ବନବାସୀ ପଟ୍ଟନାୟକ

ଉଇକିପିଡ଼ିଆ ରୁ
(ବନବାସୀ ପଟନାୟକ ରୁ ଲେଉଟି ଆସିଛି)
Jump to navigation Jump to search
ବନବାସୀ ପଟ୍ଟନାୟକ
ଖେଳାଳିଙ୍କ ତଥ୍ୟ
ପୁରା ନାଆଁ ବନବାସୀ ପଟ୍ଟନାୟକ
ବ୍ୟାଟିଙ୍ଗ ପ୍ରକାର
ବୋଲିଂ ପ୍ରକାର
ଭୁମିକା ଅଲରାଉଣ୍ଡର ତଥା ସାମୟିକ ଉଇକେଟ ରକ୍ଷକ[୧]
Domestic team information
Years ଦଳ
୧୯୪୯-୫୦ରୁ ୧୯୬୪-୬୫ ଓଡ଼ିଶା
୧୯୪୫-୪୬ରୁ ୧୯୪୮-୪୯ ବିହାର
କ୍ୟାରିଅର ତଥ୍ୟ
Competition ପ୍ରଥମ ଶ୍ରେଣୀ
Matches ୨୬
Runs scored ୭୪୭
Batting average ୧୬.୯୭
100s/50s ୦/–
Top score ୮୭
Balls bowled
Wickets ୨୭
Bowling average ୨୭.୪୪
5 wickets in innings ୨;
10 wickets in match
Best bowling ୫/୨୧
Catches/stumpings ୧୩/୧;
Source: [୧], 05 August

ବନବାସୀ ପଟ୍ଟନାୟକ (Banabasi Patnaik) ଓଡ଼ିଶା କ୍ରିକେଟ ଦଳର ପ୍ରାକ୍ତନ ଅଧିନୟକ ଥିଲେ ।[୨] ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ପ୍ରଥମ ଦଳର (୧୯୪୯-୧୯୫୦) ଜଣେ ଖେଳାଳୀ ଥିଲେ [୩]। ଓଡ଼ିଶା ପାଇଁ ଖେଳିବା ପୂର୍ବରୁ ସେ ବିହାର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଥିଲେ । କୌଣସି ବିଦେଶୀ ଭ୍ରମଣକାରୀ ଦେଶ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାରେ ସେ ପ୍ରଥମ ଓଡ଼ିଆ [୪] । ସେ ମଧ୍ୟ ଓଡ଼ିଶା କ୍ରିକେଟ ଦଳର ପ୍ରଥମ ବିଜୟୀ ଅଧିନାୟକ ଥିଲେ ।

ପ୍ରାରମ୍ଭିକ କ୍ୟାରିଅର[ସମ୍ପାଦନା]

୧୯୪୫-୪୬ ମସିହାରେ ସେ ବିହାର କ୍ରିକେଟ ଦଳ ତରଫରୁ ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ । ସେତେବେଳେ ବିହାର କ୍ରିକେଟ ଦଳ ଏହାର ଘରୋଇ ମ୍ୟାଚ ମୁଖ୍ୟତଃ ଜାମସେଦପୁର (ଟାଟାନଗର)ଠାରେ ଖେଳୁଥିଲା ।

ବନବାସୀ ପଟନାୟକ ତାଙ୍କର ପ୍ରଥମ ପ୍ରଥମ-ଶ୍ରେଣୀ ମ୍ୟାଚ ରଣଜୀ ଟ୍ରଫିରେ ୧୫-୧୨-୧୯୪୫ ଦିନ ଇନ୍ଦୋରଠାରେ ଶକ୍ତିଶାଳୀ ଘରୋଇ ହୋଲକାର ଦଳ ବିପକ୍ଷରେ ବିହାର ପାଇଁ ଖେଳିଥିଲେ । ସେ ପ୍ରଥମ ଇନିଂସରେ ୧୫ ରନ ତଥା ଦ୍ୱିତୀୟ ଇନିଂସରେ ଶୂନ ରନ କରିଥିଲେ । ବିହାର ଏକ ଇନିଂସ ଓ ୧୮୭ ରନରେ ପରାଜିତ ହୋଇଥିଲା । ହୋଲକାର ଦଳ ସେହି ବର୍ଷ ଋଣଜୀ ଟ୍ରଫି ଚମ୍ପିୟନ ହୋଇଥିଲା ।

ବିହାର ପାଇଁ ବନବାସୀ ପଟନାୟକ ଆଉ ଦୁଇଟି ସିଜନ ପାଇଁ ଖେଳିଥିଲେ (୧୯୪୭-୪୮ ଏବଂ ୧୯୪୮-୪୯) ।[୫]

ଏତିକି ବେଳେ ଭରମଣକାରୀ ୱେଷ୍ଟ-ଇଣ୍ଡିଜ୍ ଦଳ ବିପକ୍ଷରେ ବିହାର ରାଜ୍ୟପାଳଂକ ଏକାଦଶ ଜାମସେଦପୁରଠାରେ ୧୯୪୯ ଜାନୁୟାରୀ ୭ରୁ ୯ ଯାଏଁ ଏକ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲା । ଏଥିରେ ବନବାସୀ ପଟନାୟକ ବିହାର ରାଜ୍ୟପାଳଂକ ଏକାଦଶରେ ଖେଳିଥିଲେ । ତାଙ୍କର ସ୍କୋର ଥିଲା ପ୍ରଥମ ଇନିଂସରେ ୧୮ ଓ ଦ୍ୱିତୀୟ ଇନିଂସରେ ୩୫ । ସେହି ଦ୍ୱିତୀୟ ଇନିଂସରେ ତାଙ୍କ ସ୍କୋର ଘରୋଇ ଦଳର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା । ଏହିପରି ସେ କୌଣସି ବିଦେଶୀ ଭ୍ରମଣକାରୀ ଦଳ ବିରୋଧରେ ପ୍ରଥମ ଶ୍ରେଣୀ ଖେଳିବାରେ ପ୍ରଥମ ଓଡ଼ିଆ କ୍ରିକେଟର ବନିଥିଲେ ।

ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ୟାରିଅର[ସମ୍ପାଦନା]

ଓଡ଼ିଶା କ୍ରିକେଟ ଦଳ ୧୯୪୯-୫୦ ମସିହା ଠାରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିଲା । ଏହି ଶ୍ରେଣୀରେ ପ୍ରଥମ ମ୍ୟାଚ ରଣଜୀ ଟ୍ରଫିରେ ଓଡ଼ିଶା ବିହାର ବିପକ୍ଷରେ ଜାମସେଦପୁରଠାରେ ୧୯୪୯ ଡିସେମ୍ବର ୧୦ରୁ ୧୨ ତାରିଖରେ ଖେଳିଥିଲା । ଏଥିରେ ବନବାସୀ ପଟନାୟକ ଓଡ଼ିଶା ଦଳରେ ଖେଳିଥିଲେ[୬]

ତା ପରବର୍ଷ ଅର୍ଥାତ ୧୯୫୦-୫୧ରେ ଓଡ଼ିଶା କ୍ରିକେଟ ଦଳ ନିଜ ଘରୋଇ ମାଟିରେ କଟକଠାରେ ପ୍ରଥମ କରି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚ ବିହାର ବିପକ୍ଷରେ ଖେଳା ହୋଇଥିଲା ଓ ଏଥିରେ ବନବାସୀ ପଟନାୟକ ଓଡ଼ିଶା ଅଧିନାୟକ ହୋଇଥିଲେ [୭]। ଏଥିରେ ଓଡ଼ିଶା ହାରିଯାଇଥିଲା ।

୧୯୫୧-୫୨ ରଣଜୀ ସିଜନରେ ଓଡ଼ିଶା ଘରୋଇ ଆସାମ ବିରୋଧରେ ନୌଗଂଗଠାରେ ବନବାସୀ ପଟନାୟକଙ୍କ ଅଧିନାଯକତ୍ୱରେ ଖେଳି ପରାସ୍ତ ହୋଇଥିଲା । ମାତ୍ର ଏଥିରେ ବନବାସୀ ପଟନାୟକ ତାଙ୍କର ପ୍ରଥମ ବ୍ୟାଟିଂ ଅର୍ଦ୍ଧଶତକ ସ୍କୋର କରିଥିଲେ ତଥା ଓଡ଼ିଶା ତରଫରୁ ମ୍ୟାଚରେ ସର୍ବାଧିକ ରନ ସ୍କୋର କରିଥିଲେ[୮]

୧୯୫୨-୫୩ କ୍ରିକେଟ ସିଜନରେ ଓଡ଼ିଶା କ୍ରିକେଟ ଦଳ ତାର ପ୍ରଥମ ମ୍ୟାଚ ଆସାମ ରାଜ୍ୟ କ୍ରିକେଟ ଦଳ ବିରୋଧରେ ଖେଳିଥିଲା । ଏଥିରେ ଓଡ଼ିଶା ବିଜୟୀ ହୋଇ ପ୍ରଥମ ଥର ପାଇଁ ପ୍ରଥମ ଶ୍ରେଣୀ ବିଜୟ ଲାଭ କରିଥିଲା । ଏଥିରେ ବନବାସୀ ପଟନାୟକ ଓଡ଼ିଶା ଅଧିନାୟକ ହୋଇଥିଲେ । ଆସାମ ଦ୍ୱିତୀୟ ଇନିଂସରେ ସେ ୨୧ ରନ ଦେ‍ଇ ପାଂଚଟି ଉଇକେଟ ନେ‍ଇଥିଲେ ଓ ନିଜ ଜୀବନର ସର୍ବୋତ୍କୃଷ୍ଟ ବୋଲିଂ ସଫଳତା ହାସଲ କରିଥିଲେ[୯] । ଏହିପରି ସେ ଓଡ଼ିଶାର ପ୍ରଥମ ବିଜୟୀ ଅଧିନାୟକ ଥିଲେ ।

ସେହି ବର୍ଷ (୧୯୫୨ ଡିସେମ୍ବର) ସେ ମଧ୍ୟ ଭାରତୀୟ ପୂର୍ବାଂଚଳ ଦଳରେ ସାମିଲ ହୋଇ ଭ୍ରମଣକାରୀ ପାକିସ୍ତାନ କ୍ରିକେଟ ଦଳ ବିରୋଧରେ ଜାମସେଦପୁରରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ ।

ବନବାସୀ ପଟନାୟକ ତାଙ୍କର ଶେଷ ଋଣଜୀ ଟ୍ରଫି ମ୍ୟାଚ ୧୯୬୪-୬୫ ସିଜନରେ ଜାମସେଦପୁରରେ ବିହାର ବିପକ୍ଷରେ ଖେଳିଥିଲେ ଓ ଦୁଇଟି ଯାକ ଇନିଂସରେ ୧୩ ରନ ଲେଖାଏଁ ସ୍କୋର କରିଥିଲେ[୧୦]

ଆଧାର[ସମ୍ପାଦନା]

  1. Cricketarchive.com. "Banabasi Patnaik". cricketarchive.com. Retrieved 7 August 2018.
  2. http://www.orissacricket.org/former-captain.php
  3. କ୍ରିକ୍‍‍‍‍‍‍‍‍‍ଇ‍ନ୍‍‍‍‍ଫୋ. "Banabasi Patnaik". ଇଏସ୍‍ପିଏନ୍‍ କ୍ରିକ୍‍‍‍‍‍‍‍‍‍ଇ‍ନ୍‍‍‍‍ଫୋ. ESPN Sports Media Ltd. Retrieved 4 August 2018.
  4. କ୍ରିକଇଂଫୋ ଡଟ କମ. "West Indies Tour in India, 1948-49 Bihar Governor's XI v West Indies Jamshedpur, 7,8,9 January 1949 (3-day match)". static.espncricinfo.com. କ୍ରିକଇଂଫୋ ଡଟ କମ. Retrieved 5 August 2018.
  5. Sujit Mukherjee (1996). Autobiography of an Unknown Cricketer. Orient Blackswan. pp. 75–. ISBN 978-81-7530-001-9.
  6. Wisden CricInfo Ltd. "Ranji Trophy 1949-1950 Bihar v Orissa Jamshedpur 10,11,12 December 1949". ଇଏସ୍ପିଏନ କ୍ରିକିଂଫୋ ଡଟ କମ. Retrieved 11 August 2018.
  7. କ୍ରିକିଂଫୋ.କମ. "Ranji Trophy 1950-1951 Orissa v Bihar Cuttack 09,10,11 December 1950". espncricinfo.com. Retrieved 11 August 2018.
  8. Wisden CricInfo Ltd. "Ranji Trophy, 1951/52 Assam v Orissa Nowgong 15,16,17,18 December 1951 (4-day match)". Wisden CricInfo Ltd. Retrieved 12 August 2018.
  9. Wisden CricInfo Ltd. "Ranji Trophy, 1952/53 Orissa v Assam Cuttack 6,7 December 1952 (2-day match)". cricinfoindia. cricinfo.com. Retrieved 11 August 2018.
  10. cricinfo.com. "Ranji Trophy East Zone League, 1964/65 Bihar v Orissa Jamshedpur 02,03,04 January 1965 (3-day match)". Wisden CricInfo Ltd. Retrieved 12 August 2018.