ବନବାସୀ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ବନବାସୀ ପଟ୍ଟନାୟକ
ବ୍ୟକ୍ତିଗତ ତଥ୍ୟ
ନାମବନବାସୀ ପଟ୍ଟନାୟକ
ଜନ୍ମଜଣା ନାହିଁ
ଜଣା ନାହିଁ
ବ୍ୟାଟିଂ ପ୍ରକାର
ବୋଲିଂ ପ୍ରକାର
ଭୂମିକାଅଲରାଉଣ୍ଡର ତଥା ସାମୟିକ ଉଇକେଟ ରକ୍ଷକ[୧]
ଘରୋଇ ଦଳ ତଥ୍ୟ
YearsTeam
୧୯୪୯-୫୦ରୁ ୧୯୬୪-୬୫ଓଡ଼ିଶା
୧୯୪୫-୪୬ରୁ ୧୯୪୮-୪୯ବିହାର
Career statistics
ପ୍ରତିଯୋଗିତା ପ୍ରଥମ ଶ୍ରେଣୀ
ମ୍ୟାଚ ସଂଖ୍ୟା ୨୬
ମୋଟ ରନ ୭୪୭
ବ୍ୟାଟିଂ ହାର ୧୬.୯୭
ଶତକ/ଅର୍ଦ୍ଧଶତକ ୦/–
ସର୍ବାଧିକ ରନ ୮୭
ବଲ ସଂଖ୍ୟା
ଉଇକେଟ ୨୭
ବୋଲିଂ ହାର ୨୭.୪୪
ଇନିଙ୍ଗସରେ ୫ଟି ଉଇକେଟ ୨;
ମ୍ୟାଚରେ ୧୦ଟି ଉଇକେଟ
ସବୁଠୁ ଭଲ ବୋଲିଂ ୫/୨୧
କ୍ୟାଚ/ଷ୍ଟମ୍ପିଙ୍ଗ ୧୩/୧;
Source: [୧], 05 August 2018

ବନବାସୀ ପଟ୍ଟନାୟକ (Banabasi Patnaik) ଓଡ଼ିଶା କ୍ରିକେଟ ଦଳର ପ୍ରାକ୍ତନ ଅଧିନୟକ ଥିଲେ ।[୨] ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ପ୍ରଥମ ଦଳର (୧୯୪୯-୧୯୫୦) ଜଣେ ଖେଳାଳୀ ଥିଲେ [୩]। ଓଡ଼ିଶା ପାଇଁ ଖେଳିବା ପୂର୍ବରୁ ସେ ବିହାର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଥିଲେ । କୌଣସି ବିଦେଶୀ ଭ୍ରମଣକାରୀ ଦେଶ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାରେ ସେ ପ୍ରଥମ ଓଡ଼ିଆ [୪] । ସେ ମଧ୍ୟ ଓଡ଼ିଶା କ୍ରିକେଟ ଦଳର ପ୍ରଥମ ବିଜୟୀ ଅଧିନାୟକ ଥିଲେ ।

ପ୍ରାରମ୍ଭିକ କ୍ୟାରିଅର[ସମ୍ପାଦନା]

୧୯୪୫-୪୬ ମସିହାରେ ସେ ବିହାର କ୍ରିକେଟ ଦଳ ତରଫରୁ ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ । ସେତେବେଳେ ବିହାର କ୍ରିକେଟ ଦଳ ଏହାର ଘରୋଇ ମ୍ୟାଚ ମୁଖ୍ୟତଃ ଜାମସେଦପୁର (ଟାଟାନଗର)ଠାରେ ଖେଳୁଥିଲା ।

ବନବାସୀ ପଟ୍ଟନାୟକ ତାଙ୍କର ପ୍ରଥମ ପ୍ରଥମ-ଶ୍ରେଣୀ ମ୍ୟାଚ ରଣଜୀ ଟ୍ରଫିରେ ୧୫-୧୨-୧୯୪୫ ଦିନ ଇନ୍ଦୋରଠାରେ ଶକ୍ତିଶାଳୀ ଘରୋଇ ହୋଲକାର ଦଳ ବିପକ୍ଷରେ ବିହାର ପାଇଁ ଖେଳିଥିଲେ । ସେ ପ୍ରଥମ ଇନିଂସରେ ୧୫ ରନ ତଥା ଦ୍ୱିତୀୟ ଇନିଂସରେ ଶୂନ ରନ କରିଥିଲେ । ବିହାର ଏକ ଇନିଂସ ଓ ୧୮୭ ରନରେ ପରାଜିତ ହୋଇଥିଲା । ହୋଲକାର ଦଳ ସେହି ବର୍ଷ ଋଣଜୀ ଟ୍ରଫି ଚମ୍ପିୟନ ହୋଇଥିଲା ।

ବିହାର ପାଇଁ ବନବାସୀ ପଟ୍ଟନାୟକ ଆଉ ଦୁଇଟି ସିଜନ ପାଇଁ ଖେଳିଥିଲେ (୧୯୪୭-୪୮ ଏବଂ ୧୯୪୮-୪୯) ।[୫]

ଏତିକି ବେଳେ ଭରମଣକାରୀ ୱେଷ୍ଟ-ଇଣ୍ଡିଜ୍ ଦଳ ବିପକ୍ଷରେ ବିହାର ରାଜ୍ୟପାଳଂକ ଏକାଦଶ ଜାମସେଦପୁରଠାରେ ୧୯୪୯ ଜାନୁୟାରୀ ୭ରୁ ୯ ଯାଏଁ ଏକ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲା । ଏଥିରେ ବନବାସୀ ପଟ୍ଟନାୟକ ବିହାର ରାଜ୍ୟପାଳଂକ ଏକାଦଶରେ ଖେଳିଥିଲେ । ତାଙ୍କର ସ୍କୋର ଥିଲା ପ୍ରଥମ ଇନିଂସରେ ୧୮ ଓ ଦ୍ୱିତୀୟ ଇନିଂସରେ ୩୫ । ସେହି ଦ୍ୱିତୀୟ ଇନିଂସରେ ତାଙ୍କ ସ୍କୋର ଘରୋଇ ଦଳର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା । ଏହିପରି ସେ କୌଣସି ବିଦେଶୀ ଭ୍ରମଣକାରୀ ଦଳ ବିରୋଧରେ ପ୍ରଥମ ଶ୍ରେଣୀ ଖେଳିବାରେ ପ୍ରଥମ ଓଡ଼ିଆ କ୍ରିକେଟର ବନିଥିଲେ ।

ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ୟାରିଅର[ସମ୍ପାଦନା]

ଓଡ଼ିଶା କ୍ରିକେଟ ଦଳ ୧୯୪୯-୫୦ ମସିହାଠାରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିଲା । ଏହି ଶ୍ରେଣୀରେ ପ୍ରଥମ ମ୍ୟାଚ ରଣଜୀ ଟ୍ରଫିରେ ଓଡ଼ିଶା ବିହାର ବିପକ୍ଷରେ ଜାମସେଦପୁରଠାରେ ୧୯୪୯ ଡିସେମ୍ବର ୧୦ରୁ ୧୨ ତାରିଖରେ ଖେଳିଥିଲା । ଏଥିରେ ବନବାସୀ ପଟ୍ଟନାୟକ ଓଡ଼ିଶା ଦଳରେ ଖେଳିଥିଲେ[୬]

ତା ପରବର୍ଷ ଅର୍ଥାତ ୧୯୫୦-୫୧ରେ ଓଡ଼ିଶା କ୍ରିକେଟ ଦଳ ନିଜ ଘରୋଇ ମାଟିରେ କଟକଠାରେ ପ୍ରଥମ କରି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚ ବିହାର ବିପକ୍ଷରେ ଖେଳା ହୋଇଥିଲା ଓ ଏଥିରେ ବନବାସୀ ପଟ୍ଟନାୟକ ଓଡ଼ିଶା ଅଧିନାୟକ ହୋଇଥିଲେ [୭]। ଏଥିରେ ଓଡ଼ିଶା ହାରିଯାଇଥିଲା ।

୧୯୫୧-୫୨ ରଣଜୀ ସିଜନରେ ଓଡ଼ିଶା ଘରୋଇ ଆସାମ ବିରୋଧରେ ନୌଗଂଗଠାରେ ବନବାସୀ ପଟ୍ଟନାୟକଙ୍କ ଅଧିନାଯକତ୍ୱରେ ଖେଳି ପରାସ୍ତ ହୋଇଥିଲା । ମାତ୍ର ଏଥିରେ ବନବାସୀ ପଟ୍ଟନାୟକ ତାଙ୍କର ପ୍ରଥମ ବ୍ୟାଟିଂ ଅର୍ଦ୍ଧଶତକ ସ୍କୋର କରିଥିଲେ ତଥା ଓଡ଼ିଶା ତରଫରୁ ମ୍ୟାଚରେ ସର୍ବାଧିକ ରନ ସ୍କୋର କରିଥିଲେ[୮]

୧୯୫୨-୫୩ କ୍ରିକେଟ ସିଜନରେ ଓଡ଼ିଶା କ୍ରିକେଟ ଦଳ ତାର ପ୍ରଥମ ମ୍ୟାଚ ଆସାମ ରାଜ୍ୟ କ୍ରିକେଟ ଦଳ ବିରୋଧରେ ଖେଳିଥିଲା । ଏଥିରେ ଓଡ଼ିଶା ବିଜୟୀ ହୋଇ ପ୍ରଥମ ଥର ପାଇଁ ପ୍ରଥମ ଶ୍ରେଣୀ ବିଜୟ ଲାଭ କରିଥିଲା । ଏଥିରେ ବନବାସୀ ପଟ୍ଟନାୟକ ଓଡ଼ିଶା ଅଧିନାୟକ ହୋଇଥିଲେ । ଆସାମ ଦ୍ୱିତୀୟ ଇନିଂସରେ ସେ ୨୧ ରନ ଦେ‍ଇ ପାଂଚଟି ଉଇକେଟ ନେ‍ଇଥିଲେ ଓ ନିଜ ଜୀବନର ସର୍ବୋତ୍କୃଷ୍ଟ ବୋଲିଂ ସଫଳତା ହାସଲ କରିଥିଲେ[୯] । ଏହିପରି ସେ ଓଡ଼ିଶାର ପ୍ରଥମ ବିଜୟୀ ଅଧିନାୟକ ଥିଲେ ।

ସେହି ବର୍ଷ (୧୯୫୨ ଡିସେମ୍ବର) ସେ ମଧ୍ୟ ଭାରତୀୟ ପୂର୍ବାଂଚଳ ଦଳରେ ସାମିଲ ହୋଇ ଭ୍ରମଣକାରୀ ପାକିସ୍ତାନ କ୍ରିକେଟ ଦଳ ବିରୋଧରେ ଜାମସେଦପୁରରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ ।

ବନବାସୀ ପଟ୍ଟନାୟକ ତାଙ୍କର ଶେଷ ଋଣଜୀ ଟ୍ରଫି ମ୍ୟାଚ ୧୯୬୪-୬୫ ସିଜନରେ ଜାମସେଦପୁରରେ ବିହାର ବିପକ୍ଷରେ ଖେଳିଥିଲେ ଓ ଦୁଇଟି ଯାକ ଇନିଂସରେ ୧୩ ରନ ଲେଖାଏଁ ସ୍କୋର କରିଥିଲେ[୧୦]

ଆଧାର[ସମ୍ପାଦନା]

  1. Cricketarchive.com. "Banabasi Patnaik". cricketarchive.com. Retrieved 7 August 2018.
  2. "ଆର୍କାଇଭ୍ କପି". Archived from the original on 2017-08-14. Retrieved 2018-08-18. {{cite web}}: Cite has empty unknown parameter: |1= (help)
  3. କ୍ରିକ୍‍‍‍‍‍‍‍‍‍ଇ‍ନ୍‍‍‍‍ଫୋ. "Banabasi Patnaik". ଇଏସ୍‍ପିଏନ୍‍ କ୍ରିକ୍‍‍‍‍‍‍‍‍‍ଇ‍ନ୍‍‍‍‍ଫୋ. ESPN Sports Media Ltd. Retrieved 4 August 2018.
  4. କ୍ରିକଇଂଫୋ ଡଟ କମ. "West Indies Tour in India, 1948-49 Bihar Governor's XI v West Indies Jamshedpur, 7,8,9 January 1949 (3-day match)". static.espncricinfo.com. କ୍ରିକଇଂଫୋ ଡଟ କମ. Retrieved 5 August 2018.
  5. Sujit Mukherjee (1996). Autobiography of an Unknown Cricketer. Orient Blackswan. pp. 75–. ISBN 978-81-7530-001-9.
  6. Wisden CricInfo Ltd. "Ranji Trophy 1949-1950 Bihar v Orissa Jamshedpur 10,11,12 December 1949". ଇଏସ୍ପିଏନ କ୍ରିକିଂଫୋ ଡଟ କମ. Retrieved 11 August 2018.
  7. କ୍ରିକିଂଫୋ.କମ. "Ranji Trophy 1950-1951 Orissa v Bihar Cuttack 09,10,11 December 1950". espncricinfo.com. Retrieved 11 August 2018.
  8. Wisden CricInfo Ltd. "Ranji Trophy, 1951/52 Assam v Orissa Nowgong 15,16,17,18 December 1951 (4-day match)". Wisden CricInfo Ltd. Retrieved 12 August 2018.
  9. Wisden CricInfo Ltd. "Ranji Trophy, 1952/53 Orissa v Assam Cuttack 6,7 December 1952 (2-day match)". cricinfoindia. cricinfo.com. Retrieved 11 August 2018.
  10. cricinfo.com. "Ranji Trophy East Zone League, 1964/65 Bihar v Orissa Jamshedpur 02,03,04 January 1965 (3-day match)". Wisden CricInfo Ltd. Retrieved 12 August 2018.