Jump to content

ବସନ୍ତ ଦାସ (ଗୀତିକବି)

ଉଇକିପିଡ଼ିଆ‌ରୁ
(ବସନ୍ତ ଦାସ(ଗୀତିକବି)ରୁ ଲେଉଟି ଆସିଛି)

ବସନ୍ତ ଦାସ (୧୯ ଫେବୃଆରୀ ୧୯୫୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗୀତିକବି । ତାଙ୍କର ଅନେକ ଗୀତିକବିତା ଆକାଶବାଣୀ କଟକରୁ ପ୍ରସାରିତ ଓ ପତ୍ରପତ୍ରିକାରେ ପ୍ରକାଶିତ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବସନ୍ତ ଦାସ ଯାଜପୁର ଜିଲ୍ଲାର ସୟଦପୁର ନିକଟସ୍ଥ ବିଦାପଡ଼ା ଗ୍ରାମରେ ତା ୧୯୫୪ ଫେବୃଆରୀ ୨ ତାରିଖରେ ପିତା ଧୃବ ଚରଣ ଦାସ ଓ ମାତା ସୁବାସିନୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ବ୍ରଜ ସୁନ୍ଦର ଉଚ୍ଚ ବିଦ୍ୟାଳୟରୁ ମେଟ୍ରିକ୍ ପରେ ଯାଜପୁରର ନରସିଂହ ଚୌଧୁରୀ ମହାବିଦ୍ୟାଳୟରୁ ୧୯୭୫ ମସିହାରେ ଡିଗ୍ରୀ ଓ ପରେ କଟକସ୍ଥ ଆକାଉଣ୍ଟାଣ୍ଟସି କଲେଜରୁ କଷ୍ଟ ଅକାଉଣ୍ଟାନସି କରିଥିଲେ । ୧୯୭୪ ମସିହାରେ ସେ ଆକାଶବାଣୀ କଟକ କେନ୍ଦ୍ରକୁ ପଠେଇଥିବା ୬୨ଟି ଗୀତକୁ ସମୀକ୍ଷା କରି ୧୯୭୮ ମସିହାରେ ଗୀତିକାର ଭାବରେ ସ୍ବୀକୃତି ଦେଇଥିଲେ । ୨୦୦୯ରେ ଆକାଶବାଣୀ ଜୟପୁରରୁ ମଧ୍ୟ ସ୍ଵୀକୃତିପ୍ରାପ୍ତ ଗୀତିକାରର ମାନ୍ୟତା ପାଇଥିଲେ । ୧୯୮୩ରେ ତାଙ୍କର କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ ସହିତ ସାକ୍ଷାତ ହେଲା । ସେ ତାଙ୍କୁ ଗୀତିକବିତାର ବିଭିନ୍ନ ଧାରା ଓ ଦିଗ ସହିତ ପରିଚିତ କରାଇଲେ । ସେଇ ବର୍ଷ ଆକାଶବାଣୀର ଡ ସୁଧା ମିଶ୍ର ତାଙ୍କର ଗୋଟିଏ ଗୀତକୁ 'ସଜଫୁଲ' କାର୍ଯ୍ୟକ୍ରମ ପାଇଁ ପସନ୍ଦ କଲେ । ସଂଗୀତକାର ଶ୍ରୀବତ୍ସ ପଟ୍ଟନାୟକଙ୍କ ପରାମର୍ଶରେ ଖୋକା ଭାଇ ଓରଫ ଅକ୍ଷୟ ମହାନ୍ତି ଗୀତଟିକୁ ଆମୂଳଚୁଳ ଦେଖିଲେ । ଗୀତଟିର ଗୋଟିଏ ବି ଶବ୍ଦ ପରିବର୍ତ୍ତନ ନ କରି ଖୋକା ଭାଇ ଗାଇଥିଲେ ଯାହା ଆକାଶବାଣୀରେ ଅନେକବାର ପ୍ରସାରିତ ହୋଇଥିଲା । ଗୀତଟି ଥିଲା 'ଜଳିବାକୁ ତୁମେ ଦେଇଛ ଇନ୍ଧନ ଦୀପଠୁ ବଳିତା ଯାଏଁ' । ସେହିପରି ଆଉ ଏକ ଗୀତ 'ତମେ ଗଲାପରେ' ମିତାଲି ଚିନାରାଙ୍କ କଣ୍ଠରେ ଅନେକବାର ଆକାଶବାଣୀରୁ ପ୍ରସାରିତ । ସୁରମଣି ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀ, ରାଧାକୃଷ୍ଣ ଭଞ୍ଜ , ଅକ୍ଷୟ ମହାନ୍ତି, ସୁଚିତ୍ରା ମହାପାତ୍ର, ଆରତୀ ଗୋସ୍ୱାମୀ, ଦିବାକର ମହାନ୍ତି, ମୀତାଲି ଚିନାରା, ଶେଖର ଘୋଷ, ଶ୍ରୀକାନ୍ତ ଦାସ, ଲତା ଘୋଷ, ଦେବାଶିଷ ମହାପାତ୍ର, ଦୀପ୍ତିରେଖା ପାଢ଼ୀ, ବିଷ୍ଣୁ ମୋହନ କବି, କରୁଣାକର ସେଠି, ଶୈଳଭାମା ମହାପାତ୍ର, ଇରା ମହାନ୍ତି , ଅଞଳୀ ମିଶ୍ର, ଅସୀମା ପଣ୍ଡା, ସମୀକ୍ଷା ମିଶ୍ର, ସତ୍ୟ ସିଦ୍ଧାନ୍ତ, ଶରଣ୍ୟା ମିଶ୍ର, ଆଦି ଅନେକ କଣ୍ଠଶିଳ୍ପୀ ତାଙ୍କର ଶହେରୁ ଅଧିକ ଗୀତିକବିତା ଗାନ କରିଛନ୍ତି । ତାଙ୍କର ଗୋଟିଏ ଓଡ଼ିଆ ଗଜଲ୍ ଭାରତର ପ୍ରସିଦ୍ଧ ଗଜଲ୍ ଗାୟକ ତଲତ୍ ଅଜିଜ୍ ଓଡ଼ିଆ ଭାଷାର ଗୀତ ଭାବରେ ପ୍ରଥମ ଥର ଗାଇଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ଗୋଧୂଳିର ଚିଠି
  • ଜହ୍ନ ଠାରିଦେଲା ମତେ
  • ଏକାନ୍ତରେ ଏକାଏକା
  • ନୀରବ ରାତିର ଗୀତି
  • ମାୟା ମୟୁରୀ
  • ରହିଲେ ରହିଲା ବାକି
  • ପାନ୍ଥଶାଳାର ଲିପି
  • କୁଆଁରୀ ବଉଳ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  •  ଗୀତିକବି ସମାଜ ସମ୍ମାନ
  • ଆଖିଳଚକ୍ର ସମ୍ମାନ
  • କଳା ସୌରଭ ସମ୍ମାନ
  • ଫକୀର ମୋହନ ସାହିତ୍ୟ ପରିଷଦ ସମ୍ମାନ
  • ଶ୍ରୀମୟୀ ନୃତ୍ୟ ଅନୁଷ୍ଠାନ ସମ୍ମାନ
  • ଗୋଧୂଳି ସାହିତ୍ୟ ଗୀତିକବି ସମ୍ମାନ
  • ଅନ୍ନପୂର୍ଣ୍ଣା ନନ୍ଦ ସ୍ମୃତି ସମ୍ମାନ
  • ବିରଜାକୃପା ସାହିତ୍ୟ ପରିବାରର "ବିରଜାଶ୍ରୀ" ପୁରସ୍କାର[]
  1. "Chhutidina Page: 6". Online Odia ePaper | Today Newspaper | Latest news from Odisha, India and world. Retrieved 2024-09-04.
  2. "Chhutidina Page: 6". Online Odia ePaper | Today Newspaper | Latest news from Odisha, India and world. Retrieved 2024-09-04.