Jump to content

ଫାଲଗୁନି ନାୟର

ଉଇକିପିଡ଼ିଆ‌ରୁ
ଫାଲଗୁନି ନାୟର
ଜନ୍ମ (1963-02-19) ୧୯ ଫେବୃଆରୀ ୧୯୬୩ (ବୟସ ୬୩)[୧]
Other nameଫାଲଗୁନି ସଞ୍ଜୟ ନାୟର[୨]
Education MBA ଫାଇନାନ୍ସ
Alma mater
  • ସିଡେନହମ୍ କଲେଜ ଅଫ୍ କମର୍ସ ଆଣ୍ଡ ଇକୋନୋମିକ୍ସ, ମୁମ୍ବାଇ
  • ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଅହମ୍ମଦାବାଦ
ପେଷାନାୟକାର ପ୍ରତିଷ୍ଠାତା ତଥା ସିଇଓ
ନିଯୁକ୍ତିଦାତାକୋଟାକ ମହିନ୍ଦ୍ରା ବ୍ୟାଙ୍କ (୧୯୯୩–୨୦୧୨)
ଜୀବନସାଥୀ
ସଞ୍ଜୟ ନାୟର
​
(m. ୧୯୮୭)​
Children୨

ଫାଲଗୁନି ସଞ୍ଜୟ ନାୟର (ଜନ୍ମ ୧୯ ଫେବୃଆରୀ ୧୯୬୩) ଜଣେ ଭାରତୀୟ ବ୍ୟବସାୟୀ ଅଟନ୍ତି ।[୩] ସେ ସୌନ୍ଦର୍ଯ୍ୟ ଏବଂ ଜୀବନଶୈଳୀର କମ୍ପାନୀ ନାୟିକାର ପ୍ରତିଷ୍ଠାତା ଏବଂ ସିଇଓ ଅଟନ୍ତି । ଦୁଇଜଣ ଆତ୍ମନିର୍ଭରଶୀଳ ପ୍ରତିଷ୍ଠିତ ଭାରତୀୟ ମହିଳା ବ୍ୟବସାୟୀଙ୍କ ମଧ୍ୟରୁ ନାୟର ଅନ୍ୟତମ ଅଟନ୍ତି ।

ପ୍ରାଥମିକ ଜୀବନ ଏବଂ ଶିକ୍ଷା

[ସମ୍ପାଦନା]

ନାୟର ମୁମ୍ବାଇ, ମହାରାଷ୍ଟ୍ରର ଏକ ଗୁଜରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବ୍ୟବସାୟୀ ଥିଲେ ଏବଂ ଏକ ଛୋଟ ବିୟରିଂ କମ୍ପାନୀ ଚଳାଉଥିଲେ । ସେହି ବ୍ୟବସାୟରେ ତାଙ୍କ ମା' ସାହାଯ୍ୟ କରୁଥିଲେ ।[୪] ସେ ସିଡେନହମ କଲେଜ ଅଫ କମର୍ସ ଆଣ୍ଡ ଇକୋନୋମିକ୍ସରୁ ବି.କମରେ ସ୍ନାତକ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଅହମ୍ମଦାବାଦ (୧୯୮୫ ବ୍ୟାଚ)ରୁ ସ୍ନାତକୋତ୍ତର ଲାଭ କରିଥିଲେ ।[୫]

ବୃତ୍ତି

[ସମ୍ପାଦନା]

୧୯୯୩ ମସିହାରେ, ନାୟର ଏ.ଏଫ୍ ଫର୍ଗ୍ୟୁସନ୍ ଆଣ୍ଡ କମ୍ପାନୀରେ ପରାମର୍ଶଦାତାର ଚାକିରି ଛାଡିବା ପରେ କୋଟାକ ମହିନ୍ଦ୍ରା ଗ୍ରୁପରେ ଯୋଗ ଦେଇଥିଲେ । କୋଟାକ ମହିନ୍ଦ୍ରାଠାରେ ସେ ଲଣ୍ଡନ ଏବଂ ନ୍ୟୁୟର୍କ ସିଟିରେ ଅନୁଷ୍ଠାନିକ ଇକ୍ୱିଟି ଅଫିସ ଖୋଲିବା ପୂର୍ବରୁ ପ୍ରଥମେ Mergers and acquisitions (M&A) ଦଳର ନେତୃତ୍ୱ ନେଇଥିଲେ । ୨୦୦୧ ମସିହାରେ ସେ ଭାରତକୁ ଫେରିଥିଲେ ।[୬] [୭] [୮] ୨୦୦୫ ମସିହାରେ, ସେ କୋଟାକ ମହିନ୍ଦ୍ରା କ୍ୟାପିଟାଲର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ । ପରେ ସେ ୨୦୧୨ ମସିହାରେ ଚାକିରି ଛାଡିଥିଲେ ।[୯] [୧୦]

ଏପ୍ରିଲ ୨୦୧୨ ମସିହାରେ, ୫୦ ବର୍ଷ ବୟସରେ,[୧୧] ସେ ନିଜର ୨ ମିଲିୟନ ଡଲାର ସହିତ ନିୟକା ପ୍ରତିଷ୍ଠା କରିଥିଲେ ।[୧୨] ନାୟର ମହିଳା ଭାରତୀୟ କୋଟିପତିଙ୍କ ମଧ୍ୟରୁ ଅନ୍ୟତମ । ଦ୍ୱିତୀୟ ଜଣଙ୍କ କିରଣ ମଜୁମଦାର-ଖାଁ ଅଟନ୍ତି ।[୧୩] ୧୦ ନଭେମ୍ବର ୨୦୨୧ ମସିହାରେ ନିୟକା ୧୩ ବିଲିୟନ ଡଲାର ମୂଲ୍ୟରେ ତାଲିକାଭୁକ୍ତ ହୋଇଗଲା । ନାୟର ସବୁଠାରୁ ଧନୀ ଆତ୍ମନିର୍ଭରଶୀଳ ମହିଳା ଭାରତୀୟ ହୋଇ ନିଜର ସମ୍ପତ୍ତି ମୂଲ୍ୟକୁ ୬.୫ ବିଲିୟନ ଡ଼ଲାରରେ ପହଞ୍ଚାଇଥିଲେ ଏବଂ ତାଙ୍କର ସମ୍ପତି ମୂଲ୍ୟ ଅନୁଯାୟୀ ସେ ଶ୍ରେଷ୍ଠ ୨୦ ଭାରତୀୟ ତାଲିକାରେ ପ୍ରବେଶ କରିଥିଲେ ।[୧୪] ୨୦୨୨ ମସିହାରେ, ନାଇର "ଫୋର୍ବେସ ଇଣ୍ଡିଆ ରିଚ" ତାଲିକାରେ ୪୪ ତମ ସ୍ଥାନରେ ରହିଥିଲେ ।[୧୫]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଫାଲଗୁନି ନାୟର ୧୯୮୭ ମସିହାରେ ସଞ୍ଜୟ ନାୟରଙ୍କୁ ବିବାହ କରିଥିଲେ । ସଞ୍ଜୟ ନାୟର କୋହଲବର୍ଗ କ୍ରାଭିସ୍ ରୋବର୍ଟସ୍ ଇଣ୍ଡିଆର ସିଇଓ ଅଟନ୍ତି ।[୧୬] [୧୭] [୧୮] ସେମାନଙ୍କର ଦୁଇଟି ଯାଆଁଳା ସନ୍ତାନ ଅଛନ୍ତି - ଅଦ୍ୱିତ ନାୟାର ଏବଂ ଅଞ୍ଚିତ ନାୟାର ।[୧୯] ଅଦ୍ୱିତ ନାୟକା ଫ୍ୟାଶନର ସିଇଓ ହୋଇଥିବାବେଳେ ଅଞ୍ଚିତ ଇ-ବାଣିଜ୍ୟ ବିଭାଗର ମୁଖ୍ୟ ଅଟନ୍ତି ।[୨୦]

  1. ↑ "Bio". Leaderbiography.com. 26 July 2018. Retrieved 30 April 2021.
  2. ↑ "Falguni Sanjay Nayar, FSN E-Commerce Ventures LTD: Profile and Biography". Bloomberg News.
  3. ↑ Bhandari, Shashwat (2020-03-08). "International Women's Day: Top 5 women ruling world of business". www.indiatvnews.com (in ଇଂରାଜୀ). Retrieved 2021-04-16.
  4. ↑ Kapur, Mallika (2017-03-24). "Falguni Nayar: The beauty entrepreneur". mint (in ଇଂରାଜୀ). Retrieved 2021-11-10.
  5. ↑ "Falguni Nayar: The Nykaa among Nayaks". The Indian Express (in ଇଂରାଜୀ). 14 November 2021. Retrieved 23 February 2023.
  6. ↑ "I take on measured responsibility". Financial Express. 17 November 2004. Archived from the original on 29 April 2021. Retrieved 23 February 2023.
  7. ↑ "Power Women". Financial Express (in ଇଂରାଜୀ). Archived from the original on 24 June 2021. Retrieved 23 February 2023.
  8. ↑ "Kotak's next move". Business Today (in ଇଂରାଜୀ). 21 July 2009. Retrieved 23 February 2023.
  9. ↑ "Giving advice on beauty is best way to sell beauty products, says Falguni Nayar, Nykaa". Firstpost. 2015-11-06. Retrieved 2021-07-02.
  10. ↑ Kazi, Zainab S. (2016-11-02). "E-beauty space leader Nykaa to open 30 stores by 2020". Indiaretailing.com (in ଆମେରିକୀୟ ଇଂରାଜୀ). Archived from the original on 2021-07-09. Retrieved 2021-07-02.
  11. ↑ "Get A Glimpse Into The Mind Of Falguni Nayar, The Woman Behind The Force That Is Nykaa". iDiva (in Indian English). 2017-03-08. Retrieved 2021-04-16.
  12. ↑ Raghunathan, Anu. "Beauty Retailer Nykaa Lists At $13 Billion, Making Founder Falguni Nayar India's Richest Self-Made Woman". Forbes (in ଇଂରାଜୀ). Retrieved 2021-11-10.
  13. ↑ "Nykaa owner billionaire Falguni Nayar is all set to triple her net worth to an estimated Rs 28,000 crore". GQ India (in Indian English). 2021-10-28. Archived from the original on 2021-11-05. Retrieved 2021-11-08.
  14. ↑ Singh, Tushar Deep. "Who is Falguni Nayar, India's richest self-made woman?". The Economic Times. Retrieved 2021-11-10.
  15. ↑ Bhasin, Swati (29 November 2022). "Nykaa's Falguni Nayar, other newcomers on India's 100 richest Forbes 2022 list". Hindustan Times. Retrieved January 11, 2023.
  16. ↑ "Sanjay Nayar - Leaders | Avendus". www.avendus.com. Archived from the original on 24 नवंबर 2021. Retrieved 2022-04-22. {{cite web}}: Check date values in: |archive-date= (help)
  17. ↑ Chowdhry, Tamal Bandyopadhyay and Seema (2008-02-09). "The power of 2". mint (in ଇଂରାଜୀ). Retrieved 2021-07-02.
  18. ↑ "Falguni Nayar: The Woman Behind Nykaa". thenewsmen. Retrieved 2021-07-02.
  19. ↑ Bahl, Taru (11 September 2008). "Students learn to manage the hardest thing of all-- their hearts". mint (in ଇଂରାଜୀ). Archived from the original on 23 February 2023. Retrieved 23 February 2023.
  20. ↑ "Anchit And Adwaita Nayar: Grooming For Glory". Forbes India (in ଇଂରାଜୀ). Retrieved 2022-04-22.