ବର୍ସାଇଟିସ୍

ଉଇକିପିଡ଼ିଆ‌ରୁ
Bursitis
ବିଭାଗOrthopedics
ଲକ୍ଷଣSwelling, difficulty moving, tenderness, pain[୧]
କାରଣOveruse, infection, trauma, inflammatory disorders[୨]
ରୋଗ ନିର୍ଣ୍ଣୟ ପଦ୍ଧତିSymptoms and examination[୩]
ସଠିକ ରୋଗ ନିର୍ଣ୍ଣୟArthritis, fractures, tendinitis, nerve problems[୩]
ଚିକିତ୍ସାRest, ice, compression, NSAIDs[୩][୨]
PrognosisGenerally good[୨]
ପୁନଃପୌନିକCommon[୩]

ବର୍ସାଇଟିସ୍ ରୋଗରେ ବର୍ସା ବା ତରଳ ପଦାର୍ଥ ଭରା ଏକ ଥଳିର ପ୍ରଦାହ ହୁଏ[୨] ଏହି ଥଳିଗୁଡ଼ିକର ଭିତର ପାର୍ଶ୍ୱରେ ସାଇନୋଭିଆଲ ସ୍ତର ଥାଏ ଯେଉଁଥିରୁ ସାଇନୋଭିଆଲ ତରଳ ପଦାର୍ଥ ବାହାରି ଭିତର ପାର୍ଶ୍ୱ ଚିକ୍କଣ କରେ | [୪] ବର୍ସାଇଟିସ୍ ପ୍ରଭାବିତ ଅଞ୍ଚଳରେ ଚଳପ୍ରଚଳ ଅସୁବିଧା, ଦରଜ ଏବଂ ଯନ୍ତ୍ରଣା ହୋଇପାରେ | [୧] ଧୀରେ ଧୀରେ ଆରମ୍ଭ ହେଉଥିବା ବର୍ସାଇଟିସ୍ ରୋଗରେ ଯନ୍ତ୍ରଣା ଅନୁପସ୍ଥିତ ରହିପାରେ | [୨] ଏହି ରୋଗ ଜଟିଳ ହେଲେ ସେପ୍ଟିକ ବର୍ସାଇଟିସ୍ ହୋଇପାରେ । [୩]

ବର୍ସାଇଟିସର କାରଣ ମଧ୍ୟରେ ଅତ୍ୟଧିକ ବ୍ୟବହାର, ସଂକ୍ରମଣ, ଆଘାତ ଏବଂ ପ୍ରଦାହ ଜନିତ ରୋଗ ଅନ୍ତର୍ଭୁକ୍ତ | [୨] ମାନବ ଶରୀରରେ ୧୫୦ରୁ ଅଧିକ ବର୍ସା ଅଛି | [୫] ସାଧାରଣତଃ ଅଧିକାଂଶ କ୍ଷେତ୍ରରେ ପ୍ରିପାଟେଲାର, ଓଲିକ୍ରାନନ୍, ଟ୍ରୋକାଣ୍ଟେରିକ ଓ ରେଟ୍ରୋକାଲକାନିଆଲ ବର୍ସା ପ୍ରଭାବିତ ହୁଏ । [୩] ହାଡ଼ର ପ୍ରମୁଖ ସ୍ଥାନଗୁଡିକ ଉପରେ ଘସିହେଉଥିବା ମାଂସପେଶୀ, ଟେଣ୍ଡନ ଓ ଅନ୍ୟାନ୍ୟ ତନ୍ତୁ ଗୁଡ଼ିକ ବର୍ସା ଥିବା ଫଳରେ ଘର୍ଷଣ ଜନିତ କ୍ଷତିଗ୍ରସ୍ତ ହୁଏନାହିଁ | [୧] ସାଧାରଣତଃ ତନ୍ତୁ ତନ୍ତୁ ମଧ୍ୟରେ ଗତିକୁ ଉନ୍ନତ କରିବା ପାଇଁ ସେଗୁଡ଼ିକ କାର୍ଯ୍ୟ କରନ୍ତି | [୨] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ ହୁଏ ଏବଂ ଅତିରିକ୍ତ ପରୀକ୍ଷାଦ୍ୱାରା ସମର୍ଥିତ ହୋଇପାରେ | [୩] [୨] ସମାନ ଲକ୍ଷଣର ଅନ୍ୟାନ୍ୟ କାରଣ ହେଉଛି ଆର୍ଥ୍ରାଇଟିସ୍, ଅସ୍ଥିଭଗ୍ନ, ଟେଣ୍ଡିନାଇଟିସ୍ ଏବଂ ସ୍ନାୟୁ ସମସ୍ୟା। [୩]

ଏହାର ଚିକିତ୍ସାରେ ସାଧାରଣତଃ ବିଶ୍ରାମ, ବରଫ ସେକ, କମ୍ପ୍ରେସନ ବା ସଙ୍କୋଚନ ଏବଂ ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ଦିଆଯାଏ | [୩] [୨] ଷ୍ଟେରଏଡ ଇଞ୍ଜେକ୍ସନ କିମ୍ବା ଅସ୍ତ୍ରୋପଚାର ଅପେକ୍ଷାକୃତ କମ୍ ବ୍ୟବହୃତ ହୁଏ | [୩] ଦୀର୍ଘକାଳୀନ ବର୍ସାଇଟିସରେ ଷ୍ଟେରଏଡ ଇଞ୍ଜେକ୍ସନର ଉପକାରିତା ୨୦୨୦ ମସିହା ସୁଦ୍ଧା ପ୍ରମାଣ ସିଦ୍ଧ ହୋଇନାହିଁ । [୨] ଏହି ରୋଗ ପୁରୁଷ ଏବଂ ମହିଳାମାନଙ୍କୁ ସମାନ ଭାବରେ ପ୍ରଭାବିତ କରେ ।[୩] [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Williams, Christopher H.; Sternard, Britni T. (August 15, 2020.). "Bursitis". Bursitis. StatPearls Publishing. {{cite book}}: Check date values in: |date= (help)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ Aaron, DL; Patel, A; Kayiaros, S; Calfee, R (June 2011). "Four common types of bursitis: diagnosis and management". The Journal of the American Academy of Orthopaedic Surgeons. 19 (6): 359–67. doi:10.5435/00124635-201106000-00006. PMID 21628647.
  4. Vigorita, Vincent J.; Ghelman, Bernard; Mintz, Douglas (2008). Orthopaedic Pathology (Second ed.). Philadelphia: Lippincott Williams and Wilkins. p. 719. ISBN 978-0-7817-9670-5.
  5. Vigorita, Vincent J.; Ghelman, Bernard; Mintz, Douglas (2008). Orthopaedic Pathology (Second ed.). Philadelphia: Lippincott Williams and Wilkins. p. 719. ISBN 978-0-7817-9670-5.