Jump to content

ସାବିତ୍ରୀବାଈ ଫୁଲେ

ଉଇକିପିଡ଼ିଆ‌ରୁ
(ସାବିତ୍ରୀବାଇ ଫୁଲେରୁ ଲେଉଟି ଆସିଛି)
ସାବିତ୍ରୀବାଈ ଫୁଲେ
ଜନ୍ମ(1831-01-03)୩ ଜାନୁଆରୀ ୧୮୩୧
Died(1831-01-03)୩ ଜାନୁଆରୀ ୧୮୩୧
ଜୀବନସାଥୀଜ୍ୟୋତିରାଓ ଫୁଲେ

ସାବିତ୍ରିବାଈ ଜ୍ୟୋତି ରାଓ ଫୁଲେ (୩ ଜାନୁଆରୀ ୧୮୩୧ - ୧୦ ମାର୍ଚ୍ଚ ୧୮୯୭) ଜଣେ ଭାରତୀୟ ଶିକ୍ଷିକା, ସମାଜ ସୁଧାରିକା ଏବଂ କବୟତ୍ରୀ ଥିଲେ। ବ୍ରିଟିଶ ଶାସନ ସମୟରେ ସେ ତାଙ୍କ ସ୍ୱାମୀ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ସ‌ହିତ ମିଶି ନାରୀମାନଙ୍କ ଅଧିକାର ଏବଂ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ । [୧] ସାବିତ୍ରୀବାଈ ଭରତର ପ୍ରଥମ ବାଳିକା ବିଦ୍ୟାଳୟରେ ପ୍ରଥମ ମହିଳା ଶିକ୍ଷୟିତ୍ରୀ ଥିଲେ । ତାଙ୍କୁ ଲୋକେ ଆଧୁନିକ ମରାଠୀ କାବ୍ୟର ଅଗ୍ରଦୂତ ଭାବେ ମାନନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସାବିତ୍ରୀବାଈ ଫୁଲେଙ୍କ ଜନ୍ମ ୧୮୩୧ ମସିହା ଜାନୁଆରୀ ୩ ତାରିଖରେ ମହାରାଷ୍ଟ୍ରର ସାତାରା ଜିଲ୍ଲାସ୍ଥିତ ନାଇଗାଁରେ ହୋଇଥିଲା । ତାଙ୍କ ପିତାଙ୍କର ନାମ ଖାନ୍ଦୋଜୀ ନେବସେ ପାଟିଲ ଏବଂ ମାତାଙ୍କର ନାମ ଲକ୍ଷ୍ମୀ ଥିଲା ଓ ଉଭୟ ମାଳି ସମ୍ପ୍ରଦାୟର ଥିଲେ । ୧୮୪୦ ମସିହାରେ ୯ ବର୍ଷ ବୟସରେ ସେ ୧୨ ବର୍ଷର ଜ୍ୟୋତିରାଓ ଫୁଲେଙ୍କୁ ବିବାହ କରିଥିଲେ । ସାବିତ୍ରୀବାଈ ଏବଂ ଜ୍ୟୋତିରାଓଙ୍କର ସନ୍ତାନ ନଥିଲା । ସେ ଜଣେ ବିଧବା ବ୍ରାହ୍ମଣ ସ୍ତ୍ରୀର ପୁଅ ଯଶବନ୍ତରାଓଙ୍କୁ ପୋଷ୍ୟପୁତ୍ର କରିଥିଲେ ।[୨] ତେବେ ଏହା ପ୍ରମାଣ କରିବା ପାଇଁ କୌଣସି ମୂଳ ପ୍ରମାଣ ନାହିଁ ।

ବିଦ୍ୟାଳୟର ସ୍ଥାପନା

[ସମ୍ପାଦନା]

୧୮୪୮ ମସିହାରେ ନିଜ ସ୍ୱାମୀଙ୍କ ସ‌ହିତ ମିଶି ଭିନ୍ନ ଜାତିର ୯ ଜଣ ଛାତ୍ରୀଙ୍କୁ ନେଇ ସେ ଏକ ବିଦ୍ୟାଳୟର ସ୍ଥାପନା କରିଲେ ।[୩] ୧ ବର୍ଷ ଭିତରେ ସେ ୫ଟି ବିଦ୍ୟାଳୟ ଖୋଲିବାରେ ସମର୍ଥ ହୋଇଥିଲେ। ଏଥିପାଇଁ ତାଙ୍କୁ ତ‌ତ୍କାଳୀନ ସରକାର ସମ୍ମାନିତ କରିଥିଲେ । ସେ ସମୟରେ ଝିଅମାନଙ୍କ ଶିକ୍ଷା ଉପରେ କଟକଣା ଥିଲା । ସାବିତ୍ରୀବାଈ ଫୁଲେ ସେହି ସମୟରେ ନିଜେ ପଢ଼ିବା ସ‌ହିତ ଅନ୍ୟ ଝିଅମାନଙ୍କ ପାଇଁ ମଧ୍ୟ ପଢ଼ିବାର ବନ୍ଦୋବସ୍ତ କରିଥିଲେ ।

କାବ୍ୟ

[ସମ୍ପାଦନା]

ସାବିତ୍ରୀବାଈ ଫୁଲେ ଅନେକ ସମାଜ ସମ୍ବନ୍ଧିତ କବିତା ରଚନା କରିଥିଲେ । [୪][୫] କାବ୍ୟ ଫୁଲେ, ଭବନ କାଶୀ ସୁବୋଧ ରତ୍ନାକର ତାଙ୍କ କାବ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ।

୧୦ ମାର୍ଚ୍ଚ ୧୮୯୭ ମସିହାରେ ପ୍ଲେଗ୍ ରୋଗ ପାଇଁ ତାଙ୍କର ମୃତ୍ୟୁ ହୋଇଥିଲା । ସେ ସେବା କରୁଥିବା ପ୍ଲେଗ ରୋଗୀଙ୍କ ମଧ୍ୟରୁ ଏକ ପୀଡ଼ିତ ଛୋଟପିଲାଠାରୁ ତାଙ୍କୁ ମଧ୍ୟ ପ୍ଲେଗ ହୋଇଥିଲା ।

ସମ୍ମାନ

[ସମ୍ପାଦନା]
  1. ୨୦୧୫ ମସିହାରେ ତାଙ୍କ ସମ୍ମାନରେ ୟୁନିଭର୍ସିଟି ଅଫ୍ ପୁନେ, ସାବିତ୍ରିବାଈ ଫୁଲେ ପୁନେ ୟୁନିଭର୍ସିଟି ନାମରେ ନାମିତ ହେଲା ।[୬]
  2. ୧୦ ମାର୍ଚ୍ଚ ୧୯୯୮ ମସି‌ହାରେ ତାଙ୍କ ସମ୍ମାନରେ ଭାରତୀୟ ଡାକରେ ଏକ ଷ୍ଟାମ୍ପ ହେଲା ।
  3. ୨୦୧୭ ଜାନୁଆରୀ ୩ରେ ଗୁଗଲ୍ ସାବିତ୍ରୀବାଈଙ୍କ ୧୮୬ତମ ଜନ୍ମ ବାର୍ଷିକି ଉପଲବ୍ଧେ ଏକ ଡୁଡଲ ପ୍ରକାଶ କରିଥିଲା ।[୭][୮]
  1. ↑ Mariam Dhawale. "AIDWA Observes Savitribai Phule Birth Anniversary". Retrieved 3 March 2014.
  2. ↑ O'Hanlon, Rosalind (2002). Caste, Conflict and Ideology: Mahatma Jotirao Phule and Low Caste Protest in Nineteenth-Century Western India (Revised ed.). Cambridge University Press. p. 135. ISBN 978-0-52152-308-0.
  3. ↑ O'Hanlon, Rosalind (2002). Caste, Conflict and Ideology: Mahatma Jotirao Phule and Low Caste Protest in Nineteenth-Century Western India (Revised ed.). Cambridge University Press. p. 118. ISBN 978-0-52152-308-0.
  4. ↑ Few Poems by Savitribai Phule http://drambedkarbooks.com/2015/01/03/few-poems-by-savitribai-phule/
  5. ↑ A Forgotten Liberator – The Life And Struggle of Savitribai Phule, Mountain Peak Publishers, New Delhi ISBN 978-81-906277-0-2
  6. ↑ Kothari, Vishwas (8 July 2014). "Pune university to be renamed after Savitribai Phule". Times of India. Retrieved 10 July 2014.
  7. ↑ "Google doodle pays tribute to social reformer Savitribai Phule". The Hindu. 3 January 2017. Retrieved 3 January 2017. {{cite web}}: Cite has empty unknown parameter: |1= (help)
  8. ↑ "Savitribai Phule, Google Doodle Tribute To Social Reformer". NDTV.com. 3 January 2017. Retrieved 3 January 2017.

ବାହାର ଆଧାର

[ସମ୍ପାଦନା]