ବାଇଗଣବାଡ଼ି କାଳୀ ମନ୍ଦିର

Coordinates: 22°21′46″N 87°41′47″E / 22.3628642°N 87.696268°E / 22.3628642; 87.696268
ଉଇକିପିଡ଼ିଆ‌ରୁ
ବାଇଗଣବାଡ଼ି କାଳୀ ମନ୍ଦିର
বেগুনবাড়ি কালী মন্দির
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୂର୍ବ ମେଦିନୀପୁର (Purba Medinipur)
ଦେବାଦେବୀଶାସନ କାଳୀ (Sashan Kali)
FestivalsJyoisho Utsob
Location
ସ୍ଥାନବେଗୁନବାରି (Begunbari)
Stateପଶ୍ଚିମ ବଙ୍ଗ West Bengal
Countryଭାରତ
ବାଇଗଣବାଡ଼ି କାଳୀ ମନ୍ଦିର is located in West Bengal
ବାଇଗଣବାଡ଼ି କାଳୀ ମନ୍ଦିର
Location in West Bengal
ଭୌଗଳିକ ଅବସ୍ଥିତି22°21′46″N 87°41′47″E / 22.3628642°N 87.696268°E / 22.3628642; 87.696268
Architecture
Typeବଙ୍ଗ ସ୍ଥାପତ୍ୟ (Bengal architecture)
Specifications
Temple(s)୯,୦୦୦ରୁ ଅଧିକ
Monument(s)୪,୨୬୯


ବାଇଗଣବାଡ଼ି କାଳୀ ମନ୍ଦିର ଭାରତର ପଶ୍ଚିମ ବଙ୍ଗ ପ୍ରଦେଶର ପୂର୍ବ ମେଦିନାପୁର ଜିଲ୍ଲାରେ ଥିବା ବେଗୁନବାଡ଼ିର (Begunbari|) ଏକ ଲୋକପ୍ରିୟ ହିନ୍ଦୁ ମନ୍ଦିର ଅଟେ । ଏହା ପାନଶୁକ୍ରା ବ୍ଲକର ଖିରାଇ ରେଳ ଷ୍ଟେସନ ନିକଟରେ ଅବସ୍ଥିତ । କଂଶବତୀ ନଦୀର ପଶ୍ଚିମ କୂଳରେ ଅବସ୍ଥିତ । ଏହି ମନ୍ଦିରର ପ୍ରତିଷ୍ଟିତ ଦେବୀ ହେଉଛନ୍ତି ଶାସନ କାଳୀ ଯିଏ କାଳୀଙ୍କର ଏକ ଅବତାର ଅଟନ୍ତି ।

ଇତିହାସ[ସମ୍ପାଦନା]

ଜନଶ୍ରୁତି ଅନୁସାରେ ହିନୁ ଡୁଙ୍ଗ ଓ ଦିନୁ ଡୁଙ୍ଗ ନାମକ ଦୁଇ ଭାଇ ଥିଲେ । ଗରିବ ପରିବାରର ସେହି ଦୁଇ ଭାଇ ରାଜା ରାଜନାରାୟଣ ରାୟଙ୍କ (୧୭୫୬-୧୭୭୦) ଦରବାରର ଦୁଇ ମଲ୍ଲ ଯୋଦ୍ଧା ଥିଲେ । ସେହି ସମୟରେ କଲେରା ରୋଗ ବ୍ୟାପିଥିବାରୁ ଦୁଇ ଭାଇ ରୋଗରେ ପୀଡ଼ିତ ହୋଇଗଲେ । ଦୁହେଁ ମା କାଳୀଙ୍କୁ ରୋଗ ଭଲ କରି ଦେବାକୁ ପ୍ରାର୍ଥନା କରିବାକୁ ଲାଗିଲେ ଓ ଭଲ ହେବା ପରେ ତାଙ୍କର ପୂଜା ଅର୍ଚ୍ଚନା କରିବାକୁ ପ୍ରତିଜ୍ଞା କଲେ । କିଛି ଦିନ ଉପରାନ୍ତେ ଦୁହେଁ ଆରୋଗ୍ୟ ହୋଇଗଲେ । ସେମାନଙ୍କର ମନ୍ଦିର ତୋଳେଇବାର ଶକ୍ତି ବା ସାମର୍ଥ୍ୟ ନଥିଲା ଓ ସେଠି ନିମନ୍ତେ କୌଣସି ବନ୍ଦବୋସ୍ତ ମଧ୍ୟ କରିପାରିଲେନି ।[୧]

ସେହି ଦୁଇ ଭାଇ ବାଗଡ଼ି ଜାତିର ଲୋକ ଥିଲେ । ପରମ୍ପରାକ୍ରମେ ସେମାନେ ଶିକାରୀ ଓ ସଂଗ୍ରହକାରୀ ଥିଲେ । ସେମାନେ ବ୍ରିଟିଶ ଭାରତର (British India.) ଏକ ମୂଖ୍ୟ ଯୋଦ୍ଧା ଜାତିର ଲୋକ ଥିଲେ ।[୨] ଇଂରେଜ ଶାସନ କାଳରେ ବାଗଡ଼ି ଦଳମାନେ ଅପରାଧିକ କାରବାରରେ ଲିପ୍ତ ରହୁଥିବାରୁ ବ୍ରିଟିଶ ସରକାର ସେମାନଙ୍କୁ ଅପରାଧୀ ଗୋଷ୍ଠୀ ଭାବରେ ଘୋଷଣା କରିଥିଲେ ।[୩]

ସେହି ଦୁଇ ଭାଇ ତାଙ୍କର ମାନସିକ ପୂରଣ କରିବାକୁ ଡଳାୟତିର ଆଶ୍ରା ନେଲେ । ସେହି ଦୁଇ ଭାଇଙ୍କ ସ୍ମୃତିରେ ପୂଜା ପୂର୍ବରୁ ଏକ ଔପଚାରିକ ଡକାୟତି ସମ୍ପନ୍ନ କରାଯାଏ ।[୪] ପ୍ରଥମ ପୂଜା ବାଇଗଣ ବାଡ଼ିରେ କରାଯାଇଥିବାରୁ ବାଇଗଣବାଡ଼ି କାଳୀ ପୂଜା କୁହାଯାଏ ।

ସ୍ଥାପତ୍ୟ[ସମ୍ପାଦନା]

ମୂଳ ମନ୍ଦିର ନଷ୍ଟ ହୋଇଯିବା ପରେ ଦକ୍ଷିଣେଶ୍ୱର କାଳୀ ମନ୍ଦିର ଭଳି ଏହି ମନ୍ଦିର ତିଆରି ହୋଇଛି ।

ପର୍ବପର୍ବାଣି[ସମ୍ପାଦନା]

ପ୍ରତି ବର୍ଷ ଜୁନ ମାସରେ ଜ୍ୟୋଇଶୋ ଉତ୍ସବ ପାଳନ କରାଯାଏ । ସେହି ଉତ୍ସବରେ ସବଙ୍ଗର ମତ (Mat), ଖେଳଣା, ଖାଦ୍ୟ ଓ ଘରକରଣା ଦ୍ରବ୍ୟ ମିଳେ । ସହସ୍ରାଧିକ ଲୋକ ଏହି ମେଳାରେ ସମବେତ ହୁଅନ୍ତି ।

ଆଧାର[ସମ୍ପାଦନା]

  1. Creation (2018-06-04). "CREATION: 250 YEARS OLD BEGUNBARI KALI PUJA, PANSKURA, WB, INDIA". CREATION. Retrieved 2020-08-24.
  2. Rahman, S M Mahfuzur (2012). "Bagdi". In Islam, Sirajul; Jamal, Ahmed A. (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
  3. "Welcome to Midnapore.in - Freedom Fighters of Midnapore".
  4. "Creation: 250 Years Old Begunbari Kali Puja, Panskura, Wb, India". 4 June 2018.