକ୍ଷଣର ଆବଶ୍ୟକ ପଡ଼ି ନ ଥାଏ । ଏହି ହ୍ରଦଟିର ଏବଂ ପରିଦର୍ଶକ ତ‌ଥା ସ୍ଥାନୀୟ ବାସୀନ୍ଦାଙ୍କର ସୁରକ୍ଷା ଦୃଷ୍ଟିରୁ ସେଠାରେ ଏକ ସେନା ଶିବିର ମଧ୍ୟ ରହଛି । କୌଣସି ପରିଦର୍ଶକ ସେଠାକୁ ଭ୍ରମଣରେ ଯିବା ଆଗରୁ ସେହି ସେନା ଶିବିରରୁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ସ‌ହ ଅନୁମତି ନେବାର ଆବଶ୍ୟକ ରହିଛି । ସେହି ସ୍ଥାନରେ ସ୍ଥାନୀୟ ବାସିନ୍ଦା ମାନଙ୍କ ପାଇଁ ମଧ୍ୟ ଏକ ଚର୍ଚ୍ଚ ରହିଛି । ସେଠାକାର ଆଖପାଖର ବାସିନ୍ଦାମାନେ ପ୍ରାୟତଃ ଖ୍ରୀଷ୍ଟଧର୍ମାଲମ୍ବୀ । ଚର୍ଚ୍ଚ ବ୍ୟତୀରେକ ସେଠାରେ ପ୍ରସ୍ତୁତ ହେଉଥିବା ସୁସ୍ୱାଦୁ ନିଶାଯୁକ୍ତ ପାନୀୟ ମଧ୍ୟ ଉପଲବ୍ଧ ହୋଇଥାଏ ।

ହ୍ରଦକୁ ଘେରି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନଲୋଭା ଦୃଶ୍ୟକୁ ଉପଭୋଗ କରିବାକୁ ଭ୍ରମଣକାରୀମାନେ ଯାଇଥାନ୍ତି । ହ୍ରଦଟି ଆକାରରେ ବେଶୀ ବଡ଼ ହୋଇ ନ ଥିଲେ ମଧ୍ୟ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ପରିବେଶ ଭ୍ରମଣକାରୀଙ୍କୁ ଆନନ୍ଦ ପ୍ରଦାନ କରିଥାଏ ।

ଫଟୋ ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ S M Mahfuzur Rahman and Rahatul karim (2012). "Bagakain Lake". In Sirajul Islam and Ahmed A. Jamal (ed.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
  2. "Bogakain Lake : Bangladesh". e-news. 18 June 2012. Retrieved 26 November 2016.[permanent dead link]
  3. ୩.୦ ୩.୧ ୩.୨ "Boga Lake". BD Affairs. Archived from the original on 14 November 2016. Retrieved 26 November 2016.