ବନଫୁଲ ଓ ଉଦ୍ୟାନ କୁସୁମ
ଦେଖଣା
ବନଫୁଲ ଓ ଉଦ୍ୟାନ କୁସୁମ, ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ ଏକ କବିତା ଅଟେ । କବିତାଟି କବିଙ୍କ ରଚିତ ଅର୍ଚ୍ଚନା ପୁସ୍ତକର ଶତଦଳ ଅଧ୍ୟାୟରୁ ଉଦ୍ଧୃତ |
କିଛି ପଦ
[ସମ୍ପାଦନା]ଏତ ବନଫୁଲ ଚିର ଅନାଦରେ ଫୁଟିଛି କଣ୍ଟକ ବେଢାରେ,
ଆନ ଗୋଟିକତ ଉଦ୍ୟାନ କୁସୁମ ବଢିଛି କେତେ ଶ୍ରଦ୍ଧାରେ ।
ସାନ ଚାରାକାଳୁଁ ଅତି ଯତନରେ ମାଳିତ ସିଞ୍ଚିଲା ସଲିଳେ,
ବଢିଲା ଗଛଟି ଆନନ୍ଦରେ ଅତି ଦୋହୋଲି ବସନ୍ତ ଅନିଳେ ।
ଚାହୁଁ ଚାହୁଁ ଫୁଲ ଫୁଟିଲା ସୁନ୍ଦର ବିତରିଲା ବାସ ମୋହନ,
ଲୋକେତ ରସିଲେ ଆଦରେ ଅନାଇଁ ସେ ପରା ଉଦ୍ୟାନ ସୁମନ ।
ଏତ ବନଫୁଲ ଗହନ ଅନ୍ଧାରେ ଘନ ଘଞ୍ଚ ଲତା କୁଞ୍ଜରେ,
ଫୁଟିଣ ମନକୁ ବାସ ବିତରିଲା କେହି ନ ଦେଖିଲେ ନେତ୍ରରେ ।
ଲୋକ ଆଖି ସିନା ଦେଖି ନ ପାରିଲା ନ ବୁଝିଲା ଗୁଣ ତାହାର,
ଅଳି ତ ଚିହ୍ନିଲା ଫୁଲ ଯୁଗଳକୁ କେତେ ରୂପଗୁଣ କାହାର ।