ବନ୍ଦନା କଟାରିଆ

ଉଇକିପିଡ଼ିଆ‌ରୁ
ବନ୍ଦନା କଟାରିଆ
ବ୍ୟକ୍ତିଗତ ସୂଚନା
ଜନ୍ମ (1992-04-15) ୧୫ ଅପ୍ରେଲ ୧୯୯୨ (ବୟସ ୩୨)
Uttar Pradesh, India
ଉଚ୍ଚତା 159 cm (5 ft 3 in)
Playing position Forward
Club information
Current club Railways
National team
2010–present India 120 (35)
Medal record
Women's Field Hockey
Competitor for  ଭାରତ
Junior World Cup
Bronze 2013 Mönchengladbach Team
Last updated on: 6 April 2015

ବନ୍ଦନା କଟାରିଆ (ଜନ୍ମ ୧୫ ଏପ୍ରିଲ ୧୯୯୨) ଜଣେ ଭାରତୀୟ ଫିଲ୍ଡ ହକି ଖେଳାଳି । ସେ ଭାରତୀୟ ଜାତୀୟ ଦଳରେ ଫରୱାର୍ଡ ଭାବରେ ଖେଳନ୍ତି । ୨୦୧୩ ମହିଳା ହକି ଜୁନିୟର ବିଶ୍ୱକପରେ ଭାରତର ଶ୍ରେଷ୍ଠ ଗୋଲ ସ୍କୋରର ହେବା ପରେ ସେ ପ୍ରସିଦ୍ଧି ଲାଭ କରିଥିଲେ । ସେହି ମ୍ୟାଚରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଉକ୍ତ ଟୁର୍ନାମେଣ୍ଟରେ ସେ ପାଞ୍ଚଟି ଗୋଲ ସ୍କୋର କରିଥିଲେ ଏବଂ ତାହା କୌଣସି ଖେଳାଳିଙ୍କଦ୍ୱାରା ତୃତୀୟ ଥିଲା ।

କଟାରିଆ ୨୦୦ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚରେ ବରିଷ୍ଠ ଜାତୀୟ ଦଳ ପାଇଁ ଖେଳିଛନ୍ତି । ସେ ୨୦୧୪ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ଏକ ଅଂଶ ଥିଲେ ଏବଂ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ଆର୍ଜେଣ୍ଟିନାର ଲୁସିଆନା ଆୟମାରଙ୍କୁ ତାଙ୍କର ପ୍ରିୟ ଖେଳାଳି ବୋଲି ମାନନ୍ତି ।[୧]

ପ୍ରାରମ୍ଭିକ ଜୀବନୀ [ସମ୍ପାଦନା]

ବନ୍ଦନାଙ୍କ ଜନ୍ମ ଉତ୍ତର ପ୍ରଦେଶରେ (ବର୍ତ୍ତମାନ ଉତ୍ତରାଖଣ୍ଡ) ୧୫ ଏପ୍ରିଲ ୧୯୯୨ ମସିହାରେ ହେଇଥିଲା । ତାଙ୍କ ପିତା BHELର ଜଣେ କର୍ମଚାରୀ ଥିଲେ [୨]। ବନ୍ଦନା ରୋଷନାବାଦ ଗ୍ରାମାଞ୍ଚଳରେ ଜନ୍ମ ଗ୍ରହଣ କରି ବିଗତ ଦୁଇ ବର୍ଷରେ ଭାରତର ଜଣେ  ଅଗ୍ରଣୀ ଖେଳାଳି ନ୍ଯାବରେ ନିଜକୁ ଭାରତରେ ପ୍ରତିଷ୍ଠିତ କରେଇ ପାରିଛନ୍ତି । ୨୦୦୬ ମସିହାରେ ସେ ପ୍ରଥମେ ଜୁନିଅର ଦଳରେ ପ୍ରବେଶ କରିଥିଲେ ଓ ପରେ ସିନିଯର ଦଳ ପାଇଁ ଖେଳିଥିଲେ । .[୩]

କ୍ରୀଡ଼ା ଅବଦାନ [ସମ୍ପାଦନା]

୨୦୧୦ ମସିହାରେ ଭାରତୀୟ ସିନିଯର ଦଳରେ ପ୍ରବେଶ ପାଇଥିବା କଳ୍ପନା ୨୦୧୩ ମସିହାରେ ହେଇଥିବା ସିନିଯର ବିଶ୍ୱ କପ ପ୍ରତିଯୋଗୀତାରେ ଦଳକୁ ବ୍ରୋମ୍ଜ ପଦକ ଜିତିବାରେ ସାହାଜୀ କରିଥିଲେ । ସେ ୪ଟି ଖେଳରେ ୫ଟି ଗୋଲ ସ୍କୋର କରିଥିଲେ । .[୪] ଏହା ତାଙ୍କର ଓ ତାଙ୍କ ପିତାଙ୍କୁ ଖୁବ ଆତ୍ମସନ୍ତୋଷ ଅନିଦେଇଥିଲା । "[୫] ସ୍କଟଲଣ୍ଡର ଗ୍ଲାସଗୋଠାରେ ହେଇଥିବା ୨୦୧୪ କମନୱେଲ୍‌ଥ ଗେମରେ ସେ ତାଙ୍କର ୧୦୦ ତମ ଆନତଜାତିକ ମେଚ ଖେଳିଥିଲେ । .[୬] ତାହା ପରେ ଦଳରୁ ସାମୟିକ ଅବ୍ଯାହତି ନେଇଥିଲେ ମଧ୍ୟ ସେ ୨୦୧୪ -୧୫ରେ FIH ବିଶ୍ୱ ହକି ଌଗରେ ସେ ପୁଣି ଖେଳି ସେ ୧୧ଟି ଗୋଲ ସ୍କୋର କରି ସର୍ବାଧିକ ସ୍କୋରରର ସମ୍ମାନ ପାଇଥିଲେ ।.[୭]  

ଆଧାର [ସମ୍ପାଦନା]

  1. "Indian hockey team stronger with Vandana Kataria: Poonam Rani". 13 June 2015.
  2. "CM honours Jr Hockey player Vandana". Daily Excelsior. 13 August 2013. Retrieved 24 July 2014.
  3. "Meet Vandana Katariya - Indian Hockey Star". 11 March 2015.
  4. "2013 Junior World Cup - Individual Statistics" (PDF). International Hockey Federation. Retrieved 24 July 2014.
  5. "Interview with Vandana Kataria: "Women's hockey needs an HIL for more exposure"". 9 April 2015.
  6. "Vandana completes 100 caps at CWG". Business Standard. 24 July 2014. Retrieved 24 July 2014.
  7. Kulkarni, Abhimanyu (16 March 2015). "Chak De: Indian eves beat Poland to clinch World Hockey League round 2". Hindustan Times. Archived from the original on 7 April 2015. Retrieved 5 April 2015.

ବାହାର ଲିଙ୍କ [ସମ୍ପାଦନା]