ଫାତିମା ଶେଖ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଫାତିମା ଶେଖ‌
ଜନ୍ମ(1831-01-09)୯ ଜାନୁଆରୀ ୧୮୩୧
ମୃତ୍ୟୁ୯ ଅକ୍ଟୋବର ୧୯୦୦(1900-10-09) (ବୟସ ୬୯)
ବୃତ୍ତି(ସମୂହ)ସମାଜ ସଂସ୍କାରକ, ଶିକ୍ଷକ
ପ୍ରସିଦ୍ଧିଭାରତର ପ୍ରଥମ ମୁସଲମାନ ଶିକ୍ଷିକା
ସମ୍ପର୍କୀୟମିଆଁ ଉସମାନ ଶେଖ (ଭଉଣୀ)

ଫାତିମା ଶେଖ ଜଣେ ଭାରତୀୟ ଶିକ୍ଷାବିତ୍ ଥିଲେ । ସେ ସମାଜ ସଂସ୍କାରକ ଦମ୍ପତି ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ସହକର୍ମୀ ଥିଲେ ।[୧][୨] ମିଆଁ ଉସମାନ ଶେଖଙ୍କ ଭଉଣୀ ଥିଲେ ଏବଂ ଶେଖଙ୍କ ଘରେ ଫୁଲେ ବସବାସ କରୁଥିଲେ । ଶେଖ ଆଧୁନିକ ଭାରତର ପ୍ରଥମ ମୁସଲମାନ ମହିଳା ଶିକ୍ଷକମାନଙ୍କ ମଧ୍ୟରୁ ଜଣେ । ସେ ଫୁଲେଙ୍କ ବିଦ୍ୟାଳୟରେ ଦଳିତ ପିଲାମାନଙ୍କୁ ଶିକ୍ଷିତ କରିବା ଆରମ୍ଭ କରିଥିଲେ । ଫାତିମା ଶେଖଙ୍କ ସହ ଜ୍ୟୋତିବା ଏବଂ ସାବିତ୍ରୀବାଇ ଫୁଲେ ଦଳିତ ସମ୍ପ୍ରଦାୟ ମଧ୍ୟରେ ଶିକ୍ଷାର ପ୍ରଚାର ପ୍ରସାର ଦାୟିତ୍ୱ ଗ୍ରହଣ କରିଥିଲେ ।

ଆମେରିକୀୟ ମିଶନାରୀ ସିନ୍ଥିଆ ଫାରାରଙ୍କଦ୍ୱାରା ପରିଚାଳିତ ଏକ ଶିକ୍ଷକ ତାଲିମ ଅନୁଷ୍ଠାନରେ ନାମ ଲେଖାଇବା ବେଳେ ଫାତିମା ସାବିତ୍ରୀବାଇ ଫୁଲେଙ୍କ ସହ ଭେଟିଥିଲେ ।[୩] ଫୁଲେ ଦମ୍ପତି ପ୍ରତିଷ୍ଠା କରିଥିବା ପାଞ୍ଚଟି ବିଦ୍ୟାଳୟରେ ସେ ଶିକ୍ଷାଦାନ କରିଥିଲେ । ଶେଖ ସେ ସମସ୍ତ ଧର୍ମ ଏବଂ ଜାତିର ପିଲାମାନଙ୍କୁ ଶିକ୍ଷା ଦେଇଥିଲେ । ସେ ୧୮୫୧ରେ ବମ୍ବେରେ ଦୁଇଟି ବିଦ୍ୟାଳୟ ପ୍ରତିଷ୍ଠାରେ ଅଂଶଗ୍ରହଣ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. Susie J. Tharu; K. Lalita (1991). Women Writing in India: 600 B.C. to the early twentieth century. Feminist Press at CUNY. p. 162. ISBN 978-1-55861-027-9.
  2. Madhu Prasad (2019). "A strategy for exclusion". Elementary Education in India: Policy Shifts, Issues and Challenges. ISBN 9781000586954.
  3. Grey, Mary (2016). "Opposition to Untouchability: Gandhi and Ambedkar". A Cry for Dignity: Religion, Violence and the Struggle of Dalit Women in India. Taylor & Francis. p. 118. ISBN 9781315478401. Retrieved February 17, 2021.
  4. Tschurenev, Jana (2019). "Civil Society, Government, and Educational Institution-Building, Bombay Presidency, 1819-1882". Empire, Civil Society, and the Beginnings of Colonial Education in India. Cambridge University Press. p. 276. ISBN 9781108656269. Retrieved February 17, 2021.