ବବୃବାହନ (ମହାଭାରତ)

ଉଇକିପିଡ଼ିଆ ରୁ
Jump to navigation Jump to search

ବବ୍ରୁବାହନ ବ୍ୟାସଦେବ କୃତ ହିନ୍ଦୁ ମହାକାବ୍ୟ ମହାଭାରତର ଏକ ଚରିତ୍ର ।[୧] ମହାଭାରତରେ ବର୍ଣ୍ନନା ଅନୁସାରେ, ନିର୍ବାସନ କାଳରେ ରାଜକୁମାରୀ ଚିତ୍ରାଙ୍ଗଦା ମାଧ୍ୟମରେ ଜନ୍ମ ହୋଇଥିବା ଅର୍ଜୁନଙ୍କ ପୁତ୍ର ହେଉଛନ୍ତି ବବ୍ରୁବାହନ । ଚିତ୍ରାଙ୍ଗଦାଙ୍କ ସହିତ ଅର୍ଜୁନଙ୍କ ବିବାହରେ ଅର୍ଜୁନଙ୍କ ଅନ୍ୟ ପତ୍ନୀ ନାଗକନ୍ୟା ଉଲୂପି ଇର୍ଷା କରିଥିଲେ । ଏପରିକି ଉଲୂପିଙ୍କ ବିଶ୍ୱାସଘାତକ ଷଡଯନ୍ତ୍ର ହେତୁ ଅର୍ଜୁନ ଚିତ୍ରଙ୍ଗଦାଙ୍କୁ ପରିତ୍ୟାଗ କରିଥିଲେ ଏବଂ ବବ୍ରୁବାହନ ତାଙ୍କ ଅଜାଙ୍କଘରେ ପୋଷ୍ୟପୁତ୍ରଭାବେ ପାଳିତ ହୋଇଥିଲେ । ପରେ ସେ ତାଙ୍କ ଅଜାଙ୍କ ଉତ୍ତରାଧିକାରୀ ଭାବରେ ମଣିପୁରରେ ରାଜତ୍ୱ କରିଥିଲେ । ସମୟକ୍ରମେ ସେ ଜାଣିବାକୁ ପାଇଲେ ଯେ ଅର୍ଜୁନ ହେଉଛନ୍ତି ତାଙ୍କ ପିତା, ଏବଂ ଯେତେବେଳେ ସେ ତାଙ୍କ ପିତାଙ୍କୁ ଦେଖା କରିବାକୁ ଆସିଲେ, ଅର୍ଜୁନ ତାଙ୍କୁ ଚିହ୍ନି ପାରିନଥିଲେ ।

ପୌରାଣିକ ଗାଥା[ସମ୍ପାଦନା]

ମହାଭାରତ ମହାକାବ୍ୟର ବର୍ଣ୍ଣନା ଅନୁଯାୟୀ ମଣିପୁର ତତକାଳୀନ ଭାରତର ଏକ ସମୃଦ୍ଧ ରାଜ୍ୟ ଥିଲା । ଏହାକୁ ଚିତ୍ରାବାହାନ ନାମକ ଜଣେ ରାଜା ଶାସନ କରୁଥିଲେ । ତାଙ୍କର ଚିତ୍ରାଙ୍ଗଦା ନାମକ ଏକ ଝିଅ ଥିଲା । ମଣିପୁର ରାଜବଂଶରେ ଏକାଧିକ ପୀଢି ପାଇଁ, ରାଜବଂଶର ଏକରୁ ଅଧିକ ଉତ୍ତରାଧିକାରୀ ନଥିଲେ । ଚିତ୍ରବାହନଙ୍କର ଚିତ୍ରାଙ୍ଗଦା ବ୍ୟତୀତ ଅନ୍ୟ କୌଣସି ଉତ୍ତରାଧିକାରୀ ନ ଥିବାରୁ ସେ ଚିତ୍ରାଙ୍ଗଦାଙ୍କୁ ଯୁଦ୍ଧବିଦ୍ୟା ଏବଂ ରାଜ୍ୟ ଶାସନ ବିଷୟରେ ତାଲିମ ଦେଇଥିଲେ । ଚିତ୍ରାଙ୍ଗଦା ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ଥିଲେ ଏବଂ ତାଙ୍କ ଦେଶର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଯୁଦ୍ଧ କୌଶଳ ଅର୍ଜନ କରିଥିଲେ । ରବିନ୍ଦ୍ରନାଥ ଟାଗୋରଙ୍କ ଲିଖିତ ନାଟକ 'ଚିତ୍ରା'ରେ ଏହି ବିଷୟ ବର୍ଣ୍ଣନା କରାଯାଇଛି, ଯେଉଁଠାରେ ଟାଗୋର ଚିତ୍ରାଙ୍ଗଦାଙ୍କୁ ପୁରୁଷ ପୋଷାକ ପରିହିତ ଯୋଦ୍ଧା ଭାବରେ ଚିତ୍ରଣ କରିଛନ୍ତି । ଅର୍ଜୁନ ତାଙ୍କ ସଚ୍ଚୋଟତା ଏବଂ ସାହସ ହେତୁ ତାଙ୍କୁ ଭଲ ପାଉଥିଲେ । ସେମାନଙ୍କର ବବ୍ରୁବାହନ ନାମରେ ଏକ ପୁତ୍ର ଥିଲେ । ଅର୍ଜୁନ ଚିତ୍ରଙ୍ଗଦାଙ୍କୁ ଛାଡି ଚାଲିଯିବା ପରେ ଚିତ୍ରାଙ୍ଗଦା ପୁତ୍ର ବବ୍ରୁବାହନଙ୍କୁ ପାଳନ କରିଥିଲେ ।[୨]

ମହାଭାରତ ମହାକାବ୍ୟରେ କିଛି ନିର୍ଦ୍ଦିଷ୍ଟ ଅଧ୍ୟାୟ ବ୍ୟତୀତ ଅନ୍ୟ ସବୁ ଅଧ୍ୟାୟରେ ଚିତ୍ରାଙ୍ଗଦା ତଥା ତାଙ୍କ ରାଜ୍ୟ ବିଷୟରେ ଉଲ୍ଲେଖ ନାହିଁ । ମହାଭାରତର କାହାଣି ଅନୁସାରେ ପାଣ୍ଡବମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଶେଷରେ କୌରବଙ୍କ ବିରୁଦ୍ଧରେ ଯୁଦ୍ଧରେ ବିଜୟୀ ହୋଇଥିଲେ । ଯୁଧିଷ୍ଠିର ହସ୍ତିନାପୁରର ରାଜା ହେଲେ ସିନା ଯୁଦ୍ଧ ସମୟରେ ନିଜ ଆତ୍ମୀୟ ଏବଂ ସମ୍ପର୍କୀୟଙ୍କୁ ହତ୍ୟା କରିବା କଥାକୁ ନେଇ ସେ ସର୍ବଦା ନିଜକୁ ଦୋଷୀ ଭାବିବାଦ୍ୱାରା ତାଙ୍କ ମନ ଅଶାନ୍ତ ରହୁଥିଲା । ଇତ୍ୟବସରରେ ସାଧୁମାନଙ୍କ ପରାମର୍ଶରେ ସେ ଅଶ୍ୱାମେଧ ଯଜ୍ଞର ଆୟୋଜନ କରିଥିଲେ ।[୩] ଏହି ଯଜ୍ଞର ବିଧି ଅନୁସାରେ ଏକ ସଜ୍ଜିତ ଘୋଡା ଅନ୍ୟ ସବୁ ରାଜ୍ୟକୁ ପଠାଯିବ ଏବଂ ଯେଉଁଠାରେ ବି ସେହି ଘୋଡାକୁ କେହି ଅଟକାଇବାର ସାହସ କରନ୍ତି, ପାଣ୍ଡବଙ୍କଦ୍ୱାରା ସେହି ରାଜ୍ୟ ବିଜୟ କରି ସେହି ଦେଶକୁ ପାଣ୍ଡବଙ୍କ ଅଧୀନକୁ ଅଣାଯିବ । ଅର୍ଜୁନଙ୍କୁ ଘୋଡାର ଯତ୍ନ ନେବାର ଦାୟିତ୍ୱ ଦିଆଗଲା । ଯେତେବେଳେ ଅର୍ଜୁନ ଯଜ୍ଞ ଘୋଡା ସହିତ ମଣିପୁର ରାଜ୍ୟରେ ପହଞ୍ଚିଲେ, ବବ୍ରୁବାହନ ଏହି ଘୋଡାକୁ ଅଟକାଇ ରଖିଥିଲେ । ପରମ୍ପରା ଅନୁଯାୟୀ ଯଜ୍ଞ ଘୋଡାକୁ ଅଟକାଇବାର ଅର୍ଥ ପାଣ୍ଡବଙ୍କ ବିରୁଦ୍ଧରେ ଯୁଦ୍ଧ ଡାକରା ଦେବା । ମଣିପୁର ଏବଂ ହାସ୍ତିନାପୁର ମଧ୍ୟରେ କୌଣସି ଶତ୍ରୁତା ନ ଥିବାରୁ ଅର୍ଜୁନ ବବ୍ରୁବାହନଙ୍କୁ ଘୋଡା ଛାଡିବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ । ଅଧିକନ୍ତୁ ଅର୍ଜୁନ ସେତେବେଳେ ବବ୍ରୁବାହନଙ୍କ ପ୍ରକୃତ ପରିଚୟ ପାଇ ନ ଥିଲେ । ବବ୍ରୁବାହନ ଘୋଡାକୁ ଛାଡିବାକୁ ଅର୍ଜୁନଙ୍କ ସହ ସହମତ ହୋଇଥିଲେ କିନ୍ତୁ ତାଙ୍କ ଗୁରୁ ଦକ୍ଷିଣା ଭାବେ ଅର୍ଜୁନଙ୍କୁ ହତ୍ୟା କରିବାକୁ ଶପଥ ନେଇଥିବା କଥା କହିଥିଲେ ।[୨]

ଅର୍ଜୁନ, ଏହି ଛୋଟ ବାଳକ ସହିତ ଲଢିବାକୁ ଅନିଚ୍ଛା ପ୍ରକାଶ କରି କିଛି ସୈନ୍ୟଙ୍କୁ ପଠାଇଲେ ଏହି ବାଲକକୁ ମନାଇ ତାଙ୍କ ନିକଟରୁ ଘୋଡା ଫେରାଇ ଆଣିବାକୁ । ହେଲେ, ବବ୍ରୁବାହନ ଘୋଡା ଫେରାଇବାକୁ ସ୍ପଷ୍ଟ ମନା କରନ୍ତେ, ଏହି ଯୁଦ୍ଧରେ ବବ୍ରୁବାହନ ଅର୍ଜୁନଙ୍କ ସମସ୍ତ ସୈନ୍ୟକୁ ପରାସ୍ତ କରିଥିଲେ । ସେ ଭୀମଙ୍କୁ ପରାସ୍ତ କରିବା ସହ ବିଶ୍ୱକେତୁ (କର୍ଣ୍ନଙ୍କ ପୁତ୍ର)ଙ୍କୁ ହତ୍ୟା ମଧ୍ୟ କରିଥିଲେ । ଏହା ଜାଣିବା ପରେ ଅର୍ଜୁନ କ୍ରୋଧିତ ହେଲେ, ଯେହେତୁ ବିଶ୍ୱକେତୁ ତାଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଥିଲେ । କ୍ରୋଧ ଜର୍ଜରିତ ଅର୍ଜୁନ ଏହି ପ୍ରତିଜ୍ଞା ନେଲେ ଯେ ସେ ବବ୍ରୁବାହନଙ୍କୁ ହତ୍ୟା କରିବେ ଅଥବା ଯଦି ସେ ପରାଜିତ ହୁଅନ୍ତି ସେ ନିଜେ ଆତ୍ମହାଦ କରିବେ । ଅର୍ଜୁନ ଓ ବବ୍ରୁବାହନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ବବ୍ରୁବାହନ ଅର୍ଜୁନଙ୍କୁ ପରାସ୍ତ କରି ହତ୍ୟା କରିଥିଲେ । ଅର୍ଜୁନ ବବ୍ରୁବାହନଙ୍କୁ ହତ୍ୟା କରିବା ପାଇଁ ଐଶ୍ୱରୀୟ ଅସ୍ତ୍ର ବ୍ୟବହାର କରିଥିଲେ । ଯୁଦ୍ଧପରେ ବବ୍ରୁବାହନ ଅର୍ଜୁନଙ୍କ ପରିଚୟ ଜାଣି ନିଜ କାର୍ଯ୍ୟରେ ଅନୁତାପ କରି ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ, କିନ୍ତୁ ସେ ତାଙ୍କ ସାବତ ମା ଉଲୂପିଙ୍କଠାରୁ ପାଇଥିବା ନାଗମଣି ବ୍ୟବହାର କରି କୃଷ୍ଣଙ୍କ ସାହାଯ୍ୟରେ ଅର୍ଜୁନଙ୍କୁ ଜୀବିତ ଫେରି ପାଇଲେ । ଅର୍ଜୁନ କିନ୍ତୁ କହିଲେ, ସେ ବୃଷକେତୁଙ୍କ ବିନା ସେ ବଞ୍ଚି ରହିବା ବ୍ୟର୍ଥ, କାରଣ ସେ ହିଁ ବୃଷକେତୁକୁ ଯୁଦ୍ଧରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୃଷ୍ଣ ବୃଷକେତୁକୁ ପୁନର୍ଜୀବିତ କରିଦେବା ପରେ ବବ୍ରୁବାହନ ବୃଷକେତୁଙ୍କୁ କ୍ଷମା କରିବାକୁ କହିଥିଲେ (ଯାହା ସେ କରିଥିଲେ)। ଯୁଦ୍ଧରେ ବବ୍ରୁବାହନଙ୍କ ଦକ୍ଷତାକୁ ବୃଷକେତୁ ପ୍ରଶଂସା କରିଥିଲେ । ତା’ପରେ ପାଣ୍ଡବ, ଉଲୂପି, ଚିତ୍ରାଙ୍ଗଦା, ବବ୍ରୁବାହନ ଏବଂ ବୃଷକେତୁ ତଥା ସୈନ୍ୟବାହିନୀ ହାସ୍ତିନାପୁରକୁ ଫେରିଗଲେ ।[୨]

ଚଳଚ୍ଚିତ୍ର ରୂପାୟନ[ସମ୍ପାଦନା]

ବବ୍ରୁବାହନଙ୍କ କାହାଣୀ ୧୯୪୨ ଏବଂ ୧୯୬୪ ମସିହାରେ ତେଲୁଗୁ ଭାଷାରେ ଏବଂ ୧୯୭୭ରେ କନ୍ନଡରେ ନିର୍ମିତ ହୋଇଥିଲା । ୧୯୬୪ର ତେଲୁଗୁ ଚଳଚ୍ଚିତ୍ରଟି ସାମୁଦ୍ରାଲା ରାଘବଚାର୍ଯ୍ୟଙ୍କଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ହୋଇଥିଲା ଏବଂ ଏଥିରେ ଏନ୍. ଟି. ରାମାରାଓ, ଏସ୍. ବାରାଲକ୍ଷ୍ମୀ ଏବଂ ଚାଲାମ୍ ଅଭିନୟ କରିଥିଲେ ।

ମହାଭାରତ ଏହି କାହାଣୀକୁ ନେଇ ଲଗାତାର ଦୁଇଟି ହିନ୍ଦୀ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା, ୧୯୫୧ରେ ନାନାଭାଇ ଭଟ୍ଟଙ୍କଦ୍ୱାରା 'ବୀର ବବ୍ରୁବାହନ',ଯେଉଁଥିରେ ମୁଖ୍ୟ ଭୂମିକାରେ ଶଶି କପୁର, ଏସ ଏନ ତ୍ରିପାଠୀ ଅଭିନୟ କରିଥିଲେ ଏବଂ ୧୯୫୨ ମସିହାରେ 'ବୀର ଅର୍ଜୁନ' ନିର୍ମିତ ହୋଇଥିଲା, ଯେଉଁଥିରେ ମହୀପାଲ୍, ନିରୁପା ରୟ ଏବଂ ତ୍ରିଲୋକ କପୁରଙ୍କ ଅଭିନୟ କରିଥିଲେ ।

କନ୍ନଡ ଭାଷାର ଚଳଚ୍ଚିତ୍ର 'ବବ୍ରୁବାହନ'ର ଲେଖକ ତଥା ନିର୍ଦ୍ଦେଶକ ଥିଲେ ହନସୁର କୃଷ୍ଣମୂର୍ତ୍ତି ଯେଉଁଥିରେ ରାଜକୁମାରଙ୍କୁ ଅର୍ଜୁନ ଏବଂ ବବ୍ରୁବାହନର ଦ୍ୱୈତ୍ୱ ଭୁମିକା, ବି ସରୋଜ ଦେବୀ ଚିତ୍ରାଙ୍ଗାଦାର ଭୂମିକାରେ, କାଞ୍ଚନ ଉଲୁପିର ଭୂମିକାରେ ଏବଂ ଜୟମାଲା ସୁଭଦ୍ରା ଭାବରେ ଅଭିନୟ କରିଥିଲେ ।

ଆଧାର[ସମ୍ପାଦନା]

  1. "The story of Babruvahana | Mahabharata Stories, Summary and Characters from Mahabharata". www.mahabharataonline.com. Retrieved 11 December 2020.
  2. ୨.୦ ୨.୧ ୨.୨ Bhanu, Sharada (1997). Myths and Legends from India - Great Women. Chennai: Macmillan India Limited. pp. 7–10. ISBN 0-333-93076-2.
  3. "Least Known Characters Of Mahabharata - Babruvahana". RoBa's World. 21 May 2017. Retrieved 11 December 2020.