Jump to content

ଫ୍ଲୋକ୍ସୁରିଡାଇନ

ଉଇକିପିଡ଼ିଆ‌ରୁ
ଫ୍ଲୋକ୍ସୁରିଡାଇନ
Clinical data
Synonyms5-fluorodeoxyuridine
AHFS/Drugs.commonograph
MedlinePlusa682006
Pregnancy
category
  • US: D (Evidence of risk)
    Routes of
    administration
    Intra-arterial
    Identifiers
    • 5-Fluoro-1-[4-hydroxy-5-(hydroxymethyl)tetrahydrofuran-2-yl]-1H-pyrimidine-2,4-dione
    ECHA InfoCard100.000.066 Edit this at Wikidata
    Chemical and physical data
    FormulaC9H11FN2O5
    Molar mass୨୪୬.୧୯ g·mol−1
    3D model (JSmol)
    Melting point150.5 °C (302.9 °F)
    • FC=1C(=O)NC(=O)N(C=1)[C@@H]2O[C@@H]([C@@H](O)C2)CO
    • InChI=1S/C9H11FN2O5/c10-4-2-12(9(16)11-8(4)15)7-1-5(14)6(3-13)17-7/h2,5-7,13-14H,1,3H2,(H,11,15,16)/t5-,6+,7+/m0/s1 checkY
    • Key:ODKNJVUHOIMIIZ-RRKCRQDMSA-N checkY
      (verify)

    ଫ୍ଲୋକ୍ସୁରିଡାଇନ (ଇଂରାଜୀ ଭାଷାରେ Floxuridine), ଏକ ଔଷଧ ଯାହା ଯକୃତ କର୍କଟ, ଯକୃତକୁ ବ୍ୟାପିଥିବା କୋଲୋରେକ୍ଟାଲ କର୍କଟ ଏବଂ ପାକ-ଅନ୍ତନଳୀ ଆଡେନୋକାର୍ସିନୋମା ରୋଗର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[] [] କର୍କଟ ରୋଗକୁ ଯୋଗାଉଥିବା ଧମନୀରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, ଥକ୍କାଣ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଶୋଇବାରେ ଅସୁବିଧା, ନିଦ୍ରାହୀନତା, ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ, ତରଳ ଝାଡ଼ା, ବୁକୁଜ୍ୱାଳା, ଅଇ, ପାଟି ପ୍ରଦାହ, ଏବଂ ରାସ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟାର ଗମ୍ଭୀରତା ହେତୁ ସାଧାରଣତଃ ପ୍ରାରମ୍ଭିକ ଚିକିତ୍ସା ସମୟରେ ଲୋକମାନେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ।[] ଏହା ଏକ ଆଣ୍ଟିମେଟାବୋଲାଇଟ୍, ବିଶେଷ ଭାବରେ ଏକ ପାଇରିମିଡିନ ଆନାଲଗ ।

    ୧୯୭୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଫ୍ଲୋକ୍ସୁରିଡାଇନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରାର ଔଷଧ ଖର୍ଚ୍ଚ ପ୍ରାୟ ୧୩୦ ଡଲାର ଥିଲା; ଯଦିଓ ଏକମାତ୍ର ନିର୍ମାତା ୨୦୧୯ରେ ଔଷଧ ତିଆରି ବନ୍ଦ କରିଦେଇଥିଲେ ।[] []

    1. 1 2 3 "Floxuridine Monograph for Professionals". Drugs.com (in ଇଂରାଜୀ). Archived from the original on 16 August 2019. Retrieved 11 December 2021.
    2. 1 2 3 "Floxuridine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 11 December 2021. Retrieved 11 December 2021.
    3. "Floxuridine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 11 December 2021.
    4. "Drug Shortage Detail: Floxuridine Injection". www.ashp.org. Archived from the original on 18 September 2021. Retrieved 11 December 2021.