Jump to content

ବନ୍ଦନା କଟାରିଆ

ଉଇକିପିଡ଼ିଆ‌ରୁ
ବନ୍ଦନା କଟାରିଆ
ବ୍ୟକ୍ତିଗତ ସୂଚନା
ଜନ୍ମ (1992-04-15) ୧୫ ଅପ୍ରେଲ ୧୯୯୨ (ବୟସ ୩୪)
Uttar Pradesh, India
ଉଚ୍ଚତା 159 cm (5 ft 3 in)
Playing position Forward
Club information
Current club Railways
National team
2010–present India 120 (35)
Medal record
Women's Field Hockey
Competitor for  ଭାରତ
Junior World Cup
Bronze2013 MönchengladbachTeam
Last updated on: 6 April 2015

ବନ୍ଦନା କଟାରିଆ (ଜନ୍ମ ୧୫ ଏପ୍ରିଲ ୧୯୯୨) ଜଣେ ଭାରତୀୟ ଫିଲ୍ଡ ହକି ଖେଳାଳି । ସେ ଭାରତୀୟ ଜାତୀୟ ଦଳରେ ଫରୱାର୍ଡ ଭାବରେ ଖେଳନ୍ତି । ୨୦୧୩ ମହିଳା ହକି ଜୁନିୟର ବିଶ୍ୱକପରେ ଭାରତର ଶ୍ରେଷ୍ଠ ଗୋଲ ସ୍କୋରର ହେବା ପରେ ସେ ପ୍ରସିଦ୍ଧି ଲାଭ କରିଥିଲେ । ସେହି ମ୍ୟାଚରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଉକ୍ତ ଟୁର୍ନାମେଣ୍ଟରେ ସେ ପାଞ୍ଚଟି ଗୋଲ ସ୍କୋର କରିଥିଲେ ଏବଂ ତାହା କୌଣସି ଖେଳାଳିଙ୍କଦ୍ୱାରା ତୃତୀୟ ଥିଲା ।

କଟାରିଆ ୨୦୦ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚରେ ବରିଷ୍ଠ ଜାତୀୟ ଦଳ ପାଇଁ ଖେଳିଛନ୍ତି । ସେ ୨୦୧୪ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ଏକ ଅଂଶ ଥିଲେ ଏବଂ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ଆର୍ଜେଣ୍ଟିନାର ଲୁସିଆନା ଆୟମାରଙ୍କୁ ତାଙ୍କର ପ୍ରିୟ ଖେଳାଳି ବୋଲି ମାନନ୍ତି ।[]

ପ୍ରାରମ୍ଭିକ ଜୀବନୀ 

[ସମ୍ପାଦନା]

ବନ୍ଦନାଙ୍କ ଜନ୍ମ ଉତ୍ତର ପ୍ରଦେଶରେ (ବର୍ତ୍ତମାନ ଉତ୍ତରାଖଣ୍ଡ) ୧୫ ଏପ୍ରିଲ ୧୯୯୨ ମସିହାରେ ହେଇଥିଲା । ତାଙ୍କ ପିତା BHELର ଜଣେ କର୍ମଚାରୀ ଥିଲେ []। ବନ୍ଦନା ରୋଷନାବାଦ ଗ୍ରାମାଞ୍ଚଳରେ ଜନ୍ମଗ୍ରହଣ କରି ବିଗତ ଦୁଇ ବର୍ଷରେ ଭାରତର ଜଣେ  ଅଗ୍ରଣୀ ଖେଳାଳି ନ୍ଯାବରେ ନିଜକୁ ଭାରତରେ ପ୍ରତିଷ୍ଠିତ କରେଇ ପାରିଛନ୍ତି । ୨୦୦୬ ମସିହାରେ ସେ ପ୍ରଥମେ ଜୁନିଅର ଦଳରେ ପ୍ରବେଶ କରିଥିଲେ ଓ ପରେ ସିନିଯର ଦଳ ପାଇଁ ଖେଳିଥିଲେ । .[]

କ୍ରୀଡ଼ା ଅବଦାନ 

[ସମ୍ପାଦନା]

୨୦୧୦ ମସିହାରେ ଭାରତୀୟ ସିନିଯର ଦଳରେ ପ୍ରବେଶ ପାଇଥିବା କଳ୍ପନା ୨୦୧୩ ମସିହାରେ ହେଇଥିବା ସିନିଯର ବିଶ୍ୱ କପ ପ୍ରତିଯୋଗୀତାରେ ଦଳକୁ ବ୍ରୋମ୍ଜ ପଦକ ଜିତିବାରେ ସାହାଜୀ କରିଥିଲେ । ସେ ୪ଟି ଖେଳରେ ୫ଟି ଗୋଲ ସ୍କୋର କରିଥିଲେ । .[] ଏହା ତାଙ୍କର ଓ ତାଙ୍କ ପିତାଙ୍କୁ ଖୁବ ଆତ୍ମସନ୍ତୋଷ ଅନିଦେଇଥିଲା । "[] ସ୍କଟଲଣ୍ଡର ଗ୍ଲାସଗୋଠାରେ ହେଇଥିବା ୨୦୧୪ କମନୱେଲ୍‌ଥ ଗେମରେ ସେ ତାଙ୍କର ୧୦୦ ତମ ଆନତଜାତିକ ମେଚ ଖେଳିଥିଲେ । .[] ତାହା ପରେ ଦଳରୁ ସାମୟିକ ଅବ୍ଯାହତି ନେଇଥିଲେ ମଧ୍ୟ ସେ ୨୦୧୪ -୧୫ରେ FIH ବିଶ୍ୱ ହକି ଌଗରେ ସେ ପୁଣି ଖେଳି ସେ ୧୧ଟି ଗୋଲ ସ୍କୋର କରି ସର୍ବାଧିକ ସ୍କୋରରର ସମ୍ମାନ ପାଇଥିଲେ ।.[]  

ଆଧାର 

[ସମ୍ପାଦନା]
  1. "Indian hockey team stronger with Vandana Kataria: Poonam Rani". 13 June 2015.
  2. "CM honours Jr Hockey player Vandana". Daily Excelsior. 13 August 2013. Retrieved 24 July 2014.
  3. "Meet Vandana Katariya - Indian Hockey Star". 11 March 2015.
  4. "2013 Junior World Cup - Individual Statistics" (PDF). International Hockey Federation. Retrieved 24 July 2014.
  5. "Interview with Vandana Kataria: "Women's hockey needs an HIL for more exposure"". 9 April 2015.
  6. "Vandana completes 100 caps at CWG". Business Standard. 24 July 2014. Retrieved 24 July 2014.
  7. Kulkarni, Abhimanyu (16 March 2015). "Chak De: Indian eves beat Poland to clinch World Hockey League round 2". Hindustan Times. Archived from the original on 7 April 2015. Retrieved 5 April 2015.

ବାହାର ଲିଙ୍କ 

[ସମ୍ପାଦନା]