ବବି ଏଲ୍ୟୋସିୟସ

ଉଇକିପିଡ଼ିଆ‌ରୁ
ବବି ଏଲ୍ୟୋସିୟସ
ବ୍ୟକ୍ତିଗତ ତଥ୍ୟ
ପୂରା ନାମବବି ଏଲ୍ୟୋସିୟସ
ଜାତୀୟତା ଭାରତ
ଜନ୍ମ (1974-06-22) ଜୁନ ୨୨, ୧୯୭୪ (ବୟସ ୪୯)
ତିରୁଅନନ୍ତପୁରମ, କେରଳ, ଭାରତ
Sport
ଦେଶIndia
କ୍ରୀଡ଼ାଆଥ୍‌ଲେଟିକ୍‌ସ
Event(s)ଉଚ୍ଚଡ଼ିଆଁ

ବବି ଏଲ୍ୟୋସିୟସ'' (ଜନ୍ମ ୨୨ ଜୁନ ୧୯୭୪) ଭାରତର ଜଣେ ମହିଳା ଆଥଲେଟ ଅଟନ୍ତି, ଯିଏ ଏବେ "ତିରୁବନନ୍ତପୁରମ" କେରଳରେ ରହୁଛନ୍ତି । ତାଙ୍କର ଭାରତୀୟ ଏବଂ ଦକ୍ଷୀଣ ଏସିଆ ଖେଳରେ ୧୯୯୫ ଏବଂ ୨୦୧୨ ମଧ୍ୟରେ ଉଞ୍ଚା ଡିଆଁରେ ରେକର୍ଡ ରହିଛି ।[୧] ତାଙ୍କର ୧.୯୧ ମୀଟର ଡିଆଁର ରେକର୍ଡ ୨୦୧୨ ମସିହାରେ କର୍ନାଟକର ସହାନାକୁମାରୀଦ୍ୱାରା ଭଙ୍ଗା ଯାଇଥିଲା । ବବି "ଏଥେନ୍ସ ଅଲିମ୍ପିକ"[୨]ରେ ଭାଗନେଇଥିଲେ । ୨୦୦୨ମସିହା ଏସିଆ ଖେଳରେ ରଜତ ପଦକ ଏବଂ ଜକାର୍ତା ଏସିଆ ଚାମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୩]

ବବିଙ୍କ ଜନ୍ମ "ଚେମ୍ପେରୀ", କନ୍ନୁର, କେରଳ, ଭାରତରେ ହୋଇଥିଲା ।[୪] ବବି ସମଗ୍ର ଦୁନିଆରେ ବହୁବାର ଭ୍ରମଣ କରିଛନ୍ତି ଏବଂ ଶେଷରେ ଶ୍ରୟୁସବେରୀ, ଯୁନାଇଟେଡ କିଙ୍ଗଡମରେ ୨୦୦୯ ମସିହା ପର୍ଯ୍ୟନ୍ତ ରହିଥିଲେ । ବର୍ତ୍ତମାନ ସେ କେରଳ ରାଜ୍ୟ ଖେଳ ପରିଷଦ ତିରୁବନନ୍ତପୁରମରେ ସହାୟକ ସଚୀବ (ଟେକେନିକ) ରୂପେ କାମ କରୁଛନ୍ତି । ତାଙ୍କର ବିବାହ ଜଣେ ପତ୍ରକାର, ସହାଜନ ସକାରୀୟଙ୍କ ସହ ଜୋଇଥିଲା ।[୫] ତାଙ୍କର ତିନୋଟି ସନ୍ତାନ ଅଛନ୍ତି, ସ୍ଟିଫନ ହୋଲ୍ମ ସକାରୀୟା, ଗଙ୍ଗୋତ୍ରୀ ସକାରିୟା ଏବଂ ରିତ୍ୱିକ ସକାରିୟା । ସେ କାଲିକଟ ବିଶ୍ୱବିଦ୍ୟାଳୟର ପୂର୍ବ ଛାତ୍ରା ଅଟନ୍ତି ।[୬]

ଉପଲବ୍ଧି[ସମ୍ପାଦନା]

Year Competition Venue Position Notes
Representing  ଭାରତ
୨୦୦୦ ୨୦୦୦ ଏସୀୟ ଆଥ୍‌ଲେଟିକ୍‌ସ ପ୍ରତିଯୋଗିତା ଜକର୍ତା, ଇଣ୍ଡୋନେସିଆ 1st 1.83 m
୨୦୦୨ ୨୦୦୨ ରାଜ୍ୟଗୋଷ୍ଠୀ ଆଥ୍‌ଲେଟିକ୍‌ସ ପ୍ରତିଯୋଗିତା ମଞ୍ଚେଷ୍ଟର, ୟୁନାଇଟେଡ କିଙ୍ଗଡମ 4th 1.87 m
୨୦୦୨ ଏସୀୟ ଆଥ୍‌ଲେଟିକ୍‌ସ ପ୍ରତିଯୋଗିତା କଲୋମ୍ବୋ, ଶ୍ରୀଲଙ୍କା 2nd 1.84 m
୨୦୦୨ ଏସୀୟ ଆଥ୍‌ଲେଟିକ୍‌ସ ପ୍ରତିଯୋଗିତା ବୁସନ, ସାଉଥ କୋରିଆ 2nd 1.88 m
୨୦୦୩ ୨୦୦୩ ଏସୀୟ ଆଥ୍‌ଲେଟିକ୍‌ସ ପ୍ରତିଯୋଗିତା ମନିଲା, ଫିଲିପାଇନ୍ସ 4th 1.80 m
୨୦୦୩ ଆଫ୍ରୋ-ଏସୀୟ କ୍ରୀଡ଼ା ଆଥ୍‌ଲେଟିକ୍‌ସ ହାଇଦ୍ରାବାଦ, ଭାରତ ଦ୍ୱିତୀୟ 1.88 m
୨୦୦୪ ୨୦୦୪ ଏସୀୟ ଇନ୍‌ଡ଼ୋର୍ ଆଥ୍‌ଲେଟିକ୍‌ସ ପ୍ରତିଯୋଗିତା ତେହେରାନ, ଇରାନ ଦ୍ୱିତୀୟ 1.81 m
୨୦୦୪ ଏଥେନ୍ସ୍ ଅଲିମ୍ପିକ୍‌ସ, ଆଥ୍‌ଲେଟିକ୍‌ସ ଆଥେନ୍ସ, ଗ୍ରୀସ ୨୮ତମ (q) 1.85 m

ଆଧାର[ସମ୍ପାଦନା]

  1. "It's Bobby Aloysius' day". Chennai, India: The Hindu. June 4, 2002. Archived from the original on 27 October 2010. Retrieved 22 January 2010.
  2. "The Olympics: 2004: Athletics: Newi student falls short in heats". Daily Post (Liverpool, England). August 27, 2004. Archived from the original on 2 November 2012. Retrieved 22 January 2010.
  3. Mohan, K. P. (August 30, 2000). "Bobby Aloysius scales to a surprise gold". Chennai, India: The Hindu. Archived from the original on 4 June 2011. Retrieved 22 January 2010.
  4. "Bobby's Flop show is a big hit". The Indian Express. July 22, 1998. Retrieved 22 January 2010.
  5. "Memorable day for Bobby Aloysius". The Hindu. July 19, 2004. Archived from the original on 19 October 2010. Retrieved 22 January 2010.
  6. "Department of Physical Education". University of Calicut. Archived from the original on January 29, 2009. Retrieved 22 January 2010.