ବଳରାମ ରଣସିଂହ
ଦେଖଣା
ବଳରାମ ରଣସିଂହ | |
---|---|
ଜନ୍ମ | ବେରବୋଇ, ଖୋର୍ଦ୍ଧା | ୨୩ ସେପ୍ଟେମ୍ବର ୧୯୫୨
ଜାତୀୟତା | ଭାରତୀୟ |
ଉଲ୍ଲେଖନୀୟ କୃତି | ଶକ୍ତିପୀଠ ଗଡ଼ମାଣତୀର |
ସମ୍ପର୍କୀୟ | ବଲ୍ଲଭାନନ୍ଦ ରଣସିଂହ (ପିତା), ରାଧା ରଣସିଂହ (ମାତା) |
ବଳରାମ ରଣସିଂହ (ଜନ୍ମ: ୨୩ ସେପ୍ଟେମ୍ବର ୧୯୫୨) ଜଣେ ଭାରତୀୟ ଅଧ୍ୟାପକ, ଓଡ଼ିଆ ଭାଷୀ ଲେଖକ, ସମ୍ପାଦକ ଓ ସାହିତ୍ୟ ସଂଗଠକ । ସେ ନିଜ ଗ୍ରାମ ଗଡ଼ମାଣତୀରର ଇତିହାସ ଲେଖିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ବଳରାମଙ୍କ ଜନ୍ମ ଖୋର୍ଦ୍ଧା ଜିଲ୍ଲାର ଗଡ଼ମାଣତୀର ଗ୍ରାମରେ । ତାଙ୍କ ପିତା ହେଲେ ବଲ୍ଲଭାନନ୍ଦ ରଣସିଂହ ଓ ମାତା ହେଲେ ରାଧା ରଣସିଂହ । ସେ ହିନ୍ଦୀ ଓ ଓଡ଼ିଆରେ ସ୍ନାତକୋତ୍ତର ଏବଂ ରାଷ୍ଟ୍ରଭାଷା ହିନ୍ଦୀରେ ଶାସ୍ତ୍ରୀ ଉପାଧି ପ୍ରାପ୍ତ । ଅଧ୍ୟାପନା ବୃତ୍ତିରେ ନିୟୋଜିତ ବଳରାମ ବହୁ କବିତା, ଶିଶୁ ସାହିତ୍ୟ, ପ୍ରବନ୍ଧ, ଆଲୋଚନା ଲେଖିବା ସହିତ ଓ ଅନେକ ପତ୍ରପତ୍ରିକା ସଂପାଦନା କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ଶିଶୁ ସାହିତ୍ୟ
[ସମ୍ପାଦନା]- ଶିଶୁ କବିତା - ୧ମ ଭାଗ
- ସରଗ ସୁନ୍ଦର ପଲ୍ଲୀ
- ପିଲାଏ ହସିଲେ ଜଗତ ହସେ
- ହସି ହସାଇବା ସାରା ସଂସାର
- ନୀତି ଶିକ୍ଷା ପୀୟୂଷ
କବିତା
[ସମ୍ପାଦନା]- କବିତା-୩୨
- କବିତା-୫୧
- କବିତା-୬୧
- ଶବ୍ଦର କବିତା
- ପଲ୍ଲୀ ଗୁଞ୍ଜନ
ଇତିହାସ
[ସମ୍ପାଦନା]- ଆମ ଗାଁ ଆମ କଥା
- ଗୋତିଏ ବଂଶର କଥା କେତୋଟି
- ଶକ୍ତିପୀଠ ଗଡ଼ମାଣତୀର
ସଂପାଦନା
[ସମ୍ପାଦନା]- ପଲ୍ଲୀ ପ୍ରତିଭା (୩ୟ ମାସିକ ପତ୍ରିକା)
- ଆମ ଗୌରବ (ଓଡ଼ିଶାର ପାଇକ ସଂସ୍କୃତି)
- ପ୍ରତିଯୋଗୀ (ମାସିକ ସାଧାରଣ ଜ୍ଞାନ ପତ୍ରିକା)