ଫେନିଟଏନ
| Clinical data | |
|---|---|
| Trade names | Dilantin, Phenytek, others[୧] |
| AHFS/Drugs.com | monograph |
| MedlinePlus | a682022 |
| Pregnancy category | |
| Routes of administration | Oral, parenteral |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | 70-100% oral, 24.4% for rectal and intravenous administration |
| Protein binding | 95%[୧] |
| Metabolism | liver |
| Onset of action | 10 to 30 min (IV)[୨] |
| Elimination half-life | 10–22 hours[୧] |
| Duration of action | 24 hr[୨] |
| Excretion | Primarily through the bile, urinary |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.000.298 |
| Chemical and physical data | |
| Formula | C15H12N2O2 |
| Molar mass | 252.268 g/mol |
| 3D model (JSmol) | |
| |
| |
| | |
ଫେନିଟଏନ, ବ୍ୟବସାୟୀକ ନାମ ଡାଇଲାଣ୍ଟିନ, ଏକ ବାତ ନିରୋଧକ ଔଷଧ । ଟୋନିକ-କ୍ଲୋନିକ ବାତ, ଆଂଶିକ ବାତର ପ୍ରତିରୋଧ ନିମନ୍ତେ ବ୍ୟବହୃତ ହୁଏ । ସ୍ଟାଟସ୍ ଏପିଲେପ୍ଟିକସ୍ ରୋଗରେ ବେଞ୍ଜୋଡାଏଜାପିନ ଔଷଧଦ୍ୱାରା କୌଣସି ଉନ୍ନତି ନ ହେଲେ ଏହି ଔଷଧ ଦିଆଯାଏ । କେତେକ ଅନିୟମିତ ହୃତ୍ସ୍ପନ୍ଦନ ରୋଗ ଓ ନିଉରୋପାଥିକ ଯନ୍ତ୍ରଣା ନିମନ୍ତେ ମଧ୍ୟ ଏହା ଦିଆଯାଏ । ଏହି ଔଷଧ ପାଟିବାଟେ ଓ ଶୀରାରେ ଦିଆଯାଏ ।[୧] ଶୀରାରେ ଦେଲେ ଏହାର ପ୍ରଭାବ ୩୦ ମିନିଟ ମଧ୍ୟରେ ଅନୁଭୁତ ହୁଏ ଓ ୨୪ ଘଣ୍ଟା ପର୍ଯ୍ୟନ୍ତ ରହେ । ରକ୍ତରେ ଏହାର ସ୍ତର ଦେଖି ଡୋଜ ନିର୍ଣ୍ଣୟ କରାଯାଏ । [୧]
ଅଇ, ପେଟ ଯନ୍ତ୍ରଣା, ଖାଦ୍ୟରୁଚିହାନୀ, ଶରୀର ନିୟନ୍ତ୍ରଣ ଅଭାବ, ମାଢ଼ି ବୃଦ୍ଧି ଓ ଅତ୍ୟଧିକ ରୁମ ବୃଦ୍ଧି ଆଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଅତ୍ୟଧିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ନିଦ୍ରହୀନତା, ନିଜର କ୍ଷତିସାଧନ, ଯକୃତ ସମସ୍ୟା, ଅସ୍ଥି ମଜ୍ଜା ଅବରୋଧ, ନିମ୍ନ ରକ୍ତଚାପ ଓ ବିଷାକ୍ତ ଉପଚର୍ମ ତନ୍ତୁମୃତ୍ୟୁ (ନେକ୍ରୋସିସ) ହୁଏ । ଗର୍ଭାବସ୍ଥାରେ ଏହି ଔଷଧ ଯୋଗୁ ଶିଶୁଟି ଅସାଧାରଣ ହୁଏ । ସ୍ତନ୍ୟପାନ ସମୟରେ ଅସୁବିଧା ହୁଏ ନାହିଁ । ଆଲକୋହୋଲ ଏହାର ପ୍ରଭାବରେ ବାଧା ସୃଷ୍ଟି କରେ ।[୧]
ଫେନିଟଏନ ପ୍ରଥମେ ସନ ୧୯୦୮ରେ ପ୍ରସ୍ତୁତ କରାଯାଇଥିଲା ଓ ସନ ୧୯୩୬ରେ ବାତ ନିମନ୍ତେ ବ୍ୟବହୃତ ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ । [୫] ଏହାର ହୋଲସେଲ ମୂଲ୍ୟ ଡୋଜ ପ୍ରତି ୦.୦୦୩ରୁ ୦.୧୫ ଆମେରିକୀୟ ଡଲାର । [୬] ଏହାର ମାସିକ ଚିକିତ୍ସା ଖର୍ଚ୍ଚ ଆମେରିକାରେ ୩୦ ଡଲାର । [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Phenytoin". The American Society of Health-System Pharmacists. Retrieved Aug 22, 2015.
- ↑ ୨.୦ ୨.୧ Marx, John A. (2010). Rosen's emergency medicine : concepts and clinical practice (7 ed.). Philadelphia: Mosby/Elsevier. p. 1352. ISBN 9780323054720.
- ↑ Aicardi, Jean (2008). Epilepsy : a comprehensive textbook (2nd ed.). Philadelphia: Wolters Kluwer Health/Lippincott Williams & Wilkins. p. 1431. ISBN 9780781757775.
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ Hamilton, Richard J. (2013). Tarascon pocket pharmacopoeia (14 ed.). Burlington, MA.: Jones & Bartlett Learning. p. 294. ISBN 9781449673635.
- ↑ "Phenytoin". International Drug Price Indicator Guide. Retrieved 23 August 2015.[permanent dead link]